ତଦନ୍ତ ନା ପ୍ରତିଶୋଧ

ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ନେଇ ତତ୍ପରତା ପ୍ରକାଶ ପାଇଛି। ଏହି ସମୟରେ କ୍ୟାବିନେଟ୍‌ ମନ୍ତ୍ରୀ ତଥା ଭାଜପା ନେତା ଗିରୀଶ ମହାଜନଙ୍କ ବିରୋଧରେ ଆଇପିଏସ୍‌ ଅଧିକାରୀ ଭାଗ୍ୟଶ୍ରୀ ନାଭାଟେକ କରିଥିବା ଅଭିଯୋଗ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ମହାଜନ ୧,୨୦୦ କୋଟି ଟଙ୍କା ଦୁର୍ନୀତିର ତଦନ୍ତ ବନ୍ଦ କରିବାକୁ ତାଙ୍କୁ ଧମକ ଦେଇଥିବା ଭାଗ୍ୟଶ୍ରୀ କହିଛନ୍ତି। ଜାଲଗାଓଁରେ ଥିବା ଭାଇଚାନ୍ଦ ହୀରାଚାନ୍ଦ ରାଇସୋନି କ୍ରେଡିଟ ସୋସାଇଟିର ଏକ ଯୋଜନା ଉପରେ ୨୦୨୦ରୁ ୨୦୨୨ ମଧ୍ୟରେ ଯାଞ୍ଚକରି ସେ ରହସ୍ୟ ଉନ୍ମୋଚନ କରିଥିଲେ। ସେ ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିବାବେଳେ ବର୍ତ୍ତମାନର ଅଭିଯୋଗ ଯୋଗୁ ଆକ୍ରୋଶର ଶିକାର ହୋଇଛନ୍ତି। ଏହି ମାମଲାରେ ଜାଲିଆତି ଏବଂ ଷଡ଼ଯନ୍ତ୍ରକୁ ନେଇ ତାଙ୍କ ସମ୍ପୃକ୍ତି ଉପରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏବେ ଯାଞ୍ଚ କରୁଛି। ଅଭିଯୋଗ କରିବା ଆଶ୍ଚର୍ଯ୍ୟର ବିଷୟ ନୁହେଁ, କିନ୍ତୁ ଏହା ଯୋଗୁ ସ୍ଥିତି କିଭଳି ପରିବର୍ତ୍ତନ ହୋଇ ନାଭାଟେକଙ୍କ ପାଇଁ ବିପରୀତ ହେଲା ତାହା ଦେଖିବା କଥା। ପୁଣେ ଡିସିପି (ଇକୋନୋମିକ ଅଫେନ୍ସ ୱିଙ୍ଗ୍‌) ଭାବରେ ଦାୟିତ୍ୱରେ ଥିବାବେଳେ ସେ ଜମାକାରୀଙ୍କ ପ୍ରାୟ ୧୦୦ କୋଟି ଟଙ୍କା ପାଣ୍ଠିକୁ ଫେରାଇବାରେ ସଫଳ ହୋଇଥିବା ଜଣାପଡ଼ିଛି। ସୋସାଇଟିକୁ ବନ୍ଦକରି ଉଭୟ ମହାଜନ ଏବଂ ଜଣେ ବ୍ୟବସାୟୀ ଠକେଇରୁ ଲାଭ ଉଠାଇଥିବା ସେ ଅଭିଯୋଗ କରିଛନ୍ତି। ତାଙ୍କ ଆବେଦନରେ ନାଭାଟେକ ଦାବି କରିଛନ୍ତି ଯେ ସତ୍ୟକୁ ପ୍ରକାଶ କରିବାକୁ ଚେଷ୍ଟା କରିବା ଯୋଗୁ ତାଙ୍କୁ ଟାର୍ଗେଟ କରାଯାଇଛି ଏବଂ ତାଙ୍କ ଉପରେ ଦୋଷ ଲଦି ଦିଆଯାଇଛି। ତାଙ୍କ ବିରୋଧରେ ଅଭିଯୋଗ ଦାଖଲ କରିବାରେ ସିବିଆଇର ପଦକ୍ଷେପକୁ ନେଇ ପ୍ରଶ୍ନ ଉଠିଛି। ଏହା ଏକ ଆଇନଗତ ଅନୁସନ୍ଧାନ ନା ଏକ ପ୍ରତିଶୋଧ?
ଅଧିକ ଆନୁଗତ୍ୟ
ନିକଟରେ ଟିନା ଡାବି ନାମ୍ନୀ ଜଣେ ଅଧିକାରୀ ଭାଜପା ନେତା ସତୀଶ ପୁନିଆଙ୍କ ପାଖରେ ବାରମ୍ବାର ନତମସ୍ତକ ହେବା ବା ଆନୁଗତ୍ୟ ପ୍ରକାଶ କରିବା ଭିଡିଓ ଭାଇରାଲ ହେବାରେ ଲାଗିଛି। ପୂର୍ବତନ ୟୁପିଏସ୍‌ସି ଟପ୍ପର ତଥା ବର୍ତ୍ତମାନ ରାଜସ୍ଥାନର ବାରମର ଜିଲାପାଳ ଡାବିଙ୍କ ଏଭଳି ସ୍ବଭାବ ଭାରତର ଅମଲାତନ୍ତ୍ରର ସମ୍ମାନ ଏବଂ ସ୍ବାଧୀନତାର ସମନ୍ବୟ ଉପରେ ପ୍ରଶ୍ନ ଉଠାଇଛି। ସିଭିଲ ସର୍ଭାଣ୍ଟମାନେ ନିରପେକ୍ଷ ନ ରହି ବହୁ ସମୟରେ ରାଜନୈତିକ ନେତାଙ୍କୁ ସହଯୋଗ କରିବା ପାଇଁ ଚାହାନ୍ତି। ସେମାନେ ସିଭିଲ ସର୍ଭାଣ୍ଟଙ୍କ କ୍ୟାରିୟରକୁ ଅଧିକ ପ୍ରଭାବିତ କରିଥାନ୍ତି। ଅମଲାତନ୍ତ୍ରର ବଦଳି, ପଦୋନ୍ନତି ଏବଂ ସାମଗ୍ରିକ ପ୍ରଗତିକୁ କିଭଳି ରାଜନୀତି ପ୍ରଭାବିତକରେ ଏବଂ କାର୍ଯ୍ୟକୁ ଅଧିକ ଜଟିଳ କରିଦିଏ, ତାହା ୨୦୨୨ରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ।
କେତେଜଣଙ୍କ ମତରେ ଡାବିଙ୍କ ଆନୁଗତ୍ୟ ରାଜନୈତିକ ସମ୍ବେଦନଶୀଳ ସ୍ଥିତିରେ ବଞ୍ଚିବାର ଏକ ସଙ୍କେତ ତଥା ଉପାୟ। ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଏକ ନିରପେକ୍ଷ, ସ୍ବାଧୀନ ସେବା ଭାବରେ ପରିକଳ୍ପନା କରାଯାଇଥିଲେ ମଧ୍ୟ ଅନେକ ସମୟରେ ଉଚ୍ଚ ପଦସ୍ଥ ଅଧିକାରୀମାନେ ଚାପର ସମ୍ମୁଖୀନ ହୋଇ ବିଶ୍ୱସ୍ତତା ପ୍ରଦର୍ଶନ କରିବା ପାଇଁ ବାଧ୍ୟ ହୁଅନ୍ତି। ଦେଖିବାକୁ ଗଲେ ଡାବି ପ୍ରକାଶ କରିଥିବା ଆନୁଗତ୍ୟ ରାଜନୈତିକ ଅହଂକାରକୁ ସଫଳତାର ସହ ପରିଚାଳନା କରିବାର ଏକ ସଙ୍କେତ। ସୋସିଆଲ ମିଡିଆରେ ଡାବିଙ୍କ ଏଭଳି ସ୍ବଭାବ ଏକ ବୃହତ୍‌ ପ୍ରସଙ୍ଗକୁ ସୂଚିତକରେ। ସିଭିଲ ସର୍ଭିସ୍‌ରେ ନିରପେକ୍ଷତାର ଆଦର୍ଶ ଏକ ରାଜନୈତିକ ପରିବେଶରେ ଦିନକୁ ଦିନ ଚାପଗ୍ରସ୍ତ ହେଉଛି। ଡାବିଙ୍କ ଭିଡିଓ ବାବୁମାନଙ୍କୁ ସ୍ମରଣ କରାଇଦିଏ ଯେ, କର୍ତ୍ତବ୍ୟ ଏବଂ କୂଟନୀତି ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଆବଶ୍ୟକ।
ଜଣେ ବାବୁଙ୍କୁ ୨ ଚାକିରି
ନିକଟରେ କେନ୍ଦ୍ର ଏବଂ କେରଳ ସରକାର ପ୍ରଣବଜ୍ୟୋତି ନାଥ (୨୦୦୫ ବ୍ୟାଚ୍‌ କେରଳ କ୍ୟାଡର ଆଇଏଏସ୍‌)ଙ୍କୁ ଗୋଟିଏ ଦିନରେ ଭିନ୍ନ ଭିନ୍ନ ଦୁଇଟି ଭିନ୍ନ ପଦରେ ନିଯୁକ୍ତ କରିଛନ୍ତି। କେରଳ ସରକାର ନାଥଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଭାବରେ ନିଯୁକ୍ତ କରିଥିବାବେଳେ ନାଲ୍‌କୋର ମୁଖ୍ୟ ଭିଜିଲାନ୍ସ ଅଫିସର (ସିଭିଓ) ଭାବରେ ନାଥ ଅଧିକ ଉପଯୁକ୍ତ ବୋଲି କେନ୍ଦ୍ର ନିଷ୍ପତ୍ତି ନେଇଛି। ତେବେ ଦୁଇଟି ଦାୟିତ୍ୱର ତାମସାରେ ଶନିବାର କେରଳର ସିଇଓ ଭାବରେ ନାଥ କାର୍ଯ୍ୟଭାର ଗ୍ରହଣ କରିଥିଲେ, ଯାହା ଏକ ଦ୍ୱନ୍ଦ୍ୱର ବିଷୟ ଏବଂ ତ୍ରୁଟିର ସଙ୍କେତ। ସଞ୍ଜୟ ଏମ୍‌. କୌଲ (୨୦୦୫ ବ୍ୟାଚ୍‌ କେରଳ କ୍ୟାଡର ଆଇଏଏସ୍‌) କେନ୍ଦ୍ରୀୟ ପ୍ରତିନିଯୁକ୍ତିରେ ଯିବା ପରେ କେରଳର ସିଇଓ ପଦବୀ ୨୦୨୪ ଅଗଷ୍ଟ ୫ରୁ ଖାଲି ଥିଲା। ୱାୟନାଡ୍‌ ଏବଂ ଚେଲାକକାରରେ ଉପନିର୍ବାଚନ ହେଉଥିବାରୁ ନିର୍ବାଚନ ଆୟୋଗ ନାଥଙ୍କୁ ସିଇଓ ଭାବେ ନିଯୁକ୍ତ କରିବା ପାଇଁ ଶୁକ୍ରବାର କେରଳ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି ।
ଏହାର କିଛି ଘଣ୍ଟା ମଧ୍ୟରେ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି) ତରବରିଆ ଭାବେ ନାଥଙ୍କୁ ନାଲ୍‌କୋ ଦାୟିତ୍ୱ ନ୍ୟସ୍ତ କରିଥିଲା। ସୂତ୍ରରୁ ପ୍ରକାଶ ଯେ, କେରଳ ତାଙ୍କୁ ସିଇଓ ଭାବରେ ନିଯୁକ୍ତି ଦେବା ପାଇଁ ଯୋଜନା କରିବା ପୂର୍ବରୁ କେନ୍ଦ୍ରୀୟ ଡେପୁଟେଶନ ନିମନ୍ତେ ନାଥଙ୍କୁ ଅନୁମତି ଦେଇଥିଲା। ତେବେ ଭାବମୂର୍ତ୍ତି ବଞ୍ଚାଇବା ପାଇଁ ଡିଓପିଟି ନିର୍ବାଚନ ପରେ ନାଥଙ୍କୁ ସିଭିଓ ଭାବରେ ଯୋଗଦେବାକୁ ଅନୁମତି ଦେଉଛି । ଆଜିର ଅତ୍ୟାଧୁନିକ ଯୋଗାଯୋଗ ବ୍ୟବସ୍ଥା ଥିବା ଏକ ଦୁନିଆରେ ଜଣେ ଅଧିକାରୀଙ୍କ ନିଯୁକ୍ତିରେ ସମନ୍ବୟ ରକ୍ଷାକରିବା ଜଟିଳ ବିଷୟ ହେବା କଥା ନୁହେଁ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

ଅମ୍ଳଯୁକ୍ତ ମାଟିକୁ କିପରି କରିବେ ଉର୍ବର, କେମିତି ବଢ଼ିବ ଉତ୍ପାଦନ

ଭଞ୍ଜନଗର,୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ବିଶ୍ବ ମୂର୍ତ୍ତିକା ଦିବସ ପାଳିତ ହୋଇଯାଇଛି। ରାଜ୍ୟରେ ୬୫ ପ୍ରତିଶତ ଚାଷ ଜମି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri