ବାୟୁମଣ୍ଡଳୀୟ ଗବେଷଣାକୁ ଅନ୍ତର୍ଜାତୀୟ ସ୍ବୀକୃତି

ଗୌରୀଶଙ୍କର ସାହୁ

ବାୟୁମଣ୍ଡଳ ସମ୍ବନ୍ଧୀୟ ଗବେଷଣା ଏକ ମହତ୍ତ୍ୱପୂର୍ଣ୍ଣ ଗବେଷଣା। ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧୀୟ ମହତ୍ତ୍ୱପୂର୍ଣ୍ଣ ସୂଚନା ଏହି ବିଭାଗ ସହ ସଂଲଗ୍ନ। ଜଳବାୟୁ ପରିବର୍ତ୍ତନ ଓ ପାଣିପାଗ ସମ୍ବନ୍ଧୀୟ ପୂର୍ବାନୁମାନ ବଡ଼ ଅନିଶ୍ଚିତ। ବୋଧହୁଏ ଏଥିପାଇଁ ଏହି ବିଷୟକ ଗବେଷଣାକୁ ଯେତିକି ଲୋକପ୍ରିୟତା ମିଳିବା କଥା, ତାହା ହୋଇପାରିନାହିଁ। ନୋବେଲ ପୁରସ୍କାର ଯାହା ପୃଥିବୀର ସର୍ବଶ୍ରେଷ୍ଠ ସମ୍ମାନ ଭାବେ ପରିଗଣିତ, ଏହାର ପ୍ରାୟ ୧୨୦ ବର୍ଷର ଇତିହାସରେ ଏଇ ପ୍ରଥମଥର ପାଇଁ ବାୟୁମଣ୍ଡଳ ସମ୍ବନ୍ଧୀୟ ଗବେଷଣାକୁ ସ୍ବୀକୃତି ଦେଇଛି ଓ ତିନିଜଣ ଗବେଷକଙ୍କୁ ଏ ବିଷୟକ ଗବେଷଣା ପାଇଁ ଏବର୍ଷ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରିଛି। ଏହା ପୂର୍ବରୁ ୧୯୯୫ରେ ଏହି ସମ୍ବନ୍ଧୀୟ ଏକ ଗବେଷଣାକୁ (ଯାହା ବାୟୁମଣ୍ଡଳର ଓଜୋନ ସ୍ତର ସହ ସମ୍ପର୍କିତ) ପ୍ରଥମ ଥର ପାଇଁ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା। ପୁରସ୍କୃତ ହୋଇଥିଲେ ବିଶିଷ୍ଟ ରସାୟନବିତ୍‌ ପ୍ର. ପଲ୍‌ କ୍ରୁଜେନ।
ପ୍ର. ସୁକୁରୋ ମାନାବେ ଓ ପ୍ର. କ୍ଲସ ହାସେଲମାନ୍‌ ପୃଥିବୀର ଜଳବାୟୁ ସମ୍ବନ୍ଧୀୟ ପ୍ରଥମ ଯଥାର୍ଥ ମଡେଲ ବିକାଶ କରିବାରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ କରିଥିବାରୁ ଓ ପ୍ର. ଜର୍ଜିଓ ପାରିସି ଅବ୍ୟବସ୍ଥିତ ପ୍ରକ୍ରିୟା ସମ୍ବନ୍ଧୀୟ ମହତ୍ତ୍ୱପୂର୍ଣ୍ଣ ତତ୍ତ୍ୱ ଆବିଷ୍କାର କରି ଏହି ମଡେଲକୁ ଋଦ୍ଧିମନ୍ତ କରିଥିବାରୁ ମିଳିତ ଭାବେ ଏବର୍ଷର ନୋବେଲ ପୁରସ୍କାର ଲାଭ କରିବେ, ତାହା ମଧ୍ୟ ପଦାର୍ଥ ବିଜ୍ଞାନ ପରି ମହତ୍ତ୍ୱପୂର୍ଣ୍ଣ ବିଭାଗରେ। ନବେ ବର୍ଷ ବୟସ୍କ ଜାପାନୀ ପଦାର୍ଥ ବିଜ୍ଞାନୀ ସୁକୁରୋ
ମାନାବେ ସଂପ୍ରତି ଯୁକ୍ତରାଷ୍ଟ୍ର ଆମେରିକାସ୍ଥିତ ପ୍ରିନ୍ସଟନ ବିଶ୍ୱବିଦ୍ୟାଳୟରେ ପ୍ରଫେସର ଭାବେ କାର୍ଯ୍ୟରତ ଥିବାବେଳେ ନବେ ବର୍ଷ ବୟସ୍କ ଜର୍ମାନ ଗବେଷକ କ୍ଲସ ହାସେଲମାନ୍‌ ଜର୍ମାନୀର ହାମବର୍ଗସ୍ଥିତ ମାକ୍ସପ୍ଲାଙ୍କ ଇନ୍‌ଷ୍ଟିଚ୍ୟୁଟ ଫର ମେଟେରୋଲୋଜିରେ ଅବସ୍ଥାପିତ। ଇଟାଲୀୟ ବୈଜ୍ଞାନିକ ତେସ୍ତରି ବର୍ଷୀୟ ଜର୍ଜିଓ ପାରିସି ସଂପ୍ରତି ରୋମସ୍ଥିତ ସାପିଏଞ୍ଜା ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ।
ଏକ ଜଟିଳ ବ୍ୟବସ୍ଥାର ବିଭିନ୍ନ ଅଂଶ ସର୍ବଦା ପରସ୍ପର ସହ ପ୍ରତିକ୍ରିୟାଶୀଳ ଥା’ନ୍ତି। ତେଣୁ ଏହାର ଗାଣିତିକ ବ୍ୟାଖ୍ୟା ବଡ଼ ଦୁରୂହ ବ୍ୟାପାର। ପୃଥିବୀର ବାୟୁମଣ୍ଡଳ ଏହିପରି ଏକ ଜଟିଳ ବ୍ୟବସ୍ଥାର ଉଦାହରଣ। ଏହାର କୌଣସି ଗୋଟିଏ ବିନ୍ଦୁରେ ସଙ୍ଗଠିତ ଏକ ଛୋଟିଆ ପରିବର୍ତ୍ତନ ସମଗ୍ର ବାୟୁମଣ୍ଡଳକୁ ବ୍ୟାପକ ଭାବେ ପ୍ରଭାବିତ କରିଥାଏ। ସୁକୁରୋ ମାନାବେ ଜଳବାୟୁ ମଡେଲ ମାଧ୍ୟମରେ ଦେଖାଇଥିଲେ ଯେ, କିପରି ବାୟୁମଣ୍ଡଳରେ ଅଙ୍ଗାରକାମ୍ଳର ବର୍ଦ୍ଧିଷ୍ଣୁ ମାତ୍ରା ପୃଥିବୀ ପୃଷ୍ଠରେ ତାପମାତ୍ରା ବୃଦ୍ଧିର କାରଣ ହୋଇଥାଏ। ୧୯୬୦ରେ ପ୍ରଦତ୍ତ ତାଙ୍କର ଏହି ମଡେଲ ବିକିରଣ ସାମ୍ୟତା ଓ ପବନର ଊର୍ଦ୍ଧ୍ୱମୁଖୀ ପରିବହନ ମଧ୍ୟରେ ଆନ୍ତଃକ୍ରିୟାକୁ ପ୍ରଦର୍ଶିତ କରିଥିଲା। ଏହା ଜଳବାୟୁ ମଡେଲ ବିକଶିତ କରିବାରେ ଏକ ଯୁଗାନ୍ତକାରୀ ପଦକ୍ଷେପ ଥିଲା।
ଏହାର ପ୍ରାୟ ୧୦ ବର୍ଷ ପରେ କ୍ଲସ୍‌ ହାସେଲମାନ୍‌ଙ୍କ ମଡେଲ ପାଣିପାଗ ଓ ଜଳବାୟୁ ମଧ୍ୟରେ ଥିବା ଅନ୍ତଃ ସମ୍ବନ୍ଧକୁ ସ୍ଥାପିତ କରିଥିଲା। ପାଣିପାଗ ପରିବର୍ତ୍ତିତ ହୋଇଥିବା ସତ୍ତ୍ୱେ ଜଳବାୟୁ ମଡେଲ କିପରି ଭରସାଯୋଗ୍ୟ ହୋଇପାରିବ ସେ ଏହାକୁ ସ୍ପଷ୍ଟ ଭାବେ ଦର୍ଶାଇଥିଲେ। ସେ ଏହା ମଧ୍ୟ ପ୍ରମାଣିତ କରିଥିଲେ ଯେ, ଜନସଂଖ୍ୟା ବୃଦ୍ଧି ଅଙ୍ଗାରକାମ୍ଳ ବୃଦ୍ଧିର କାରଣ ହୋଇଥିବାରୁ ବିଶ୍ୱ ତାପନକୁ ଗଭୀର ଭାବେ ପ୍ରଭାବିତ କରୁଛି।
୧୯୮୦ ସାଲ ବେଳକୁ ଜର୍ଜିଓ ପାରିସି ଅବ୍ୟବସ୍ଥିତ ଜଟିଳ ବ୍ୟବସ୍ଥା ସମ୍ବନ୍ଧୀୟ ମହତ୍ତ୍ୱପୂର୍ଣ୍ଣ ଗବେଷଣା କରିଥିଲେ। ଏହା କେବଳ ବାୟୁମଣ୍ଡଳ ନୁହେଁ, ବରଂ ଗଣିତ, ଜୀବବିଜ୍ଞାନ, ସ୍ନାୟୁବିଜ୍ଞାନ ପ୍ରଭୃତି ବ୍ୟାପକ ବିଭାଗକୁ ପ୍ରଭାବିତ କରିବା ସହ ବହୁ ଜଟିଳ ସମସ୍ୟାର ସମାଧାନ ପାଇଁ ସକ୍ଷମ ଥିଲା।
ବାୟୁମଣ୍ଡଳ ଉତ୍ତପନ ସମ୍ବନ୍ଧୀୟ ଗବେଷଣାର ଇତିହାସ ବଡ଼ପୁରୁଣା। ଆଜକୁ ପ୍ରାୟ ୨୦୦ବର୍ଷ ତଳେ ଫରାସୀ ପଦାର୍ଥ ବିଜ୍ଞାନୀ ଜୋସେଫ ଫୋରିଅର ସୂର୍ଯ୍ୟର ବିକିରଣ ପ୍ରଭାବରେ ବାୟୁମଣ୍ଡଳର ଉତ୍ତାପବୃଦ୍ଧି ଓ ପୃଥିବୀର ବିକିରଣ ପ୍ରଭାବରେ ବାୟୁମଣ୍ଡଳ ଉତ୍ତାପବୃଦ୍ଧି ଉଭୟକୁ ବିଚାରକୁ ନେଇ ବାୟୁମଣ୍ଡଳରେ ବିକିରଣ ସାମ୍ୟତା ବିଷୟରେ ଯୁଗାନ୍ତକାରୀ ତତ୍ତ୍ୱ ପ୍ରଦାନ କରିଥିଲେ। ଆମେ ସମସ୍ତେ ସବୁଜଗୃହର ପ୍ରଭାବ ବିଷୟରେ ଜାଣିଛେ। ଏହା ବାୟୁମଣ୍ଡଳର ସୁରକ୍ଷା ପ୍ରଦାନକାରୀ ଭୂମିକାକୁ ସୂଚିତ କରେ। ଫୋରିଅର ସୂର୍ଯ୍ୟଙ୍କ ଦୃଶ୍ୟମାନ ବିକିରଣ ଓ ପୃଥିବୀରୁ ନିର୍ଗତ ଅତିଲୋହିତ ବିକିରଣ କିପରି ବାୟୁମଣ୍ଡଳର ଉତ୍ତାପକୁ ପ୍ରଭାବିତ କରୁଛି ତାହା ଦର୍ଶାଇଥିଲେ। ଏହି ତତ୍ତ୍ୱ ଆଜି ବିକଶିତ ହୋଇ ମାନାବେ ଓ ହାସେଲମାନ୍‌୍‌ଙ୍କ ଜଟିଳ ଗାଣିତିକ ମଡେଲକୁ ରୂପାନ୍ତରିତ ହୋଇଛି ଓ ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧୀୟ ମହତ୍ତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରୁଛି।
ଅଙ୍ଗାରକାମ୍ଳ, ମିଥେନ୍‌, ଜଳୀୟବାଷ୍ପ ଓ ଅନ୍ୟାନ୍ୟ ଗ୍ୟାସ୍‌ ପୃଥିବୀର ପୃଷ୍ଠତଳରୁ ନିର୍ଗତ ଅତିଲୋହିତ ରଶ୍ମିକୁ ଅବଶୋଷଣ କରି ଏହାକୁ ବିକିରଣ କରିବା ପୂର୍ବକ ପାର୍ଶ୍ୱବର୍ତ୍ତୀ ବାୟୁମଣ୍ଡଳକୁ ଉତ୍ତପ୍ତ କରୁଛି। ବାୟୁମଣ୍ଡଳର ବିଭିନ୍ନ ଅଂଶରେ ତାପମାତ୍ରାର ଅସମାନତା ନିମ୍ନରୁ ଊର୍ଦ୍ଧ୍ୱଗାମୀ ବାୟୁ ପ୍ରବାହ, ସମୁଦ୍ର ଉପରୁ ସ୍ଥଳଭାଗ ଆଡ଼କୁ ବାୟୁ ପ୍ରବାହ, ସ୍ଥଳଭାଗରୁ ସମୁଦ୍ର ଉପରକୁ ବାୟୁପ୍ରବାହର କାରଣ ସାଜୁଛି ଓ ବିଶ୍ୱର ଜଳବାୟୁକୁ ନିୟନ୍ତ୍ରଣ କରୁଛି। ମାନାବେ, ହାସେଲମାନ୍‌ ଓ ପାରିସି ପୃଥକ୍‌ ପୃଥକ୍‌ ଭାବେ ଯେଉଁ ଗାଣିତିକ ଅବଧାରଣା ଦେଇଛନ୍ତି ଓ ଯେଉଁ ମଡେଲ ଉପସ୍ଥାପନା କରିଛନ୍ତି ତାହା ଜଳବାୟୁର ଲୁକ୍କାୟିତ ସ୍ବରୂପକୁ ଆବିଷ୍କାର କରିବା ପୂର୍ବକ ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧୀୟ ପୂର୍ବାନୁମାନକୁ ଅଧିକ ନିର୍ଦ୍ଧାରଣାମତ୍କ କରିପାରିଛି।
ଅଧ୍ୟାପକ, ହିମାଚଳ ପ୍ରଦେଶ
କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଧର୍ମଶାଳା
ମୋ: ୭୯୭୮୪୨୧୮୩୫


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri