ଇଣ୍ଟରନେଟ୍‌ ପାଠ

ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରି ଏଜୁକେଶନ (ସିବିଏସ୍‌ଇ) ଅନୁବନ୍ଧିତ ସ୍କୁଲଗୁଡ଼ିକ ପାଇଁ କେନ୍ଦ୍ର ସରକାରଙ୍କ ଅଧୀନ ନ୍ୟାଶନାଲ କାଉନ୍‌ସିଲ ଅଫ୍‌ ଏଡୁକେଶନାଲ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (ଏନ୍‌ସିଇଆର୍‌ଟି) ପାଠ୍ୟକ୍ରମ ଏବଂ ବହି ପ୍ରସ୍ତୁତ କରେ । କିନ୍ତୁ ପ୍ରାୟ ପ୍ରତ୍ୟେକ ବର୍ଷ ବହି ଠିକ୍‌ ସମୟରେ ଛପାଇବା ଓ ପିଲାଙ୍କୁ ଯୋଗାଇବାରେ ବ୍ୟତିକ୍ରମ ଲକ୍ଷ୍ୟ କରାଯାଉଛି। ଏହି ସମସ୍ୟାକୁ ପିଲା ତଥା ଅଭିଭାବକମାନେ ପ୍ରତ୍ୟେକ ବର୍ଷ ଅଙ୍ଗେ ନିଭାଉଛନ୍ତି। ଚଳିତ ବର୍ଷ ପ୍ରାରମ୍ଭରେ ବହି ଅଭାବକୁ ଦେଖି ଏନ୍‌ସିଇଆର୍‌ଟି ଅନ୍‌ଲାଇନରେ ପାଠକୁ ଛାଡ଼ିବା ଦ୍ୱାରା ଏହାକୁ ନେଇ ବ୍ୟବସୟୀ ଗୋଷ୍ଠୀ ବହି ଛପାଇ ବିକ୍ରି କରିବା ଖବର ନଜରକୁ ଆସିଥିଲା। ବଡ଼ ସମସ୍ୟା ହେଉଛି, ନିକଟ ଅତୀତରୁ ପ୍ରାୟ ପ୍ରତ୍ୟେକ ବର୍ଷ ସିବିଏସ୍‌ଇର ବିଭିନ୍ନ ଶ୍ରେଣୀର ପାଠ୍ୟକ୍ରମରେ ପରିବର୍ତ୍ତନ କରାଯାଉଛି। ପ୍ରଥମେ ପାଠ୍ୟ ପୁସ୍ତକରୁ ମୋଗଲ ଇତିହାସକୁ ହଟାଇ ଦିଆଯିବା ପରେ ଦଶମ ଶ୍ରେଣୀର ପାଠ୍ୟପୁସ୍ତକରୁ ଇଭୋଲ୍ୟୁଶନ ବା କ୍ରମବିବର୍ତ୍ତନ ବିଷୟକୁ ପରିବର୍ତ୍ତନ କରାଯିବା ପ୍ରାୟ ସମସ୍ତଙ୍କର ମନେଥିତ୍ବ। ଏହାବ୍ୟତୀତ ପିଲାମାନେ ଦଙ୍ଗା ଉପରେ ଶିକ୍ଷା ପାଇବା ଉଚିତ ନୁହେଁ ବୋଲି ପାଠ୍ୟକ୍ରମର ନୂତନ ସଂସ୍କରଣରେ ଗୁଜରାଟ ଦଙ୍ଗା ଓ ବାବ୍ରି ମସ୍‌ଜିଦ ଭଙ୍ଗ ବିଷୟକୁ ସଂଶୋଧନ କରାଯାଇଥିବା ଏନ୍‌ସିଇଆର୍‌ଟିି ନିର୍ଦ୍ଦେଶକ ଜୁନ୍‌ ୧୬ରେ ପ୍ରକାଶ କରିଥିଲେ। ଦ୍ୱାଦଶ ଶ୍ରେଣୀ ରାଜନୀତି ବିଜ୍ଞାନ ବହିରୁ ଏହି ବିଷୟକୁ ବାଦ୍‌ ଦିଆଯିବା ସହ ଅନ୍ୟ କେତେକରେ ପରିବର୍ତ୍ତନ କରାଯାଇଛି। ବାବ୍ରି ମସ୍‌ଜିଦକୁ ୩ ଗମ୍ବୁଜ ବିଶିଷ୍ଟ ଢାଞ୍ଚା ବୋଲି ଉଲ୍ଲେଖ କରାଯାଇଥିବା ବେଳେ ଅଯୋଧ୍ୟା ବିଷୟକୁ ୪ ପୃଷ୍ଠାରୁ ୨ ପୃଷ୍ଠାକୁ କମାଇ ଦିଆଯାଇଛି। ରାଜନୀତି ବିଜ୍ଞାନ ବହିର ଗଣତାନ୍ତ୍ରିକ ଅଧିକାର ଅଧ୍ୟାୟରୁ ଗୁଜରାଟ ଦଙ୍ଗା ବିଷୟକୁ ହଟାଯାଇଛି। ପିଲାଙ୍କୁ ଦଙ୍ଗା ବିଷୟରେ ପଢ଼ାଗଲେ ତାହା ସକାରାମତ୍କ ପ୍ରଭାବ ପକାଇବ ନାହିଁ ବୋଲି ଏନ୍‌ସିଇଆର୍‌ଟି ଯୁକ୍ତି ଦର୍ଶାଇଛି। ଯେହେତୁ ସମ୍ବିଧାନ ଭାରତ ଓ ଇଣ୍ଡିଆ ୨ ଶବ୍ଦକୁ ସ୍ବୀକୃତି ଦେଇଛି, ସେଥିପାଇଁ ବହିରେ ଏହାକୁ ଅଦଳବଦଳକରି ବ୍ୟବହାର କରାଯାଇପାରିବ ବୋଲି ଜୁନ୍‌ ୧୭ରେ କୁହାଯାଇଛି। କିନ୍ତୁ ମନେରଖିବା ଉଚିତ ଯେ, ବହିର କୌଣସି ବିଷୟରେ ପରିବର୍ତ୍ତନ କରିବା ଅର୍ଥ ବହି ନୂଆ କରି ଛପାଇବା। ଅର୍ଥାତ୍‌ ପୁରୁଣା ବହି ବଦଳରେ ପିଲାଙ୍କୁ ପୁନର୍ବାର ନୂଆ ବହି କିଣିବାକୁ ବାଧ୍ୟ କରିବା। ଏହି ବିଷୟରେ ଧରିତ୍ରୀର ଏପ୍ରିଲ ୯ ତାରିଖରେ ଏହି ସ୍ତମ୍ଭରେ ଲେଖିଥିଲୁ ଯେ,ପୂର୍ବରୁ ବଡ଼ ଭଉଣୀ ଭାଇଙ୍କ ବହିକୁ ସାନମାନେ ପଠନ କରିପାରୁଥିଲେ। କିନ୍ତୁ ବହିର ବିଷୟବସ୍ତୁ ବାରମ୍ବାର ବଦଳିବା ହେତୁ ତାହା ସମ୍ଭବପର ହୋଇପାରୁନାହିଁ।
ପାଠ୍ୟପୁସ୍ତକର ବିଷୟ ବାରମ୍ବାର ବଦଳିବା ଫଳରେ ଅନେକ ସମସ୍ୟା ସୃଷ୍ଟି ହୋଇଛି। ପ୍ରଥମଟି ହେଉଛି, ପାଠ୍ୟପୁସ୍ତକ ପ୍ରସ୍ତୁତ କରୁଥିବା ଅଧିକାରୀମାନଙ୍କର ମାନସିକ ସ୍ଥିରତା ଏବଂ ବୌଦ୍ଧିକ ଦକ୍ଷତା ଉପରେ ପ୍ରଶ୍ନବାଚୀ ଲାଗୁଛି। ଅଭିଭାବକମାନଙ୍କର ବାରମ୍ବାର ବହିକିଣା ଫଳରେ ଆର୍ଥିକ ବୋଝ ବଢୁଛି। ପ୍ରତ୍ୟେକଥର ନୂତନ ପାଠ୍ୟପୁସ୍ତକ ପ୍ରସ୍ତୁତ କରିବା, ଛାପିବା ଏବଂ ପିଲାଙ୍କ ପାଖରେ ପହଞ୍ଚାଇବାର ବ୍ୟବସ୍ଥା ଭାଙ୍ଗିପଡ଼ୁଥିବା ହେତୁ ଛାତ୍ରୀଛାତ୍ର କ୍ଷତିଗ୍ରସ୍ତ ହେବା ସହ ବ୍ୟବସାୟିକ ସ୍ବାର୍ଥ ପ୍ରବେଶ କରିବାର ସୁଯୋଗ ସୃଷ୍ଟି ହେଉଛି। ସରକାର ତାଙ୍କର ମନଇଚ୍ଛା ରାଜନୀତି, ଭୂଗୋଳ, ଗଣିତ ଏବଂ ଇତିହାସ ବିଷୟଗୁଡ଼ିକୁ ଥରକରେ ପରିବର୍ତ୍ତନ କରିଦିଅନ୍ତୁ। ସେହି ବହିକୁ ପ୍ରଚଳିତ ରଖନ୍ତୁ ଯେପର୍ଯ୍ୟନ୍ତ ଅନ୍ୟ ଏକ ସରକାର ଆସି ପୁନର୍ବାର ସବୁକିଛି ବଦଳାଇବାର ସୁଯୋଗ ପାଇନାହିଁ। ସେତେବେଳେ ସେ ସମସ୍ୟାକୁ ଦେଖାଯିବ। ଅନ୍ୟ ଏକ ପନ୍ଥା ହେଉଛି ବହିକୁ ନିୟମିତ ବଦଳାଇ ଚାଲନ୍ତୁ ଏବଂ ଯେଉଁ ଧନୀଘରର ପିଲା ଇଣ୍ଟରନେଟ୍‌ ଏବଂ କମ୍ପ୍ୟୁଟର ସାହାଯ୍ୟରେ ପାଠ ପଢ଼ିପାରିବେ ସେହି ପିଲାମାନେ ଉଧାଇବାର ସୁଯୋଗ ପାଆନ୍ତୁ। ନିଷ୍ଠୁର ଭାବେ ସରକାର ଘୋଷଣା କରିଦିଅନ୍ତୁ ଯେଉଁମାନେ ଇଣ୍ଟରନେଟ୍‌ରୁ ବହିକୁ ଡାଉନଲୋଡ୍‌ କରିପାରିବେ ନାହିଁ, ସେମାନେ ପଢ଼ିବା ଦରକାର ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କେବଳ ଶିକ୍ଷାଦାନରେ ସୀମିତ ନ ରହି ସ୍କୁଲର କଳେବର ବଦଳାଇବାରେ ପ୍ରମୁଖ ଭୂମିକା ନେଇଛନ୍ତି ମଧ୍ୟପ୍ରଦେଶର ଜଣେ ଶିକ୍ଷକ। ରାଜଗଡ଼ର ମୋହନପୁର କଲୋନିରେ ଥିବା ଇଣ୍ଟିଗ୍ରେଟେଡ୍‌...

ହସ ଥେରାପି

ଜଣେ ଧନୀ ଏବଂ ପ୍ରତିଷ୍ଠିତ ବ୍ୟକ୍ତି ମାନସିକ ବିଷାଦରୁ ମୁକ୍ତି ପାଇବା ପାଇଁ ମନୋବିଶେଷଜ୍ଞଙ୍କ ସହିତ ଦେଖା କରିବାକୁ ଆବଶ୍ୟକ ମଣିଲେ। ବିଶେଷଜ୍ଞଙ୍କ ସହିତ କିଛି...

ବିଶ୍ୱ ଆଶ୍ଚର୍ଯ୍ୟ ପଥରେ ଓଡ଼ିଶା

ସରକାର ଘୋଷଣା କରିଛନ୍ତି ଯେ, ୨୦୩୬ ସୁଦ୍ଧା ଓଡ଼ିଶା ଏକ ‘ବିକଶିତ’ ରାଜ୍ୟ ହୋଇଯିବ। ଓଡ଼ିଶା ଯଦି ଆଉ ମାତ୍ର ୧୨ ବର୍ଷରେ ‘ବିକଶିତ’ ରାଜ୍ୟ...

ଆଇଲାଲୋ ‘ଦାନା’

ବାତ୍ୟା ଆସୁଛି, ପରିବା କିଣି ପକାଇବା। ଘରେ ଲୁଣ, ଲଙ୍କା, ଖାଇବାତେଲ ସହିତ ଡିଜେଲ ଓ ପେଟ୍ରୋଲ ମଧ୍ୟ କିଣି ଠୁଳ କରିବା। ସେଇଥିପାଇଁ ଧାଡ଼ିରେ...

ଏଇ ଭାରତରେ

ଗୋଟେ ମଇଁଷିର ଦାମ୍‌ ୧ ଲକ୍ଷ ଟଙ୍କାରୁ ଅଧିକ ହେବା କଥା ହୁଏତ କେହି ଭାବି ନ ଥିବେ। ମାତ୍ର ମଇଁଷିର ଦାମ୍‌ ବି ୨୩...

ମାତାପିତା ସନ୍ତାନର ନିର୍ମାତା

ଯତ୍ନଶୀଳ ମାତାପିତା ଆସନ୍ତାକାଲିର ଶିଳ୍ପୀ। ସନ୍ତାନର ଜୀବନରେଖା ଓ ମେରୁଦଣ୍ଡ। ଏକ ଅନୁଷ୍ଠାନ। ସବୁଠୁ ବଡ଼ ସୌଭାଗ୍ୟ ମାଆ ଓ ବାପା ହେବା ଓ ସବୁଠୁ...

ଅସ୍ମିତା: କାହା ପାଇଁ କେମିତି

ଛିଦିନ ତଳେ ଆମ ପ୍ରାତଃ ଭ୍ରମଣରେ ଆଲୋଚ୍ୟର ବିଷୟ ଥିଲା ଅସ୍ମିତା। ପଟ୍ଟନାୟକ ବାବୁ ପ୍ରଥମେ କଥା ଆରମ୍ଭ କରି କହିଥିଲେ ଯେ ଗତ ଚାରି...

ଥଣ୍ଡାପଡୁନି ମଣିପୁର

ଏବେ ଭାରତ-କାନାଡା ସମ୍ପର୍କ ବିଗିଡ଼ି ଯାଇଥିବାରୁ ତାହା ଉପରେ ଦେଶବ୍ୟାପୀ ଆଲୋଚନା ଜାରି ରହିଛି। କ’ଣସବୁ ପଦକ୍ଷେପ ନେଲେ ସ୍ଥିତିରେ ଉନ୍ନତି ଆସିବ ସରକାରୀ ସ୍ତରରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri