Posted inଖେଳ

ବନ୍ଦ କୋଠରୀରେ ଏମିତି କାମ କରୁଛନ୍ତି ନବବିବାହିତ କ୍ରିକେଟର୍‌‌

ଭାରତୀୟ ଦ୍ରୁତ ବୋଲର ଜଶପ୍ରୀତ ବୁମ୍‌ରା ପୁଣି ଥରେ ପଡ଼ିଆକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି। ବିବାହ ପରେ ସେ ପ୍ରଥମ ଥର ପାଇଁ ବ୍ୟାୟାମ କରୁଥିବା ଦେଖିବାକୁ ମିଳିଛି। ବୁମରା ଆଇପିଏଲ୍‌ ପାଇଁ ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗ ଦେଇଛନ୍ତି। ମୁମ୍ବାଇ ଆଇପିଏଲର ଓପନିଂ ମ୍ୟାଚ ଖେଳିବ। ଏହି ଲିଗ ୯ ଏପ୍ରିଲରୁ ଆରମ୍ଭ ହେଉଛି। ମୁମ୍ବାଇ ପ୍ରଥମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଭେଟିବ। ସୂଚନାଯୋଗ୍ୟ, ବିବାହ ହେତୁ ସେ ଇଂଲଣ୍ଡ ସିରିଜରୁ ଓହରି ଯାଇଥିବା ଜଶପ୍ରୀତ ବୁମରା ବ୍ୟାୟାମର ଏକ ଭିଡିଓ ନିଜ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ସେ ବନ୍ଦ କୋଠରୀରେ ଏହି ବ୍ୟାୟାମ କରୁଥିବା ଦେଖିବାକୁ ମିଳିଛି। ପ୍ରଶଂସକମାନେ ଏହାକୁ ବହୁତ ପସନ୍ଦ କରୁଛନ୍ତି ଏବଂ ଏହି ଭିଡିଓ ଭାଇରାଲ ହୋଇଛି। ଦଳର ଗୁରୁତ୍ୱପୂର୍ଣ୍ଣ ଖେଳାଳିମାନଙ୍କ ମଧ୍ୟରୁ ବୁମରା ଅନ୍ୟତମ। ୟୁଏଇର ଶେଷ ସିଜନରେ ମୁମ୍ବାଇ ଦଳ ଚାମ୍ପିଅନ ହୋଇଥିଲା ଏବଂ ବୁମ୍‌ରା ଏଥିରେ ଉଲ୍ଲେଖନୀୟ ଅବଦାନ ଦେଇଥିଲେ। ସେ ୧୫ଟି ମ୍ୟାଚରେ ୨୭ ଉଇକେଟ ନେଇଥିଲେ। ୧୪ ରନ ପାଇଁ ୪ ଉଇକେଟ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଥିଲା । ମୋଟ ଉପରେ, ସେ ତାଙ୍କ ଆଇପିଏଲ କ୍ୟାରିୟରରେ ୯୨ ମ୍ୟାଚରେ ୧୦୯ ଉଇକେଟ ନେଇଛନ୍ତି। ମୁମ୍ବାଇ ଦଳ ସର୍ବାଧିକ ଥର ଆଇପିଏଲ ଟାଇଟଲ ଜିତିଛି।

 

View this post on Instagram

 

A post shared by jasprit bumrah (@jaspritb1)


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଘୋଷଣା କଲେ ମୋଦି ସରକାର; ସିଜେପି ନେତାଙ୍କ ସହ ହେବ…

ନୂଆଦିଲ୍ଲୀ,୨୨ା୭: କକରୋଚ୍ ଜନତା ପାର୍ଟି (CJP) ର ନେତୃତ୍ୱରେ ପେପର ଲିକ୍ ବିରୋଧରେ ଆନ୍ଦୋଳନ ଜାରି ରହିଛି। ସଂସଦ ମାର୍ଚ୍ଚ ପରେ ବି ସିଜେପିର ପ୍ରତିବାଦ ଥମିନାହିଁ।…

ଉଦ୍ଧବ ଠାକ୍‌ରେଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟ୍‌କା, ୬ ଏମ୍‌ପିଙ୍କ ମିଶ୍ରଣକୁ…

ନୂଆଦିଲ୍ଲୀ,୨୨ା୭: ଶିବସେନାରେ ମିଶ୍ରଣକୁ ଅନୁମୋଦନ କରିବା ପାଇଁ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ଦେଇଥିବା ଆଦେଶକୁ ବୁଧବାର ଅସ୍ଥାୟୀ ଭାବରେ ସ୍ଥଗିତ ରଖିବାକୁ ମନା କରିଦେଇଛନ୍ତି…

ପୌର ପରିଷଦ ଅଧ୍ୟକ୍ଷା,ଉପାଧ୍ୟକ୍ଷଙ୍କୁ ଭାଜପାର ସ୍ବାଗତ

ଗୁଣପୁର,୨୨।୭(ସୁଜାତା ପାଢ଼ୀ)- ନିକଟରେ ଗୁଣପୁର ପୌର ପରିଷଦ ଅଧ୍ୟକ୍ଷା ମମତା ଗୌଡ଼ ଓ ଉପାଧ୍ୟକ୍ଷ ଶିବପ୍ରସାଦ ଗୌଡ଼ ତାଙ୍କ ସମର୍ଥକଙ୍କ ସହ ବିଧିବଦ୍ଧ ଭାବେ ଭାଜପାରେ ଯୋଗଦାନ…

ଦିଲ୍ଲୀରେ ୧୬ ମେଟ୍ରୋ ଷ୍ଟେଶନ ବନ୍ଦ, ସୂଚନା ଜାରି କରି ବିଭାଗ କହିଲା ଏହି…

ନୂଆଦିଲ୍ଲୀ,୨୨ା୭: ଦିଲ୍ଲୀରେ ୧୬ ମେଟ୍ରୋ ଷ୍ଟେଶନ ବନ୍ଦ। ମେଟ୍ରୋ ରେଳ ନିଗମ (DMRC) ସୂଚନା ଦେଇଛି ଯେ, ଜାତୀୟ ରାଜଧାନୀରେ ସୁରକ୍ଷା କାରଣରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ…

ସୋରିଷରେ ବିଶ୍ୱର କ୍ଷୁଦ୍ରତମ ରଥ ନିର୍ମାଣ କଲେ ପ୍ରତ୍ୟୁଷ

ଫୁଲବାଣୀ, ୨୨।୭(ରାକେଶ କୁମାର ରାଉତ):ସୋରିଷରେ ବିଶ୍ୱର ସବୁଠାରୁ କ୍ଷୁଦ୍ରତମ ରଥ ନିର୍ମାଣ ହୋଇଛି। ଏହା କରି ଦେଖାଇଛନ୍ତି କନ୍ଧମାଳ ଜିଲା ଫୁଲବାଣୀ ସହର ନଦୀଖଣ୍ଡିସାହିର ଯୁବଶିଳ୍ପୀ ଏନ.ପ୍ରତ୍ୟୁଷ…

ଗୋଟିଏ ରାତିରେ ଏକାଧିକ ସ୍ଥାନରେ ଚୋରି: ଅଞ୍ଚଳରେ ଖେଳିଗଲା ଆତଙ୍କ

ଦାରିଙ୍ଗବାଡି, ୨୨।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗୋଟିଏ ରାତିରେ ଏକାଧିକ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଦାରିଙ୍ଗବାଡି ବଜାର ଉପରେ…

ସାକ୍ଷୀଗୋପାଳଙ୍କ ଚନ୍ଦନ ପୋଖରୀ ଜଳ ପ୍ରଦୂଷିତ: ଅତିଷ୍ଠ ହେଉଛି ପଚାମାଛ ଦୁର୍ଗନ୍ଧ

ସାକ୍ଷୀଗୋପାଳ,୨୨ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶ୍ରୀ ସାକ୍ଷୀଗୋପାଳ ଠାକୁରଙ୍କ ଚନ୍ଦନ ପୋଖରୀ ଜଳ ଅତିମାତ୍ରାରେ ପ୍ରଦୂଷିତ ହୋଇଛି। ଫଳରେ ବୁଧବାର ସକାଳୁ ଶହଶହ ସଂଖ୍ୟାରେ ରୋହି, ଭାକୁର,…

ଲଗାଣ ବର୍ଷାରେ ଭାଙ୍ଗିଲା ଦୁଇ ପୋଲ: ୩୦ ଏକର ଚାଷଜମିରେ ମାଡ଼ିଗଲା ବାଲିଚର, ଉପବାଚସ୍ପତି ଘଟଣାସ୍ଥଳ ପରିଦର୍ଶନ କରି…

ବଡ଼ଗାଁ,୨୨ା୭(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ଏକମା, ପାମରା, ବାମଡେରା ଓ ରୁନଗାଁ ପଞ୍ଚାୟତ ଅଞ୍ଚଳରେ ସୋମବାର ରାତିସାରା ହୋଇଥିବା ପ୍ରବଳ ବର୍ଷା ଯୋଗୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri