Posted inଖେଳ

ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ ଝଟ୍‌କା

ୟୁଏଇ,୧୨।୧୦: ଆଇପିଏଲ୍‌ ୨୦୨୦ରେ ଭଲ ପ୍ରଦର୍ଶନ କରୁଥିବା ଦିଲ୍ଲୀ କ୍ୟାପିଟାଲ୍ସକୁ ଏକ ବଡ ଝଟ୍‌କା ଲାଗିଛି। ଦଳର ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କୁ ଏକ ସପ୍ତାହ ଧରି ଆଇପିଏଲରୁ ବାଦ ଦିଆଯାଇଛି। ଗତ ଶୁକ୍ରବାର ଦିନ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ସେ ଆହତ ହୋଇଥିଲେ। ଫଳରେ ରବିବାର ଦିନ ସେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଖେଳିପାରି ନ ଥିଲେ। ଦିଲ୍ଲୀ ଅଧିନାୟକ ଶ୍ରେୟାସ ଆୟରଙ୍କ ଅନୁଯାୟୀ, ପନ୍ତଙ୍କ ହାମଷ୍ଟ୍ରିଂ ଆଘାତ ହୋଇଛି। ଏଭଳି ପରିସ୍ଥିତିରେ ଡାକ୍ତରମାନେ ତାଙ୍କୁ ଏକ ସପ୍ତାହ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ଶୁକ୍ରବାର ଦିନ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ବରୁଣ ଆରୋନଙ୍କ କ୍ୟାଚ୍‌ ଧରିବା ପରେ ପନ୍ତ ପଡ଼ିଆରେ ଯନ୍ତ୍ରଣା ଅନୁଭବ କରୁଥିବା ନଜର ଆସିଥିଲେ। ଏଭଳି ପରିସ୍ଥିତିରେ ସେ ରବିବାର ମୁମ୍ବାଇ ବିପକ୍ଷ ମ୍ୟାଚରୁ ଦୂରେଇ ରହିଥିଲେ। ରବିବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ ପରେ ଆୟର କହିଛନ୍ତି, ମୁଁ ଡାକ୍ତରଙ୍କ ସହ କଥା ହୋଇଛି ଏବଂ ସେ କହିଛନ୍ତି ଯେ ରିଷଭ ପନ୍ତଙ୍କୁ ଏକ ସପ୍ତାହ ବିଶ୍ରାମ ନେବାକୁ ପଡିବ। ମୁଁ ଆଶା କରୁଛି ଯେ ବିରତି ପରେ ସେ ଦୃଢ ଭାବରେ ଫେରିବେ। ଚଳିତବର୍ଷ ଦିଲ୍ଲୀ ପାଇଁ ଦ୍ୱିତୀୟ ସର୍ବାଧିକ ରନ୍‌ ସଂଗ୍ରହ କରିଛନ୍ତି ପନ୍ତ। ସେ ଏପର୍ଯ୍ୟନ୍ତ ହାରାହାରି ୩୫.୨୦ରେ ୬ ଇନିଂସ ଖେଳି ୧୭୬ ରନ ସଂଗ୍ରହ କରିଛନ୍ତି। ଅବଶ୍ୟ, ଚଳିତସିଜିନରେ ସେ ଥରେ ବି ଅର୍ଦ୍ଧଶତକ ହାସଲ କରିପାରି ନାହାଁନ୍ତି। ସେହିପରି ଦିଲ୍ଲୀ କ୍ୟାପିଟାଲ୍ସ ଚଳିତ ଆଇପିଏଲ୍‌ ସିଜିନ୍‌ରେ ୭ଟି ମ୍ୟାଚ୍‌ ଖେଳି ୫ଟିରେ ବିଜୟ ହାସଲ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସ୍ବର୍ଣ୍ଣ ସହ ମ୍ୟାଟ୍‌କୁ ଫେରିଲେ ଭିନେଶ

କିଭ୍‌(ୟୁକ୍ରେନ୍‌),୨୮ା୨: ଭାରତର ଷ୍ଟାର ରେସ୍‌ଲର ଭିନେଶ ଫୋଗତ୍‌ ଏଠାରେ ଚାଲିଥିବା ଆଉଟଷ୍ଟାଣ୍ଡିଂ ୟୁକ୍ରେନିଆନ ରେସଲର୍ସ ଆଣ୍ଡ୍‌ କୋଚେସ ମେମୋରିଆଲ ଟୁର୍ନାମେଣ୍ଟରେ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି।...

ଧୋନୀ, ରାୟୁଡୁଙ୍କୁ ପଛରେ ପକାଇଲେ ରାହୁଲ

ରାଜକୋଟ,୧୭।୧- ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଦଳର ଉଇକେଟକିପର ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ ବିସ୍ଫୋରକ ୮୦ ରନ୍‌ର ଇନିଂସ ଖେଳିଥିଲେ। ଏହି ଅବସରରେ ସେ...

ଏହି ରେଷ୍ଟୁରାଣ୍ଟ ପରସୁଛି ୫ଫୁଟ ଲମ୍ବର ମୋଟେରା ଥାଳି, ପରସାଯାଉଛି ଧୋନୀ, କୋହଲିଙ୍କ ନାମରେ ଖାଦ୍ୟ

ଅହମ୍ମଦାବାଦର କୋର୍ଟୟାଡ ବାଏ ମାରିଅଟ ଭାରତର ୨ଟି ସବୁଠୁ ପ୍ରିୟ କ୍ରିକେଟ ଏବଂ ଖାଦ୍ୟକୁ ୫ ଫୁଟ ଲମ୍ବର ଏକ ପ୍ଲେଟରେ ଏକାଠି କରିବାକୁ ଚେଷ୍ଟା...

ବିରୁଷ୍କାଙ୍କୁ ନିଆରା ବଧେଇ ଜଣାଇଲା ଅମୁଲ ଇଣ୍ଡିଆ, କାର୍ଟୁନ୍‌ କରି ଲେଖିଲା..

ନୂଆଦିଲ୍ଲୀ, ୧୩।୧: ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲୀ ପିତା ହୋଇଛନ୍ତି। ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଛି। ଏହାକୁ ନେଇ ଉଭୟ...

ସୁପର ଲିଗ୍‌ରୁ ଓହରିଲେ ୬ ଇଂଲିଶ କ୍ଲବ୍‌

ଲଣ୍ଡନ,୨୨।୪(ପି.ଟି.): ହାଇପ୍ରୋଫାଇଲ ସୁପର ଲିଗ୍‌ରୁ ୬ଟି ଇଂଲିଶ କ୍ଲବ୍‌ ଓହରିଯାଇଛନ୍ତି। ଫଳରେ ଆରମ୍ଭ ହେବା ପୂର୍ବରୁ ଏହି ଲିଗ୍‌ ଏକପ୍ରକାର ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଇଂଲିଶ...

କାର୍ତ୍ତିକଙ୍କ କ୍ଷମାପ୍ରାର୍ଥନା ଗ୍ରହଣ କଲା ବିସିସିଆଇ

ନୂଆଦିଲ୍ଲୀ,୧୬।୯(ପିଟି): ଉଇକେଟକିପର ବ୍ୟାଟ୍ସମ୍ୟାନ ଦୀନେଶ କାର୍ତ୍ତିକ ବିନା ସର୍ତ୍ତମୂଳକ କ୍ଷମାପ୍ରାର୍ଥନାକୁ ସୋମବାର ବିସିସିଆଇ ସ୍ବୀକାର କରିଛି। ସେ କାରିବିଅନ ପ୍ରିମିୟର ଲିଗ୍‌ (ସିପିଏଲ) ଦଳର ଡ୍ରେସିଂ...

ସ୍ଥଗିତ ହେବ ଟୋକିଓ ଅଲିମ୍ପିକ୍ସ: ଆଇଓସି ସଦସ୍ୟ

ଟୋକିଓ, ୨୪।୩: କୋଭିଡ-୧୯ ବା କରୋନା ଭାଇରସ ଆତଙ୍କ କାରଣରୁ ବିଶ୍ୱର ସର୍ବଶ୍ରେଷ୍ଠ କ୍ରୀଡ଼ା ମହାକୂମ୍ଭ ଅଲିମ୍ପିକ୍ସ ସ୍ଥଗିତ ହେବା ଏକା ପ୍ରକାର ନିଶ୍ଚିତ ହୋଇଛି।...

ଫେବୃୟାରୀରେ ଅଲିମ୍ପିକ କ୍ୱାଲିଫାଇଙ୍ଗ ରେସ୍‌ ଓ୍ବାକ୍‌ ଇଭେଣ୍ଟ

ନୂଆଦିଲ୍ଲୀ, ୭।୧(ପି.ଟି.): ଆସନ୍ତା ମାସରୁ ଭାରତର ଆଥଲେଟିକ ସେସନ ଆରମ୍ଭ ହେବା ନିଶ୍ଚତ ହୋଇଛି। ଫେବୃୟାରୀରେ ଜାତୀୟ ଓପନ ରେସ୍‌ ଓ୍ବାକିଂ ଚାମ୍ପିୟନଶିପ୍‌ ଆରମ୍ଭ ହେବ।...

Advertisement
Ten Cric Info


Archives

Model This Week