Posted inଖେଳ

ଭାରତକୁ ପିଠି ଦେଖାଇବା ନୁହେଁ ବରଂ ହାରିବା ପସନ୍ଦ ବୋଲି କହିଲେ ପାକିସ୍ତାନର ପୂର୍ବ ଅଧିନାୟକ; ଚର୍ଚ୍ଚାରେ…

ନୂଆଦିଲ୍ଲୀ,୩୦।୭: ଶ୍ରୀଲଙ୍କା ଗୁରୁବାର ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ୭ ଉଇକେଟରେ ଭ୍ରମଣକାରୀ ଭାରତକୁ ପରାସ୍ତ କରି ସିରିଜ ହାତେଇଥିଲା। ହେଲେ ଭାରତୀୟ ଟିମ୍‌ର ପ୍ରଶଂସାରେ ଶତମୁଖ ହେଉଛନ୍ତି ଲୋକେ। ଚିନ୍ତାଜନକ ପରିସ୍ଥିତିରେ ସିରିଜ ଖେଳି ଫେରିବା ବଡ଼ କଥା ବୋଲି ପ୍ରଶଂସକ ମତ ରଖୁଛନ୍ତି। ଏହି କ୍ରମରେ ପାକିସ୍ତାନର ଅଭିଜ୍ଞ କ୍ରିକେଟର ଇଞ୍ଜମାମ-ଉଲ-ହକ୍‌ ମଧ୍ୟ ଟିମ୍‌ ଇଣ୍ଡିଆର ପ୍ରଶଂସା କରିଛନ୍ତି। ଦଳ ଚାହିଁଥିଲେ ଖେଳିବାକୁ ମନା କରିପାରିଥାନ୍ତା। ହେଲେ ଦଳ ହାରିବାକୁ ଡରେ ନାହିଁ ବୋଲି ସେ କହିଛନ୍ତି।

ନିଜର ୟୁଟ୍ୟୁବ୍‌ ଚ୍ୟାନେଲ୍‌ ‘ଦ ମ୍ୟାଚ୍‌ ଓ୍ବିନର’ରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ହୋଇଥିବା ଟି-୨୦ ସିରିଜ ଉପରେ ଆଲୋଚନା କରିଥିଲେ। ଏଥିରେ ସେ କହିଥିଲେ, ଯେଉଁଭଳି ପରିସ୍ଥିତିରେ ଭାରତ ଖେଳି ସିରିଜ ପୂରଣ କରିଛି ତାହା ପ୍ରଶଂସନୀୟ। କ୍ରୁନାଲ ପାଣ୍ଡ୍ୟାଙ୍କ ପରେ ୮ ଖେଳାଳି ଚାଲିଯାଇଥିଲେ। ସେତେବେଳେ ଖେଳିବେ କି ନାହିଁ ବୋଲି କହିବାର ସୁଯୋଗ ଥିଲା। ହେଲେ ଯୁବ କ୍ରିକେଟରଙ୍କୁ ଧରି ଭାରତ ପଡ଼ିଆକୁ ଓହ୍ଲାଇଥିଲା। ଏହା ଦର୍ଶାଉଛି କି ଭାରତ ହାରିବାକୁ ଡରେ ନାହିଁ। ଶ୍ରୀଲଙ୍କା ଭଲ ଖେଳିଲା ବୋଲି କହିପାରିବି ନାହିଁ। ମାତ୍ର ୮ଜଣ ଖେଳାଳି ନ ଥାଇ ଭାରତ ଖେଳିଲା। ପଛକୁ ହଟିଲା ନାହିଁ, ତାହାର ପ୍ରଶଂସା ନିଶ୍ଚୟ କରିବି ବୋଲି ସେ କହିଛନ୍ତି।

ଏଥିସହ ସେ ରାହୁଲ ଦ୍ରାବିଡଙ୍କ ପ୍ରଶଂସା କରି କହିଛନ୍ତି, ଅଣ୍ଡର-୧୯ ଦଳରେ ସେ ନୂଆ ଖେଳାଳିମାନଙ୍କୁ ପ୍ରସ୍ତୁତ କରିଛନ୍ତି ତାହା ପ୍ରଶଂସାଯୋଗ୍ୟ। ସେ ହିଁ ଦଳକୁ କେବେ ଆଶା ନ ଛାଡ଼ିବାକୁ ଶିଖାଇଛନ୍ତି। ସତ କହିଲେ ଏଭଳି ସ୍ଥିତିରେ ଖେଳିବା ଜାରି ରଖିବା ପ୍ରଶଂସାର ବିଷୟ ବୋଲି ସେ କହିଛନ୍ତି। ତେବେ ଏହି ଭିଡିଓ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ମହାପ୍ରଭୁ ଜଗନ୍ନାଥ’ ଚଳଚ୍ଚିତ୍ର ଉପରେ ଅଙ୍କୁଶ ଲଗାଇଲେ କୋର୍ଟ, ଅନ୍ୟାଦେଶ ପର୍ଯ୍ୟନ୍ତ…

କଟକ,୧୫l୭(ପ୍ରଭୁକଲ୍ୟାଣ ପାଲ): ଆନିମେଟେଡ୍ ଚଳଚ୍ଚିତ୍ର (ମହାପ୍ରଭୁ ଜଗନ୍ନାଥ) ମୁକ୍ତିଲାଭ ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇଛନ୍ତି ଓଡ଼ିଶା ହାଇକୋର୍ଟ। ଅନ୍ୟାଦେଶ ପର୍ଯ୍ୟନ୍ତ ଚଳଚ୍ଚିତ୍ର ପ୍ରଦର୍ଶନ ନ କରିବାକୁ ହାଇକୋର୍ଟଙ୍କ…

ଚାଷୀ ପ୍ରତିନିଧି-ଅଧିକାରୀଙ୍କ ଦ୍ୱିପାକ୍ଷିକ ବୈଠକ, ପ୍ରତଶ୍ରୁତି ମିଳିବା ପରେ…

ବରଗଡ଼,୧୫ା୭(ପ୍ରେମାନନ୍ଦ ଖମାରୀ): ଅଧିକ ଧାନ ଉପତ୍ାଦନ ପାଇଁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ମାତ୍ର ଏଠାରେ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଯାଇଛି। ରବିଧାନ ବିକ୍ରିବଟାରେ…

ଇଂଲଣ୍ଡରେ ବଡ଼ ବିବାଦରେ ଛନ୍ଦି ହେଲେ ବିରାଟ କୋହଲି, ବଡିଗାର୍ଡ କଲେ ଏଭଳି କାଣ୍ଡ

ନୂଆଦିଲ୍ଲୀ,୧୫ା୭: ଇଂଲଣ୍ଡ ବିପକ୍ଷ ODI ସିରିଜ୍ ସମୟରେ ବିରାଟ କୋହଲି ଏକ ବଡ଼ ବିବାଦରେ ଫସିଯାଇଛନ୍ତି । ତାଙ୍କ ଅଙ୍ଗରକ୍ଷୀ ଇଂଲଣ୍ଡରେ ଭାରତୀୟ ସାମ୍ବାଦିକଙ୍କ ପ୍ରତି ଖୋଲାଖୋଲି…

ଟିକେଟ୍ ବୁକିଂ ହେବ ସୁପରଫାଷ୍ଟ! ଲଞ୍ଚ ହେଲା IRCTCର ନୂଆ ୱେବସାଇଟ୍‌, ଯାତ୍ରୀଙ୍କୁ ମିଳିବ ଏହି ସବୁ ବଡ଼ ସୁବିଧା

ନୂଆଦିଲ୍ଲୀ,୧୫।୭: ଭାରତୀୟ ରେଳବାଇ ଏହାର ଅନଲାଇନ୍ ଟିକେଟ୍ ବୁକିଂ ସିଷ୍ଟମକୁ ଆଧୁନିକୀକରଣ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। IRCTC ଜନସାଧାରଣଙ୍କ ପାଇଁ ଏହାର ନୂତନ…

ବୋମାମାଡ଼ କରି ହତ୍ୟା ଉଦ୍ୟମ: ମାଷ୍ଟରମାଇଣ୍ଡଙ୍କ ସମେତ ୩ ଗଲେ ଜେଲ୍‌, ଅଭିଯୁକ୍ତଙ୍କ ନାଁରେ ରହିଛି କେସ୍‌ର ଲମ୍ବା ତାଲିକା

ଦିଗପହଣ୍ଡି,୧୫ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ଏସ୍‌.ଶିବ ରେଡ୍ଡୀଙ୍କ ଘର ଉପରକୁ ବୋମାମାଡ଼ କରି ତାଙ୍କୁ ଏବଂ ତାଙ୍କ…

କଂସାମାରି ରାସ୍ତାକଡରେ ଜୁଆ ଖେଳ ବେଳେ ପୋଲିସର ଚଢଉ, ଜବତ ହେଲା…

ଦିଗପହଣ୍ଡି,୧୫।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗାଁ ରାସ୍ତାକଡରେ ଜୁଆ ଖେଳ ଚାଲିଥିବା ବେଳେ ଚଢାଉ କଲା ପୋଲିସ । ବୁଧବାର ଅପରାହ୍ନ…

ନିର୍ମାଣ ହୋଇପାରିନି ଭୋଜନ ଗୃହ, ଖୋଲା ଆକାଶ ତଳେ ମଧ୍ୟାହ୍ନଭୋଜନ ଖାଉଛନ୍ତି ଛାତ୍ରୀଛାତ୍ର

ବରଗଡ଼,୧୫ା୭(ପ୍ରେମାନନ୍ଦ ଖମାରୀ): ପାଠ ପଢ଼, ଦେଶ ଗଢ଼। ବିଦ୍ୟାଳୟଗୁଡ଼ିକରେ ଅନୁଷ୍ଠିତ ବିଭିନ୍ନ ସଭା, ସମିତିରେ ସରକାରୀ କଳର ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି ବିଧାୟକ, ଏମ୍‌ପି, ମନ୍ତ୍ରୀ…

ରୁଷିଆରୁ ତେଲ କ୍ରୟ ଉପରେ ଆମେରିକାର ବଡ଼ ନିଷ୍ପତ୍ତି, ଭାରତ ଦେବ…

ଓ୍ବାଶିଂଟନ,୧୫।୭: ରୁଷିଆରୁ ତୈଳ କ୍ରୟ କରୁଥିବା ଦେଶମାନଙ୍କ ଉପରେ ୫୦୦ପ୍ରତିଶତ ଶୁଳ୍କ ଲାଗୁ କରିବାର ପ୍ରସ୍ତାବ ମଧ୍ୟରେ, ଭାରତ ଏବଂ ଚାଇନା ପାଇଁ ଏକ ଆଶ୍ବସ୍ତିକର ଖବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri