ଇଣ୍ଟରନେଟ୍‌ ପାଠ

ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରି ଏଜୁକେଶନ (ସିବିଏସ୍‌ଇ) ଅନୁବନ୍ଧିତ ସ୍କୁଲଗୁଡ଼ିକ ପାଇଁ କେନ୍ଦ୍ର ସରକାରଙ୍କ ଅଧୀନ ନ୍ୟାଶନାଲ କାଉନ୍‌ସିଲ ଅଫ୍‌ ଏଡୁକେଶନାଲ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (ଏନ୍‌ସିଇଆର୍‌ଟି) ପାଠ୍ୟକ୍ରମ ଏବଂ ବହି ପ୍ରସ୍ତୁତ କରେ । କିନ୍ତୁ ପ୍ରାୟ ପ୍ରତ୍ୟେକ ବର୍ଷ ବହି ଠିକ୍‌ ସମୟରେ ଛପାଇବା ଓ ପିଲାଙ୍କୁ ଯୋଗାଇବାରେ ବ୍ୟତିକ୍ରମ ଲକ୍ଷ୍ୟ କରାଯାଉଛି। ଏହି ସମସ୍ୟାକୁ ପିଲା ତଥା ଅଭିଭାବକମାନେ ପ୍ରତ୍ୟେକ ବର୍ଷ ଅଙ୍ଗେ ନିଭାଉଛନ୍ତି। ଚଳିତ ବର୍ଷ ପ୍ରାରମ୍ଭରେ ବହି ଅଭାବକୁ ଦେଖି ଏନ୍‌ସିଇଆର୍‌ଟି ଅନ୍‌ଲାଇନରେ ପାଠକୁ ଛାଡ଼ିବା ଦ୍ୱାରା ଏହାକୁ ନେଇ ବ୍ୟବସୟୀ ଗୋଷ୍ଠୀ ବହି ଛପାଇ ବିକ୍ରି କରିବା ଖବର ନଜରକୁ ଆସିଥିଲା। ବଡ଼ ସମସ୍ୟା ହେଉଛି, ନିକଟ ଅତୀତରୁ ପ୍ରାୟ ପ୍ରତ୍ୟେକ ବର୍ଷ ସିବିଏସ୍‌ଇର ବିଭିନ୍ନ ଶ୍ରେଣୀର ପାଠ୍ୟକ୍ରମରେ ପରିବର୍ତ୍ତନ କରାଯାଉଛି। ପ୍ରଥମେ ପାଠ୍ୟ ପୁସ୍ତକରୁ ମୋଗଲ ଇତିହାସକୁ ହଟାଇ ଦିଆଯିବା ପରେ ଦଶମ ଶ୍ରେଣୀର ପାଠ୍ୟପୁସ୍ତକରୁ ଇଭୋଲ୍ୟୁଶନ ବା କ୍ରମବିବର୍ତ୍ତନ ବିଷୟକୁ ପରିବର୍ତ୍ତନ କରାଯିବା ପ୍ରାୟ ସମସ୍ତଙ୍କର ମନେଥିତ୍ବ। ଏହାବ୍ୟତୀତ ପିଲାମାନେ ଦଙ୍ଗା ଉପରେ ଶିକ୍ଷା ପାଇବା ଉଚିତ ନୁହେଁ ବୋଲି ପାଠ୍ୟକ୍ରମର ନୂତନ ସଂସ୍କରଣରେ ଗୁଜରାଟ ଦଙ୍ଗା ଓ ବାବ୍ରି ମସ୍‌ଜିଦ ଭଙ୍ଗ ବିଷୟକୁ ସଂଶୋଧନ କରାଯାଇଥିବା ଏନ୍‌ସିଇଆର୍‌ଟିି ନିର୍ଦ୍ଦେଶକ ଜୁନ୍‌ ୧୬ରେ ପ୍ରକାଶ କରିଥିଲେ। ଦ୍ୱାଦଶ ଶ୍ରେଣୀ ରାଜନୀତି ବିଜ୍ଞାନ ବହିରୁ ଏହି ବିଷୟକୁ ବାଦ୍‌ ଦିଆଯିବା ସହ ଅନ୍ୟ କେତେକରେ ପରିବର୍ତ୍ତନ କରାଯାଇଛି। ବାବ୍ରି ମସ୍‌ଜିଦକୁ ୩ ଗମ୍ବୁଜ ବିଶିଷ୍ଟ ଢାଞ୍ଚା ବୋଲି ଉଲ୍ଲେଖ କରାଯାଇଥିବା ବେଳେ ଅଯୋଧ୍ୟା ବିଷୟକୁ ୪ ପୃଷ୍ଠାରୁ ୨ ପୃଷ୍ଠାକୁ କମାଇ ଦିଆଯାଇଛି। ରାଜନୀତି ବିଜ୍ଞାନ ବହିର ଗଣତାନ୍ତ୍ରିକ ଅଧିକାର ଅଧ୍ୟାୟରୁ ଗୁଜରାଟ ଦଙ୍ଗା ବିଷୟକୁ ହଟାଯାଇଛି। ପିଲାଙ୍କୁ ଦଙ୍ଗା ବିଷୟରେ ପଢ଼ାଗଲେ ତାହା ସକାରାମତ୍କ ପ୍ରଭାବ ପକାଇବ ନାହିଁ ବୋଲି ଏନ୍‌ସିଇଆର୍‌ଟି ଯୁକ୍ତି ଦର୍ଶାଇଛି। ଯେହେତୁ ସମ୍ବିଧାନ ଭାରତ ଓ ଇଣ୍ଡିଆ ୨ ଶବ୍ଦକୁ ସ୍ବୀକୃତି ଦେଇଛି, ସେଥିପାଇଁ ବହିରେ ଏହାକୁ ଅଦଳବଦଳକରି ବ୍ୟବହାର କରାଯାଇପାରିବ ବୋଲି ଜୁନ୍‌ ୧୭ରେ କୁହାଯାଇଛି। କିନ୍ତୁ ମନେରଖିବା ଉଚିତ ଯେ, ବହିର କୌଣସି ବିଷୟରେ ପରିବର୍ତ୍ତନ କରିବା ଅର୍ଥ ବହି ନୂଆ କରି ଛପାଇବା। ଅର୍ଥାତ୍‌ ପୁରୁଣା ବହି ବଦଳରେ ପିଲାଙ୍କୁ ପୁନର୍ବାର ନୂଆ ବହି କିଣିବାକୁ ବାଧ୍ୟ କରିବା। ଏହି ବିଷୟରେ ଧରିତ୍ରୀର ଏପ୍ରିଲ ୯ ତାରିଖରେ ଏହି ସ୍ତମ୍ଭରେ ଲେଖିଥିଲୁ ଯେ,ପୂର୍ବରୁ ବଡ଼ ଭଉଣୀ ଭାଇଙ୍କ ବହିକୁ ସାନମାନେ ପଠନ କରିପାରୁଥିଲେ। କିନ୍ତୁ ବହିର ବିଷୟବସ୍ତୁ ବାରମ୍ବାର ବଦଳିବା ହେତୁ ତାହା ସମ୍ଭବପର ହୋଇପାରୁନାହିଁ।
ପାଠ୍ୟପୁସ୍ତକର ବିଷୟ ବାରମ୍ବାର ବଦଳିବା ଫଳରେ ଅନେକ ସମସ୍ୟା ସୃଷ୍ଟି ହୋଇଛି। ପ୍ରଥମଟି ହେଉଛି, ପାଠ୍ୟପୁସ୍ତକ ପ୍ରସ୍ତୁତ କରୁଥିବା ଅଧିକାରୀମାନଙ୍କର ମାନସିକ ସ୍ଥିରତା ଏବଂ ବୌଦ୍ଧିକ ଦକ୍ଷତା ଉପରେ ପ୍ରଶ୍ନବାଚୀ ଲାଗୁଛି। ଅଭିଭାବକମାନଙ୍କର ବାରମ୍ବାର ବହିକିଣା ଫଳରେ ଆର୍ଥିକ ବୋଝ ବଢୁଛି। ପ୍ରତ୍ୟେକଥର ନୂତନ ପାଠ୍ୟପୁସ୍ତକ ପ୍ରସ୍ତୁତ କରିବା, ଛାପିବା ଏବଂ ପିଲାଙ୍କ ପାଖରେ ପହଞ୍ଚାଇବାର ବ୍ୟବସ୍ଥା ଭାଙ୍ଗିପଡ଼ୁଥିବା ହେତୁ ଛାତ୍ରୀଛାତ୍ର କ୍ଷତିଗ୍ରସ୍ତ ହେବା ସହ ବ୍ୟବସାୟିକ ସ୍ବାର୍ଥ ପ୍ରବେଶ କରିବାର ସୁଯୋଗ ସୃଷ୍ଟି ହେଉଛି। ସରକାର ତାଙ୍କର ମନଇଚ୍ଛା ରାଜନୀତି, ଭୂଗୋଳ, ଗଣିତ ଏବଂ ଇତିହାସ ବିଷୟଗୁଡ଼ିକୁ ଥରକରେ ପରିବର୍ତ୍ତନ କରିଦିଅନ୍ତୁ। ସେହି ବହିକୁ ପ୍ରଚଳିତ ରଖନ୍ତୁ ଯେପର୍ଯ୍ୟନ୍ତ ଅନ୍ୟ ଏକ ସରକାର ଆସି ପୁନର୍ବାର ସବୁକିଛି ବଦଳାଇବାର ସୁଯୋଗ ପାଇନାହିଁ। ସେତେବେଳେ ସେ ସମସ୍ୟାକୁ ଦେଖାଯିବ। ଅନ୍ୟ ଏକ ପନ୍ଥା ହେଉଛି ବହିକୁ ନିୟମିତ ବଦଳାଇ ଚାଲନ୍ତୁ ଏବଂ ଯେଉଁ ଧନୀଘରର ପିଲା ଇଣ୍ଟରନେଟ୍‌ ଏବଂ କମ୍ପ୍ୟୁଟର ସାହାଯ୍ୟରେ ପାଠ ପଢ଼ିପାରିବେ ସେହି ପିଲାମାନେ ଉଧାଇବାର ସୁଯୋଗ ପାଆନ୍ତୁ। ନିଷ୍ଠୁର ଭାବେ ସରକାର ଘୋଷଣା କରିଦିଅନ୍ତୁ ଯେଉଁମାନେ ଇଣ୍ଟରନେଟ୍‌ରୁ ବହିକୁ ଡାଉନଲୋଡ୍‌ କରିପାରିବେ ନାହିଁ, ସେମାନେ ପଢ଼ିବା ଦରକାର ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜାପାନର କୃଷି ପଦ୍ଧତି ଦ୍ୱାରା ଅନୁପ୍ରାଣିତ ହୋଇ କେରଳର ମହିଳା ଚାଷୀ ଉଷା ଶୋଲାପାନି ଲୋପ ପାଇଯାଉଥିବା ୧୦୦୦ କିସମର ଦେଶୀ ଧାନ ସଂରକ୍ଷଣ କରିବାରେ ସକ୍ଷମ…

ଧନ୍ୟ ସେ ଉପାସନା

କେବଳ କ’ଣ କବିମାନେ ପ୍ରକୃତିର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ କବିତା ଲେଖୁଥିବେ? କେବଳ କ’ଣ ଏବେ ମଧ୍ୟ ଆମ ଜୀବନରକ୍ଷାକାରୀ ଚାଷୀଭାଇ ଧାନବିଲରେ ହଳ କରୁ କରୁ…

ବିଶ୍ୱ ଚାହେଁ ରାଜନୈତିକ ରୂପାନ୍ତର

ପାଶ୍ଚାତ୍ୟ ଜଗତ ମନୁଷ୍ୟର ବୁଦ୍ଧିଗତ, ଭାବମୟ, ପ୍ରାଣଗତ ଏବଂ ଭୌତିକ ଜୀବନର ବିକାଶକୁ ତା’ର ଆଦର୍ଶ ବୋଲି ଗ୍ରହଣ କରିଥିଲା। ମାତ୍ର ତାହାର ଆମତ୍ିକ ସ୍ଥିତିର ବୃହତର…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri