Posted inଖେଳ

କେରଳରେ ହେବ ଅନ୍ତର୍ଜାତୀୟ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ : ଖେଳିବ ବିଶ୍ୱ ଚାମ୍ପିୟନ ଆର୍ଜେଣ୍ଟିନା

କୋଚି,୨୩ା୮: ଆସନ୍ତା ନଭେମ୍ବରରେ କେରଳରେ ବିଶ୍ୱ ଚାମ୍ପିୟନ ଆର୍ଜେଣ୍ଟିନା ଏକ ଅନ୍ତର୍ଜାତୀୟ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳିବ। ଏ ନେଇ ଆର୍ଜେଣ୍ଟିନା ପକ୍ଷରୁ ଶନିବାର ଘୋଷଣା କରାଯାଇଛି। ଏହି ମ୍ୟାଚ୍‌ ନଭେମ୍ବର ୧୦ରୁ ୧୮ ମଧ୍ୟରେ କୋଚି କିମ୍ବା ଥିରୁଭାନନ୍ତପୁରମରେ ଖେଳାଯାଇପାରେ।

ମ୍ୟାନେଜର ଲିଓନେଲ ସ୍କାଲୋନିଙ୍କ ନେତୃତ୍ୱାଧୀନ ଆର୍ଜେଣ୍ଟିନା ଜାତୀୟ ଦଳ ଚଳିତ ବର୍ଷ ଦୁଇ ପର୍ଯ୍ୟାୟରେ ଫିଫା ଫ୍ରେଣ୍ଡଲୀ ମ୍ୟାଚ୍‌ ଖେଳିବ। ପ୍ରଥମ ପର୍ଯ୍ୟାୟ ଅକ୍ଟୋବରରେ ୬ରୁ ୧୪ ମଧ୍ୟରେ ଆମେରିକାରେ ଖେଳାଯିବ। ଏହି ମ୍ୟାଚ୍‌ଗୁଡ଼ିକ ଲାଗି ପ୍ରତିପକ୍ଷ ଦଳ ଓ କେଉଁ ସହରରେ ମ୍ୟାଚ୍‌ ଖେଳାଯିବ ତାହା ନିର୍ଦ୍ଧାରଣ ହୋଇପାରି ନାହିଁ।

ଦ୍ୱିତୀୟ ପର୍ଯ୍ୟାୟ ଫ୍ରେଣ୍ଡଲୀ ମ୍ୟାଚ୍‌ ନଭେମ୍ବରରେ ୧୦ରୁ ୧୮ ମଧ୍ୟରେ ଲୁଆଣ୍ଡା, ଆଙ୍ଗୋଲା ଓ କେରଳରେ ହେବ। ଏଥିଲାଗି ଏପର୍ଯ୍ୟନ୍ତ ପ୍ରତିପକ୍ଷ ଦଳ ଧାର୍ଯ୍ୟ ହୋଇ ନାହାନ୍ତି। ଏ ସମ୍ପର୍କରେ କେରଳ କ୍ରୀଡ଼ାମନ୍ତ୍ରୀ ଭି ଅବଦୁରହିମାନ କହିଛନ୍ତି, ଲିଓନେଲ ମେସିଙ୍କ ନେତୃତ୍ୱରେ ବିଶ୍ୱକପ୍‌ ଜିତିଥିବା ଆର୍ଜେଣ୍ଟିନା ଦଳ କେରଳରେ ନଭେମ୍ବରରେ ଏକ ଫ୍ରେଣ୍ଡଲୀ ମ୍ୟାଚ୍‌ ଖେଳିବ। ଏଥିଲାଗି ଆର୍ଜେଣ୍ଟିନା ଫୁଟବଲ ଆସୋସିଏଶନକୁ ଆମେ ଧନ୍ୟବାଦ୍‌ ଦେଉଛୁ। ଏହା କେରଳ ଫୁଟବଲ ଓ ପୂରା କ୍ରୀଡ଼ା ବିଭାଗ ଲାଗି ଐତିହାସିକ ମୁହୂର୍ତ୍ତ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ରିକେଟ ଇତିହାସରେ ଭାରତ ପାଇଁ ଦ୍ରୁତତମ ଅର୍ଦ୍ଧଶତକ: ଯୁବରାଜ ସିଂହଙ୍କୁ ପଛରେ ପକାଇଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୨୧।୬: ରବିବାର ତ୍ରି-ସିରିଜ ଫାଇନାଲରେ ବୈଭବ ସୂର୍ଯ୍ୟବଂଶୀ ୨୯ ବଲ ରୁ ୯୪ ରନ କରିଥିଲେ। ଯଦିଓ ଏହି ମ୍ୟାଚ ରେ ୧୫ ବର୍ଷୀୟ ଖେଳାଳି ଶତକରୁ…

ଛକା ଚୌକା ବର୍ଷା କରି ସଭିଙ୍କୁ ପୁଣି ଚକିତ କଲେ ବୈଭବ ସୂର୍ଯ୍ୟବଂଶୀ, କଲେ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୧।୬: ବୈଭବ ସୂର୍ଯ୍ୟବଂଶୀ ଲିଷ୍ଟ ଏ କ୍ରିକେଟର ଇତିହାସରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଛନ୍ତି। ତ୍ରି-ସିରିଜ ଫାଇନାଲରେ ସେ ଶ୍ରୀଲଙ୍କା ଏ ବିପକ୍ଷରେ ମାତ୍ର ୧୧ ବଲରେ…

ଟିମ ଇଣ୍ଡିଆରେ ରୋହିତ ଶର୍ମାଙ୍କ ଭବିଷ୍ୟତକୁ ନେଇ ବଡ଼ ବୟାନ ଦେଲେ ଅଧିନାୟକ ଶୁଭମନ, କହିଲେ…

ନୂଆଦିଲ୍ଲୀ, ୨୧।୬: ତୃତୀୟ ଦିନିକିଆ ମ୍ୟାଚରେ ଭାରତ, ଆଫଗାନିସ୍ତାନକୁ ୯ ଉଇକେଟ୍‌ରେ ପରାସ୍ତ କରିଛି। ଏହା ସହିତ ଟିମ ଇଣ୍ଡିଆ, ଆଫଗାନିସ୍ତାନକୁ ଦିନିକିଆ ସିରିଜରେ କ୍ଲିନ ସ୍ବିପ୍‌…

କୋହଲି ଦେବେ ଫିଟ୍‌ନେସ୍‌ ପରୀକ୍ଷା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୦ା୬: ଷ୍ଟାର ବ୍ୟାଟର ବିରାଟ କୋହଲି ସୁସ୍ଥ ହେବାରେ ଲାଗିଛନ୍ତି। ଇଂଲଣ୍ଡ ବିପକ୍ଷ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ସିରିଜ ପୂର୍ବରୁ ଜୁନ୍‌ ୨୨ରେ ତାଙ୍କ ଫିଟ୍‌ନେସ ଟେଷ୍ଟ…

୩-୦ରେ ଭାରତର କ୍ଲିନ ସୁଇପ

ଚେନ୍ନାଇ,୨୦ା୬: ପ୍ରସିଦ୍ଧ କ୍ରିଷ୍ଣାଙ୍କ ୫ ଉଇକେଟ ସଫଳତା ଏବଂ ଯଶସ୍ବୀ ଜୟସ୍ବାଲଙ୍କ ଅପରାଜିତ ଶତକ ବଳରେ ତୃତୀୟ ଦିନିକିଆ ମ୍ୟାଚ୍‌ରେ ଭାରତ ୯ ଉଇକେଟରେ ଆଫଗାନିସ୍ତାନକୁ ପରାସ୍ତ…

ବୈଭବ ସୂର୍ଯ୍ୟବଂଶୀ ବିବାଦ ଉପରେ ଶ୍ରୀଲଙ୍କା ଅଧିନାୟକଙ୍କ ଆଶ୍ଚର୍ଯ୍ୟଜନକ ବୟାନ, ଫାଇନାଲ ପୂର୍ବରୁ କହିଲେ, ‘ଆମେ କରିନାହୁଁ…’

ନୂଆଦିଲ୍ଲୀ,୨୦।୬: ଭାରତ ଏବଂ ଶ୍ରୀଲଙ୍କା ଦଳ ତ୍ରି-ସିରିଜ ଫାଇନାଲରେ ସେମାନଙ୍କର ସ୍ଥାନ ପକ୍କା କରିଛନ୍ତି। ଭାରତ ଏ ଏବଂ ଶ୍ରୀଲଙ୍କା ଏ ମଧ୍ୟରେ ଟାଇଟଲ ମୁକାବିଲା ଜୁନ…

ବଦଳିଲେ ଦିଲ୍ଲୀ କ୍ୟାପିଟାଲ୍ସର ମାଲିକ, ପନ୍ତଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ହେଲେଣି ସଜବାଜ

ନୂଆଦିଲ୍ଲୀ,୨୦।୬: ଏମିତି ସମୟ ଥିଲା ଯେତେବେଳେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଟ୍ରେଡ ହୋଇଥିଲା; ସେହି ସମୟରେ ଏହାକୁ IPL…

Coach Yuvraj Singh: IPLରେ ଯୁବରାଜ ସିଂହଙ୍କ ଏଣ୍ଟ୍ରି, ଏହି ଦଳର ହେବେ କୋଚ୍‌ !

ନୂଆଦିଲ୍ଲୀ,୧୯।୬: ଆଇପିଏଲ୍ ୨୦୨୭କୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଏବେଠାରୁ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ସବୁଠାରୁ ବଡ଼ ଖବର ଆସୁଛି ଦିଲ୍ଲୀ କ୍ୟାପିଟାଲ୍ସ ଶିବିରରୁ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri