ବୈଷୟିକ ସହାୟତା ପାଇଁ କଟକ ଗଲେ ଆଇଓ

ଜଗତ୍‌ସିଂହପୁର ଅଫିସ,୨୬।୬:  ଜଗତ୍‌ସିଂହପୁର ହସ୍ତଶିଳ୍ପ ସହକାରୀ ନିର୍ଦ୍ଦେଶକଙ୍କ ଆକାଉଣ୍ଟରୁ ୪୬,୧୨,୯୦୦ ଟଙ୍କା ଗାଏବ ମାମଲା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଜାଲ୍‌ ଚେକ୍‌ ବଳରେ ବ୍ୟାଙ୍କ୍‌ ଅଫ୍‌ ବରୋଦା ଜଗତ୍‌ସିଂହପୁର ଶାଖାରୁ ଗତ ୧୭ ତାରିଖରେ କୋଲ୍‌କାତାସ୍ଥିତ ଇଣ୍ଡିଆନ ଓଭରସିଜ୍‌ ବ୍ୟାଙ୍କକୁ ଆର୍‌ଟିଜିଏସ୍‌ରେ ଏହି ଟଙ୍କା ଟ୍ରାନ୍ସଫର ହୋଇଥିଲା। ଏହାର ଗୋଟିଏ ଦିନ ଭିତରେ ସବୁ ଟଙ୍କା ଉଠିଯାଇଥିଲା। କିନ୍ତୁ ଗତ ୨୨ ତାରିଖରେ ଶାଖା ପକ୍ଷରୁ ଜଗତ୍‌ସିଂହପୁର ଥାନାରେ ଅଭିଯୋଗ ହେଲାପରେ ପୋଲିସ ନଂ. ୪୦୫/୨୨ରେ ମାମଲା ରୁଜୁ ସହ ତଦନ୍ତ ଚଳାଇଛି। ପ୍ରାଥମିକ ପର୍ଯ୍ୟାୟରେ ପୋଲିସ ବ୍ୟାଙ୍କ୍‌ ଅଫ୍‌ ବରୋଦା ଜଗତ୍‌ସିଂହପୁର ଶାଖାର ସିସିଟିଭି ଫୁଟେଜ୍‌ ଯାଞ୍ଚ କରି କିଛି ତଥ୍ୟ ପାଇଥିଲା, ଯେଉଁଥିରେ ଚେକ୍‌ ଲଗାଇବାକୁ ବ୍ୟାଙ୍କ ଯାଇଥିବା ଯୁବକମାନଙ୍କ ଛବି ଦେଖିଥିଲା। ୩ ଜଣ ଯୁବକ ଯେଉଁମାନଙ୍କ ବୟସ ୩୦ରୁ ୩୫ ବର୍ଷ ଭିତରେ ହେବ ସେମାନେ ଏସ୍‌ପିଙ୍କ କାର୍ଯ୍ୟାଳୟ ପଟୁ ଜଗତ୍‌ସିଂହପୁର-ବାଲିକୁଦା ମୁଖ୍ୟରାସ୍ତାରେ ଚାଲି ଚାଲି ଯାଇଥିଲେ। ଜଣ ଜଣ କରି ୨ ଜଣ ବ୍ୟାଙ୍କ ଭିତରକୁ ପ୍ରବେଶ କରିଥିଲେ। ଅନ୍ୟ ଜଣକ କିନ୍ତୁ ବାହାରେ ଅପେକ୍ଷା କରି ରହିଥିଲେ। ସେତେବେଳେ ସମୟ ପାଖାପାଖି ପୂର୍ବାହ୍ନ ୧୦ଟା ୧୫ରୁ ୧୦ଟା ୪୫ ମିନିଟ୍‌ ଭିତରେ ହେବ। ବ୍ୟାଙ୍କ କର୍ମଚାରୀଙ୍କୁ ପଚାରିବାରୁ ଉଭୟ ଓଡ଼ିଆ କି ଅଣଓଡ଼ିଆ ଜଣା ନ ଥିଲେ ସୁଦ୍ଧା ସେମାନେ ଓଡ଼ିଆରେ କଥା ହେଉଥିବା ସୂଚନା ଦେଇଥିଲେ। କିନ୍ତୁ ଚେକ୍‌ ଲଗାଇବାକୁ ଯାଇଥିବା ଯୁବକଦ୍ୱୟ ଅସ୍ପଷ୍ଟ କି ସ୍ପଷ୍ଟ ଓଡ଼ିଆ କହୁଥିଲେ ସେ କଥା ମନେ ପକାଇ ପାରି ନ ଥିଲେ। ତେବେ ସାଙ୍ଗରେ ପୂରଣ ହୋଇଥିବା ଆର୍‌ଟିଜିଏସ୍‌ ଫର୍ମ ନେଇଯାଇଥିବା କଥା ବ୍ୟାଙ୍କ କର୍ମଚାରୀ କହିଥିଲେ। ଏହା ବାଦ୍‌ ବ୍ୟାଙ୍କରୁ ଆଉ କିଛି ତଥ୍ୟ ଜଣାପଡ଼ି ନ ଥିଲା। ତେଣୁ ପୋଲିସ ଯୁବକମାନଙ୍କ ବିଷୟରେ ସବିଶେଷ ତଥ୍ୟ ସଂଗ୍ରହ ପାଇଁ ଚେଷ୍ଟା ଜାରି ରଖିଛି। ସେମାନେ ଓଡ଼ିଆ କି ଅଣଓଡ଼ିଆ ତାହା ଜାଣିବାକୁ ପ୍ରାଥମିକତା ଦେଉଛି। ଯଦି ଓଡ଼ିଆ ହୋଇଥିବେ ତେବେ ସେମାନଙ୍କ ନଁା, ଠିକଣା ଦରକାର। ଅଣଓଡ଼ିଆ ହୋଇଥିଲେ ଓଡ଼ିଶାରେ ରହୁଥିବା ସନ୍ଦେହ କରାଯାଉଛି। କାରଣ ସେମାନେ ଓଡ଼ିଆ ଭାଷାରେ କଥା ହେଉଥିବା ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଏସବୁ ଦୃଷ୍ଟିରୁ ସେମାନେ କେଉଁଠି ରହୁଛନ୍ତି ତାହା ପୋଲିସ ପାଇଁ ଜାଣିବା ଜରୁରୀ ହୋଇପଡ଼ିଛି। ଚେକ୍‌ ଲଗାଇବା ଦିନ ଯୁବକମାନେ କେଉଁଥିରେ କୁଆଡ଼େ ଯାଇଥିଲେ ତା’ର ସିସିଟିଭି ଫୁଟେଜ୍‌ ପୋଲିସ ଖୋଜୁଛି। ଯେହେତୁ ନିକଟରେ ଓଡ଼ିଶାର ଏକାଧିକ ସ୍ଥାନରେ ଅନୁରୂପ ଘଟଣା ଘଟିଗଲାଣି ତେଣୁ ଆମ ରାଜ୍ୟରେ ର଼୍ୟାକେଟ୍‌ ସକ୍ରିୟ ଥିବା ସହଜେ ଅନୁମେୟ। ଏପରି କି ଜଗତ୍‌ସିଂହପୁର ଜିଲାର ଲୋକ ଏଥିରେ ସାମିଲ ଥିବା ସନ୍ଦେହ କରାଯାଉଛି। କାରଣ ୩ ଯୁବକ ଚାଲି ଚାଲି ବ୍ୟାଙ୍କକୁ ନିଧଡ଼କରେ ଯିବା ଏବଂ ବ୍ୟାଙ୍କରେ ଏତେ ସମୟ ରହିବା ସହଜ କଥା ନୁହେଁ। ଏତେ ଟଙ୍କା ଟ୍ରାନ୍ସଫର କରୁଥିବାରୁ ସେମାନଙ୍କ ଆଚରଣ ସନ୍ଦେହଜନକ ହୋଇଥିଲେ ବ୍ୟାଙ୍କ କର୍ମଚାରୀ ହୁଏତ କିଛିଟା ଅଭାସ ପାଇପାରିଥାନ୍ତେ। କିନ୍ତୁ ସେଭଳି କିଛି ହୋଇ ନ ଥିଲା। ହେଲେ ସେମାନଙ୍କ ସହ ଅନ୍ୟ କେତେଜଣ ଯୋଜନାବଦ୍ଧ ଭାବେ କାର୍‌ରେ ଆସି କିଛି ଦୂରରେ ଅଟକି ରହିଥିବା କଥା ମଧ୍ୟ ତଦନ୍ତ ପରିସରକୁ ଆସୁଛି। ତେବେ ଏସବୁ ସନ୍ଦେହ ଭିତରେ ପୋଲିସକୁ ବୈଷୟିକ ଜ୍ଞାନର ଅଧିକ ଆବଶ୍ୟକତା ପଡିଛି। ଯେହେତୁ କଟକ ନୂଆବଜାରର ଏକ ବ୍ୟାଙ୍କ ଶାଖାରୁ ଅନୁରୂପ ଭାବେ ଟଙ୍କା ଠକେଇ ହୋଇଥିଲା ଏବଂ ତଦନ୍ତ ଦାୟିତ୍ୱ ସାଇବର ଥାନା ନେଇଛି। ତେଣୁ ବୈଷୟିକ ସହାୟତା ପାଇଁ ତଦନ୍ତକାରୀ ଅଧିକାରୀ ତଥା ଏସ୍‌ଆଇ ରାଜେନ୍ଦ୍ର କୁମାର ଭୋଳ କଟକରେ ପହଞ୍ଚତ୍ଛନ୍ତି। ସେ ତଦନ୍ତ କେଉଁ ଦିଗରେ ଚାଲିଛି ଓ କି ପ୍ରକାର ବୈଷୟିକ ଜ୍ଞାନକୌଶଳ ବିନିଯୋଗ ହେଉଛି ତା’ ଉପରେ ଅଧିକ ଜାଣିବାକୁ ଚେଷ୍ଟା କରୁଥିବା ଜଗତ୍‌ସିଂହପୁର ଥାନା ଆଇଆଇସି ପ୍ରଭାସ ଚନ୍ଦ୍ର ସାହୁ କହିଛନ୍ତି।
ବ୍ୟାଙ୍କ୍‌ ଅଫ୍‌ ବରୋଦା ଜଗତ୍‌ସିଂହପୁର ଶାଖାରେ ଜଗତ୍‌ସିଂହପୁର ହସ୍ତଶିଳ୍ପ ସହକାରୀ ନିର୍ଦ୍ଦେଶକଙ୍କ ନାମରେ ଏକ ଆକାଉଣ୍ଟ ରହିଛି। ସେ ୧୩ା୪ା୨୨ରେ ଏକ ଚେକ୍‌ ବହି (ନଂ.୧୧୬ରୁ ୧୩୦) ନେଇଥିଲେ। କିନ୍ତୁ ୧୭ା୬ା୨୨ରେ ଉପରୋକ୍ତ ଚେକ୍‌ ମଧ୍ୟରୁ ୧୧୯ ନମ୍ବରର ଅବିକଳ ନକଲ ବ୍ୟବହାର ହୋଇଥିଲା। ଆର୍‌ଟିଜିଏସ୍‌ ବଳରେ ରୁମା ଟେଲିକମ୍‌ ନାମରେ କୋଲ୍‌କାତାସ୍ଥିତ ଇଣ୍ଡିଆନ ଓଭରସିଜ୍‌ ବ୍ୟାଙ୍କର ଏକ ଆକାଉଣ୍ଟକୁ ୪୬,୧୨,୯୦୦ ଟଙ୍କା ଯିବା ପାଇଁ ଚେକ୍‌ ଲାଗିଥିଲା। ଯେହେତୁ ଏତେ ଟଙ୍କା, ତେଣୁ ବ୍ୟାଙ୍କ ପକ୍ଷରୁ ହସ୍ତଶିଳ୍ପ ସହକାରୀ ନିର୍ଦ୍ଦେଶକଙ୍କ ମୋବାଇଲକୁ କଲ୍‌ କରାଯାଇଥିଲେ ସୁଦ୍ଧା ସଂଯୋଗ ହୋଇ ନ ଥିଲା। ତା’ର ୧୦ ମିନିଟ୍‌ ପରେ ସେହି ନମ୍ବରରୁ ବ୍ୟାଙ୍କକୁ କଲ୍‌ ଆସିବା ସହ ଟଙ୍କା ଉଠାଇବାକୁ ଚାହୁଁଥିବା କୁହାଯାଇଥିଲା। ଚେକ୍‌ଟି ଅସଲି ଥିବା ବ୍ୟାଙ୍କ ପକ୍ଷରୁ ଜଣାପଡ଼ିବାରୁ ଟଙ୍କା ଟ୍ରାନ୍ସଫର କରିଦିଆଯାଇଥିଲା। ଏହାର ୧୫ ମିନିଟ୍‌ ପରେ ପ୍ରଥମେ ୯ ଓ ପରେ ୧୨ ଲକ୍ଷ ଟଙ୍କା କୋଲ୍‌କାତାସ୍ଥିତ ଆଇସିଆଇସିଆଇର ଏକ ଆକାଉଣ୍ଟକୁ ଚାଲିଯାଇଥିଲା। ୧୮ ତାରିଖରେ ୨୪ ଲକ୍ଷ ଓ ପର୍ଯ୍ୟାୟକ୍ରମେ ସମସ୍ତ ଟଙ୍କା ଉଠାଣ କରାଯାଇଥିଲା। କିନ୍ତୁ ଗତ ୨୧ ତାରିଖରେ ବ୍ୟାଙ୍କ ପକ୍ଷରୁ ଜଗତ୍‌ସିଂହପୁର ହସ୍ତଶିଳ୍ପ ସହକାରୀ ନିର୍ଦ୍ଦେଶକଙ୍କୁ ପଚରାଯିବାରୁ ସେ ଚେକ୍‌ ଲଗାଇନାହାନ୍ତି। ଏହା ତାଙ୍କ ପାଖରେ ସୁରକ୍ଷିତ ଥିବା କହିଥିଲେ। ତା’ ପରେ ବ୍ୟାଙ୍କ ପକ୍ଷରୁ ଗତ ୨୨ ତାରିଖରେ ଏବଂ ୨୪ରେ ହସ୍ତଶିଳ୍ପ ସହକାରୀ ନିର୍ଦ୍ଦେଶକଙ୍କ ପକ୍ଷରୁ ପୃଥକ୍‌ ଭାବେ ଜଗତ୍‌ସିଂହପୁର ଥାନାରେ ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri