Posted inଜାତୀୟ

ଉତ୍ତେଜନା କମାଇପାରିବ ଆନ୍ତଃଜାତି ବିବାହ

ନୂଆଦିଲ୍ଲୀ, ୧୩।୨(ଆଇଏଏନ୍‌ଏସ୍‌): ଭିନ୍ନ ଜାତିରେ ବିବାହ ସମାଜରୁ ଜାତିପ୍ରଥା ଜନିତ ପ୍ରତିବନ୍ଧକ ଦୂର କରିବାର ଏକ ଉପାୟ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଜୀବନସାଥୀ ଚୟନ କରୁଥିବା ପୁଅଝିଅ ଶ୍ରେଣୀ ସମ୍ମାନ (କ୍ଲାସ୍‌ ଅନର) କିମ୍ବା ଗୋଷ୍ଠୀ ବିଚାର (ଗ୍ରୁପ୍‌ ଥିଙ୍କିଙ୍ଗ)ର ଅବଧାରଣାର ଅଧୀନ ହୋଇପାରିବେ ନାହିଁ ବୋଲି ଜଷ୍ଟିସ୍‌ ସଞ୍ଜୟ କିଷନ କୌଲ ଏବଂ ହୃଷୀକେଶ ରାୟଙ୍କ ଖଣ୍ଡପୀଠ ମତ ଦେଇଛନ୍ତି। ଶିକ୍ଷିତ ଯୁବକ ଯୁବତୀ ସେମାନଙ୍କ ଜୀବନସାଥୀ ଚୟନ କରିବା ଫଳରେ ସମାଜର ପୂର୍ବ ନୀତି ନିୟମଠାରୁ ଦୂରେଇ ଯାଉଛନ୍ତି, ଯେଉଁଠି ଜାତି ପ୍ରଥା ଓ ସମ୍ପ୍ରଦାୟ ବିବାହରେ ମୁଖ୍ୟ ଭୂମିକା ନେଉଥିଲା। ଜୀବନସାଥୀ ଚୟନ ଏକ ପ୍ରଗତିଶୀଳ ଦୃଷ୍ଟିକୋଣ ଯାହା ଆନ୍ତଃଜାତି ବିବାହ ମାଧ୍ୟମରେ ସମାଜରେ ଜାତି ଓ ସାମ୍ପ୍ରଦାୟିକ ଉତ୍ତେଜନା ହ୍ରାସ କରିପାରିବ ବୋଲି ଖଣ୍ଡପୀଠ କହିଛନ୍ତି। ପ୍ରାପ୍ତବୟସ୍କ ପୁଅଝିଅ ପରସ୍ପରକୁ ବିବାହ ପାଇଁ ରାଜି ହେଲେ ପରିବାର, ସମ୍ପ୍ରଦାୟ କିମ୍ବା ବଂଶର ଅନୁମତି ଆବଶ୍ୟକତା ନାହିଁ। ପୂର୍ବରୁ ଅଦାଲତ ଅନେକ ଥର ଏଭଳି ରାୟ ଦେଇଛନ୍ତି। ବିବାହର ଅନ୍ତରଙ୍ଗତା ଗୋପନୀୟତାର ମୂଳ ଜୋନ୍‌ ମଧ୍ୟରେ ଅବସ୍ଥିତ, ଯାହା ପବିତ୍ର ଏବଂ ବିଶ୍ୱାସର ପ୍ରସଙ୍ଗ। ନିଜ ଇଚ୍ଛାରେ ବିବାହ କରିବା ଅଧିକାର ସମ୍ବିଧାନର ଅନୁଚ୍ଛେଦ ୨୧ରେ ସନ୍ନିବେଶିତ ହୋଇଥିବା ସର୍ବୋଚ୍ଚ ଅଦାଲତ କହିଛନ୍ତି।
କର୍ନାଟକର ଜଣେ ଯୁବତୀ ଘରେ ନ ଜଣାଇ ନିଜ ପସନ୍ଦର ପୁଅକୁ ବିବାହ କରିଥିଲେ। ଝିଅ ନିଖୋଜ ଥିବା ନେଇ ବାପା ଥାନାରେ ଏତଲା ଦେଇଥିଲେ। ଝିଅ ଥାନାରେ ଆସି ବୟାନ ନ ଦେଲେ ତାଙ୍କ ସ୍ବାମୀଙ୍କ ବିରୋଧରେ ଅପହରଣ ମାମଲା ରୁଜୁ ହେବ ବୋଲି ପୋଲିସ କହିବାରୁ ସେମାନେ ସୁପ୍ରିମକୋର୍ଟ ଯାଇଥିଲେ। ପୋଲିସ ଅଫିସରଙ୍କ ଧମକପୂର୍ଣ୍ଣ କାର୍ଯ୍ୟକୁ ସର୍ବୋଚ୍ଚ ଅଦାଲତ ସମାଲୋଚନା କରିଛନ୍ତି। ଝିଅଙ୍କ ବାପା ଦାଏର କରିଥିବା ଏତଲାକୁ ଖଣ୍ଡପୀଠ ଖାରଜ କରିଦେଇଛନ୍ତି। ଆନ୍ତଃଜାତି ବିବାହକୁ ନେଇ ସୃଷ୍ଟ ସମ୍ବେଦନଶୀଳ ମାମଲାଗୁଡ଼ିକର ପରିଚାଳନା ପାଇଁ ପୋଲିସ ଅଧିକାରୀମାନଙ୍କ ନିମନ୍ତେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହେବା ଆବଶ୍ୟକ ବୋଲି ଖଣ୍ଡପୀଠ ମତ ଦେଇଛନ୍ତି। ଏଥିପାଇଁ ପୋଲିସ କର୍ତ୍ତୃପକ୍ଷ ଆଗାମୀ ୮ ସପ୍ତାହ ମଧ୍ୟରେ ଗାଇଡ୍‌ଲାଇନ ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବ୍ୟବସ୍ଥା କରିବାକୁ ଅଦାଲତ ଆଶାବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍‌ ପରେ…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

ଦୁର୍ଗମ ଜଙ୍ଗଲରେ ଚଢାଉ: ମଦ କାରଖାନା ଭାଙ୍ଗିଲା ଅବକାରୀ ବିଭାଗ, ୧୯ ହଜାର ଲିଟର ମଦ ପୋଚ * ୧୧ ଶହ ଲିଟର ଦେଶୀ ମଦ ଜବତ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଜନଜାତି ବହୁଳ ଦାମପୁର ଗାଁ ନିକଟ ଦୁର୍ଗମ ଜଙ୍ଗଲରେ ମଙ୍ଗଳବାର ସକାଳେ ସାନଖେମୁଣ୍ଡି…

ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା            

ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…

ଘରେ କରୁଥିଲେ କାମ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

କୁଆଁରମୁଣ୍ଡା,୮।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଚୁଟିଆଟୋଲି ଗ୍ରାମ ରୀତା ତିର୍କୀଙ୍କ ଘର ସେଣ୍ଟ୍ରିଂ କାମ କରୁଥିବା ବେଳେ ମଙ୍ଗଳବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri