ସୌରଜଗତରେ ଆନ୍ତଃନାକ୍ଷତ୍ରିକ ଅତିଥି

ସୌରଜଗତରେ ସମସ୍ତ ଗ୍ରହ, ଗ୍ରହାଣୁ, ବାମନ ଗ୍ରହ, ଧୂମକେତୁ ଆଦି ସୂର୍ଯ୍ୟଙ୍କୁ ପରିକ୍ରମା କରିଥାଆନ୍ତି। ଏହିସବୁ ବସ୍ତୁପିଣ୍ଡ ଉପରେ ସୂର୍ଯ୍ୟର ମାଧ୍ୟାକର୍ଷଣ ପ୍ରଭାବ ରହିଛି। ସୌରଜଗତର ଶେଷ ଗ୍ରହ ନେପଚୁନ ପରେ ଅନେକ ଦୂର ପର୍ଯ୍ୟନ୍ତ କୁଇପର ବଳୟ ରହିଛି, ଯେଉଁଥିରେ ଅନେକ ଗ୍ରହାଣୁ ରହିଛନ୍ତି। କୁଇପର ବଳୟ ପରେ ସୌରଜଗତ ଶେଷ ହୋଇଛି। ସୌରଜଗତ ସୀମା ପରେ ଏକ ଅନ୍ଧାରୁଆ ଅଞ୍ଚଳ ରହିଛି, ଯାହା ନାମ ହେଉଛି ଉର୍ଟ ବାଦଲ।
ବେଳେବେଳେ ସୌରଜଗତ ବାହାରୁ କିଛି ବସ୍ତୁପିଣ୍ଡ ସୌରଜଗତ ଭିତରକୁ ପ୍ରବେଶ କରିଥାଏ। ଏହା ଉପରେ ସୂର୍ଯ୍ୟଙ୍କର ମାଧ୍ୟାକର୍ଷଣ ପ୍ରଭାବ ପଡି ନ ଥାଏ। ଏଣୁ ଏହା ସୂର୍ଯ୍ୟକୁ ପରିକ୍ରମା କରି ନ ଥାଏ। ଅନୁମାନ କରାଯାଉଛି ଯେ, କୌଣସି ନକ୍ଷତ୍ରର ପ୍ରଭାବରେ ଏଗୁଡିକୁ ସୌରଜଗତକୁ ପ୍ରବେଶ କରିଥାଆନ୍ତି। ସୌରଜଗତ ଦେଇ କିଛି ଦିନ ଗତି କରିବା ପରେ ଏଗୁଡିକ ପୁନଶ୍ଚ ଆନ୍ତଃନାକ୍ଷତ୍ରିକ ମହାକାଶକୁ ଚାଲିଯାଆନ୍ତି।
ଆମର ପର୍ଯ୍ୟବେକ୍ଷଣ ପ୍ରଯୁକ୍ତିବିଦ୍ୟାର ଉନ୍ନତି ହେବା ପରେ ବର୍ତ୍ତମାନ ସୌରଜଗତକୁ ଅଳ୍ପ ଦିନ ପାଇଁ ପ୍ରବେଶ କରୁଥିବା ଆନ୍ତଃନାକ୍ଷତ୍ରିକ ବସ୍ତୁଗୁଡ଼ିକ ଚିହ୍ନଟ କରିପାରୁଛେ ଏବଂ ସେଗୁଡ଼ିକ ସମ୍ବନ୍ଧରେ କିଛି ତଥ୍ୟ ମଧ୍ୟ ହାସଲ କରିପାରୁଛେ। ଆମେମାନେ ଏପର୍ଯ୍ୟନ୍ତ ମାତ୍ର ତିନୋଟି ଅତିଥି ବସ୍ତୁପିଣ୍ଡକୁ ଚିହ୍ନଟ କରିପାରିଛେ। ସେଗୁଡିକ ହେଉଛି-ଓଉମୁଆମୁଆ, ବୋରିସୋଭ ଏବଂ ଆଟଲାସ।
ଓଉମୁଆମୁଆ
ସୌରଜଗତ ବାହାରୁ ଏହା ଭିତରକୁ ପଶି ଆସି ପୁଣି ପଳାଇ ଯାଇଥିବା ପ୍ରଥମ ଜଣା ଗ୍ରହାଣୁର ନାମ ହେଉଛି ଓଉମୁଆମୁଆ। ଏହାକୁ ଯୁକ୍ତରାଷ୍ଟ୍ର ଆମେରିକାର ହାଓ୍ବାଇଠାରେ ଥିବା ପାନଷ୍ଟ୍ରାସ ଦୂରବୀକ୍ଷଣ ଯନ୍ତ୍ର ଦ୍ୱାରା ୨୦୧୭ ମସିହା ଅକ୍ଟୋବର ୧୯ ତାରିଖରେ ଆବିଷ୍କାର କରାଯାଇଥିଲା। ଏହି ପର୍ଯ୍ୟବେକ୍ଷଣ ‘ନାସା’ର ପୃଥିବୀର ସମୀପବର୍ତ୍ତୀ ବସ୍ତୁଗୁଡିକ କାର୍ଯ୍ୟକ୍ରମର ଅନ୍ତର୍ଭୁକ୍ତ ଥିଲା। ସୂର୍ଯ୍ୟଠାରୁ ଏହାର ନିକଟତମ ବିନ୍ଦୁରୁ ପ୍ରାୟ ୪୦ ଦିନ ଗତି କରିବା ପରେ ଏହାକୁ ଆବିଷ୍କାର କରାଗଲା ଏବଂ ଏହା ସେତେବେଳକୁ ପୃଥିବୀଠାରୁ ପ୍ରାୟ ୩୩ ନିୟୁତ କିମି ଦୂରରେ ଥିଲା। ଏହାର ଆବିଷ୍କାରକ ହେଉଛନ୍ତି କାନାଡାର ଜ୍ୟୋତିର୍ବିଦ୍‌ ରବର୍ଟ ଉଇରିକ୍‌। ଏହାର ଆକାର ହେଉଛି ୨୩୦ ମିଟର x ୩୫ ମିଟର x ୩୫ ମିଟର। ଏହାର ଅସାଧାରଣ ଆକାର ଓ ଅନ୍ୟାନ୍ୟ ଉତ୍ସରୁ ଅନେକ ବ୍ୟକ୍ତି ଏହା ବାହାର ଗ୍ରହରୁ ଆସିଥିବା ମନେକଲେ। ଏହାର ବେଗ ଘଣ୍ଟା ପ୍ରତି ୩୦,୦୦୦ କିମି ଥିଲା ଏବଂ ଏହାର ଗତିପଥରୁ ଜଣାଗଲା ଯେ ଏହା ଆମ ସୌରଜଗତର ବସ୍ତୁପିଣ୍ଡ ନୁହେଁ। ୨୦୧୯ ମସିହା ଜୁଲାଇ ମାସ ସୁଦ୍ଧା ଜ୍ୟୋତିର୍ବିଦମାନେ ସିଦ୍ଧାନ୍ତରେ ପହଞ୍ଚତ୍ଲେ ଯେ ଏହା ହେଉଛି ଗୋଟିଏ ପ୍ରାକୃତିକ ବସ୍ତୁପିଣ୍ଡ ଏବଂ ଏହା ସୌରଜଗତ ବାହାରୁ ଆସିଛି। ଏହା ପୃଥିବୀକୁ ମାତ୍ର ଏକ ସପ୍ତାହ ଦେଖା ଯାଇଥିଲା। ଏଣୁ ଏହା ସମ୍ବନ୍ଧରେ ବିଶେଷ ଅଧ୍ୟୟନ କରାଯାଇପାରିଲା ନାହିଁ।
ବୋରିସୋଭ
ଏହାକୁ କ୍ରିମିୟାର ଜ୍ୟୋତିର୍ବିଦ ଗେନାଡି ବୋରିସୋଭ ୨୦୧୯ ମସିହା ଅଗଷ୍ଟ ୨୯ ତାରିଖରେ କ୍ରିମିୟାର ନୌଚିନିଜସ୍ଥିତି ମାର୍ଗୋ ପର୍ଯ୍ୟବେକ୍ଷଣାଗାରୁ ଆବିଷ୍କାର କରିଥିଲେ। ଏହା ହେଉଛି ଗୋଟିଏ ଧୂମକେତୁ। ଏହାର ଉତ୍‌କେନ୍ଦ୍ରତା ୩.୩୬ ଥିଲା ଏବଂ ସୂର୍ଯ୍ୟ ଚାରିପଟେ ଏହା ପରିକ୍ରମଣ କରି ନ ଥିଲା। ଏହା ୨୦୧୯ ମସିହା ଅକ୍ଟୋବର ମାସ ଶେଷ ଆଡକୁ ସୌରଜଗତରେ ପ୍ରବେଶ କରିଥିଲା ଏବଂ ସେହି ବର୍ଷ ଡିସେମ୍ବର ୮ ତାରିଖରେ ସୂର୍ଯ୍ୟଠାରୁ ଏହାର ନିକଟତମ ଦୂରତା ଦୁଇ ମହାଜାଗତିକ ଏକକ ଥିଲା। ଏହା ସେହି ବର୍ଷ ଡିସେମ୍ବର ୨୮ ତାରିଖରେ ପୃଥିବୀ ନିକଟତର ଥିଲା। ଏହାର ଲାଞ୍ଜର ଦୈର୍ଘ୍ୟ ପୃଥିବୀ ଆକାରର ୧୪ ଗୁଣ ଥିଲା। ଏହାର କୋମା ଏବଂ ଧୂଳି ଓ ଗ୍ୟାସ୍‌ର ବାଦଲ ଥିଲା। ଏହା ପୃଥିବୀ ଠାରୁ ୩୦୦ ନିୟୁତ କିମିରୁ ଅଧିକ ଦୂର ଦେଇ ଯାଇଥିବାରୁ ଏହାର ଠିକ୍‌ ଆକାର ଓ ଆକୃତି ନିର୍ଦ୍ଧାରଣ କରାଯାଇ ପାରି ନ ଥିଲା। ଏହାର ନାଭିକ ବ୍ୟାସ ୧.୪ରୁ ୧୬ କିମି ମଧ୍ୟରେ ଆକଳନ କରାଯାଇଛି।
ଆଟଲାସ
ସୌରଜଗତକୁ ଆସିଥିବା ତୃତୀୟ ଜଣା ଆନ୍ତଃନାକ୍ଷତ୍ରିକ ଅତିଥି ହେଉଛି ଆଟଲାସ।
ଏହା ହେଉଛି ଗୋଟିଏ ଧୂମକେତୁ। ଏହାକୁ ୨୦୨୫ ମସିହା ଜୁଲାଇ ୧ ତାରିଖରେ ଚିଲିରେ ଥିବା ଡିପ୍‌ ରାନ୍‌ଡେର୍ମ ସର୍ଭେ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଚିହ୍ନଟ କରାଯାଇଛି। ଏହି ସର୍ଭେ ହେଉଛି ପୃଥିବୀ ସହିତ ସଂଘର୍ଷ ସମ୍ଭାବନା ଥିବା ଗ୍ରହାଣୁ ସମ୍ବନ୍ଧୀୟ ପ୍ରକଳ୍ପର ଅଂଶବିଶେଷ। ଏହି ପ୍ରକଳ୍ପର ନାମ ହେଉଛି ଆଟଲାସ ଏବଂ ଏହି ନାମକରଣ ଅନୁସାରେ ଆନ୍ତଃନାକ୍ଷତ୍ରିକ ଅଞ୍ଚଳରୁ ଆସିଥିବା ଧୂମକେତୁର ନାମକରଣ କରାଯାଇଛି।
ସୌରଜଗତକୁ ଆସିଥିବା ଅନ୍ୟ ଦୁଇ ଆନ୍ତଃନାକ୍ଷତ୍ରିକ ବସ୍ତୁପିଣ୍ଡଠାରୁ ଏହା ହେଉଛି ବଡ ଓ ଉଜ୍ଜ୍ୱଳ। ଏହାର କକ୍ଷର ଉତ୍‌କେନ୍ଦ୍ରତା ହେଉଛି ୬.୨। ସୂଚନାଯୋଗ୍ୟ ଯେ ଯେଉଁ ବସ୍ତୁପିଣ୍ଡର କକ୍ଷର ଉତ୍‌କେନ୍ଦ୍ରତା ଏକରୁ ଅଧିକ ହୋଇଥାଏ, ତାହା ସୂର୍ଯ୍ୟ ଚାରିପଟେ ପରିକ୍ରମଣ କରି ନ ଥାଏ। ଅନ୍ୟ ଅର୍ଥରେ, ଏହା ଆନ୍ତଃନାକ୍ଷତ୍ରିକ ମହାକାଶରୁ ଆସିଛି ଏବଂ ପୁନଶ୍ଚ ସେଠାକୁ ଫେରିଯିବ। ତୁଳନାତ୍ମକ ଭାବେ ଉମୁଆମୁଆ ଓ ବୋରିସୋଭ କକ୍ଷର ଉତ୍‌କେନ୍ଦ୍ରତା ଯଥାକ୍ରମେ ହେଉଛି ୧.୨ ଓ ୩.୬। ଆଟଲାସ୍‌ର ବ୍ୟାସ ହେଉଛି ୧୫ କିମି। ୨୦୨୫ ମସିହା ଜୁଲାଇ ପ୍ରଥମ ସପ୍ତାହରେ ଏହା ବୃହସ୍ପତିର କକ୍ଷ ମଝିରେ ପୃଥିବୀଠାରୁ ୫୨୦ ନିୟୁତ କିମି ଏବଂ ସୂର୍ଯ୍ୟଠାରୁ ୬୭୦ ନିୟୁତ କିମି ଦୂରରେ ଥିଲା। ଏହା ଚଳିତ ବର୍ଷ ଡିସେମ୍ବର ୧୯ରେ ପୃଥିବୀ ନିକଟତମ ହେବ ଏବଂ ପୃଥିବୀଠାରୁ ଏହା ୨୭୦ ନିୟୁତ କିମି ଦୂର ଦେଇ ଗତି କରିବ।

ଇଂ. ମାୟାଧର ସ୍ବାଇଁ
-୭୦, ଲକ୍ଷ୍ମୀ ବିହାର
ଫେଜ୍‌-୧, ଭୁବନେଶ୍ୱର
ମୋ : ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ରାଧାଷ୍ଟମୀରେ ସୃଷ୍ଟି ହେଲା ବଡ଼ ବଡ଼ ଗ୍ରହ ଯୋଗ: ଆଜିଠୁ ୫ ରାଶିଙ୍କର ଆରମ୍ଭ ହେଲା ଗୋଲଡେନ୍‌ ଟାଇମ୍‌, ଅପାର ଧନଲାଭ ସହ ବଢ଼ିବ ଆୟ!

ଭୁବନେଶ୍ୱର: ୧୯ ସେପ୍ଟେମ୍ବର ୨୦୨୬, ଶନିବାର ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥି। ଏହି ଦିନ ରାଧାଷ୍ଟମୀ, ଦଧୀଚି ଜୟନ୍ତୀ ଏବଂ ମାସିକ ଦୁର୍ଗାଷ୍ଟମୀ ପାଳନ କରାଯିବ।…

୨୦୨୭ରେ ଶନିଙ୍କ ମହାଗୋଚର: ଏହି ରାଶି ପାଇବ ସାଢେସାତୀରୁ ମୁକ୍ତି, ଆରମ୍ଭ ହେବ ଗୋଲ୍ଡେନ ଟାଇମ, ଚାକିରିରେ ପଦୋନ୍ନତି!

କର୍ମଫଳଦାତା ଶନିଦେବ ପ୍ରାୟ ଅଢ଼େଇ ବର୍ଷରେ ଥରେ ରାଶି ପରିବର୍ତ୍ତନ କରନ୍ତି। ବର୍ତ୍ତମାନ ଶନି ମୀନ ରାଶିରେ ଅବସ୍ଥାନ କରୁଥିବା ବେଳେ, ଜ୍ୟୋତିଷ ଗଣନା ଅନୁସାରେ ୩…

୨୦୨୭ରେ ମେଷ ରାଶିକୁ ଯିବେ ଶନି: ବର୍ଷ ଆରମ୍ଭରୁ ଆର୍ଥିକ ସମସ୍ୟାରେ ବୁଡିରହିବେ ଏହି ରାଶି, ଏମାନଙ୍କ ଉପରେ ଧନବର୍ଷା

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ ଅନୁଶାସନ, କର୍ମ ଓ ନ୍ୟାୟର ଗ୍ରହ ବୋଲି ମନେ କରାଯାଏ। ଅନ୍ୟ ଗ୍ରହଙ୍କ ତୁଳନାରେ ଶନିଙ୍କ ଗତି ଧୀର ହୋଇଥିବାରୁ ତାଙ୍କ…

ମାସେ ଯାଏ ସାବଧାନ ରୁହନ୍ତୁ ୩ ରାଶି! ଶନି-ସୂର୍ଯ୍ୟ ଏକାସାଙ୍ଗରେ କରିବେ କଲବଲ, ପାଖରୁ ପଳାଇବ ସବୁ ଟଙ୍କା!

ବୈଦିକ ଜ୍ୟୋତିଷରେ ସୂର୍ଯ୍ୟଙ୍କୁ ଗ୍ରହମାନଙ୍କ ଅଧିପତି ଏବଂ ଶନିଙ୍କୁ କର୍ମ ଓ ନ୍ୟାୟର କାରକ ବୋଲି ମନେ କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁସାରେ ସୂର୍ଯ୍ୟ ଓ ଶନିଙ୍କ…

୩୧ ଦିନ ପରେ ଉଦୟ ହେଲେ ବୁଧ: ବୃଷ ସମେତ ୫ ରାଶିଙ୍କ ଉପରେ ଧନବର୍ଷା! ଘର-ଗାଡ଼ି କିଣିବାର ରହିଛି ଯୋଗ

ଭୁବନେଶ୍ୱର: ୩୧ ଦିନ ଅସ୍ତ ରହିବା ପରେ ୨୦୨୬ ସେପ୍ଟେମ୍ବର ୧୭ ତାରିଖ ସନ୍ଧ୍ୟା ୬ଟା ୫୫ ମିନିଟରେ ଉଦୟ ହୋଇଛନ୍ତି ବୁଧ। ଜ୍ୟୋତିଷାଚାର୍ଯ୍ୟଙ୍କ ମତରେ, ମଙ୍ଗଳ…

ଆଉ ୨ ଦିନ ପରେ ୩ ରାଶିଙ୍କ ଉପରୁ କଟିଯିବ ଶନିଦଶା! ଅପାର ଧନ ଲାଭ ସହ ଚାକିରିରେ ପଦୋନ୍ନତି

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ଗୋଚର ଓ ଗତି ପରିବର୍ତ୍ତନକୁ ବେଶ ଗୁରୁତ୍ୱ ଦିଆଯାଏ। ଅନ୍ୟ ଗ୍ରହମାନଙ୍କ ତୁଳନାରେ ଶନି ଧୀରେ ଗତି କରୁଥିବାରୁ ତାଙ୍କ ରାଶି ପରିବର୍ତ୍ତନର…

୭୬ ବର୍ଷରେ ବି ଫିଟ୍‌ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଜନ୍ମଦିନରେ ଜାଣନ୍ତୁ ତାଙ୍କ ବିଷୟରେ କିଛି ଅଜଣା କଥା…

ନୂଆଦିଲ୍ଲୀ,୧୭ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୭ ସେପ୍ଟେମ୍ବର ୧୯୫୦ରେ ଗୁଜରାଟରେ ଜନ୍ମଗ୍ରହଣ କରିଥିଲେ। ଆଜି ତାଙ୍କ ଜନ୍ମଦିନରେ ସାରା ଦେଶରେ ତାଙ୍କ ଜୀବନର ବିଭିନ୍ନ ଦିଗ ଉପରେ…

ଏବେଠୁ ସତର୍କ ରୁହନ୍ତୁ ୩ ରାଶି: ଡିସେମ୍ବର ଯାଏ କଲବଲ କରିବେ ରାହୁ-କେତୁ, ହାତରୁ ଯିବ ଚାକିରି! ସହିବେ ବଡ଼ କ୍ଷତି

ବୈଦିକ ଜ୍ୟୋତିଷରେ ରାହୁ ଓ କେତୁଙ୍କୁ ଛାୟା ଗ୍ରହ ଭାବେ ବିବେଚନା କରାଯାଏ। ଜ୍ୟୋତିଷୀୟ ମତ ଅନୁସାରେ ଏହି ଦୁଇ ଗ୍ରହଙ୍କ ପ୍ରଭାବରେ ଜୀବନରେ ହଠାତ୍‌ ଲାଭ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?