ଅସ୍ମିତା: କାହା ପାଇଁ କେମିତି

ଛିଦିନ ତଳେ ଆମ ପ୍ରାତଃ ଭ୍ରମଣରେ ଆଲୋଚ୍ୟର ବିଷୟ ଥିଲା ଅସ୍ମିତା। ପଟ୍ଟନାୟକ ବାବୁ ପ୍ରଥମେ କଥା ଆରମ୍ଭ କରି କହିଥିଲେ ଯେ ଗତ ଚାରି ପାଞ୍ଚ ମାସ ହେବ ସବୁଆଡ଼େ ଅସ୍ମିତାକୁ ନେଇ ଚର୍ଚ୍ଚା ଚାଲିଛି। କିନ୍ତୁ ମୁଁ ବର୍ତ୍ତମାନ ସୁଦ୍ଧା ବୁଝିପାରୁନାହିଁ ଏ ଅସ୍ମିତାର ଅର୍ଥ କ’ଣ? ଯଦି ଆମେ ଶିକ୍ଷିତ ଲୋକ ହୋଇ ଅସ୍ମିତାର ଅର୍ଥ ବୁଝିପାରୁନେ,ତେବେ ଅନ୍ୟ ସାଧାରଣ ଲୋକମାନେ କ’ଣ ବୁଝୁଥିବେ। ପଟ୍ଟନାୟକ ବାବୁଙ୍କ ମନରେ ଅସ୍ମିତାର ଅର୍ଥକୁ ନେଇ ଥିବା ଦ୍ୱନ୍ଦ୍ୱ ମୁଁ ବୁଝିପାରୁଥିଲି। ମୁଁ ମୋ ସ୍ବଳ୍ପ ଜ୍ଞାନରେ କହିଲି- ଏହାର ବ୍ୟାକରଣ ଅର୍ଥ ହେଉଛି- ମୁଁ ଅଛି, ଅହଂକାର ବା ଅହଂଜ୍ଞାନ। କିନ୍ତୁ ଏହା ଏହାର ସୁଶୀଳ ଶବ୍ଦ ହେଉଛି ସ୍ବାଭିମାନ। ତେଣୁ ଆମେ ଏଠି କହିପାରିବା କି ଅସ୍ମିତା ହେଉଛି ଅହଂ ବର୍ଜିତ ସ୍ବାଭିମାନ ବା ବିବେକାନୁମୋଦିତ ସ୍ବାଭିମାନ। ଓଡ଼ିଆ ଅସ୍ମିତାକୁ ଆହୁରି ସରଳ ଭାବେ କହିବାକୁ ଗଲେ ଏହା ହେଉଛି ଆମ ଓଡ଼ିଆ ଜାତିର ପରିଚୟ। ଏହି ପରିଚୟକୁ ନେଇ ଆମେ ଗର୍ବ ଓ ଅଭିମାନ କରୁ ଯେପରି କି ଆମ ଭାଷା, ସାହିତ୍ୟ, ସଙ୍ଗୀତ, ନୃତ୍ୟ, ସଂସ୍କୃତି, ପରମ୍ପରା, ଐତିହ୍ୟ, ଲୋକକଳା, ବୀରତ୍ୱଗାଥା, ଆମ ଇତିହାସ, ବେଶପୋଷାକ, ପର୍ବପର୍ବାଣି ଓ ଆମ ଖାଦ୍ୟପେୟ ଇତ୍ୟାଦି ଇତ୍ୟାଦି ଯାହା କି ସବୁଠାରୁ ନିଆରା ଓ ସ୍ବତନ୍ତ୍ର।
ପଟ୍ଟନାୟକ ବାବୁ ମୋ ଉତ୍ତରରେ ଅସ୍ମିତାର ଅର୍ଥ ଓ ବ୍ୟବହାର ସମ୍ପର୍କରେ କିଛିଟା ବୁଝିପାରିଥିଲେ ବୋଲି ମୁଁ ଅନୁମାନ କରିଥିଲି। କୌଣସି ବଡ଼ବଡ଼ ଘଟଣାବଳୀ ଆଡ଼କୁ ଦୃଷ୍ଟି ନିକ୍ଷେପ ନ କରି ମୁଁ କେତୋଟି ସାଧାରଣ ଘଟଣା, ଯାହା କି ଆମ ସାଧାରଣ ଜୀବନଶୈଳୀରେ ଘଟୁଛି, ତାହାରି ମାଧ୍ୟମରେ ତାଙ୍କୁ ବୁଝାଇବାକୁ ଚାହୁଁଥିଲି। ତେବେ ପଟ୍ଟନାୟକବାବୁ କେତେଦୂର ଅସ୍ମିତାସମ୍ପନ୍ନ ତାହା ଜାଣିବାକୁ ମୁଁ ତାଙ୍କୁ କିଛି ପ୍ରଶ୍ନ ପଚାରିଲି-ଆପଣଙ୍କୁ ଓ ଆପଣଙ୍କ ପତ୍ନୀଙ୍କୁ ଆପଣଙ୍କ ଝିଅ-ପୁଅମାନେ କ’ଣ ସମ୍ବୋଧନ କରନ୍ତି ? ପଟ୍ଟନାୟକ ବାବୁ କହିଲେ- ମୋତେ ଡାଡି ଡାକନ୍ତି ଓ ମୋ ପତ୍ନୀଙ୍କୁ ମମି ଡାକନ୍ତି। ମୋତେ ଅସ୍ମିତା ବୁଝାଇବାକୁ ଆଉ ବେଶି କଷ୍ଟ କରିବାକୁ ପଡ଼ିଲା ନହିଁ। ମାତା-ପିତାଙ୍କୁ ଓ ବୋଉ-ବାପା, ମା’-ବାପା ଡାକିବା ହେଉଛି ଆମ ଅସ୍ମିତା। ଆମେ ଅସ୍ମିତାଠାରୁ ଦୂରେଇ ଯାଇ ଏବେ ମମି ଓ ଡାଡି ଅସ୍ମିତାର ସଙ୍କଟ। ମାଉସୀ-ମଉସା , ପିଉସୀ-ପିଉସା, ମାଈଁ-ମାମୁ, ଖୁଡ଼ୀ-ଦାଦା ଭଳି ସମ୍ବୋଧନ ଥିଲା ଆମ ଓଡ଼ିଆ ଅସ୍ମିତା। ଏବେ ଆମେ ଆଣ୍ଟି-ଅଙ୍କଲ। ଏହା ତ ଆମ ଓଡ଼ିଆ ଅସ୍ମିତାର ପରିପନ୍ଥୀ। ଆମେ ପ୍ରାୟ ସମସ୍ତେ ଏବେ ପ୍ରଣାମ, ନମସ୍କାର, ପାଦ ନମସ୍କାରକୁ ଭୁଲି ଗୁଡ୍‌ମର୍ନିଂ, ଗୁଡ୍‌ ନାଇଟ୍‌, ହେଲୋ, ହାଏ, ବାଏ ଇତ୍ୟାଦି ସମ୍ଭାଷଣରେ ମାତିଛେ। ଓଡ଼ିଆ ଅସ୍ମିତାକୁ କିଏ ପଚାରେ।
ଓଡ଼ିଆ ଅସ୍ମିତାକୁ ପ୍ରାଞ୍ଜଳ ଭାବେ ବୁଝିବା ପାଇଁ ମୁଁ ଆଉ ପାଦେ ଆଗେଇ ଗଲି । କିଛି ଦିନ ତଳେ ନିଜ ନାତିର ଜନ୍ମଦିନ ପାଳିଥିଲେ ପଟ୍ଟନାୟକ ବାବୁ ଗୋଟିଏ ହୋଟେଲରେ। କିଛି ବନ୍ଧୁ ଓ ଆତ୍ମୀୟମାନଙ୍କୁ ନିମନ୍ତ୍ରଣ କରିଥିଲେ ଜନ୍ମଦିନ ଉତ୍ସବକୁ। ଓଡ଼ିଆ ଜଣାଥିଲେ ବି ନିମନ୍ତ୍ରଣ ପତ୍ର ଛପା ହୋଇଥିଲା ଇଂଲିଶରେ। ପ୍ରାତଃ ଭ୍ରମଣ ବନ୍ଧୁ ହିସାବରେ ମୁଁ ମଧ୍ୟ ନିମନ୍ତ୍ରଣ ରକ୍ଷା କରି ଯାଇଥିଲି। ହୋଟେଲର ଗୋଟିଏ ସୁସଜ୍ଜିତ ଦୀର୍ଘ କୋଠରିରେ ଏକ ସୁସଜ୍ଜିତ ଟେବୁଲ ଉପରେ ରଖାଯାଇଥାଏ ବେକରି ଶପରୁ କିଣାଯାଇଥିବା ଏକ ବିରାଟ ବାର୍ଥଡେ କେକ୍‌। କେକ୍‌ ଉପରେ ନାତିର ନାମ ଲେଖାଯାଇ ତା’ ତଳେ ଲେଖା ଯାଇଥାଏ ହାପି ବାର୍ଥ ଡେ ଓ କେକ୍‌ ଉପରେ ଲାଗିଥାଏ ଅନେକ ମହମବତି। ସମସ୍ତ ଅତିଥି ଆସିବା ପରେ ସଭିଏ ରୁଣ୍ଡ ହୋଇଯାଇଥିଲେ କେକ୍‌ ଚତୁଃପାଶର୍‌ବରେ। ମହମବତିରେ ଅଗ୍ନି ସଂଯୋଗ ହୋଇଥିଲା। ଛୋଟ ନାତିଟି ପ୍ରଥମେ ଜଳୁଥିବା ମହମବତିକୁ ଫୁଙ୍କି ଲିଭାଇଥିଲା। ଏହି ସମୟରେ ସମସ୍ତେ ଏକ ସାଙ୍ଗରେ ହାପି ବାର୍ଥ ଡେ ଟୁ ୟୁ ଇଂଲିଶ ଗୀତ ଗାନ କରିଥିଲେ। ଏହା ପରେ ଚାଲିଥିଲା କେକ୍‌ କଟା ପର୍ବ। ଘଟଣାଟିକୁ ମନେ ପକାଇଦେଇଥିଲି ପଟ୍ଟନାୟକ ବାବୁଙ୍କୁ ଆଉ ପଚାରିଥିଲି ଏଇଟା ଆମ ଓଡ଼ିଆ ଅସ୍ମିତାର ପରିସୀମାରେ ଆସୁଛି କି। ପଟ୍ଟନାୟକ ବାବୁ ଚୁପ ରହିଥିଲେ। ଓଡ଼ିଆ ଘରେ ପିଲାଙ୍କ ଜନ୍ମଦିନରେ ସେମାନଙ୍କ ଶୁଭ ମନାସି ଠାକୁରଙ୍କ ପାଖରେ ଅଖଣ୍ଡ ଦୀପ ଜଳାଯାଏ। ଘରେ ମା’ମାନେ ଷଠି ଠାକୁରାଣୀଙ୍କୁ ପୂଜା କରି ପିଲାଙ୍କ ମଙ୍ଗଳ କାମନା କରନ୍ତି। ଷଠି ଚକୁଳି ଭୋଗ ଲଗାଯାଏ। ଘରର ଗୁରୁଜନମାନଙ୍କ ପାଦସ୍ପର୍ଶକରି ପିଲାମାନେ ଆଶୀର୍ବାଦ ନିଅନ୍ତି। କିନ୍ତୁ ଆମେ ଆଜି ଆମ ଅସ୍ମିତାକୁ ଭୁଲି ବିଦେଶୀ ପରମ୍ପରାକୁ ଆପଣେଇଛୁ। ଅଖଣ୍ଡ ଦୀପ ଜଳାଇବା ବଦଳରେ ମହମବତି ଲିଭାଉଛୁ। ପିଲାଙ୍କୁ ଆଶୀର୍ବାଦ ଦେବା ବଦଳରେ ଇଂଲିଶ ରାଇମ୍‌ ଗାଉଛୁ। କେବଳ ଜନ୍ମଦିନ ପାଳନ ନୁହେଁ, ପ୍ରତିଟି ସାମାଜିକ ଓ ପାରିବାରିକ ଉତ୍ସବରେ ଆମେ ଓଡ଼ିଆ ଅସ୍ମିତାକୁ ଜଳାଞ୍ଜଳି ଦେଲୁଣି। ତଳେ ଆସନ ପକାଇ ଭୋଜନ କରିବା ଆମର ମହାନ୍‌ ସଂସ୍କୃତିର ପରିଚୟ। କୁହାଯାଏ ଖାଇବା ସ୍ଥାନରୁ ଉଠିଗଲେ ପୁନର୍ବାର ସେ ଭୋଜନକୁ ଗ୍ରହଣ କରିବା ଅନୁଚିତ। କିନ୍ତୁ ଆଜିକାଲି ପ୍ରତି ଉତ୍ସବରେ ଆସନରେ ବସିକରି ଖାଇବାର ବ୍ୟବସ୍ଥା ସମ୍ପୂର୍ଣ୍ଣ ଉଠିଗଲାଣି। ସେ ସ୍ଥାନ ନେଇଛି ବଫେ। ପ୍ରତି ସାମାଜିକ ଉତ୍ସବରେ ଓଡ଼ିଆ ଅସ୍ମିତା ଏବେ ଆହତ। ସବୁଠାରୁ ଓଡ଼ିଆ ଅସ୍ମିତା ଆମ ବିବାହ ଉତ୍ସବରେ ଅଧିକ ଆହତ ହେଉଛି। କନ୍ୟା ଓ ବରର ପୋଷାକପତ୍ରଠାରୁ ଆରମ୍ଭକରି ପ୍ରତିଟି ଛୋଟ ଛୋଟ କାର୍ଯ୍ୟକ୍ରମରେ ଓଡ଼ିଆ ପରମ୍ପରାକୁ ପଦାଘାତ କରାଯାଉଛି। ଆମ ପାରମ୍ପରିକ ପୋଷାକକୁ ତ କେବେଠାରୁ ବିଦାୟ ଦେଇ ସାରିଲୁଣି। ତାକୁ ବଞ୍ଚାଇ ରଖିଥିଲୁ କେବଳ କେତେକ ସାଂସ୍କୃତିକ ଓ ସାମାଜିକ ଉତ୍ସବରେ। ତାକୁ ମଧ୍ୟ ଆମେ ଏବେ ବିଦାୟ ଦେଇସାରିଲୁଣି। ବିବାହ ଉତ୍ସବରେ ବର ଏବେ ଧୋତି ପାଇଜାମା ବଦଳରେ ପିନ୍ଧୁଛି ସେରୱାନି ଓ କନ୍ୟା ପିନ୍ଧୁଛି ଶାଢ଼ି ବଦଳରେ ଲେହେଙ୍ଗା । ରିଂ ସେରିମନୀ, ସଙ୍ଗୀତ, ମେହେନ୍ଦୀ ଓ ହଳଦୀ ଭଳି କିଛି ଆଧୁନିକ କାର୍ଯ୍ୟକ୍ରମ ଏବେ ସେ ପାରମ୍ପରିକ ଓଡ଼ିଆ ବାହାଘରର ଦୃଶ୍ୟକୁ ଲୋପ କରିସାରିଲାଣି।
ଏବର ପିଲାଙ୍କୁ ଆମର ବିଭିନ୍ନ ପର୍ବପର୍ବାଣି ବିଷୟରେ ପଚାରିଲେ ଚୁପ ରହୁଛନ୍ତି। ଗହ୍ମା ପୂର୍ଣ୍ଣିମା, କୁମାର ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା, ଅଗ୍ନି ପୂର୍ଣ୍ଣିମା, ଚିତଉ ଅମାବାସ୍ୟା, ବଉଳ ଅମାବାସ୍ୟା, ମକର ସଂକ୍ରାନ୍ତି, ପଣା ସଂକ୍ରାନ୍ତି ଭଳି ବାରମାସରେ ତେରପର୍ବ ଘରେ ଆଉ କେତେ ପାଳନ ହେଉଛି? ଏଥିରେ ପିଲାମାନଙ୍କର କିଛି ଦୋଷ ନାହିଁ। କାରଣ ଆମେମାନେ ସେମାନଙ୍କୁ ଆମର ପରମ୍ପରାଠାରୁ ଦୂରେଇ ଦେଉଛେ। ଆମର ସାହିତ୍ୟ, ସଙ୍ଗୀତ, ନୃତ୍ୟ, କ୍ରୀଡ଼ା, ବିଜ୍ଞାନ ପ୍ରଭୃତି କ୍ଷେତ୍ରରେ ଅନେକ ପ୍ରାଜ୍ଞ, ବିଜ୍ଞ, ଆମ ରାଜ୍ୟର ଶ୍ରୀବୃଦ୍ଧି କରିଛନ୍ତି। ଅତୀତରେ ଅନେକ ରାଜା ମହାରାଜା ରାଜ୍ୟକୁ କଳା ଭାସ୍କର୍ଯ୍ୟରେ ପ୍ରସିଦ୍ଧି ଆଣିଛନ୍ତି। ସେମାନଙ୍କୁ ଆମେ କେତେ ଜାଣିଛେ। ମୁଁ ଅଧିକ କିଛି ଉଦାହରଣ ଦେବାକୁ ପ୍ରସ୍ତୁତ ହେଉଥିବା ବେଳେ ପଟ୍ଟନାୟକବାବୁ କହିଲେ ସେତିକି ଥାଉ ଆଜ୍ଞା। ଓଡ଼ିଆ ଅସ୍ମିତାକୁ ମୁଁ ଅଳ୍ପ ବହୁତେ ବୁଝିଗଲିଣି। ସତ କହିବାକୁ ଗଲେ ଆମ ପାଖରେ ତ ଓଡ଼ିଆ ଅସ୍ମିତା ବୋଲି କିଛି ଆଉ ନାହିଁ। ଅସ୍ମିତା ଅସ୍ମିତା ବୋଲି ଚିତ୍କାର କରୁଛୁ ସତ, ହେଲେ ଏହାର କାଣିଚାଏ ମଧ୍ୟ ଆମ ପାଖରେ ନାହିଁ। ଆମର ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରା, ବେଶପୋଷକ, ପର୍ବପର୍ବାଣି,ଖାଦ୍ୟପେୟ ଆଦିରେ ଓଡ଼ିଆ ଅସ୍ମିତା ଅବହେଳିତ ଓ ବିପର୍ଯ୍ୟସ୍ତ।
ଏହାର ସୁରକ୍ଷା ଅତି ଜରୁରୀ। ଅନ୍ୟ କେହି ନୁହେଁ, ଆମେ ସମସ୍ତେ ଏଥିପାଇଁ ଯତ୍ନବାନ ନ ହେଲେ ଏହା ବିଲୁପ୍ତି ହେବାକୁ ବେଶି ସମୟ ଲାଗିବ ନାହିଁ।
ମୋ:୯୪୩୭୨୩୨୪୬୩


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?