Posted inଖେଳ

ସମ୍ବିତଙ୍କୁ ଅନ୍ତର୍ଜାତୀୟ ମାଷ୍ଟର ଟାଇଟଲ

ଭୁବନେଶ୍ୱର, ୧୫।୧୨ (କ୍ରୀଡ଼ା ପ୍ରତିନିଧି): ବର୍ଷ ଶେଷରେ ଓଡ଼ିଶା ଚେସ୍‌ ପାଇଁ ଆସିଛି ଏକ ଖୁସି ଖବର। ରାଜ୍ୟର ପ୍ରତିଭାସମ୍ପନ୍ନ ଚେସ୍‌ ଖେଳାଳି ସମ୍ବିତ ପଣ୍ଡା ଅନ୍ତର୍ଜାତୀୟ ମାଷ୍ଟର (ଆଇଏମ୍‌) ଟାଇଟଲ ହାସଲ କରିଛନ୍ତି। ଅନ୍ତର୍ଜାତୀୟ ଚେସ୍‌ ମହାସଙ୍ଘ (ଫିଡେ) ପକ୍ଷରୁ ସମ୍ବିତଙ୍କୁ ଆଇଏମ୍‌ ଟାଇଟଲ ପ୍ରଦାନ କରାଯାଇଛି। ୧୮ ବର୍ଷୀୟ ସମ୍ବିତ ନିକଟରେ ଦିଲ୍ଲୀରେ ଆୟୋଜିତ ଏସିଆନ୍‌ କଣ୍ଟିନେଣ୍ଟାଲ ଚେସ୍‌ ଚାମ୍ପିୟନଶିପ୍‌ରେ ତୃତୀୟ ତଥା ଅନ୍ତିମ ଆଇଏମ୍‌ ନର୍ମ ପାଇଛନ୍ତି। ସେହିପରି ଟୁରିନଠାରେ ଅନୁଷ୍ଠିତ ଟୋରିନୋ ଅନ୍ତର୍ଜାତୀୟ ଓପନ୍‌ ଚେସ୍‌ ଚାମ୍ପିୟନଶିପ୍‌ରେ ସେ ଟାଇଟଲ ହାସଲ ପାଇଁ ଆବଶ୍ୟକ ଅନ୍ତର୍ଜାତୀୟ ରେଟିଂ ଅତିକ୍ରମ କରିଛନ୍ତି। ଚଳିତ ବର୍ଷ କାନପୁରଠାରେ ଆୟୋଜିତ ଜାତୀୟ ସିନିୟର ଚେସ୍‌ ପ୍ରତିଯୋଗିତାରେ ସେ ପ୍ରଥମ ଏବଂ ଗତ ସେପ୍ଟେମ୍ବରରେ ଦୁବାଇଠାରେ ଆୟୋଜିତ ଦୁବାଇ ଓପନ୍‌ ଚେସ୍‌ରେ ଦ୍ୱିତୀୟ ଆଇଏମ୍‌ ନର୍ମ ହାସଲ କରିଥିଲେ।

ସମ୍ବିତଙ୍କୁ ମିଶାଇ ଓଡ଼ିଶାର ଅନ୍ତର୍ଜାତୀୟ ମାଷ୍ଟର ଟାଇଟଲଧାରୀଙ୍କ ସଂଖ୍ୟା ୭ରେ ପହଞ୍ଚତ୍ଛି। ପୂର୍ବରୁ ଶେଖର ସାହୁ, ସ୍ବୟଂଶୁ ସତ୍ୟପ୍ରଜ୍ଞ, ଅନ୍ବେଷ ଉପାଧ୍ୟାୟ, ସିଦ୍ଧାନ୍ତ ମହାପାତ୍ର, ରାକେଶ ଜେନା, ପଦ୍ମିନୀ ରାଉତ ଏହି କ୍ଲବର ସଦସ୍ୟ ଅଛନ୍ତି। ଦେବାଶିଷ ଦାସ ଓ ସ୍ବୟମ୍ସ ମିଶ୍ର ଗ୍ରାଣ୍ଡମାଷ୍ଟର ଟାଇଟଲ ହାସଲ କରିଥିବାବେଳେ କିରଣ ମନୀଷା ମହାନ୍ତି ମହିଳା ଗ୍ରାଣ୍ଡମାଷ୍ଟର ଓ ସାଇନା ସାଲୋନିକା ମହିଳା ଅନ୍ତର୍ଜାତୀୟ ମାଷ୍ଟର ଟାଇଟଲଧାରୀ ଅଛନ୍ତି। ସମ୍ବିତ ସ୍ଥାନୀୟ ୟୁନିଟ୍‌-୮ସ୍ଥିତ ଡିଏଭି ପବ୍ଲିକ୍‌ ସ୍କୁଲର ଛାତ୍ର। ୧୨ ବର୍ଷ ପୂର୍ବେ ସେ ତାଙ୍କର ପ୍ରଥମ ପ୍ରଶିକ୍ଷକ ରାଜ ସନ୍ତୋଷ ପଣ୍ଡାଙ୍କଠାରୁ କୋଚିଂ ନେଇ ଚେସ୍‌ କ୍ୟାରିୟର ଆରମ୍ଭ କରିଥିଲେ। ଆଇଏମ୍‌ ଟାଇଟଲ ହାସଲ କରିଥିବାରୁ ସେ ତାଙ୍କ ମା’, ବାପା, ବର୍ତ୍ତମାନର ପ୍ରଶିକ୍ଷକ ଆଇଏମ୍‌ ସ୍ବୟଂଶୁ ସତ୍ୟପ୍ରଜ୍ଞ ଏବଂ ଏସ୍‌. କିଡାମ୍ବିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଓଡ଼ିଶାର ପ୍ରଥମ ଅନ୍ତର୍ଜାତୀୟ ମାଷ୍ଟର ତଥା ବର୍ତ୍ତମାନର କୋଚ୍‌ ସ୍ବୟଂଶୁ ଏହି ଟାଇଟଲ ପାଇଁ ସମ୍ବିତଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରାଜ୍ୟ ସରକାରଙ୍କ ସହଯୋଗ ଯୋଗୁ ସେ କମ୍‌ ବୟସରେ ଏହି ଟାଇଟଲ ହାସଲ କରିବାରେ ସକ୍ଷମ ହୋଇ ପାରିଛନ୍ତି। ଭବିଷ୍ୟତରେ ଗ୍ରାଣ୍ଡ୍‌ ମାଷ୍ଟର ଟାଇଟଲ ହାସଲ ଲକ୍ଷ୍ୟ ରହିଛି ବୋଲି ସମ୍ବିତ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ଅଲ୍‌ ଓଡ଼ିଶା ଚେସ୍‌ ଆସୋସିଏଶନ ସଭାପତି ଜି. ସି. ମହାପାତ୍ର, ସମ୍ପାଦକ ଦେବବ୍ରତ ଭଟ୍ଟ, ସର୍ବଭାରତୀୟ ଚେସ୍‌ ମହାସଙ୍ଘର ଯୁଗ୍ମ ସମ୍ପାଦକ ରଞ୍ଜନ ମହାନ୍ତି, ଏସ୍‌.ଆର. ଚେସ୍‌ ସେଣ୍ଟର ସମ୍ପାଦକ ତଥା ପ୍ରତିଷ୍ଠିତ ପ୍ରଶିକ୍ଷକ ସତ୍ୟରଞ୍ଜନ ପଟ୍ଟନାୟକ ମଧ୍ୟ ସମ୍ବିତଙ୍କୁ ଅଭିନନ୍ଦନ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?