ମାତାପିତା ସନ୍ତାନର ନିର୍ମାତା

ଯତ୍ନଶୀଳ ମାତାପିତା ଆସନ୍ତାକାଲିର ଶିଳ୍ପୀ। ସନ୍ତାନର ଜୀବନରେଖା ଓ ମେରୁଦଣ୍ଡ। ଏକ ଅନୁଷ୍ଠାନ। ସବୁଠୁ ବଡ଼ ସୌଭାଗ୍ୟ ମାଆ ଓ ବାପା ହେବା ଓ ସବୁଠୁ ବଡ଼ ଆଶୀର୍ବାଦ ମାତାପିତାଙ୍କୁ ପାଇବା। ସନ୍ତାନ ସମ୍ପର୍କ ନିବିଡ଼ ଓ ବିରଳ। ମାତାପିତାଙ୍କ ବିନା ସନ୍ତାନ ଅସହାୟ। ସନ୍ତାନ ବିନା ମାତାପିତାଙ୍କ ଘର ଶୂନ୍ୟ। ମାତାପିତାଙ୍କ ବିଚାର ଆଚାର, ଶିକ୍ଷା ସଂସ୍କାର ଓ ଚିନ୍ତା ଚେତନା ଅନୁରୂପ ଶିଶୁମାନେ ଗଢ଼ି ହୋଇଥା’ନ୍ତି। ପରିବାର ସାମାଜିକ ଜୀବନର କେନ୍ଦ୍ର ଓ ପିଲାମାନଙ୍କ ପରିଚୟ। ଅଭିଭାବକ ପିଲାମାନଙ୍କୁ ସୁସ୍ଥ ଓ ସୁଖରେ ରଖନ୍ତି। କାର୍ଯ୍ୟ ଓ ସଫଳତାର ପ୍ରେରଣା ସାଜନ୍ତି। ସେମାନଙ୍କ ବହୁମୁଖୀ କର୍ତ୍ତବ୍ୟ ପାଳନରେ ନିହିତ ଏ ଦୁନିଆର ଗତି ଓ ପ୍ରଗତି। ମାତାପିତା ହେବା ଅର୍ଥ ବର୍ତ୍ତମାନ ଅତୀତ ଓ ଭବିଷ୍ୟତରେ ବଞ୍ଚତ୍ବା। ମାତାପିତାଙ୍କ ଜୀବନ ଆଧାରିତ ଓ ଆଶ୍ରିତ ହେଲେ ମଧ୍ୟ ସନ୍ତାନ ଦୟାର ପାତ୍ର ନୁହନ୍ତି। ପିଲାର ଭାବୁକତା ସହିତ ପରିଚିତ ମାତାପିତା ସନ୍ତାନର ପ୍ରତିଭା ଚିହ୍ନି ବ୍ୟକ୍ତିତ୍ୱର ସର୍ବାଙ୍ଗୀଣ ବିକାଶ ନିମନ୍ତେ ସୁବିଧା ସୁଯୋଗ ଯୋଗାଇ ମୂଳଦୁଆ ପ୍ରସ୍ତୁତ କରିଥା’ନ୍ତି। ବାଲ୍ୟାବସ୍ଥାରୁ ସେମାନେ ଛାଇ ପରି ରହି ଧାଈ ପରି ଯତ୍ନ ନେଉଥା’ନ୍ତି। ଛୋଟ ଅଝଟ ଅବୋଧ ସରଳ ନିରୀହ ନିଷ୍ପାପ ଶିଶୁମାନଙ୍କ ଲାଳନପାଳନ, ଭାବର ଆଦାନପ୍ରଦାନ, ସତ୍‌ପଥରେ ପରିଚାଳନା, ସାମାଜିକ ଓ ଆର୍ଥିକ ସୁରକ୍ଷା ପ୍ରଦାନ ଓ ସର୍ବୋପରି ମଣିଷ କରି ଗଢ଼ିବା ଏକ ଗୁରୁ ଦାୟିତ୍ୱ। ଚାରାଟିକୁ ବଡ଼ କଲା ପରି ଏହା ଏତେ ସହଜ ବ୍ୟାପାର ନୁହେଁ। ପିଲାମାନଙ୍କୁ ଭଲ ପାଇଲେ ସେମାନେ ଅନ୍ୟମାନଙ୍କୁ ଭଲପାଇବା ଶିଖନ୍ତି। ମା’ର ମମତାରେ ଶିଶୁର ହୃଦୟ କୋମଳ ଓ ବାପାଙ୍କ ପ୍ରେମପୂର୍ଣ୍ଣ ଅନୁଶାସନରେ ପିଲାଏ ହୁଅନ୍ତି ବିଚାରବନ୍ତ। ଋକ୍‌ବେଦ (୧.୧.୯)ରେ ପୁତ୍ର ଆକୁଳ ଭାବରେ ପିତାଙ୍କୁ ଖୋଜିଛି: ସ ନଃ ପିତେବ ସୂନବେଽଗ୍ନେ ସୂପାୟନୋ ଭବ। ସଚସ୍ବା ନଃ ସ୍ବସ୍ତୟେ। ହେ ଅଗ୍ନିଦେବ! ଯେଉଁ ପ୍ରକାରେ ପୁତ୍ର ପିତାକୁ ସହଜରେ ପ୍ରାପ୍ତ ହୋଇଥାଏ, ସେହି ପ୍ରକାରେ ଅନାୟାସରେ ଆପଣଙ୍କୁ ଆମେ ପ୍ରାପ୍ତ ହେଉ। ମଙ୍ଗଳ ନିମନ୍ତେ ଆପଣ ଆମ ନିକଟରେ ରୁହନ୍ତୁ। ସନ୍ତାନର ଶୁଭଚିନ୍ତା ଓ ହିତସାଧନା ମାତାପିତାଙ୍କ ସ୍ବଭାବ। ସନ୍ତାନବାତ୍ସଲ୍ୟ ଏକ ସ୍ବର୍ଗୀୟ ମାଧୁରୀ।
ଦାରିଦ୍ର୍ୟ, କ୍ଷୁଧା, ଅଶିକ୍ଷା, କୁସଂସ୍କାରଠାରୁ ଦୂରରେ ରଖି ପିଲାମାନଙ୍କୁ ସୁବ୍ୟବସ୍ଥିତ କରାଯାଇଥାଏ। ମାତାପିତା ପିଲାମାନଙ୍କ ମନସ୍ତତ୍ତ୍ୱ ବୁଝି ବାଲ୍ୟକାଳରୁ ସକାରାତ୍ମକ ଭାବନା ଓ ଚେତନାର ମଞ୍ଜି ପୋତିଥା’ନ୍ତି। ମାତି ଅର୍ଥାତ୍‌ ମନର ଭାବକୁ ମାପି ବା ଜାଣି ପାରୁଥିବାରୁ ମାଆ। ଶିଶୁ ଯାହା କହିପାରେ ନାହିଁ; ମା’ ତାହା ବୁଝିପାରେ। ଶିଶୁକୁ ସକଳ ଅବସ୍ଥାରେ ରକ୍ଷା (ପାତି) କରୁଥିବାରୁ ସେ ପିତା। ସେ ସନ୍ତାନକୁ ସ୍ବପ୍ନିଳ ଓ ସୃଜନଶୀଳ କରିଥା’ନ୍ତି। ସଫଳ ଜୀବନ ବଞ୍ଚିବାର କୌଶଳ କଳା ଅଭ୍ୟାସ କରାଇଥା’ନ୍ତି। ପ୍ରତି ଘର ଏକ ବିଶ୍ୱବିଦ୍ୟାଳୟ ଓ ମାତାପିତା ଆଦ୍ୟ ଶିକ୍ଷକ। ଚାଇନାରେ ଗୋଟିଏ କଥା ଅଛି: ”ବାପାଙ୍କର ସଦ୍‌ଗୁଣ ପର୍ବତଠାରୁ ଉଚ୍ଚ ଓ ମା’ଙ୍କ ସଦ୍‌ଗୁଣ ସାଗରଠାରୁ ଗଭୀର।“
ମାତାପିତାଙ୍କ ଭୂମିକା ଓ ଦାୟିତ୍ୱ ଖଣ୍ଡାଧାର ପରି। ଆହ୍ବାନପୂର୍ଣ୍ଣ। ପିଲାମାନଙ୍କ ଦୃଷ୍ଟିରେ ମାତାପିତା ସବୁଠୁ ଉତ୍ତମ ଆଦର୍ଶ। ଆକାଶଦୀପ। ସେମାନଙ୍କ ପ୍ରତ୍ୟେକଟି ଶବ୍ଦ ଓ ଗତିବିଧି ପିଲାମାନଙ୍କଠାରେ ପ୍ରତିଫଳିତ ଓ ପ୍ରଭାବୀ ହୋଇଥାଏ। ସନ୍ତାନମାନଙ୍କ ପ୍ରତି ନିରପେକ୍ଷ ରହିବା ଚାହି। ଜଣକ ଆଗରେ ଅନ୍ୟ ଜଣକର ଦୋଷ ବଖାଣିବା ଅବାଞ୍ଛନୀୟ। ମାତାପିତାଙ୍କ ଅହଂକାର ଓ ଅବୁଝାମଣାର ଲଢ଼େଇରେ ନିରୀହ ଶିଶୁମାନେ ବଳି ପଡ଼ନ୍ତି। ମାତାପିତାଙ୍କ ଅସଂସ୍କାରରେ ପିଲାମାନେ କୁସଂସ୍କାରଗ୍ରସ୍ତ ହୁଅନ୍ତି। ମାତାପିତା ସଦ୍‌ ଗୁଣର ପ୍ରୟୋଗଶାଳା। ଶିକ୍ଷା ଅପେକ୍ଷା ଉଦାହରଣ ଶୀଘ୍ର କାମ କରେ। ସନ୍ତାନକୁ ନିଶାମୁକ୍ତ ରଖିବାକୁ ଚାହିଁଲେ ନିଜକୁ ନିଶାମୁକ୍ତ ହେବାକୁ ପଡ଼ିବ। ନିଜେ ସତ୍ୟବାଦୀ ନ ହେଲେ ପିଲାମାନଙ୍କୁ ଶିଖାଇବେ କ’ଣ? କ୍ଷଣକର ଅସାବଧାନତା ଓ ନିଜର ଛୋଟିଆ ଭୁଲ୍‌ଟି ସରଳ କୋମଳ ଶିଶୁର ଚିନ୍ତାରାଜ୍ୟକୁ ଦୋହଲାଇଦିଏ। ଶିଶୁମାନଙ୍କ ମନରେ ଆଘାତ ଦେବା ଏକ ଅପରାଧ। ଏହା ଦ୍ୱାରା ଭାବପ୍ରବଣତା ଧକ୍କା ଖାଏ ଓ ଶିଶୁଟି ବିଗିଡ଼ିଯାଏ। ମନସ୍ତତ୍ତ୍ୱବିତ୍‌ ଜୟସେ ମାନ୍ୟାର୍ଡ କହନ୍ତି, ”ପିଲାମାନେ ସେମାନଙ୍କ ଜୀବନରେ କ’ଣ କରୁଛନ୍ତି ମାତାପିତା ଯେପରି ଲକ୍ଷ୍ୟ କରିଥା’ନ୍ତି, ମାତାପିତା ଜୀବନରେ କ’ଣ କରୁଛନ୍ତି ତାହା ପିଲାମାନେ ମଧ୍ୟ ଲକ୍ଷ୍ୟ ରଖିଥା’ନ୍ତି।“ ସନ୍ତାନକୁ ଭଲ କରିବାକୁ ଯାଇ ମାତାପିତା ଭଲ ହୋଇଯା’ନ୍ତି। ମଣିଷ ତିଆରି ଯଜ୍ଞରେ ନିଜର ସୁଖ, ସୁବିଧା, ରୁଚି, ଆରାମ ଆହୁତି ଦେବାକୁ ହୋଇଥାଏ।
ଅହଂକାରର ତ୍ୟାଗରେ ଈଶ୍ୱରୀୟ ଚେତନା ଆତ୍ମପ୍ରକାଶ କରେ। ସୁନ୍ଦର ସଂସାରକୁ ଆସିଥିବା ଅବୋଧ ଶିଶୁକୁ ସୁନ୍ଦର ଭାବରେ ଗଢ଼ିତୋଳିବା ନିମିତ୍ତ ମାତାପିତାଙ୍କୁ ଈଶ୍ୱର ପଠାଇଥା’ନ୍ତି। ସନ୍ତାନକୁ ନିର୍ବୋଧ ନ କହି, ମାଡ଼ ନ ମାରି ହାସ୍ୟରସ ଓ ମଜାଳିଆ କଥା କହିଲେ ଫଳପ୍ରଦ ହୁଏ। ମାତାପିତା ନିଜକୁ ସନ୍ତାନର ମାଲିକ ଭାବି କର୍ତ୍ତୃତ୍ୱ ଜାହିର କଲେ ଈଶ୍ୱରବିରୋଧୀ ହୋଇ ଯାଆନ୍ତି।
ଈଶ୍ୱରଙ୍କ ପାରଦର୍ଶୀ ପ୍ରଭାବ ଓ ପ୍ରେରଣାର ଧାରା ସେମାନଙ୍କଠାରେ ପ୍ରବାହିତ ହୋଇ ପାରେନାହିଁ। ଶିଶୁ ଜୀବନରେ ମାତାପିତା ହେଉଛନ୍ତି ମାର୍ଗଦର୍ଶକ, ସଂଶୋଧକ, ପରାମର୍ଶଦାତା। ଟି.ପି. ଚିଆ କହନ୍ତି, ”ମାତାପିତାଙ୍କ ପ୍ରେମ ଏକମାତ୍ର ପ୍ରେମ, ଯାହା ନିଃସ୍ବାର୍ଥପର, ନିଃସର୍ତ୍ତ ଓ କ୍ଷମାପୂର୍ଣ୍ଣ। ଏହା ନିରନ୍ତର ଓ ସମର୍ଥକ।“ ପାଳନ ପ୍ର୍ରକ୍ରିୟାର କଷ୍ଟ ସହିବା ଭିତରେ ଖେଳୁଥାଏ ଆନନ୍ଦର ଲହର। ବାଧା ଥାଏ, କିନ୍ତୁ ବନ୍ଧନ ଅତୁଟ। ସବୁ ସତ୍ତ୍ୱେ ଚରିତ୍ର ଗଢ଼ିବା ପିଲାର ନିଜ ହାତରେ ଥାଏ। ମିଳିତ ଜାତିସଂଘ ଦ୍ୱାରା ପ୍ରସ୍ତୁତ ଶିଶୁମାନଙ୍କର ଅଧିକାରପତ୍ର ମାତାପିତାଙ୍କ ପାଇଁ ମାର୍ଗଦର୍ଶିକା। ଜାତୀୟ ଓ ସରକାରୀ ଶିଶୁମଙ୍ଗଳ ଯୋଜନାର ନୀତି ପ୍ରଣୟନରେ ଶିଶୁ ଅଧିକାର ହିଁ ନିର୍ଣ୍ଣାୟକ।
ମାତାପିତାଙ୍କ ଉତ୍ତରଦାୟିତ୍ୱ ନିରନ୍ତର ଓ ଅସରନ୍ତି। ମା’ଙ୍କର ଗର୍ଭକଷ୍ଟ ଓ ବାପାଙ୍କ ଝାଳ କାଳେ କାଳେ ଅବୁଝା ଓ ଅଶୁଝା। ସେମାନଙ୍କ ପୂର୍ଣ୍ଣ ସହଯୋଗ ଓ ସମର୍ଥନ ପାଇ ପିଲାମାନେ ନିଜର ସୁନ୍ଦର ଜୀବନ ଆରମ୍ଭ କରିଥା’ନ୍ତି। ଜାତିର ବିକାଶ ପାଇଁ ମାତାପିତାଙ୍କ ଅବଦାନ ଅମୂଲ୍ୟ। ଜାତି ଧର୍ମ ନିର୍ବିଶେଷରେ ପୃଥିବୀର ସମସ୍ତ ମାତାପିତା ଏଥିପାଇଁ ପ୍ରଶଂସନୀୟ।
ଅବସରପ୍ରାପ୍ତ ଉପାଧ୍ୟକ୍ଷ,
ପଟିଆ, ଭୁବନେଶ୍ୱର
ମୋ: ୯୪୩୭୭୭୬୯୦୮


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଜବତ ମାମଲା: ବନ୍ଧା ହେଲେ ବିଶ୍ୱଜିତ୍‌

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ଏକ ଘରୋଇ କଲେଜ ହଷ୍ଟେଲରେ ଛାତ୍ରୀ ବୁଗୁଡା ଘୋଡ଼ାପଡ଼ା ଗ୍ରାମର ଶୃତି ଭୋଳଙ୍କ ସନ୍ଦେହଜନକ ମୃତ୍ୟୁ…

ବ୍ରହ୍ମପୁରରେ ଚାଞ୍ଚଲ୍ୟ, ପ୍ରେମିକାଙ୍କୁ ଡାକ୍ତରଖାନାରେ ଛାଡି ପଳାଇଥିବା ପ୍ରେମିକ ଗିରଫ

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ ): ଅସୁସ୍ଥ ପ୍ରେମିକାଙ୍କୁ ଏମ୍‌କେସିଜି ମେଡିକାଲରେ ଛାଡି ପଳାଇଥିବା ଯୁବକ ବ୍ରହ୍ମପୁର ଶ୍ରୀରାମନଗର ୧୦ମ ଲାଇନର ତ୍ରିନାଥ ସାହୁ(୩୦)ଙ୍କୁ ବଡବଜାର ଥାନା ପୋଲିସ…

ମୁଜାଗଡ଼ ବିଦ୍ୟାଳୟରେ ଯୋଗ ଦିବସ

ଭଞ୍ଜନଗର,୨୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖେଳ ପଡ଼ିଆରେ ରବିବାର ପଞ୍ଚାୟତସ୍ତରୀୟ ଜନ କଲ୍ୟାଣ ଶିବିର ସହ ଯୋଗ…

ଇରାନକୁ ପୁଣି ଆକ୍ରମଣ ଧମକ ଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୧।୬: ସୁଇଜରଲାଣ୍ଡରେ ଆମେରିକା ସହ ଶାନ୍ତି ଆଲୋଚନାରେ ଇସ୍ରାଏଲ୍‌ ଏବଂ ଲେବାନନ୍‌ର ଆତଙ୍କବାଦୀ ଗୋଷ୍ଠୀ ହେଜ୍‌ବୋଲ୍ଲା ମଧ୍ୟରେ ଚାଲିଥିବା ଯୁଦ୍ଧ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଇରାନ…

୨ ବର୍ଷ ହେଲା ଖଲାସିଙ୍କୁ ମିଳୁନି ଟଙ୍କା, ଆନ୍ଦୋଳନ ଚେତାବନୀ

ଝରିଗାଁ,୨୧ା୬(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଧାନ ମଣ୍ଡିରେ ଖାଲାସିମାନେ ଧାନ ଓଜନ କରିଥିବା ବେଳେ ଦୁଇବର୍ଷ ଧରି ଖଲାସିମାନଙ୍କ…

ତାମିଲନାଡୁ ଗ୍ୟାସ ଟ୍ରାଜେଡି: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାରେ ରବିବାର ଏକ ସି-ଫୁଡ (ସାମୁଦ୍ରିକ ଖାଦ୍ୟ) ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ ଲିକ୍‌ ହେବା ଯୋଗୁ ୭ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା…

ହଠାତ୍‌ ଢିଲା ହୋଇଗଲା ବସ୍‌ର ଷ୍ଟିଅରିଂ, ଡ୍ରାଇଭର ଏମିତି ଉପସ୍ଥିତି ବୁଦ୍ଧି ଖଟାଇବାରୁ…

ରିଆମାଳ,୨୧ା୬(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ସୁରଙ୍ଗିପାଳ ନିକଟରେ ଆଜି ଶୁଭଲକ୍ଷ୍ମୀ ନାମକ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ରେଙ୍ଗାଲି ଡ୍ୟାମ୍‌…

ଧରାପଡ଼ିଲା ମଇଁଷି ବୋଝେଇ କଣ୍ଟେନର

କୋକସରା,୨୧।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡ଼ଙ୍ଗରିଗୁଡ଼ା ନିକଟରେ ରବିବାର ବେଆଇନ ଭାବେ ଚାଲାଣ ହେଉଥିବା ମଇଁଷି ବୋଝେଇ କଣ୍ଟେନରକୁ ପୋଲିସ ଜବତ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri