Posted inଖେଳ

୧୦ ଉଇକେଟରେ ଜିତିଲା ସନ୍‌ରାଇଜର୍ସ: ଟ୍ରାଭିସ ହେଡ୍‌ ଓ ଅଭିଷେକ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ

ହାଇଦ୍ରାବାଦ, ୮।୫: ଟାର୍ଗେଟ ଥିଲା ୧୬୬ ରନ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଯେପରି ବ୍ୟାଟିଂ କରିଥିଲା ପିଚ୍‌ ସ୍ଲୋ ଥିବା ପ୍ରତୀୟମାନ ହେଉଥିଲା। ମାତ୍ର ସିଂହ ପରାକ୍ରମରେ ଲକ୍ଷ୍ନୌ ବୋଲରଙ୍କ ଉପରେ ଝାମ୍ପି ପଡ଼ିଲେ ସନ୍‌ରାଇଜର୍ସ ହାଇଦ୍ରାବାଦର ଦୁଇ ଓପନର ଟ୍ରାଭିସ ହେଡ୍‌ ଓ ଅଭିଷେକ ଶର୍ମା।

ବିଜୟ ଲକ୍ଷ୍ୟ ହାସଲ ପାଇଁ ମାତ୍ର ୪୫ ମିନିଟରୁ କମ୍‌ ସମୟ ଓ ୯.୪ ଓଭରର ସହାୟତା ନେଲେ। ଦୁହେଁ ଅପରାଜିତ ରହିବା ସହ ମାତ୍ର ୫୮ ବଲ୍‌ରୁ ଗଢ଼ିଲେ ୧୬୭ ରନର ପାର୍ଟନରଶିପ୍‌। ଅର୍ଥାତ୍‌ ଦ୍ୱିତୀୟ ପାଓ୍ବାରପ୍ଲେ ଆସିବା ପୂର୍ବରୁ ଖେଳ ଖତମ।

ହେଡ୍‌ ୩୦ ବଲ୍‌ରୁ ୮ଟି ଲେଖାଏ ଚୌକା ଓ ଛକା ସହାୟତାରେ ୮୯ ଓ ଅଭିଷେକ ୨୮ ବଲ୍‌ରୁ ୮ ଚୌକା ଓ ୬ ଛକା ସହିତ ୭୫ ରନରେ ଅପରାଜିତ ରହି ଦଳକୁ ଏକ ଚମତ୍କାର ବିଜୟ ଭେଟିଦେଲେ। ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ବୁଧବାର ଏପରି ଏକ ଚିତାକର୍ଷକ ମ୍ୟାଚ ଦେଖିବାକୁ ମିଳିଥିଲା।

ଏହି ବିଜୟ ସହ ସନ୍‌ରାଇଜର୍ସ କେବଳ ୨ ପଏଣ୍ଟ ପାଇନାହିଁ ରନ୍‌ ହାରରେ ଅବିଶ୍ୱସନୀୟ ଉନ୍ନତି ଆଣିଛି। ଫଳରେ ଦଳ ଟେବୁଲର ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ପାକିସ୍ତାନ କ୍ରିକେଟ ବୋର୍ଡ କଥାକୁ ମାନିବାକୁ ପଡ଼ିବ, ନ ମାନିଲେ…’ ବିସିସିଆଇକୁ କଡ଼ା ଚେତାବନୀ ଦେଲା ଆଇସିସି

ନୂଆଦିଲ୍ଲୀ,୨୨।୧: ପାକିସ୍ତାନ ଆୟୋଜକତ୍ୱରେ ଖେଳାଯିବାକୁ ଥିବା ଚାମ୍ପିୟନ୍ସ ଟ୍ରଫିକୁ ନେଇ ବିବାଦ ଶେଷ ହେବାର ନାଁ ନେଉନାହିଁ। ଟୁର୍ନାମେଣ୍ଟଟି ହାଇବ୍ରିଡ ମଡେଲରେ ଅନୁଷ୍ଠିତ ହେବା ପରେ...

କେଉଁଠୁ ଆରମ୍ଭ ହୋଇଥିଲା ନୀରଜ-ହିମାନୀଙ୍କ ଲଭଷ୍ଟୋରୀ, କେବେ ଦୁହେଁ ଦୁହିଁଙ୍କୁ ଭେଟିଥିଲେ ସବୁ କହିଦେଲେ…

ନୂଆଦିଲ୍ଲୀ,୨୨।୧: ଦୁଇଥର ଅଲିମ୍ପିକ ପଦକ ବିଜେତା ଜାଭେଲିନ ଷ୍ଟାର ନୀରଜ ଚୋପ୍ରା ରବିବାର ଏକ ସୋସିଆଲ ମିଡିଆ ପୋଷ୍ଟ କରି ପ୍ରଶଂସକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ନୀରଜ...

ଚାମ୍ପିୟନ୍ସ ଟ୍ରଫିରେ ନୂଆ ବିବାଦ, ଆଇସିସି ପାଖରେ ପହଞ୍ଚିଲା ପାକିସ୍ତାନ, କହିଲା ଏମିତି

ନୂଆଦିଲ୍ଲୀ,୨୨।୧: ଆଇସିସି ଚାମ୍ପିୟନ୍ସ ଟ୍ରଫିକୁ ନେଇ ବିବାଦ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସମାପ୍ତ ହୋଇନାହିଁ। ବିସିସିଆଇ ଦଳକୁ ପାକିସ୍ତାନ ପଠାଇବାକୁ ମନା କରିଦେଲା ଏବଂ ପାକିସ୍ତାନ...

ଆଜି ଭାରତ-ଇଂଲଣ୍ଡ ପ୍ରଥମ ଟି-୨୦: ଜାଣନ୍ତୁ କେବେ, କେଉଁଠି ଦେଖିପାରିବେ ମ୍ୟାଚ୍‌

କୋଲକାତା, ୨୨।୧ (ପି.ଟି.):ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି୨୦ କ୍ରିକେଟ ସିରିଜର ପ୍ରଥମ ମ୍ୟାଚ ବୁଧବାର ଏଠାରେ ଅନୁଷ୍ଠିତ ହେବ। ସୂର୍ଯ୍ୟକୁମାର...

ହୃଦୟ ଜିତିଲେ ନୀରଜ, ଯୌତୁକରେ ଆଣିଲେ ମାତ୍ର ଏତିକି ଟଙ୍କା, ଶୁଣିଲେ ଆଶ୍ଚର୍ଯ୍ୟ ହେବେ…

ନୂଆଦିଲ୍ଲୀ,୨୨।୧: ହିମାଚଳ ପ୍ରଦେଶର ସୋଲାନର କୁମାରହାଟ୍ଟି-ନାହାନ ଜାତୀୟ ରାଜପଥ-୫ ସ୍ଥିତ ଗାନ୍ଧୀଗ୍ରାମ ନିକଟରେ ଏକ ଘରୋଇ ରିସର୍ଟରେ ନୀରଜ ଚୋପ୍ରା ଏବଂ ହିମାନି ମୋର ବିବାହ...

ଚହଲ-ଧନଶ୍ରୀଙ୍କ ଛାଡପତ୍ର କନଫର୍ମ! ଖେଳାଳିଙ୍କ ଏଭଳି ପୋଷ୍ଟକୁ ନେଇ ବଢିଲା…

ମୁମ୍ବାଇ,୨୨।୧: ଭାରତୀୟ କ୍ରିକେଟ ଦଳର ଷ୍ଟାର ସ୍ପିନର ୟୁଜବେନ୍ଦ୍ର ଚହଲ ଆଜିକାଲି ତାଙ୍କ ଛାଡପତ୍ର ଖବରକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, କୁହାଯାଉଛି...

ପାଣ୍ଡ୍ୟାଙ୍କୁ ଅଧିନାୟକ ନୁହେଁ, ଟିମ୍‌ ଇଣ୍ଡିଆରେ ମିଳିଛି ଏହି ଦାୟିତ୍ୱ; ସୂର୍ଯ୍ୟକୁମାର କହିଲେ ସତ…

ନୂଆଦିଲ୍ଲୀ,୨୧।୧: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଜାନୁଆରୀ ୨୨ ରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜରେ, ଟିମ...

୨୨୩ କୋଟିର ଚାକିରି ଲାଗି ଏହି ଭେଟେରାନଙ୍କୁ ଛାଡ଼ପତ୍ର ଦେବାକୁ ଯାଉଛନ୍ତି ପତ୍ନୀ, ହରାଇବେ ଅଧା ସମ୍ପତ୍ତି…

ନୂଆଦିଲ୍ଲୀ,୨୧।୧: ପୂର୍ବତନ ଖେଳାଳି ତଥା ଲୋକପ୍ରିୟ ଫୁଟବଲ ମ୍ୟାନେଜର୍‌ ପେପ୍‌ ଗାର୍ଡିଓଲା ତାଙ୍କ ପତ୍ନୀ କ୍ରିଷ୍ଟିନା ସାରାଙ୍କୁ ଛାଡ଼ପତ୍ର ଦେବେ। ଦୁହେଁ ପରସ୍ପରଠାରୁ ଅଲଗା ହେବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri