ଥଣ୍ଡାପଡୁନି ମଣିପୁର

ଏବେ ଭାରତ-କାନାଡା ସମ୍ପର୍କ ବିଗିଡ଼ି ଯାଇଥିବାରୁ ତାହା ଉପରେ ଦେଶବ୍ୟାପୀ ଆଲୋଚନା ଜାରି ରହିଛି। କ’ଣସବୁ ପଦକ୍ଷେପ ନେଲେ ସ୍ଥିତିରେ ଉନ୍ନତି ଆସିବ ସରକାରୀ ସ୍ତରରୁ ଆରମ୍ଭ କରି ଗଣମାଧ୍ୟମ ଯାଏ ସବୁଆଡ଼େ ଏହି ପ୍ରସଙ୍ଗ ଉପରେ ନଜର। କୌଣସି ଦେଶ ସହ ଥରେ ବୈଦେଶିକ ସମ୍ପର୍କ ବିଗିଡ଼ିଯିବା ଅର୍ଥ ତାହାକୁ ଫେରାଇ ଆଣିବା କଷ୍ଟକର। ସେଥିପାଇଁ ସବୁ ସ୍ତରରେ ପ୍ରୟାସ ହେବା ଦରକାର। ଏଥିସହିତ ଦେଶର ଆଭ୍ୟନ୍ତରୀଣ ସମସ୍ୟାକୁ ସମାନ ଭାବେ ଗୁରୁତ୍ୱ ଦେବା ଯଥେଷ୍ଟ ଜରୁରୀ। କାରଣ ଏହା ଉଗ୍ର ରୂପ ଧାରଣ କଲେ ତାହାକୁ ସମ୍ଭାଳିବା ଅତ୍ୟନ୍ତ ଜଟିଳ। ଏଠାରେ ମଣିପୁର ଜାତିଗତ ସଂଘର୍ଷ କଥା ଉଲ୍ଲେଖଯୋଗ୍ୟ। ୨୦୨୩ ମେ’ରୁ ଉପତ୍ୟକା ଅଧିବାସୀ ମେଇତି ଓ ପାହାଡ଼ିଆ ଅଞ୍ଚଳରେ ବାସ କରୁଥିବା କୁକି ଆଦିବାସୀଙ୍କ ମଧ୍ୟରେ ସଂଘର୍ଷ ଲାଗି ରହିଛି। ସଦ୍ୟ ଘଟଣାକ୍ରମରେ ସନ୍ଦେହ କରାଯାଉଥିବା କୁକି ଉଗ୍ରପନ୍ଥୀମାନେ ଅକ୍ଟୋବର ୧୯ରେ ମଣିପୁର ଜିରିବାମ ଜିଲାରେ ଏକ ପୋଲିସ ଷ୍ଟେଶନ ଉପରେ ଆକ୍ରମଣ କରିଥିଲେ। ଆକ୍ରମଣକୁ ପ୍ରତିହତ କରିବାକୁ ଯାଇ ପୋଲିସ ପାଲଟା ଆକ୍ରମଣ କରିଥିଲା। ଏହି ଘଟଣାରେ କାହାରି ମୃତ୍ୟୁ ଘଟି ନ ଥିଲେ ମଧ୍ୟ ବୋମା ପଡ଼ିଯିବାରୁ ଗୋଟେ ଘର ଜଳିଯାଇଛି। ତେବେ ଜିରିବାମ ଜିଲାରେ କେତେକ ଅଞ୍ଚଳର ବିଭିନ୍ନ ସ୍ଥାନରେ ଫାୟାରିଂ ହୋଇଥିବା ଖବର ମିଳିଛି। ସୂଚନାଯୋଗ୍ୟ ଯେ, ମଣିପୁରରେ ଆରମ୍ଭ ହୋଇଥିବା ଜାତିଗତ ହିଂସାରେ ସରକାରୀ ହିସାବ ଅନୁଯାୟୀ ୨୨୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପାଖାପାଖି ୫୦ ହଜାର ଲୋକ ବାସଚ୍ୟୁତ ହୋଇଛନ୍ତି। ବାସ୍ତବରେ ଏହି ସଂଖ୍ୟା ଆହୁରି ଅଧିକ ବୋଲି କୁହାଯାଉଛି।
ହିଂସାର ମୂଳକୁ ଦେଖିଲେ କୁକି ଆଦିବାସୀମାନେ ମଣିପୁରରେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ। ମେଇତି ଉଚ୍ଚବର୍ଗର ଓ ଉପତ୍ୟକା ଅଞ୍ଚଳରେ ରହୁଥିଲେ ମଧ୍ୟ ସରକାରୀ ସୁବିଧା ପାଇବା ସକାଶେ ଆଦିବାସୀ ମାନ୍ୟତା ଦାବି କରି ଆସୁଛନ୍ତି। ଗତବର୍ଷ ମେଇତି ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ଦେବା ଲାଗି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇ ସେ ସଂକ୍ରାନ୍ତରେ କେନ୍ଦ୍ରକୁ ସୁପାରିସ କରାଯାଉ ବୋଲି କହିଥିଲେ। ତା’ ପରଠାରୁ ସଂଘର୍ଷ ଜାରି ରହିଛି। ମହିଳାଙ୍କୁ ରାସ୍ତାରେ ଉଲଗ୍ନ କରି ଚଲାଇବାଠାରୁ ଆରମ୍ଭ କରି ନିର୍ଯାତନାର ଅନେକ ଘଟଣା ପଦାକୁ ଆସିଛି। ଏଭଳି ଅସ୍ବାଭାବିକ ସ୍ଥିତି ଲାଗି ରହିଥିବାରୁ ଏହି ରାଜ୍ୟରେ ଉଗ୍ରପନ୍ଥୀମାନଙ୍କ ଷଡ଼ଯନ୍ତ୍ର ଦାନା ବାନ୍ଧିଲାଣି। ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂଙ୍କ ଦୁର୍ବଳ ନେତୃତ୍ୱ ଥିବା ସତ୍ତ୍ୱେ ତାଙ୍କୁ ଅଦ୍ୟାବଧି ହଟାଯାଇପାରି ନାହିଁ। ଅବଶ୍ୟ ଇତିମଧ୍ୟରେ ମଣିପୁରର ୧୯ ଭାଜପା ବିଧାୟକ ବୀରେନ ସିଂ ଶାନ୍ତି ଫେରାଇ ଆଣିବାରେ ବିଫଳ ହେବା ଦର୍ଶାଇ ତାଙ୍କୁ ହଟାଇବା ସକାଶେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ପତ୍ର ଲେଖିଛନ୍ତି। କୁହାଯାଉଛି ଭାଜପା ଶାସିତ ଏହି ରାଜ୍ୟରେ କେନ୍ଦ୍ର ଯେଭଳି ତତ୍‌କ୍ଷଣାତ୍‌ ହସ୍ତକ୍ଷେପ କରି ହିଂସାକୁ ରୋକିବା ଲାଗି ଉଦ୍ୟମ କରିବା କଥା ତାହା କରିପାରି ନାହିଁ। ୨୦୨୩ ମେ’ରୁ ହିଂସା ଘଟିଥିଲେ ହେଁ ୨୦୨୪ ଅକ୍ଟୋବର ୧୫ରେ ପ୍ରଥମ ଥର ପାଇଁ ମେଇତି, ନାଗା ଓ କୁକି ବିଧାୟକମାନେ ଦିଲ୍ଲୀଠାରେ କେନ୍ଦ୍ର ସରକାରଙ୍କୁ ଭେଟିଥିଲେ। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଏହି ବୈଠକରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କିମ୍ବା ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ଉପସ୍ଥିତ ନ ଥିଲେ। ତେଣୁ ଏଭଳି ଉପରଠାଉରିଆ ଆଲୋଚନାର ନିଷ୍କର୍ଷ କ’ଣ ହୋଇପାରେ ସଦ୍ୟ ହିଂସା ତାହା ଦର୍ଶାଇଛି। କୁହାଯାଉଥିଲା ମୁଖ୍ୟମନ୍ତ୍ରୀ ମେଇତି ସମ୍ପ୍ରଦାୟର ହୋଇଥିବାରୁ କୁକିମାନେ ଅସହାୟ ହୋଇପଡ଼ିଛନ୍ତି। ବର୍ତ୍ତମାନର ସ୍ଥିତି ଦେଖିଲେ କୁକି ଉଗ୍ରପନ୍ଥୀମାନେ ବାହ୍ୟ ସମର୍ଥନରେ ଏବେ ଅଧିକ ସକ୍ରିୟ ହେଲେଣି ବୋଲି କୁହାଯାଉଛି।
ଭାରତର ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ମଣିପୁର ପଡ଼ୋଶୀ ଦେଶର ଉଗ୍ରପନ୍ଥୀଙ୍କ କାର୍ଯ୍ୟକଳାପ ଯୋଗୁ ଅତୀତରେ ଘୋର ପ୍ରଭାବିତ ହୋଇଛି। ମେଇତି ଓ କୁକିଙ୍କ ଜାତିଗତ ସଂଘର୍ଷ ଏବେ ସେମାନଙ୍କ ଭିତରେ ସୀମିତ ନ ରହି ବାହ୍ୟ ଶକ୍ତି ଦ୍ୱାରା କବଳିତ। ଆଗକୁ ଯଦି ଏହା ଭୀଷଣ ରୂପ ଧାରଣ କରିବ, ତାହାକୁ ନିୟନ୍ତ୍ରଣ କରିବା କଷ୍ଟକର। ତେଣୁ କେନ୍ଦ୍ର ସରକାର ମଣିପୁର ପ୍ରସଙ୍ଗକୁ ଗମ୍ଭୀରତାର ସହ ନେଇ ତୁରନ୍ତ ପଦକ୍ଷେପ ନେବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

ମଙ୍ଗଳବାର ସୁଦ୍ଧା ଗଭୀର ଅବପାତ: ଘଣ୍ଟା ପ୍ରତି ଏତିକି କି.ମି. ବେଗରେ ପବନ, ୨୪ ଘଣ୍ଟାରେ… 

ଭୁବନେଶ୍ୱର, ୨୧।୯(ବନ୍ଦନା ସେଠୀ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ ଆହୁରି ଘନୀଭୂତ ହୋଇ ସୋମବାର ସକାଳ ୮ଟା ୩୦ରେ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?