ଅନ୍ତର୍ଜାତୀୟ ମହିଳା ଦିବସ: ଆମକୁ ମଦ ନୁହଁ, ପାଣି ଦରକାର କହି ଦାବି କଲେ ମହିଳା

ଦାରିଙ୍ଗବାଡ଼ି,୮ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସାରିଙ୍ଗିଇର୍ପି ପଡ଼ିଆ ଠାରେ ଶନିବାର ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ନାରୀ ମହାସଙ୍ଗର ସଭାନେତ୍ରୀ ଲୁସିମା ପ୍ରଧାନଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜାଗୃତି ସମ୍ପାଦକ କୈଳାସ ଚନ୍ଦ୍ର ଦଣ୍ଡପାଟଙ୍କ ସମେତ ଆଇନଜୀବୀ ବିଜୟ ପଟ୍ଟନାୟକ, ବରିଷ୍ଠ ନାରୀନେତ୍ରୀ ବିଶାଖା ଭଞ୍ଜ, ଆଇନାର ସମ୍ପାଦିକା ସ୍ନେହ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଉପସ୍ଥିତ ମହିଳାଙ୍କୁ ମହିଳା ଦିବସର ଉଦ୍ଦେଶ୍ୟ, ଗୁରୁତ୍ୱ ସହ ମହିଳା ହିଂସା ରୋକିବା ଦିଗରେ ପଦକ୍ଷେପ ସହ ଅଞ୍ଚଳକୁ ନିଶାମୁକ୍ତ କରିବା ପାଇଁ ଆଲୋଚନା କରାଯାଇଥିଲା। ପ୍ରାରମ୍ଭରେ ଅଞ୍ଚଳର ହଜାର ସଂଖ୍ୟାରେ ମହିଳାମାନେ ପହଞ୍ଚି ନିଜ ନାମ ପଞ୍ଜୀକୃତ କରାଇଥିଲେ। ପରେ ସେମାନଙ୍କ ଦ୍ୱାରା ଏହି ଦିବସ ଧୂମଧାମ୍‌ରେ ପାଳନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମରେ ପାରମ୍ପରିକ ନୃତ୍ୟ ସଙ୍ଗୀତ, ଏକକ ଅଭିନୟ ପ୍ରଦର୍ଶନ କରିଥିଲେ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଶ୍ରୀଅନ୍ନ ଯୋଜନାରେ କରାଯାଉଥିବା କ୍ଷୁଦ୍ରଦାନ ଶସ୍ୟରେ ପ୍ରସ୍ତୁତି ମାଣ୍ଡିଆ, ଜନ୍ନା, କୁଏରି, କାଙ୍ଗୁ ଆଦିରେ ପ୍ରସ୍ତୁତି ଖାଦ୍ୟ ପ୍ରଦର୍ଶନ କରାଯିବ ସହ ପନିପରିବା, ଜୈବିକ ପଦ୍ଧତିରେ ଅମଳ କରାଯାଇଥିବା ହଳଦୀ, ଷ୍ଟ୍ରବେରୀ ଆଦି ପ୍ରଦର୍ଶନ କରାଯାଇଥିଲା।

ଏହି ଅବସରରେ ସଭା ଓ ଶୋଭାଯାତ୍ରାର ଆୟୋଜନ କରାଯାଇ ମହିଳାମାନେ ତାଙ୍କୁ ମଦ ନାହିଁ ପାଣି ଦରକାର ବୋଲି ଦାବି କରିଥିଲେ। ସମସ୍ତେ ହାତରେ ପ୍ଲାକାର୍ଡ ଧରି ପ୍ରତିବାଦ କରିବା ସହ ବେଟି ବଞ୍ଚାଅ ବେଟି ପଢ଼ାଅ, ଶିକ୍ଷିତ ନାରୀ ଦେଶର ଶିରି ବୋଲି କହିବା ସହ ଏକାକୀ ନାରୀଙ୍କୁ ଘର ଯୋଗାଇଦେବା ଆଦି ଦାବି କରିଥିଲେ।
ସେହିପରି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ୧୩ ଜଣ ମହିଳା ତଥା ସଟାବୁଡ଼ି ପ୍ରଧାନ, ଗଡ଼ପାକାଲି ବିଦ୍ୟାଳୟର ଶିକ୍ଷୟିତ୍ରୀ ନୀତିମା ପ୍ରଧାନ, ଆଶା ଦିଦି ଅନୁପମା ପ୍ରଧାନ,ମହିଳା ସ୍ବାସ୍ଥ୍ୟ କର୍ମୀ, ଅଞ୍ଜନା ଦିଗାଲ, ଅଙ୍ଗନଓ୍ବାଡ଼ି କର୍ମୀ ଲକ୍ଷ୍ମୀ ବେହେରା, ଡାଇନା ବେହେରା ମାଝୀ, କ୍ଷୁଦ୍ରଦାନା ଚାଷୀ ନିବେଦିତା ଦିଗାଲ, ଜନିମା ପ୍ରଧାନ, ମହିଳା ଉଦ୍ୟୋଗୀ ପ୍ରେମନ୍ତି ପ୍ରଧାନ, ଜଙ୍ଗଲ ସୁରକ୍ଷା ଦିଗରେ ବାସନ୍ତି ପ୍ରଧାନ, ସମିତା ପ୍ରଧାନ, ଇନ୍ଦ୍ରଗଡ଼ ସ୍ବାସ୍ଥ୍ୟକର୍ମୀ ସାରଳା କହଁର ଏବଂ ଛେଳି ଚାଷୀ ରେବନ୍ତି ପ୍ରଧାନ ପ୍ରମୁଖଙ୍କୁ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରାଯାଇଛି। ପୋଲିସ ସବ୍‌ଇନ୍ସପେକ୍ଟର ଲକ୍ଷ୍ମୀ ମାଝୀ ମଧ୍ୟ ଯୋଗଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…

ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…

ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ପାଳିତ: ମାନବ ଜୀବନର ଲକ୍ଷ୍ୟ କେବଳ…

ଭଞ୍ଜନଗର,୧୫। ୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀଅରବିନ୍ଦ ଶକ୍ତିପୀଠରେ ଶନିବାର ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି।…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

କଥା ଦେଇ କଥା ରଖିଲେ ଅକରୁଆ ସରପଞ୍ଚ: ପକ୍କା ହେଲା ବଡ଼ସାହି-କେନ୍ଦୁଗୁଡ଼ା ରାସ୍ତା , ଗ୍ରାମବାସୀଙ୍କ ମଧ୍ୟରେ ଖୁସିର…

ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଦିନେ ଯେଉଁ ରାସ୍ତାରେ ଆଣ୍ଠୁଏ କାଦୁଅ ଓ ପାଣି ଜମି ରହୁଥିବାରୁ ଯାତାୟାତ ଦୁର୍ବିସହ ହୋଇପଡ଼ୁଥିଲା, ଶେଷରେ ସେହି ରାସ୍ତା ପକ୍କା ରାସ୍ତାରେ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

ଦାରିଙ୍ଗବାଡ଼ିରେ ୮୦ତମ ସ୍ୱାଧୀନତା ଦିବସ ପାଳିତ: ଜନସେବାକୁ ଦେଶସେବା ବୋଲି କହି…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): ଦେଶ ସ୍ୱାଧୀନତାର ୮୦ତମ ବର୍ଷପୂର୍ତ୍ତି ଉତ୍ସବ ଅବସରରେ କନ୍ଧମାଳ ଜିଜିଲା ଦାରିଙ୍ଗବାଡ଼ି ଅଞ୍ଚଳ ସମ୍ପୂର୍ଣ୍ଣ ଉତ୍ସବମୁଖର ହୋଇପଡ଼ିଛି। ଏହି ପରିପ୍ରେକ୍ଷୀରେ ଦାରିଙ୍ଗବାଡ଼ିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri