ଇଣ୍ଟରଭେନ୍‌ଶନାଲ୍‌ ରେଡିଓଲୋଜି

ଚିକିତ୍ସା ବିଜ୍ଞାନରେ ରେଡିଓଲୋଜି ଏକ ଅମୂଲ୍ୟ ବରଦାନ ସଦୃଶ। ଚିକିତ୍ସା ବିଜ୍ଞାନରେ ରେଡିଓଲୋଜିର ସର୍ବପ୍ରଥମ ବ୍ୟବହାର ଆରମ୍ଭ ହୋଇଥିଲା ୧୮୯୫ ମସିହାରେ ଅର୍ଥାତ୍‌ ‘ଏକ୍ସ-ରେ’ର ଆବିଷ୍କାର ପରେ। ଏହାକୁ ଜର୍ମାନୀ ପଦାର୍ଥ ବିଜ୍ଞାନୀ ଉଇଲ୍‌ହେଲମ୍‌ କୋନ୍‌ରାଡ୍‌ ରଣ୍ଟଜେନ୍‌ ଆବିଷ୍କାର କରିଥିଲେ। ପୁଣି ତାଙ୍କର ଏହି ଆବିଷ୍କାର ଥିଲା ଆକସ୍ମିକ। ଉକ୍ତ ଆବିଷ୍କାର ପାଇଁ ତାଙ୍କୁ ୧୯୦୧ ମସିହାରେ ନୋବେଲ ପୁରସ୍କାର (ପଦାର୍ଥ ବିଜ୍ଞାନ) ପ୍ରଦାନ କରାଯାଇଥିଲା। ରଣ୍ଟଜେନ୍‌ ଏକ୍ସ-ରେ ଆବିଷ୍କାର କରିଥିଲେ ୧୮୯୫ ମସିହା ନଭେମ୍ବର ୮ ତାରିଖ ସନ୍ଧ୍ୟା ସମୟରେ। ତାଙ୍କ ପତ୍ନୀ ଆନ୍ନା ବର୍ଥା ଲୁଡ୍‌ଉଇଶଙ୍କ ବାମ ହାତର ଏକ୍ସ-ରେ ଫଟୋ ଥିଲା ପୃଥିବୀର ସର୍ବପ୍ରଥମ ଏକ୍ସ-ରେ ଫଟୋ। ୧୮୯୫ ମସିହା ଡିସେମ୍ବର ୨୨ ତାରିଖରେ ରଣ୍ଟଜେନ୍‌ ନିଜେ ସେହି ଏକ୍ସ-ରେ ଫଟୋ ଉଠାଇଥିଲେ।
ଆବିଷ୍କାର ଦିବସଟିକୁ ସ୍ମରଣୀୟ ରଖିବା ଉଦ୍ଦେଶ୍ୟରେ ୨୦୧୨ ମସିହାଠାରୁ ‘ୟୁରୋପୀୟାନ୍‌ ସୋସାଇଟି ଅଫ୍‌ ରେଡିଓଲୋଜି’, ‘ରେଡିଓଲୋଜିକାଲ ସୋସାଇଟି ଅଫ୍‌ ନର୍ଥ ଆମେରିକା’ ଏବଂ ‘ଆମେରିକାନ୍‌ କଲେଜ ଅଫ୍‌ ରେଡିଓଲୋଜି’ର ମିଳିତ ଆନୁକୂଲ୍ୟରେ ପ୍ରତିବର୍ଷ ନଭେମ୍ବର ୮ ତାରିଖକୁ ‘ଅନ୍ତର୍ଜାତୀୟ ରେଡିଓଲୋଜି ଦିବସ’ ରୂପେ ପାଳନ କରାଯାଇଆସୁଛି। ଅନ୍ତର୍ଜାତୀୟ ରେଡିଓଲୋଜି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରେଡିଓଲୋଜିର ବିଭିନ୍ନ ପଦ୍ଧତି ଏବଂ ଆଧୁନିକ ଚିକିତ୍ସା କ୍ଷେତ୍ରରେ ଏହିସବୁ ପଦ୍ଧତିର ଉପଯୋଗିତା ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା ଏବଂ ସେମାନଙ୍କଠାରେ ସଚେତନତା ବୃଦ୍ଧି କରିବା। ଏହି ଦିବସରେ ରେଡିଓଲୋଜିର ସାଧାରଣ ବ୍ୟବହାର ସହ ବିଭିନ୍ନ ଅଙ୍ଗର ଛାୟାଚିତ୍ରଣ ବା ପ୍ରତିରୂପ (ଇମେଜିଂ) ସମ୍ପର୍କରେ ସ୍ବତନ୍ତ୍ର ଭାବରେ ଆଲୋଚନା କରାଯାଇଥାଏ। ଯେପରିକି ଡାଇଗ୍ନୋଷ୍ଟିକ୍‌ ରେଡିଓଲୋଜି,
ନ୍ୟୁରୋରେଡିଓଲୋଜି, ରେଡିଏସନ୍‌, ଅଙ୍କୋଲୋଜି, ନ୍ୟୁକ୍ଲିୟାର୍‌ ରେଡିଓଲୋଜି, ପେଡିଆଟ୍ରିକ୍‌ ରେଡିଓଲୋଜି, ଭାସ୍କୁଲାର ରେଡିଓଲୋଜି, କାର୍ଡିଓ ଭାସ୍କୁଲାର ରେଡିଓଲୋଜି, ସ୍ପୋର୍ଟସ ରେଡିଓଲୋଜି,
ଡିଜିଟାଲ୍‌ ମାମ୍ମୋଗ୍ରାଫି ଇତ୍ୟାଦି। ସ୍ଥଳ ବିଶେଷରେ ଟେଲିରେଡିଓଲୋଜି ପଦ୍ଧତିରେ ଏକ୍ସ-ରେ ଛାୟାଚିତ୍ରଣକୁ ଅନ୍‌ଲାଇନ୍‌ ମାଧ୍ୟମରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପ୍ରେରଣ କରି ନିଆଯାଇଥାଏ ।
ଚଳିତ ବର୍ଷର ‘ଅନ୍ତର୍ଜାତୀୟ ରେଡିଓଲୋଜି ଦିବସ’ର ପ୍ରସଙ୍ଗ ରହିଛି ‘ଇଣ୍ଟରଭେନ୍‌ଶନାଲ ରେଡିଓଲୋଜି-ରୋଗୀଙ୍କ ସମୁଚିତ ଯତ୍ନ’। ଇଣ୍ଟରଭେନ୍‌ଶନାଲ ରେଡିଓଲୋଜିକୁ ଆମେ ‘ଅନ୍ତଃକ୍ରିୟାତ୍ମକ ବିକିରଣ ବିଜ୍ଞାନ’ ବୋଲି କହିପାରିବା। ଏହା ରେଡିଓଲୋଜିର ଏକ ବିଶେଷ ଶାଖା।
ଆପଣମାନେ ଜାଣନ୍ତି ଯେ, ‘ଫ୍ଲୋରୋସ୍କୋପି’, ‘ସିଟିସ୍କାନ୍‌’, ‘ଏମ୍‌. ଆର.ଆଇ. ଏବଂ ଅଲଟ୍ରାସାଉଣ୍ଡ ପରୀକ୍ଷା ଆଦି କରାଇ ଓ ତା’ର ଛବି ଦେଖି ରୋଗ ଚିହ୍ନଟ କରି ଏବଂ ରୋଗର ଚିକିତ୍ସା କରି ଆରୋଗ୍ୟ କରାଯାଉଛି ରୋଗୀକୁ। ଏହି ପଦ୍ଧତିରେ କୌଣସି ବଡ଼ ଧରଣର ଅପେରଶନ୍‌ କରାଯାଏ ନାହିଁ। ସ୍ଥଳ ବିଶେଷରେ ଚର୍ମରେ କରାଯାଇଥାଏ ଏକ ମାମୁଲି ଛିଦ୍ରମାତ୍ର। ଏହି ପଦ୍ଧତିର ପ୍ରକାରକୁ ଚାହିଁ ଶରୀର ଭିତରକୁ ପ୍ରବେଶ କରେଇବାକୁ ପଡ଼େ ଛୁଞ୍ଚତ୍, କାଥେଟର୍‌ କି ତାର। ସ୍ବତନ୍ତ୍ର ଧରଣର ଏକ୍ସ-ରେ କ୍ୟାମେରା କିମ୍ବା ଫ୍ଲୋରୋସ୍କୋପ୍‌ ମାଧ୍ୟମରେ ଧମନୀ, ଶିରା, ଅଙ୍ଗ ଇତ୍ୟାଦିର ଛବିକୁ ଦେଖି ରୋଗ ନିର୍ଣ୍ଣୟପୂର୍ବକ କରାଯାଇଥାଏ ପ୍ରତିକାର ବ୍ୟବସ୍ଥା।
ରେଡିଓଲୋଜି ଦିବସ ପାଳନ ଅବସରରେ ଆୟୋଜିତ ହୋଇଥାଏ ସେମିନାର, ବକ୍ତୃତା, ପ୍ରଦର୍ଶନୀ ଓ କର୍ମଶାଳା ଇତ୍ୟାଦି। ଏସବୁରେ ଅଂଶଗ୍ରହଣ କରିଥାନ୍ତି ରେଡିଓଲୋଜିଷ୍ଟିକ୍‌, ରେଡିଓଲୋଜିର ସ୍ନାତକୋତ୍ତର ଛାତ୍ର ଏବଂ ରେଡିଓଗ୍ରାଫରମାନେ।
ଏକ୍ସ-ରେ ଆବିଷ୍କୃତ ହୋଇଥିଲା ୧୨୬ ବର୍ଷ ତଳେ। ମାତ୍ର ଏହା ଏପରି ଏକ ଯୁଗାନ୍ତକାରୀ ଆବିଷ୍କାର ଯେ, ଏକ୍ସ-ରେ ସମେତ ସିଟି ସ୍କାନ୍‌ ଏବଂ ଏମ୍‌.ଆର.ଆଇ. କ୍ଷେତ୍ରକୁ ମଧ୍ୟ ମିଳିଛି ନୋବେଲ ପୁରସ୍କାର। ଏ ଯାବତ୍‌ ପାଖାପାଖି ୨୫ଜଣ ବିଜ୍ଞାନୀ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ରେଡିଓଲୋଜି ଆଧାରିତ କ୍ଷେତ୍ରରେ ଆବିଷ୍କାର କରି ନୋବେଲ ପୁ୍‌ରସ୍କାର ପାଇବାର ଗୌରବ ଅର୍ଜନ କରିପାରିଛନ୍ତି।
ରେଡିଓଲୋଜି ପଦ୍ଧତିରେ ବ୍ୟବହୃତ ହୋଇଥାଏ ତେଜସ୍କ୍ରିୟ ବିକିରଣ। ଏହି ତେଜସ୍କ୍ରିୟ ବିକିରଣ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଅନିଷ୍ଟକର, ଏପରିକି ଏହା ଜାତ କରିପାରେ କ୍ୟାନ୍‌ସର। ତେଣୁ ରେଡିଓଲୋଜି ବିଭାଗରେ କାର୍ଯ୍ୟରତ ଡାକ୍ତର, ନର୍ସ, ରେଡିଓଗ୍ରାଫର୍‌ ଇତ୍ୟାଦି ତେଜସ୍କ୍ରିୟତାରୁ ସୁରକ୍ଷିତ ରହିବା ପାଇଁ ଅନୁମୋଦିତ ସାବଧାନତା ଅବଲମ୍ବନ କରିଥାଆନ୍ତି।

ଡା. ନିତ୍ୟାନନ୍ଦ ସ୍ବାଇଁ
-‘ଅଭୀପ୍‌ସା’, ସେକ୍ଟର-୬, ପ୍ଲଟ୍‌ ନଂ. ୧୧୩୧, ଅଭିନବ ବିଡ଼ାନାସୀ, କଟକ ମୋ : ୮୩୨୮୯୭୫୧୧୮


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri