ନିମନ୍ତ୍ରଣ ଯାତନା

ଯଦୁମଣି ପାଣିଗ୍ରାହୀ

 

ବାହାଘର, ବ୍ରତୋପନୟନ ଓ ଜନ୍ମଦିନ ପାଳନ ଆଦି ଅବସରରେ ନିଜର ପ୍ରିୟ ପରିଜନ, ପାଖ ପଡ଼ିଶା ଓ ଗାଁ ଲୋକ, ବନ୍ଧୁବାନ୍ଧବ ତଥା ଚିହ୍ନା ପରିଚିତ ଲୋକଙ୍କୁ ଭୋଜି ଖାଇବାକୁ ନିମନ୍ତ୍ରଣ କରାଯାଇଥାଏ। ଏଭଳି ପରମ୍ପରା ପୂର୍ବରୁ ପ୍ରଚଳିତ ଥିଲା ଓ ଆଜି ବି ରହିଛି। ତେବେ ଆଜିକାଲି ଉତ୍ସବ ଅନୁଷ୍ଠାନ ପାଳନ ଓ ଭୋଜିଭାତ ଆୟୋଜନର ତରିକା ବଦଳିଯାଇଛି। ଏସବୁ ଆଜି ତେବେ ସେ ଯାହାହେଉ ବର୍ତ୍ତମାନ ସମୟରେ ବିବାହ, ବ୍ରତ କି ଜନ୍ମଦିନର ନିମନ୍ତ୍ରଣ ରକ୍ଷା କରି ସେଠାକୁ ଯିବାକୁ ବଡ଼ ଲଜ୍ଜା ଓ ସଙ୍କୋଚ ଲାଗିଲାଣି। କାରଣ ଅଣ୍ଟିରେ ଧନ ନ ଥିଲେ ଆଜିକାଲି ଆଉ ନିମନ୍ତ୍ରଣ ରକ୍ଷାକରିବା ସମ୍ଭବ ନୁହେଁ। ଖାଲି ହାତରେ ସେସବୁ ଜାଗାକୁ ଯାଇ ଆପଣଙ୍କୁ ଅପମାନିତ ହେବାକୁ ପଡ଼ିବ। ମନେକରନ୍ତୁ ଆପଣ ଆପଣଙ୍କ ସାଙ୍ଗସାଥୀ, ସହକର୍ମୀ ତଥା ଚିହ୍ନା ପରିଚିତ ଲୋକର ଝିଅ ବାହାଘର ଭୋଜିର ନିମନ୍ତ୍ରଣ ପାଇ ସେଠାକୁ ଗଲେ। ସେଠି ପହଞ୍ଚିବା ପରେ ଆପଣ ପ୍ରଥମେ ଏକ ସୁସଜ୍ଜିତ ମଞ୍ଚରେ ଓ କନ୍ୟାବେଶରେ ଉପବେଶନ କରିଥିବା ଝିଅ କିମ୍ବା ନବ ବିବାହିତ ପତି-ପତ୍ନୀଙ୍କୁ ସାକ୍ଷାତ କରିବେ। ଆପଣ ସାଙ୍ଗରେ ନେଇଥିବା ଉପହାର ସାମଗ୍ରୀ କିମ୍ବା ଟଙ୍କା ଥିବା ଲଫାପାଟିକୁ ସେମାନଙ୍କ ହାତରେ ସଅଁପି ଦେବା ପରେ ଯାଇ ଭୋଜନସ୍ଥଳୀକୁ ଯିବେ। ବ୍ରତଘର ଓ ଜନ୍ମଦିନ ପାଳନ ନିମନ୍ତ୍ରଣ ରକ୍ଷା କରିବାକୁ ହେଲେ ମଧ୍ୟ ସେହି ସମାନ କଥା। ବେଦି ଉପରେ ବସିଥିବା ବ୍ରହ୍ମଚାରୀଙ୍କ ଥାଳିରେ ବ୍ରତଭିକ୍ଷା ଦେଇସାରିବା ପରେ ଆପଣ ଯାଇ ଖାଇବେ। ଜନ୍ମଦିନ ପାଳନ ଉତ୍ସବରେ ଆପଣ ଉପସ୍ଥିତ ହେଲେ ପିଲା ହାତରେ ଉପହାର ବାବଦକୁ କୌଣସି ଖେଳନା ସାମଗ୍ରୀ କିମ୍ବା ଟଙ୍କାଥିବା ଲଫାପାଟି ଦେଇ ଆପଣଙ୍କୁ ଭୋଜନସ୍ଥଳୀକୁ ଆଗେଇ ଯିବାକୁ ହେବ। ଏସବୁ ଦେବାନେବାରେ ସେମିତି କୌଣସି ପ୍ରଚଳିତ ବିଧିବ୍ୟବସ୍ଥା କିମ୍ବା ବାଧ୍ୟବାଧକତା ନ ଥିଲେ ମଧ୍ୟ ଏହା ଏକପ୍ରକାର ଧାରାରେ ପରିଣତ ହୋଇଗଲାଣି। ଆପଣଙ୍କ ପାଖରେ ଧନ ଅଛି କି ନାହିଁ ତାହା ଅଲଗା କଥା କିନ୍ତୁ ସମସ୍ତଙ୍କ ସହ ପାଦ ମିଳାଇ ଆପଣଙ୍କୁ ଚାଲିବାକୁ ପଡ଼ିବ। ଆପଣ ଯେବେ ଭୋଜିଭାତ ଆସରରେ ଯୋଗଦେଲେ କିନ୍ତୁ କିଛି ବି ଉପହାର ନ ଦେଇ ସିଧାସଳଖ ଭୋଜନସ୍ଥଳୀକୁ ପାଦ ବଢ଼ାଇଲେ ସେଠାରେ ଉପସ୍ଥିତ କିଛି ଲୋକ ଆପଣଙ୍କୁ ଚାହିଁବେ ଓ ଆପଣଙ୍କ ଉଦ୍ଦେଶ୍ୟରେ କିଛି ଟୀକାଟିପ୍ପଣୀ ଦେବାକୁ ବି ପଛେଇବେ ନାହିଁ।
ଆଜିକାଲି କି ଗରିବ କି ଧନୀ ସମସ୍ତେ ଆଡମ୍ବରପୂର୍ଣ୍ଣ ଭୋଜିଭାତ ଆୟୋଜନକୁ ପସନ୍ଦ କରୁଛନ୍ତି ଓ ବିଭିନ୍ନ ବର୍ଗର ଲୋକଙ୍କୁ ଏଥିରେ ସାମିଲ କରାଉଛନ୍ତି। ଏଥିପାଇଁ ଧନୀ ଲୋକ ନିଜ ପାଖରେ ରଖିଥିବା ସମ୍ବଳର ବିନିଯୋଗ କରୁଥିବା ବେଳେ ନିର୍ଦ୍ଧନୀ ଲୋକଟେ ଇଚ୍ଛାକୃତ ଭାବେ ଧାରକରଜ କରି ନିଜର ପ୍ରତିଷ୍ଠା ଓ ପତିଆରା ବଢ଼େଇବାକୁ ଚେଷ୍ଟା କରୁଛି। ଗାଁଗହଳିଠାରୁ ସହର ବଜାରଯାଏ ସମସ୍ତେ ଏହି ଧାରାକୁ ଆପଣାଇ ନେଲେଣି। ମନେକରନ୍ତୁ ଆପଣ ଆପଣଙ୍କ ଅଞ୍ଚଳରେ ଜଣେ ଜଣାଶୁଣା, ପଦପଦବୀଧାରୀ ଓ ପରିଚିତ ବ୍ୟକ୍ତି। ଆପଣଙ୍କର ବି ଅନେକ ସାଙ୍ଗସାଥୀ ଓ ଚିହ୍ନା ପରିଚିତ ଲୋକ ଅଛନ୍ତି। ସେହି ଆଧାରରେ ଆପଣଙ୍କୁ ଗୋଟିଏ ବର୍ଷରେ ମନେକରନ୍ତୁ ୨୦ଟି ଭୋଜିକୁ ଯିବାଲାଗି ନିମନ୍ତ୍ରଣ ମିଳିଲା। ତେବେ ଆପଣ ଯଦି ସେସବୁ ନିମନ୍ତ୍ରଣ ରକ୍ଷାକରନ୍ତି ତେବେ ସ୍ଥଳ ବିଶେଷରେ ସର୍ବନିମ୍ନ ୨୦୦ ଟଙ୍କା ହିସାବରେ ମୋଟ ୪ହଜାର ଓ ସର୍ବୋଚ୍ଚ ୫୦୦ ଟଙ୍କା ହିସାବରେ ମୋଟ ୧୦ ହଜାର ଟଙ୍କା ଆପଣଙ୍କୁ ବାର୍ଷିକ ବ୍ୟୟ କରିବାକୁ ପଡ଼ିବ। ଆପଣ ଯଦି ଜଣେ ଅଭାବୀ କିମ୍ବା ସ୍ବଳ୍ପ ରୋଜଗାରକ୍ଷମ ଲୋକ ହୋଇଥାଆନ୍ତି ତେବେ ଉକ୍ତ ଅର୍ଥ ଯୋଗାଡ଼ କରିବା ନିଶ୍ଚିତରୂପେ ଆପଣଙ୍କ ସାମର୍ଥ୍ୟର ବାହାରେ। ତେଣୁ ସମସ୍ତଙ୍କ ନିମନ୍ତ୍ରଣ ରକ୍ଷାକରିବା ଆପଣଙ୍କ ପକ୍ଷେ ହୁଏତ ସମ୍ଭବପର ନୁହେଁ। କେବଳ ସେତିକି ନୁହେଁ ଏଭଳି ନିମନ୍ତ୍ରଣ ଆପଣଙ୍କୁ ଖୁସି ବଦଳରେ କଷ୍ଟ ଦେବା ସୁନିଶ୍ଚିତ। ଆଜିକାଲି ଅନେକ କ୍ଷେତ୍ରରେ ବି ଦେଖାଯାଉଛି ଭୋଜିଭାତର ଆୟୋଜନ କରାଇଥିବା ଗୃହକର୍ତ୍ତା ପ୍ରାୟ ଯେତିକି ଅର୍ଥ ବ୍ୟୟ କରୁଛନ୍ତି ବେଳେବେଳେ ନିମନ୍ତ୍ରିତ ଅତିଥିମାନେ ତାହା ଭରଣା କରି ଦେଉଛନ୍ତି। ଉପହାର ବିଷୟଟିକୁ ବାଦ ଦେଲେ ଭୋଜିଭାତ କାର୍ଯ୍ୟକ୍ରମରେ ଅନେକ ଦିଗ ପ୍ରତି ଶେଷରେ ଏତିକି କୁହାଯାଇପାରେ ଯେ, ବିବାହ, ବ୍ରତ ଓ ଜନ୍ମଦିନ କାର୍ଯ୍ୟକ୍ରମରେ ଉପହାର ପ୍ରଦାନ ବ୍ୟବସ୍ଥା ଯେମିତି ବନ୍ଦ ହୋଇପାରିବ ସେ ଦିଗରେ ସମସ୍ତେ ପ୍ରୟାସ କରନ୍ତୁ। ଫଳରେ ଆମ ନିମନ୍ତ୍ରଣ ଜଣକୁ ଯାତନା ନୁହେଁ ବରଂ ଖୁସି ଦେଇପାରିବ।
ଶଂଖିଡା, ତିହିଡି, ଭଦ୍ରକ
ମୋ- ୯୯୩୭୫୬୫୫୨୭


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?