ବୈଷୟିକ ସହାୟତା ପାଇଁ କଟକ ଗଲେ ଆଇଓ

ଜଗତ୍‌ସିଂହପୁର ଅଫିସ,୨୬।୬:  ଜଗତ୍‌ସିଂହପୁର ହସ୍ତଶିଳ୍ପ ସହକାରୀ ନିର୍ଦ୍ଦେଶକଙ୍କ ଆକାଉଣ୍ଟରୁ ୪୬,୧୨,୯୦୦ ଟଙ୍କା ଗାଏବ ମାମଲା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଜାଲ୍‌ ଚେକ୍‌ ବଳରେ ବ୍ୟାଙ୍କ୍‌ ଅଫ୍‌ ବରୋଦା ଜଗତ୍‌ସିଂହପୁର ଶାଖାରୁ ଗତ ୧୭ ତାରିଖରେ କୋଲ୍‌କାତାସ୍ଥିତ ଇଣ୍ଡିଆନ ଓଭରସିଜ୍‌ ବ୍ୟାଙ୍କକୁ ଆର୍‌ଟିଜିଏସ୍‌ରେ ଏହି ଟଙ୍କା ଟ୍ରାନ୍ସଫର ହୋଇଥିଲା। ଏହାର ଗୋଟିଏ ଦିନ ଭିତରେ ସବୁ ଟଙ୍କା ଉଠିଯାଇଥିଲା। କିନ୍ତୁ ଗତ ୨୨ ତାରିଖରେ ଶାଖା ପକ୍ଷରୁ ଜଗତ୍‌ସିଂହପୁର ଥାନାରେ ଅଭିଯୋଗ ହେଲାପରେ ପୋଲିସ ନଂ. ୪୦୫/୨୨ରେ ମାମଲା ରୁଜୁ ସହ ତଦନ୍ତ ଚଳାଇଛି। ପ୍ରାଥମିକ ପର୍ଯ୍ୟାୟରେ ପୋଲିସ ବ୍ୟାଙ୍କ୍‌ ଅଫ୍‌ ବରୋଦା ଜଗତ୍‌ସିଂହପୁର ଶାଖାର ସିସିଟିଭି ଫୁଟେଜ୍‌ ଯାଞ୍ଚ କରି କିଛି ତଥ୍ୟ ପାଇଥିଲା, ଯେଉଁଥିରେ ଚେକ୍‌ ଲଗାଇବାକୁ ବ୍ୟାଙ୍କ ଯାଇଥିବା ଯୁବକମାନଙ୍କ ଛବି ଦେଖିଥିଲା। ୩ ଜଣ ଯୁବକ ଯେଉଁମାନଙ୍କ ବୟସ ୩୦ରୁ ୩୫ ବର୍ଷ ଭିତରେ ହେବ ସେମାନେ ଏସ୍‌ପିଙ୍କ କାର୍ଯ୍ୟାଳୟ ପଟୁ ଜଗତ୍‌ସିଂହପୁର-ବାଲିକୁଦା ମୁଖ୍ୟରାସ୍ତାରେ ଚାଲି ଚାଲି ଯାଇଥିଲେ। ଜଣ ଜଣ କରି ୨ ଜଣ ବ୍ୟାଙ୍କ ଭିତରକୁ ପ୍ରବେଶ କରିଥିଲେ। ଅନ୍ୟ ଜଣକ କିନ୍ତୁ ବାହାରେ ଅପେକ୍ଷା କରି ରହିଥିଲେ। ସେତେବେଳେ ସମୟ ପାଖାପାଖି ପୂର୍ବାହ୍ନ ୧୦ଟା ୧୫ରୁ ୧୦ଟା ୪୫ ମିନିଟ୍‌ ଭିତରେ ହେବ। ବ୍ୟାଙ୍କ କର୍ମଚାରୀଙ୍କୁ ପଚାରିବାରୁ ଉଭୟ ଓଡ଼ିଆ କି ଅଣଓଡ଼ିଆ ଜଣା ନ ଥିଲେ ସୁଦ୍ଧା ସେମାନେ ଓଡ଼ିଆରେ କଥା ହେଉଥିବା ସୂଚନା ଦେଇଥିଲେ। କିନ୍ତୁ ଚେକ୍‌ ଲଗାଇବାକୁ ଯାଇଥିବା ଯୁବକଦ୍ୱୟ ଅସ୍ପଷ୍ଟ କି ସ୍ପଷ୍ଟ ଓଡ଼ିଆ କହୁଥିଲେ ସେ କଥା ମନେ ପକାଇ ପାରି ନ ଥିଲେ। ତେବେ ସାଙ୍ଗରେ ପୂରଣ ହୋଇଥିବା ଆର୍‌ଟିଜିଏସ୍‌ ଫର୍ମ ନେଇଯାଇଥିବା କଥା ବ୍ୟାଙ୍କ କର୍ମଚାରୀ କହିଥିଲେ। ଏହା ବାଦ୍‌ ବ୍ୟାଙ୍କରୁ ଆଉ କିଛି ତଥ୍ୟ ଜଣାପଡ଼ି ନ ଥିଲା। ତେଣୁ ପୋଲିସ ଯୁବକମାନଙ୍କ ବିଷୟରେ ସବିଶେଷ ତଥ୍ୟ ସଂଗ୍ରହ ପାଇଁ ଚେଷ୍ଟା ଜାରି ରଖିଛି। ସେମାନେ ଓଡ଼ିଆ କି ଅଣଓଡ଼ିଆ ତାହା ଜାଣିବାକୁ ପ୍ରାଥମିକତା ଦେଉଛି। ଯଦି ଓଡ଼ିଆ ହୋଇଥିବେ ତେବେ ସେମାନଙ୍କ ନଁା, ଠିକଣା ଦରକାର। ଅଣଓଡ଼ିଆ ହୋଇଥିଲେ ଓଡ଼ିଶାରେ ରହୁଥିବା ସନ୍ଦେହ କରାଯାଉଛି। କାରଣ ସେମାନେ ଓଡ଼ିଆ ଭାଷାରେ କଥା ହେଉଥିବା ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଏସବୁ ଦୃଷ୍ଟିରୁ ସେମାନେ କେଉଁଠି ରହୁଛନ୍ତି ତାହା ପୋଲିସ ପାଇଁ ଜାଣିବା ଜରୁରୀ ହୋଇପଡ଼ିଛି। ଚେକ୍‌ ଲଗାଇବା ଦିନ ଯୁବକମାନେ କେଉଁଥିରେ କୁଆଡ଼େ ଯାଇଥିଲେ ତା’ର ସିସିଟିଭି ଫୁଟେଜ୍‌ ପୋଲିସ ଖୋଜୁଛି। ଯେହେତୁ ନିକଟରେ ଓଡ଼ିଶାର ଏକାଧିକ ସ୍ଥାନରେ ଅନୁରୂପ ଘଟଣା ଘଟିଗଲାଣି ତେଣୁ ଆମ ରାଜ୍ୟରେ ର଼୍ୟାକେଟ୍‌ ସକ୍ରିୟ ଥିବା ସହଜେ ଅନୁମେୟ। ଏପରି କି ଜଗତ୍‌ସିଂହପୁର ଜିଲାର ଲୋକ ଏଥିରେ ସାମିଲ ଥିବା ସନ୍ଦେହ କରାଯାଉଛି। କାରଣ ୩ ଯୁବକ ଚାଲି ଚାଲି ବ୍ୟାଙ୍କକୁ ନିଧଡ଼କରେ ଯିବା ଏବଂ ବ୍ୟାଙ୍କରେ ଏତେ ସମୟ ରହିବା ସହଜ କଥା ନୁହେଁ। ଏତେ ଟଙ୍କା ଟ୍ରାନ୍ସଫର କରୁଥିବାରୁ ସେମାନଙ୍କ ଆଚରଣ ସନ୍ଦେହଜନକ ହୋଇଥିଲେ ବ୍ୟାଙ୍କ କର୍ମଚାରୀ ହୁଏତ କିଛିଟା ଅଭାସ ପାଇପାରିଥାନ୍ତେ। କିନ୍ତୁ ସେଭଳି କିଛି ହୋଇ ନ ଥିଲା। ହେଲେ ସେମାନଙ୍କ ସହ ଅନ୍ୟ କେତେଜଣ ଯୋଜନାବଦ୍ଧ ଭାବେ କାର୍‌ରେ ଆସି କିଛି ଦୂରରେ ଅଟକି ରହିଥିବା କଥା ମଧ୍ୟ ତଦନ୍ତ ପରିସରକୁ ଆସୁଛି। ତେବେ ଏସବୁ ସନ୍ଦେହ ଭିତରେ ପୋଲିସକୁ ବୈଷୟିକ ଜ୍ଞାନର ଅଧିକ ଆବଶ୍ୟକତା ପଡିଛି। ଯେହେତୁ କଟକ ନୂଆବଜାରର ଏକ ବ୍ୟାଙ୍କ ଶାଖାରୁ ଅନୁରୂପ ଭାବେ ଟଙ୍କା ଠକେଇ ହୋଇଥିଲା ଏବଂ ତଦନ୍ତ ଦାୟିତ୍ୱ ସାଇବର ଥାନା ନେଇଛି। ତେଣୁ ବୈଷୟିକ ସହାୟତା ପାଇଁ ତଦନ୍ତକାରୀ ଅଧିକାରୀ ତଥା ଏସ୍‌ଆଇ ରାଜେନ୍ଦ୍ର କୁମାର ଭୋଳ କଟକରେ ପହଞ୍ଚତ୍ଛନ୍ତି। ସେ ତଦନ୍ତ କେଉଁ ଦିଗରେ ଚାଲିଛି ଓ କି ପ୍ରକାର ବୈଷୟିକ ଜ୍ଞାନକୌଶଳ ବିନିଯୋଗ ହେଉଛି ତା’ ଉପରେ ଅଧିକ ଜାଣିବାକୁ ଚେଷ୍ଟା କରୁଥିବା ଜଗତ୍‌ସିଂହପୁର ଥାନା ଆଇଆଇସି ପ୍ରଭାସ ଚନ୍ଦ୍ର ସାହୁ କହିଛନ୍ତି।
ବ୍ୟାଙ୍କ୍‌ ଅଫ୍‌ ବରୋଦା ଜଗତ୍‌ସିଂହପୁର ଶାଖାରେ ଜଗତ୍‌ସିଂହପୁର ହସ୍ତଶିଳ୍ପ ସହକାରୀ ନିର୍ଦ୍ଦେଶକଙ୍କ ନାମରେ ଏକ ଆକାଉଣ୍ଟ ରହିଛି। ସେ ୧୩ା୪ା୨୨ରେ ଏକ ଚେକ୍‌ ବହି (ନଂ.୧୧୬ରୁ ୧୩୦) ନେଇଥିଲେ। କିନ୍ତୁ ୧୭ା୬ା୨୨ରେ ଉପରୋକ୍ତ ଚେକ୍‌ ମଧ୍ୟରୁ ୧୧୯ ନମ୍ବରର ଅବିକଳ ନକଲ ବ୍ୟବହାର ହୋଇଥିଲା। ଆର୍‌ଟିଜିଏସ୍‌ ବଳରେ ରୁମା ଟେଲିକମ୍‌ ନାମରେ କୋଲ୍‌କାତାସ୍ଥିତ ଇଣ୍ଡିଆନ ଓଭରସିଜ୍‌ ବ୍ୟାଙ୍କର ଏକ ଆକାଉଣ୍ଟକୁ ୪୬,୧୨,୯୦୦ ଟଙ୍କା ଯିବା ପାଇଁ ଚେକ୍‌ ଲାଗିଥିଲା। ଯେହେତୁ ଏତେ ଟଙ୍କା, ତେଣୁ ବ୍ୟାଙ୍କ ପକ୍ଷରୁ ହସ୍ତଶିଳ୍ପ ସହକାରୀ ନିର୍ଦ୍ଦେଶକଙ୍କ ମୋବାଇଲକୁ କଲ୍‌ କରାଯାଇଥିଲେ ସୁଦ୍ଧା ସଂଯୋଗ ହୋଇ ନ ଥିଲା। ତା’ର ୧୦ ମିନିଟ୍‌ ପରେ ସେହି ନମ୍ବରରୁ ବ୍ୟାଙ୍କକୁ କଲ୍‌ ଆସିବା ସହ ଟଙ୍କା ଉଠାଇବାକୁ ଚାହୁଁଥିବା କୁହାଯାଇଥିଲା। ଚେକ୍‌ଟି ଅସଲି ଥିବା ବ୍ୟାଙ୍କ ପକ୍ଷରୁ ଜଣାପଡ଼ିବାରୁ ଟଙ୍କା ଟ୍ରାନ୍ସଫର କରିଦିଆଯାଇଥିଲା। ଏହାର ୧୫ ମିନିଟ୍‌ ପରେ ପ୍ରଥମେ ୯ ଓ ପରେ ୧୨ ଲକ୍ଷ ଟଙ୍କା କୋଲ୍‌କାତାସ୍ଥିତ ଆଇସିଆଇସିଆଇର ଏକ ଆକାଉଣ୍ଟକୁ ଚାଲିଯାଇଥିଲା। ୧୮ ତାରିଖରେ ୨୪ ଲକ୍ଷ ଓ ପର୍ଯ୍ୟାୟକ୍ରମେ ସମସ୍ତ ଟଙ୍କା ଉଠାଣ କରାଯାଇଥିଲା। କିନ୍ତୁ ଗତ ୨୧ ତାରିଖରେ ବ୍ୟାଙ୍କ ପକ୍ଷରୁ ଜଗତ୍‌ସିଂହପୁର ହସ୍ତଶିଳ୍ପ ସହକାରୀ ନିର୍ଦ୍ଦେଶକଙ୍କୁ ପଚରାଯିବାରୁ ସେ ଚେକ୍‌ ଲଗାଇନାହାନ୍ତି। ଏହା ତାଙ୍କ ପାଖରେ ସୁରକ୍ଷିତ ଥିବା କହିଥିଲେ। ତା’ ପରେ ବ୍ୟାଙ୍କ ପକ୍ଷରୁ ଗତ ୨୨ ତାରିଖରେ ଏବଂ ୨୪ରେ ହସ୍ତଶିଳ୍ପ ସହକାରୀ ନିର୍ଦ୍ଦେଶକଙ୍କ ପକ୍ଷରୁ ପୃଥକ୍‌ ଭାବେ ଜଗତ୍‌ସିଂହପୁର ଥାନାରେ ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଡିକଲଙ୍କ କ୍ରମାଗତ ଦ୍ୱିତୀୟ ଶତକ, ଭାରତ ୩୦୦/୫

କଲମ୍ବୋ, ୨୩ା୮- ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରବିବାରଠାରୁ ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ ପ୍ରଥମ ଦିନ…

ସମବାୟ ସମିତିରୁ ରାତିରେ ସାର ଚାଲାଣ ଅଭିଯୋଗ, ବଢ଼ିଲା ଚାଷୀ ଅସନ୍ତୋଷ

ହାଟଡିହୀ/ଛେନାପଦୀ,୨୩।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସମଣା ସେବା ସମବାୟ ସମିତିରେ ଚାଷୀଙ୍କ ପାଇଁ ମହଜୁଦ ଥିବା ସାରକୁ ବିକ୍ରି ଉଦ୍ଦେଶ୍ୟରେ ରାତିରେ ଅନ୍ୟତ୍ର…

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ବସରୁ ଜବତ ହେଲା ୭ କାର୍ଟୁନ ଗୁଟଖା, ଅଡ଼ବା ପୋଲିସ…

ମୋହନା,୨୩।୮(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ପୋଲିସ ପକ୍ଷରୁ ଅବୈଧ ଭାବେ ଗୁଟଖା ଚାଲାଣ ବିରୋଧରେ ଚଢ଼ାଉ କରାଯାଇ ୭ ଗୋଟି ଗୁଟଖା କାର୍ଟୁନ ଜବତ କରିଛି…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri