Posted inଖେଳ

ସିଏସ୍‌କେକୁ ଅନଫଲୋ କଲେ ରାଇନା

ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ ସୁରେଶ ରାଇନା ଏଥର ଆଇପିଏଲରୁ ଓହରି ଯାଇଛନ୍ତି। ଏହା ସତ୍ତ୍ୱେ ସେମାନେ ସର୍ବଦା ଚର୍ଚ୍ଚାରେ ରହୁଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସର ଦୁଇଟି ପରାଜୟ ପରେ ରାଇନାଙ୍କୁ ଦଳକୁ ଫେରାଇ ଆଣିବାକୁ କ୍ରିକେଟ ପ୍ରେମୀମାନେ ଦାବି କରିଛନ୍ତି। କିନ୍ତୁ ପରିସ୍ଥିତିରୁ ଯାହା ଲାଗୁଛି ସୁରେଶ ରାଇନା ଏବଂ ଚେନ୍ନାଇ ସୁପର କିଙ୍ଗ୍ସର ରାସ୍ତା ଅଲଗା ହୋଇଯାଇଛି। ଟୁଇଟର୍‌ରୁ ରାଇନା ସିଏସ୍‌କେକୁ ଅନଫଲୋ କରିଛନ୍ତି। ରାଇନା ଗତ ଶନିବାରଠାରୁ ସିଏସ୍‌କେକୁ ଅନଫଲୋ କରିଦେଇଥିଲେ। ଆଇପିଏଲ ଆରମ୍ଭର ଠିକ ପୂର୍ବରୁ ବ୍ୟକ୍ତିଗତ କାରଣ ଦର୍ଶାଇ ରାଇନା ଆଇପିଏଲରୁ ଓହରି ଯାଇଥିଲେ। ପରେ ଚେନ୍ନାଇ ସୁପର କିଙ୍ଗ୍ସର ମାଲିକ ଏନ ଶ୍ରୀନିବାସନ ରାଇନାଙ୍କ ନିଷ୍ପତ୍ତିକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଆଇପିଏଲରେ ଚେନ୍ନାଇର କ୍ରମାଗତ ଦ୍ୱିତୀୟ ପରାଜୟ ପରେ ସୋସିଆଲ ମିଡିଆରେ ପ୍ରଶଂସକମାନେ ରାଇନାଙ୍କ ପ୍ରତ୍ୟାବର୍ତ୍ତନ ଦାବି କରିଥିଲେ। ଦଳର ପ୍ରଶିକ୍ଷକ ଷ୍ଟିଫେନ ପ୍ଲେମିଙ୍ଗ ମଧ୍ୟ କହିଛନ୍ତି ଯେ, ରାଇନା ଏବଂ ଅମ୍ବତି ରାଇଡୁଙ୍କ ଅନୁପସ୍ଥିତି ଯୋଗୁ ଦଳ ଦୁର୍ବଳ ହୋଇପଡିଛିି। ରାଇନା ଦଳକୁ ଫେରିବା କଷ୍ଟକର। ଏହି ସମୟରେ ଆମେ ରାଇନାଙ୍କୁ ଫେରାଇ ଆଣିବାକୁ ଚିନ୍ତା କରିପାରିବୁ ନାହିଁ। ସେ ନିଜେ ଫେରିଗଲେ। ଆମେ ତାଙ୍କ ନିଷ୍ପତ୍ତିକୁ ସମ୍ମାନ କରୁ। କ୍ରିକେଟରେ ବିଜୟ, ପରାଜୟ ଲାଗିରହିଛି। ଆମେ ନିଶ୍ଚିତ ଭାବେ ଦୃଢତାର ସହ ଫେରିବୁ ବୋଲି ସିଏସକେ ସିଇଓ କାସି ବିଶ୍ୱନାଥନ କହିଛନ୍ତି। କୁହାଯାଉଛି ଯେ ଦଳର ସିଇଓଙ୍କ ଏଭଳି ଶୁଣିବା ପରେ ରାଇନା ଟୁଇଟରରେ ସିଏସ୍‌କେକୁ ଅନଫଲୋ କରିଥିଲେ। କୁହାଯାଉଛି ଯେ ଦଳର ସିଇଓଙ୍କ ଏଭଳି ଶୁଣିବା ପରେ ରାଇନା ଟୁଇଟରରେ ସିଏସ୍‌କେକୁ ଅନଫଲୋ କରିଥିଲେ। ଗତ କିଛି ଦିନ ହେବ ରାଇନା କଶ୍ମୀରରେ କ୍ରିକେଟ୍‌ ତାଲିମ ଦେଉଥିବାର ନଜର ଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ରିକେଟ୍‌କୁ ଅଲବିଦା କହିଲେ ଭାରତକୁ ବିଶ୍ୱକପ୍‌ ଜିତାଇଥିବା ବୋଲର୍‌

ନୂଆଦିଲ୍ଲୀ,୩।୨: ୨୦୦୭ରେ ଭାରତ ଟି-୨୦ ବିଶ୍ୱକପ ଜିତାଇଥିବା ଦ୍ରୁତ ବୋଲର ଯୋଗୀନ୍ଦର ଶର୍ମା ସମସ୍ତ ପ୍ରକାର କ୍ରିକେଟ୍‌ରୁ ଅବସର ନେଇଛନ୍ତି। ସେ ଶୁକ୍ରବାର ଟୁଇଟ୍‌ ଯୋଗେ...

୮ ଫୁଟ୍‌ବଲ ଖେଳାଳି କରୋନା ପଜିଟିଭ୍‌

ମେକ୍ସିକୋ ସିଟି, ୨୨ା୫ (ଏଏଫ୍‌ପି)- ମେକ୍ସିକୋର ଅନ୍ୟତମ ଶ୍ରେଷ୍ଠ ଫୁଟ୍‌ବଲ ଟିମ୍‌ ସାଣ୍ଟୋସ୍‌ ଲାଗୁନାର ୮ଜଣ ଖେଳାଳି କରୋନା ପଜିଟିଭ୍‌। ଫଳରେ ୨ ମାସ ସସ୍‌ପେଣ୍ଡ...

ତୃତୀୟ ସ୍ଥାନରେ ରାଜସ୍ଥାନ

କୋଲକାତା,୧୨ା୫: ଇଡେନ ଗାର୍ଡେନ୍ସରେ ଆଇପିଏଲ୍‌ର ୫୬ ତମ ମ୍ୟାଚରେ ୟୁଜବେନ୍ଦ୍ର ଚହଲଙ୍କ ଘାତକ ବୋଲିଂ ଓ ଯଶସ୍ବୀ ଜୟସ୍ବାଲଙ୍କ ଧୂଆଁଧାର ଅର୍ଦ୍ଧଶତକ ବଳରେ ରାଜସ୍ଥାନ ରୟାଲ୍ସ...

ଜେଲ୍‌ ଗଲେ ସେଲ୍ଫି ଫ୍ୟାନ

ମୋହାଲି, ୨୨।୯- ମ୍ୟାଚ୍‌ ମଝିରେ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲିଙ୍କ ସେଲଫି ଉଠାଇବାକୁ ଚେଷ୍ଟା କରିଥିବା ୩ଜଣ କ୍ରିକେଟ୍‌ ପ୍ରଶଂସକଙ୍କୁ ଶେଷରେ ଜେଲ୍‌...

କ୍ରମାଗତ ବିପର୍ଯ୍ୟୟ

ଦୋହା, ୨୪।୧୧: କାତାର ଫିଫା ବିଶ୍ୱକପରେ କ୍ରମାଗତ ବିପର୍ଯ୍ୟୟ ଘଟିବାର ଲାଗିଛି। ଆର୍ଜେଣ୍ଟିନାକୁ ସାଉଦି ଆରବ ହରାଇବାର ଦିନକପରେ ୪ଥର ଚାମ୍ପିୟନ ଜର୍ମାନୀକୁ ପରାସ୍ତ କରି...

ଟିମ୍‌ ପେନ୍‌ଙ୍କ ପର୍ସ ଚୋରି

ମେଲବୋର୍ନ,୩୧।୩(ପି.ଟି.)-ଅଷ୍ଟ୍ରେଲୀୟ ଟେଷ୍ଟ ଅଧିନାୟକ ଟିମ୍‌ ପେନ୍‌ଙ୍କ ମନିପର୍ସ ଚୋରି ହୋଇଛି। ଖବର ଅନୁସାରେ ହୋବାର୍ଟସ୍ଥିତ ନିଜ ବାସଭବନ ଆଗରେ ସେ ତାଙ୍କ କାର୍‌ଟିକୁ ପାର୍କ କରିଥିଲେ।...

ବର୍ଷା ଯୋଗୁ ପ୍ରଥମ ଦିନର ଖେଳ ଶେଷ

ଓ୍ବେଲିଂଟନ,୨୧।୨- ସ୍ଥାନୀୟ ବାସିନ ରିଜର୍ଭ ଗ୍ରାଉଣ୍ଡରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ଶୁକ୍ରବାରଠାରୁ ଆରମ୍ଭ ହୋଇଯାଇଛି। ବର୍ଷା ଓ ଖରାପ ପାଗ କାରଣରୁ...

ଦ୍ୱିତୀୟ ଟେଷ୍ଟ ବିଜୟ ପାଇଁ ୨୧୦ ରନ୍‌

ଓ୍ବେଲିଂଟନ୍‌,୨୭ା୨: ଓ୍ବେଲିଂଟନରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟରେ ବିଜୟୀ ହେବାକୁ ଇଂଲଣ୍ଡକୁ ୨୧୦ ରନ୍‌ ଆବଶ୍ୟକ। ପ୍ରଥମ ଇନିଂସରେ ଫଲୋଅନ୍‌ ପରେ ନ୍ୟୁଜିଲାଣ୍ଡ ୪୮୩ ରନ୍‌ର ବିଶାଳ...

Advertisement
Archives

Model This Week