୩ ବିବାହ, ୫ ସନ୍ତାନ, ରିଅଲ୍‌ ଇଷ୍ଟେଟ୍‌ କିଙ୍ଗ…ଆମେରିକାର ନୂଆ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆହୁରି ଭଲରେ ଜାଣନ୍ତୁ…

ଓ୍ବାଶିଂଟନ,୬।୧୧: ପୁଣି ଥରେ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ଏହି ବିଜୟକୁ ନେଇ ସେ ଦେଶବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ୟୁନାଇଟେଡ୍‌ ଷ୍ଟେଟ୍ସ ହାଉସ୍‌ର ସ୍ପିକର୍‌ ଜନସନ୍‌ ମଧ୍ୟ ଟ୍ରମ୍ପଙ୍କ ବିଜୟକୁ ନେଇ ଘୋଷଣା କରିଥିବା ଜଣାପଡ଼ିଛି।

ବିଜୟ ସହ ଟ୍ରମ୍ପ ବିଶ୍ୱର ଶକ୍ତିଶାଳୀ ଦେଶର ଶାସନ କ୍ଷମତାକୁ ପୁଣି ଫେରିଛନ୍ତି। ଏମିତିରେ ତାଙ୍କ ବିଷୟରେ ସବିଶେଷ ଜାଣିବା। ଯେମିତିକି ଡୋନାଲ୍ଡ ଟ୍ରମ୍ପ କିଏ? ତାଙ୍କ ପରିବାରରେ କିଏ କିଏ ଅଛନ୍ତି?ଇତ୍ୟାଦି…
୨୦୨୪ ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ସମୟରେ ଟ୍ରମ୍ପ ନିଜ ପରିବାରକୁ ଆଗରେ ରଖିଥିଲେ। ଚଳିତ ବର୍ଷ ଜୁଲାଇରେ ସେ ନାମାଙ୍କନପତ୍ର ଦାଖଲ କରିବାକୁ ଯାଇଥିବା ବେଳେ ତାଙ୍କ ସହ ପିଲା, ବନ୍ଧୁ ଏପରିକି ନାତି-ନାତୁଣୀ ଥିବା ଦେଖାଯାଇଥିଲା।

ଟ୍ରମ୍ପଙ୍କ ଜେଜେଙ୍କ ନାମ ଫେଡରିକ ଟ୍ରମ୍ପ ଏବଂ ଜେଜେମା’ଙ୍କ ନାମ ଏଲିଜାବେଥ କ୍ରାଇଷ୍ଟ ଟ୍ରମ୍ପ ଥିଲା। ଫେଡରିକଙ୍କ ଜନ୍ମ ଜର୍ମାନୀରେ ହୋଇଥିଲା। ସେ ନ୍ୟୁୟର୍କରେ ଟ୍ରମ୍ପ ପରିବାର ପାଇଁ ରିଅଲ୍‌ ଇଷ୍ଟେଟ୍‌ ବ୍ୟବସାୟର ମୂଳଦୁଆ ରଖିଥିଲେ। ତାଙ୍କ ମୃତ୍ୟୁ ପରେ ପତ୍ନୀ ଏଲିଜାବେଥ ତାଙ୍କ ବ୍ୟବସାୟକୁ ସମ୍ଭାଳିଥିଲେ। ଟ୍ରମ୍ପଙ୍କ ଅଜା ଏବଂ ଆଇ ସ୍କଟ୍‌ଲ୍ୟାଣ୍ଡରେ ମାଛଧରାଳୀ ଥିଲେ। ଟ୍ରମ୍ପଙ୍କ ବାପାଙ୍କ ନାମ ଫେଡରିକ ସି ଟ୍ରମ୍ପ। ସେ ନ୍ୟୁୟର୍କର ରିଅଲ ଇଷ୍ଟେଟ୍‌ ଡେଭଲପର୍‌ ଏବଂ ବ୍ୟବସାୟୀ ଥିଲେ। ଟ୍ରମ୍ପଙ୍କ ମା’ଙ୍କ ନାମ ମେରି ଏ ମ୍ୟାକ୍‌କ୍ଲିୟୋଡ୍‌।

ଟ୍ରମ୍ପଙ୍କ ମୋଟ ୫ ଭାଇ-ଭଉଣୀ ଅଛନ୍ତି। ୨୦୧୬ ନିର୍ବାଚନରେ ଟ୍ରମ୍ପଙ୍କ ଭାଇ ରବର୍ଟ ଏସ୍‌ ଟ୍ରମ୍ପ ତାଙ୍କୁ ସମର୍ଥନ କରିଥିଲେ। ହେଲେ ଚଳିତ ବର୍ଷ ତାଙ୍କର ଅନ୍ୟଜଣେ ଭାଇ ଫେଡରିକ ଜୁନିଅରଙ୍କ ପୁଅ ଦାଦାଙ୍କୁ ପରିବାରର ସବୁଠାରୁ ଘୃଣିତ ବ୍ୟକ୍ତି ବୋଲି କହିଥିଲେ।

ଟ୍ରମ୍ପଙ୍କ ପ୍ରଥମ ବିବାହ ଇବାନା ଟ୍ରମ୍ପଙ୍କ ସହ ହୋଇଥିଲା। ସେ ଚେକ୍‌-ଆମେରିୀୟ ମଡେଲ ଏବଂ ବ୍ୟବସାୟୀ ଥିଲେ। ଡୋନାଲ୍ଡ ଟ୍ରମ୍ପଙ୍କ ଏହି ବିବାହ ୧୯୭୭-୧୯୯୨ ଯାଏ ଚାଲିଥିଲା। ଏଥିରେ ୩ ସନ୍ତାନ ହୋଇଥିଲେ, ଯାହାଙ୍କ ନାମ ଡୋନାଲ୍ଡ ଜୁନିଅର, ଏରିକ୍‌ ଏବଂ ଇବାଙ୍କା। ଇବାନାଙ୍କ ମୃତ୍ୟୁ ୨୦୨୨ରେ ହୋଇଥିଲା।

ସେହିଭଳି ଟ୍ରମ୍ପ ଅଭିନେତ୍ରୀ ତଥା ମଡେଲ ମାର୍ଲା ମେପଲ୍ସଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ଏହି ବିବାହରୁ ଟ୍ରମ୍ପଙ୍କ ଜଣେ ଝିଅ(ଟିଫନୀ ଟ୍ରମ୍ପ) ଅଛନ୍ତି। ୧୯୯୩-୧୯୯୯ ଯାଏ ଏହି ବିବାହ ଚାଲିଥିଲା।

ଟ୍ରମ୍ପଙ୍କ ତୃତୀୟ ଏବଂ ଅନ୍ତିମ ବିବାହ ମେଲାନିଆ ଟ୍ରମ୍ପଙ୍କ ସହ ୨୦୦୫ରେ ହୋଇଥିଲା। ମେଲାନିଆ ଜଣେ ଫ୍ୟାଶନ ମଡେଲ। ଏହି ବିବାହ ପରେ ଟ୍ରମ୍ପଙ୍କ ଗୋଟିଏ ପୁଅ ଅଛନ୍ତି, ଯାହାଙ୍କ ନାମ ବୈରନ୍‌।

ଟ୍ରମ୍ପଙ୍କ ୫ ସନ୍ତାନ ମଧ୍ୟରୁ ସବୁଠାରୁ ବଡ଼ ପୁଅ ଡୋନାଲ୍ଡ ଟ୍ରମ୍ପ ଜୁନିଅର ସର୍ବଦା ନିଜ ବାପାଙ୍କ ସହ ନଜର ଆସିଥାନ୍ତି। ସେ ଟ୍ରମ୍ପ ଅର୍ଗାନାଇଜେଶନର ଏଗ୍‌ଜିକ୍ୟୁଟିଭ୍‌ ଭାଇସ ପ୍ରେସିଡେଣ୍ଟ। ସେ ନିଜ ବାପାଙ୍କ ରାଜନୈତିକ କାମ ଦେଖିବା ବ୍ୟତିତ ପରିବାରର ବ୍ୟବସାୟ ସମ୍ଭାଳନ୍ତି। ଡୋନାଲ୍ଡଙ୍କ ବଡ଼ ଝିଅ ଇଭାଙ୍କା ମଡେଲ ଥିଲେ। ଟ୍ରମ୍ପ ପ୍ରଥମ ଥର ରାଷ୍ଟ୍ରପତି ହେବା ପରେ ହ୍ବାଇଟ୍‌ ହାଉସ୍‌ରେ ପରାମର୍ଶଦାତା ଭାବେ କାମ କରିଛନ୍ତି। ତାଙ୍କର ୩ ସନ୍ତାନ ଅଛନ୍ତି।
ଟ୍ରମ୍ପଙ୍କ ପୁଅ ଏରିକ୍‌ ବାପାଙ୍କ ବ୍ୟବସାୟ ସମ୍ଭାଳିଥାନ୍ତି। ତାଙ୍କର ୨ ସନ୍ତାନ ଅଛି। ଟିଫନୀ ଟ୍ରମ୍ପ ବିଶ୍ୱବିଦ୍ୟାଳୟରେ ରିସର୍ଚ୍ଚ ଆସିଷ୍ଟାଣ୍ଟ ଅଛନ୍ତି। ଟ୍ରମ୍ପଙ୍କ ସାନ ପୁଅ ବୈରନ ଟ୍ରମ୍ପ ଏବେ ପାଠ ପଢ଼ୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗାପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗଣେଶ ଚତୁର୍ଥୀ ଅବସରରେ ଆସନ୍ତା ଦଶହରା ପୂଜା ପାଇଁ…

ମଦ ଦୋକାନକୁ ନେଇ ବଢୁଛି ଅସନ୍ତୋଷ, ଅନ୍ୟତ୍ର ସ୍ଥାନାନ୍ତର ଦାବି

କେନ୍ଦୁଝର,୧୪ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାପାଳ, ଆରକ୍ଷୀ ଅଧୀକ୍ଷକ, ଡିଏଫ୍‌ଓଙ୍କ କାର୍ଯ୍ୟାଳୟ ସମ୍ମୁଖ ଗୁରୁତ୍ୱପୂର୍ଣ୍ଣ ଟ୍ରାଫିକ ଛକରେ ଏକ ଠିପିବନ୍ଦ ମଦ ଦୋକାନ ପୁଣିଥରେ ଖୋଲିବାକୁ ନେଇ…

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ, ଦେବୀ ଗଙ୍ଗାଙ୍କୁ ଆବାହନ ପରେ କଳସ ଯାତ୍ରା

ଦିଗପହଣ୍ଡି,୧୪ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ବଜାର ସାହି ପୂଜା କମିଟି ପକ୍ଷରୁ ୪୬ ତମ ଶ୍ରୀ ଗଣେଶ ପୂଜା ମହୋତ୍ସବ ସୋମବାର ଠାରୁ…

ଘାଟିରେ ଓଲଟିଲା ଚାଉଳ ବୋଝେଇ ଟ୍ରକ୍‌

ପଟାଙ୍ଗି,୧୪ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଜୋଡିମାଦଲି ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି ଚାଉଳ ବୋଝେଇ ଟ୍ରକ୍‌ । ସୂଚନା ଅନୁସାରେ…

ଦିଶା ମୃତ୍ୟୁ ମାମଲା; CBI ଏଫ୍‌ଆଇଆର୍‌ରେ ଆଦିତ୍ୟ ଠାକ୍‌ରେ….

ମୁମ୍ବାଇ,୧୪।୯: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାରେ ବଡ଼ ଖବର ସାମ୍ନାକୁ ଆସିଛି । ପ୍ରାୟ ୬ ବର୍ଷ…

ସାଉଦି ପାଇପଲାଇନ୍‌କୁ ବନ୍ଦ କରିଦେଲା ଡ୍ରୋନ୍‌ ଆକ୍ରମଣ, ଏହା ଭାରତକୁ ପ୍ରଭାବିତ କରିବ କି ଜାଣନ୍ତୁ…

ରିୟାଦ୍‌,୧୪ା୯: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବେ ବିଶ୍ୱ ତୈଳ ବଜାର ଉପରେ ଗୁରୁତର ପ୍ରଭାବ ପକାଉଛି। ଡ୍ରୋନ୍‌ ଆକ୍ରମଣ ପରେ ସାଉଦି ଆରବର ଗୁରୁତ୍ୱପୂର୍ଣ୍ଣ ପୂର୍ବ-ପଶ୍ଚିମ ତୈଳ…

ବାଇକକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ, ବାପା ଆଗରେ ଚାଲିଗଲା ମା’-ଛୁଆଙ୍କ ଜୀବନ

​ସମ୍ବଲପୁର,୧୪।୯(ପ୍ରମୋଦ ବହିଦାର): ନୂଆଁଖାଇ ପର୍ବ ପାଳନ ପାଇଁ ଖୁସି ମନରେ ଘରକୁ ଫେରୁଥିବା ଏକ ନିଷ୍ପାପ ପରିବାର ଉପରେ କାଳ ସାଜି ମାଡ଼ିଆସିଲା ଦ୍ରୁତଗାମୀ ଟ୍ରକ୍ ।…

ପୁଣି ରୋମାନ୍ସ କରିବେ ବିଜୟ-ରଶ୍ମିକା: ଏଥର ବଢୁଛି ଚର୍ଚ୍ଚା

ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଓ ରଶ୍ମିକା ମନ୍ଦାନାଙ୍କ ଅନସ୍କ୍ରିନ୍‌ କେମିଷ୍ଟ୍ରିକୁ ଦର୍ଶକେ ସବୁବେଳେ ପସନ୍ଦ କରିଆସିଛନ୍ତି। ଏବେ ଦୁହେଁ ପୁଣିଥରେ ଏକାଠି ପରଦାରେ ନଜର ଆସିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?