Posted inଖେଳ

ଆଇପିଏଲ-୧୪: ହାଇଦ୍ରାବାଦ ବିପକ୍ଷରେ ଦିଲ୍ଲୀ ଫେଭରାଇଟ୍‌

ଚେନ୍ନାଇ,୨୫।୪(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ରବିବାର ଖେଳାଯିବାକୁ ଥିବା ଦ୍ୱିତୀୟ ମ୍ୟାଚ୍‌ରେ ରିଷଭ ପନ୍ତଙ୍କ ନେତୃତ୍ୱାଧୀନ ଦିଲ୍ଲୀ କ୍ୟାପିଟାଲ୍ସ ଓ ଡେଭିଡ୍‌ ଓ୍ବାର୍ନରଙ୍କ ସନରାଇଜର୍ସ ହାଇଦ୍ରାବାଦ ପରସ୍ପରକୁ ଭେଟିବେ। ଏହି ମ୍ୟାଚ୍‌ରେ ପନ୍ତଙ୍କ ବ୍ୟାଟିଂ ପାଓ୍ବାର ଓ ରସିଦ ଖାଁଙ୍କ ସ୍ପିନ୍‌ ବୋଲିଂ ଚତୁରତା ମଧ୍ୟ ଲଢ଼େଇ ହେବ। ସ୍ଥାନୀୟ ଚେପକ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ଦିଲ୍ଲୀ ଅବଶ୍ୟ ଫେଭରାଇଟ୍‌ ବିବେଚିତ ହେଉଛି।
ଚେନ୍ନାଇର ଚେପକ ଟ୍ରାକ୍‌କୁ ନେଇ ବେଶ୍‌ ସମାଲୋଚନା କରାଯାଇଛି। ତେବେ ଏଥର ଏଠାରେ ଚଳିତ ସଂସ୍କରଣର ୧୦ମ ତଥା ଅନ୍ତିମ ମ୍ୟାଚ୍‌ ଖେଳାଯିବ। ଏ ପର୍ଯ୍ୟନ୍ତ ୯ଟି ମ୍ୟାଚ୍‌ ଚେପକରେ ଖେଳାଯାଇଥିବା ବେଳେ ୧୭୦ ସର୍ବାଧିକ ଦଳୀୟ ସ୍କୋର ରହିଛି। ମନ୍ଥର ଓ ମନୋରଞ୍ଜକ ଏହି ପିଚ୍‌ ବ୍ୟାଟ୍ସମ୍ୟାନଙ୍କ ପାଇଁ ପରୀକ୍ଷା ସୃଷ୍ଟି କରିଛି। ତେଣୁ ପନ୍ତ ଏହି ମ୍ୟାଚ୍‌ରେ ନିଜର ଦକ୍ଷତା ପ୍ରତିପାଦନ କରିବାକୁ ଚେଷ୍ଟା କରିବେ। ଦିଲ୍ଲୀ ଅଭିଜ୍ଞ ଓପନର ଶିଖର ଧାଓ୍ବନ ଭଲ ଫର୍ମରେ ରହିଛନ୍ତି। ପୃଥ୍ବୀ ଶ ପ୍ରଥମ ମ୍ୟାଚ୍‌ରେ ଭଲ ଖେଳିବା ପରେ ବିଫଳ ହୋଇଛନ୍ତି। ତେଣୁ ସେ ଫର୍ମକୁ ଫେରିବାକୁ ପ୍ରୟାସ କରିବେ। ଦିଲ୍ଲୀ ଏ ପର୍ଯ୍ୟନ୍ତ ୪ଟି ମ୍ୟାଚ୍‌ ଖେଳି ୩ ବିଜୟ ଓ ଏକ ପରାଜୟ ସହ ୬ ପଏଣ୍ଟ ପାଇ ତାଲିକାର ତୃତୀୟ ସ୍ଥାନରେ ରହିଛି।
ହାଇଦ୍ରାବାଦ ତା’ର ସବୁ ୪ଟି ମ୍ୟାଚ୍‌ ଚେନ୍ନାଇରେ ଖେଳିଛି। ଦଳ ଗୋଟିଏରେ ବିଜୟୀ ହୋଇଥିବା ବେଳେ ୪ଟିରେ ପରାଜୟ ବରଣ କରିଛି ଓ ୨ ପଏଣ୍ଟ ହାସଲ କରି ଷଷ୍ଠ ସ୍ଥାନରେ ରହିଛି। ହ୍ୟାଟ୍ରିକ ପରାଜୟ ପରେ ପଞ୍ଜାବ କିଙ୍ଗ୍ସକୁ ହରାଇ ହାଇଦ୍ରାବାଦ୍‌ ପ୍ରତ୍ୟାବର୍ତ୍ତନ କରିଥିଲା। କେନ୍‌ ଓ୍ବଲିୟମସନ ଦଳକୁ ଫେରିବା ପରେ ହାଇଦ୍ରାବାଦ ଦଳରେ ସନ୍ତୁଳନ ବଢିଛି। ଦଳରେ ଅବଶ୍ୟ କ୍ୱାଲିଟି ଅନ୍ତର୍ଜାତୀୟ ଭାରତୀୟ ଖେଳାଳି ନାହାନ୍ତି। ଡେଥ୍‌ ବୋଲିଂ ସ୍ପେଶାଲିଷ୍ଟ ଟି. ନଟରାଜନ ଇଞ୍ଜୁରି କାରଣରୁ ଦଳରୁ ବାଦ୍‌ ପଡିଛନ୍ତି। ମନୀଷ ପାଣ୍ଡେଙ୍କ ଷ୍ଟ୍ରାଇକ୍‌ ରେଟ୍‌ ୧୧୨ ରହିଛି। ତେଣୁ ବିଦେଶୀ ଖେଳାଳି ଓ୍ବାର୍ନର, ଜନି ବେୟାରଷ୍ଟୋ, ଓ୍ବିଲିୟମସନ ଓ ରସିଦଙ୍କ ଉପରେ ଦାୟିତ୍ୱ ବଢିଯାଇଛି। ରସିଦ ଏ ପର୍ଯ୍ୟନ୍ତ ଉଚ୍ଚକୋଟୀର ପ୍ରଦର୍ଶନ କରିଛନ୍ତି। ପନ୍ତ ଓ ତାଙ୍କ ମଧ୍ୟରେ ମୁକାବିଲା ଚିତ୍ତାକର୍ଷକ ହେବ ବୋଲି ଆଶା କରାଯାଉଛି। ସନ୍ଦୀପ ଶର୍ମା, ସିଦ୍ଧାର୍ଥ କାଉଲ, ଅଲରାଉଣ୍ଡର ବିଜୟ ଶଙ୍କରଙ୍କ ଉପରେ ହାଇଦ୍ରାବାଦର ବୋଲିଂ ନିର୍ଭର କରୁଛି। ଏମାନଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ହୋଇପାରିନାହିଁ। ତେଣୁ ରସିଦ ଓ ଭୁବନେଶ୍ୱର କୁମାରଙ୍କ ଉପରେ ବୋଲିଂ ବିଭାଗ ନିର୍ଭର କରୁଛି।
ମୁମ୍ବାଇ ଇଣ୍ଡିଆନ୍ସକୁ ଲୋ ସ୍କୋରିଂ ମ୍ୟାଚ୍‌ରେ ପରାସ୍ତ କରିବା ପରେ ଦିଲ୍ଲୀର ମନୋବଳ ଆହୁରି ବୃଦ୍ଧି ପାଇଛି। ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ୍‌ଙ୍କ ଫର୍ମ ନେଇ ଦିଲ୍ଲୀ ଟିମ୍‌ ମ୍ୟାନେଜମେଣ୍ଟ ଚିନ୍ତିତ ଥିବ। ଗତ ୪ଟି ମ୍ୟାଚ୍‌ରେ ସେ ଓଭର ପିଛା ୮ ରନ ବ୍ୟୟ କରିଛନ୍ତି ଓ ମାତ୍ର ଗୋଟିଏ ଉଇକେଟ ହାସଲ କରିଛନ୍ତି। ମୁମ୍ବାଇର ଫ୍ଲାଟ ଉଇକେଟରେ ଖେଳିବା ପରେ ଚେପକରେ ସେ ସଫଳ ହେବେ ବୋଲି ଆଶା କରାଯାଉଛି। କାଗିସୋ ରାବାଡ଼ାଙ୍କ ବଳଦରେ ଅଲରାଉଣ୍ଡର କ୍ରିସ୍‌ ଓ୍ବକ୍ସଙ୍କୁ ପନ୍ତ ଖେଳାଇବା ଆଶା କରାଯାଉଛି। ଲଳିତ ଯାଦବ ଓ ଆଭେସ ଖାଁ ଆହତ ନ ହେଲେ ଅଭିଜ୍ଞ ଅଜିଙ୍କ୍ୟ ରାହାନେ ଓ ଈଶାନ୍ତ ଶର୍ମା ବେଞ୍ଚ୍‌ ବସିବା ନିଶ୍ଚିତ ମନେହେଉଛି। ଟ୍ରେଭର ବେଲିସ ଓ ଭିଭିଏସ୍‌ ଲକ୍ଷ୍ମଣ ହାଇଦ୍ରାବାଦର ବ୍ୟାଟିଂ ଲାଇନ କିପରି ଯୋଜନା କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।
ଦିଲ୍ଲୀ ଦଳ: ରିଷଭ ପନ୍ତ (ଅଧିନାୟକ), ଶିଖର ଧାଓ୍ବନ, ପୃଥ୍ବୀ ଶ, ଅଜିଙ୍କ୍ୟ ରାହାନେ, ଶିମରନ ହେଟମେୟର, ମାର୍କସ ଷ୍ଟୋଇନିସ୍‌, କ୍ରିସ୍‌ ଓ୍ବକ୍ସ, ଆର. ଅଶ୍ୱିନ, ଅକ୍ଷର ପଟେଲ, ଅମିତ ମିଶ୍ରା, ଲଲିତ ଯାଦବ, ପ୍ରବୀଣ ଦୁବେ, କାଗିସୋ ରାବାଡ଼ା, ଅନରିଚ ନୋର୍ଜ, ଈଶାନ୍ତ ଶର୍ମା, ଆଭେସ ଖାଁ, ଷ୍ଟିଭ ସ୍ମିଥ୍‌, ଉମେଶ ଯାଦବ, ରିପଲ ପଟେଲ, ବିଷ୍ଣୁ ବିନୋଦ, ଲୁକମ୍ୟାନ ମେରିଓ୍ବାଲା, ଏମ. ସିଦ୍ଧାର୍ଥ, ଟମ୍‌ କୁରନ ଓ ସାମ ବିଲିଙ୍ଗ୍ସ।
ହାଇଦ୍ରାବାଦ ଦଳ:
ଡେଭିଡ ଓ୍ବାର୍ନର (ଅଧିନାୟକ), କେନ୍‌ ଓ୍ବିଲିୟମସନ, ବିରାଟ ସିଂ, ମନୀଷ ପାଣ୍ଡେ, ପ୍ରିୟମ ଗର୍ଗ, ରିଦ୍ଧିମାନ ଶାହ, ଜନି ବେୟାରଷ୍ଟୋ, ଜାସନ ରୟ, ଶ୍ରୀବତ୍ସ ଗୋସ୍ବାମୀ, ବିଜୟ ଶଙ୍କର, ମହମ୍ମଦ ନବି, କେଦାର ଯାଦବ, ଜେ. ସୁଚିତ, ଜାସନ ହୋଲ୍ଡର, ଅଭିଷେକ ଶର୍ମା, ରସିଦ ଖାଁ, ଟି. ନଟରାଜନ, ସନ୍ଦୀପ ଶର୍ମା, ଖଲିଲ ଅହମ୍ମଦ, ସିଦ୍ଧାର୍ଥ କାଉଲ, ବାସିଲ ଥମ୍ପି, ଅବଦୁଲ ସମଦ, ଶାହାବାଜ ନଦିମ ଓ ମୁଜିବ- ଉର ରହମାନ।


Enter your email to get our daily news in your inbox.

All Right Reserved By Dharitri.Com

ଖତଗଦାରୁ ନବଜାତ ଶିଶୁପୁତ୍ର ଉଦ୍ଧାର, କୋଳକୁ ନେଲେ ନିଃସନ୍ତାନ ଦମ୍ପତ୍ତି: ଆଉ ତା’ପରେ ଘଟିଲା…

ଭେଡେନ,୪।୧୧(ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ବ୍ଲକ ସଂକ୍ରିଡ଼ା ପଞ୍ଚାୟତ ଅନ୍ତର୍ଗତ ଝରାପାଲି ଗ୍ରାମର ଶେଷ ମୁଣ୍ଡରେ ଥିବା ଏକ ଖତଗଦାରୁ ମଙ୍ଗଳବାର ଭୋରରେ ନବଜାତ ଶିଶୁପୁତ୍ର…

ଆମେରିକା ନିର୍ବାଚନରେ ଟ୍ରମ୍ପଙ୍କୁ ଝଟ୍‌କା; ଡେମୋକ୍ରାଟ୍ସ ହାତେଇଲେ ବହୁମତ, ବିଶ୍ୱରେ ଚହଳ

ଓ଼୍ବାଶିଂଟନ,୪।୧୧: ଆମେରିକାରେ 2026 ମିଡଟର୍ମ ନିର୍ୱାଚନରେ ଭୋଟ ଗ୍ରହଣ ଶେଷ ହୋଇଛି ଏବଂ ଭାରତୀୟ ସମୟ ଅନୁଯାୟୀ ଆଜି ନଭେମ୍ୱର 4 ସକାଳ ସାଢ଼େ 4ଟାରୁ ଭୋଟ…

ଅବିଶ୍ୱସନୀୟ କ୍ୟାଚ୍‌ ଧରିଲେ ଗୁରନୁର: ବାମ ହାତରେ କଲେ କମାଲ୍‌, ସ୍ତବ୍ଧ ହୋଇଗଲେ କ୍ରିକେଟ୍‌ପ୍ରେମୀ, ଦେଖନ୍ତୁ VIDEO

ଅକଲାଣ୍ଡ,୪।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଚର୍ଚ୍ଚାରେ ରହିଛନ୍ତି ଭାରତୀୟ ବୋଲର ଗୁରନୁର ବରାଡ। ନିଜ ବୋଲିଂରେ ଏକ ଅବିଶ୍ୱସନୀୟ କ୍ୟାଚ ଧରି…

ଭୋରୁ ଭୋରୁ ସ୍କୁଟିରେ ଚାଲିଥିଲା ଗଞ୍ଜେଇ ଚାଲାଣ: ମାଡ଼ିବସିଲା ପୋଲିସ

ହାଟଡିହୀ/ଛେନାପଦି,୪।୧୧(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଅଧିକାରୀ ଧର୍ମେନ୍ଦ୍ର କୁମାର ଶାନ୍ତିଙ୍କ ନେତୃତ୍ୱରେ ପୋଲିସର ଏକ ଟିମ୍‌ ୩ ଗଞ୍ଜେଇ ବେପାରୀଙ୍କୁ ଧରିବାରେ ସଫଳ…

ମହମ୍ମଦ ସିରାଜଙ୍କ ସହ ହେଲା ’ଅନ୍ୟାୟ’! ଟିମ ଇଣ୍ଡିଆରୁ ବାଦ୍‌ ପଡ଼ିବା ପଛର ପ୍ରକୃତ କାରଣ ଆସିଲା ସାମ୍ନାକୁ, ଶୁଣିଲେ…

ନୂଆଦିଲ୍ଲୀ, ୪।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ଅକଲାଣ୍ଡରେ ଖେଳାଯାଉଛି। ନ୍ୟୁଜିଲାଣ୍ଡରେ ଦ୍ରୁତ ବୋଲରମାନଙ୍କୁ ସାହାଯ୍ୟ ମିଳିଥାଏ। ଏହି କାରଣରୁ ଟିମ ଇଣ୍ଡିଆ…

ରହସ୍ୟ ଉପରୁ ପରଦା ଉଠାଇଲେ ଶୁବମନ ଗିଲ: ୨୦୨୭ ବିଶ୍ୱକପ୍‌କୁ ପୂର୍ବରୁ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୪।୧୧: କ୍ରିକେଟ ପ୍ରେମୀଙ୍କ ଅପେକ୍ଷାର ଅନ୍ତ ଘଟିଛି। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହୋଇଛି। ପ୍ରଥମ ମୁକାବିଲା ଇଡେନ…

ଗାଁ ପାଖରେ ବାଘର ପାଦଚିହ୍ନ, ଆତଙ୍କରେ ଗ୍ରାମବାସୀ: ବନ ବିଭାଗର ତଦନ୍ତ ଜାରି

ବରଗଡ଼,୪।୧୧(ପ୍ରେମାନନ୍ଦ ଖମାରୀ): ବାରପାହାଡ ପାଦଦେଶ ନିକଟ ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ କଣ୍ଡପଲା ପଞ୍ଚାୟତ ରମ୍ପେଲା ଗ୍ରାମ ପାଖରେ ଏକ ବାଘ ବୁଲୁଥିବା ନେଇ ଚର୍ଚ୍ଚା ଚାଲିଛି।…

ଧୋନୀ ନା ଗାଙ୍ଗୁଲୀ: ସଚିନ ତେନ୍ଦୁଲକରଙ୍କ ବେଷ୍ଟ ଅଧିନାୟକ କିଏ? ନିଜେ କଲେ ବଡ଼ ଖୁଲାସା!

ନୂଆଦିଲ୍ଲୀ, ୪।୧୧: ସୌରଭ ଗାଙ୍ଗୁଲୀ କି ଏମ.ଏସ. ଧୋନୀ? ସଚିନ ତେନ୍ଦୁଲକରଙ୍କୁ ଯେତେବେଳେ ପଚରାଗଲା ଯେ କେଉଁ ଖେଳାଳିଙ୍କ ଅଧିନାୟକତ୍ୱରେ ଖେଳି ତାଙ୍କୁ ସବୁଠାରୁ ଭଲ ଲାଗିଲା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?