ନିର୍ବାଚନ ସିନା ଜିତିଗଲେ, ଟ୍ରମ୍ପଙ୍କ ବିପକ୍ଷରେ ଚାଲୁଛି ୪ ଅପରାଧିକ ମାମଲା; ନଭେମ୍ବର ୨୬ ଦଣ୍ଡାଦେଶ ଉପରେ ଏବେ ନଜର

ଓ୍ବାଶିଂଟନ,୯।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ଡେମୋକ୍ରେଟିକ୍‌ ପାର୍ଟି ପ୍ରାର୍ଥୀ କମଲା ହାରିସଙ୍କୁ ପରାଜିତ କରିଛନ୍ତି। ସାରା ଦେଶରେ ତାଙ୍କ ସମର୍ଥକ ନାଚିଗାଇ ବିଜୟର ଉତ୍ସବ ପାଳନ କରୁଛନ୍ତି। ଏସବୁ ମଧ୍ୟରେ ଟ୍ରମ୍ପଙ୍କ ବିପକ୍ଷରେ କୋର୍ଟରେ ଚାଲୁଥିବା ମାମଲାଗୁଡ଼ିକ ଆଗାମୀ ଦିନରେ ଅଡ଼ୁଆ ବଢ଼ାଇପାରେ। ତେବେ କ’ଣ ଏହା ରାଷ୍ଟ୍ରପତି ନିର୍ବାଚନ ଉପରେ ପ୍ରଭାବ ପକାଇପାରେ? ନିଶ୍ଚିତ ଭାବେ ଟ୍ରମ୍ପଙ୍କ ସମର୍ଥକଙ୍କ ମଧ୍ୟରେ ମାମଲାର ନିଷ୍ପତ୍ତି କ’ଣ ଆସିବ ସେନେଇ ଚିନ୍ତା ବଢ଼ିଛି।
ଅପରପକ୍ଷେ ନିର୍ବାଚନରେ ପରାଜିତ ହୋଇଥିବା କମଲା ହାରିସ ଏସବୁ ମାମଲାରେ ଅଦାଲତର ନିଷ୍ପତ୍ତିକୁ ଅପେକ୍ଷା କରିଛନ୍ତି। ଜାନୁଆରୀ ୨୦ରେ ଟ୍ରମ୍ପ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେବେ। ହେଲେ କୋର୍ଟର ରାୟ ଟ୍ରମ୍ପଙ୍କ ହ୍ବାଇଟ୍‌ ହାଉସ୍‌ ଯିବା ରାସ୍ତାରେ କଣ୍ଟା ପାଲଟିବ ତାହା ଉପରେ ସମସ୍ତଙ୍କ ନଜର ରହିଛି।
କହିରଖୁଛୁ, ଟ୍ରମ୍ପଙ୍କ ବିରୋଓରେ ୪ ଅପରାଧିକ ମାମଲା ଚାଲୁଛି। ଏଥିରୁ ୨ଟି କେନ୍ଦ୍ରୀୟ ମାମଲା ହୋଇଥିବା ବେଳେ ୨ ଟି ରାଜ୍ୟ ସହ ଜଡ଼ିତ। କେନ୍ଦ୍ରୀୟ ମାମଲାରେ ପ୍ରଥମ ମାମଲା ଜାନୁଆରୀ ୬ର, ଯେଉଁଥିରେ ତାଙ୍କ ସମର୍ଥକମାନେ କ୍ୟାପିଟାଲ୍‌ ହିଲ ଉପରେ ଆକ୍ରମଣ କରିଥିଲା। ସେତେବେଳେ ଟ୍ରମ୍ପଙ୍କ ସମର୍ଥକ ୨୦୨୦ ନିର୍ବାଚନର ଫଳାଫଳକୁ ଗ୍ରହଣ କରିବାକୁ ଅରାଜି ହୋଇଥିଲେ।  ଦ୍ୱିତୀୟ ମାମଲା କ୍ଲାସିଫାଏଡ୍‌ ଡକ୍ୟୁମେଣ୍ଟ ସହ ଜଡ଼ିତ। ଏହି ମାମଲାରେ ଟ୍ରମ୍ପଙ୍କ ଉପରେ ଅଭିଯୋଗ ହେଉଛି ଯେ ସେ ହ୍ବାଇଟ୍‌ ହାଉସ୍‌ରୁ କିଛି ସରକାରୀ କାଗଜପତ୍ର ଫ୍ଲୋରିଡାରେ ଥିବା ନିଜର ବ୍ୟକ୍ତିଗତ ଘରକୁ ନେଇଯାଇଥିଲେ।ସେହିଭଳି ରାଜ୍ୟର ଦୁଇ ମାମଲା ମଧ୍ୟରୁ ଗୋଟିଏ ଚୁପ୍‌ ରହିବା ପାଇଁ ଟଙ୍କା ଦେଇଥିବା ସହ ଜଡ଼ିତ। ଦ୍ୱିତୀୟଟି ୨୦୨୦ ନିର୍ବାଚନ ଫଳାଫଳକୁ ପାଲଟାଇବାକୁ ଚେଷ୍ଟା କରିବା ନେଇ ରୁଜୁ ହୋଇଛି।
କ’ଣ କୁହେ ଆମେରିକାର ସମ୍ବିଧାନ?
ଆମେରିକାର ସମ୍ବିଧାନ କହୁଛି ଯେ କେନ୍ଦ୍ର ଏବଂ ରାଜ୍ୟର ମାମଲାରେ ଭିନ୍ନ ଭିନ୍ନ ନିୟମ ଲାଗୁ ହୋଇଥାଏ। ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚିତ ହୋଇଥିବାରୁ ତାଙ୍କ ନିକଟରେ କେନ୍ଦ୍ରୀୟ ମାମଲାରେ ହେବାକୁ ଥିବା କାର୍ଯ୍ୟାନୁଷ୍ଠାନ ଉପରେ ଅଧିକ ଦଖଲ ଦେବାର ଶକ୍ତି ରହିବ। ଏଣୁ ଏଭଳି ମାମଲା ଶେଷ ହୋଇପାରେ। ହେଲେ ରାଜ୍ୟ ମାମଲାରେ କାର୍ଯ୍ୟାନୁଷ୍ଠାନକୁ ରୋକି ଦିଆଗଲେ ଏହି ମାମଲା ଦୀର୍ଘଦିନ ଯାଏ ଆଗକୁ ବଢ଼ିଯାଏ। ସମ୍ବିଧାନର ନିୟମ ଅନୁଯାୟୀ ରାଷ୍ଟ୍ରପତିଙ୍କ ନିକଟରେ ଆମେରିକାରେ ସଂଗଠିତ ମାମଲାରେ କ୍ଷମା ଦେବାର ଅଧିକାର ରହିଛି।  ଅର୍ଥାତ ଏସବୁ ମାମଲାରେ ଟ୍ରମ୍ପ ନିଜକୁ କ୍ଷମା ଦେଇପାରନ୍ତି। ଆମେରିକାରେ ଏଯାବତ କୌଣସି ରାଷ୍ଟ୍ରପତି ଏଭଳି କରି ନ ଥିବା ବେଳେ ଯଦି ଟ୍ରମ୍ପ ତାହା କରନ୍ତି ତେବେ ଏହା ତାଙ୍କ ଲାଗି ଆଇନଗତ ଚ୍ୟାଲେଞ୍ଜ ପାଲଟିବ।
ତେବେ ଚଳିତ ବର୍ଷ ମେ’ ମାସରେ ଟ୍ରମ୍ପ ଏକ ସେକ୍ସ ସ୍କ୍ୟାଣ୍ଡଲକୁ ଲୁଚାଇବା ପାଇଁ ରେକର୍ଡରେ ବଦଳାଇବା
ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହି ମାମଲାରେ ନଭେମ୍ବର ୨୬ରେ କୋର୍ଟ ଦଣ୍ଡ ଶୁଣାଇବ। ହେଲେ ତାଙ୍କ ଓକିଲ ଏହାକୁ ଘୁଞ୍ଚାଇବାକୁ ଅନୁରୋଧ କରିବେ। କାରଣ ଦଣ୍ଡାଦେଶ ଯୋଗୁ ରାଷ୍ଟ୍ରପତି ହେବା ପ୍ରକ୍ରିୟାରେ ବିଳମ୍ବ ହୋଇପାରେ। ଏହାଦ୍ୱାରା ନୂଆ ସରକାର ଗଠନ ଉପରେ ପ୍ରଭାବ ପଡ଼ିପାରେ।
ଏକ ରିପୋର୍ଟ ଅନୁଯାୟୀ, ଆମେରିକାର ନିୟମ ଉପରେ ଅଭିଜ୍ଞତା ଥିବା ବ୍ୟକ୍ତିବିଶେଷଙ୍କ ମୁତାବକ ପଦରେ କାମ କରୁଥିବା ରାଷ୍ଟ୍ରପତିଙ୍କୁ ଜେଲ ପଠାଇବା ‘ସମ୍ବିଧାନିକ ଭାବେ ଠିକ୍‌ ହେବ’  ନାହିଁ। ଏଣୁ ଦଣ୍ଡକୁ ଅତି କମ୍‌ରେ ଆଗାମୀ ରାଷ୍ଟ୍ରପତି ନିର୍ବାଚନ ଯାଏ ଘୁଞ୍ଚାଇ ଦିଆଯାଇପାରେ।

Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

ବାତ୍ୟା ଆସିଲେ ଭୂସ୍ଖଳନ ଭୟ: ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି

ଜି.ଉଦୟଗିରି,୨୧।୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ କଳିଙ୍ଗା ଘାଟି ଦେଇ ବିଜୟୱାଡ଼ା ରାଞ୍ଚିକୁ ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥ ଏବେ…

ଭଞ୍ଜନଗରରେ ଅଧିକ ବର୍ଷା ଆଶଙ୍କା: ତଳିଆ ଅଞ୍ଚଳବାସୀଙ୍କ ପାଇଁ ସତର୍କ ସୂଚନା ଜାରି

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ଭଞ୍ଜନଗର ଜଳଭଣ୍ଡାରରେ ବର୍ତ୍ତମାନ ପ୍ରାୟ ୮୬ ପ୍ରତିଶତ ଜଳ ସଞ୍ଚିତ ଥିବାବେଳେ ଆଗାମୀ ଦିନରେ ଅଧିକ ବର୍ଷାର ସମ୍ଭାବନା ଅଛି । ତେଣୁ ଭଞ୍ଜନଗର…

ସେପ୍ଟେମ୍ବର ୨୩ରେ ଘଟିବ ବିରଳ ଘଟଣା; ଦିନ-ରାତି ୧୨-୧୨ ଘଣ୍ଟା….

ନୂଆଦିଲ୍ଲୀ,୨୧।୯: ଆସନ୍ତା ୨୩ ସେପ୍ଟେମ୍ବରରେ ଆକାଶରେ ଦେଖିବାକୁ ମିଳିବ ଏକ ବିଶେଷ ଭୌଗଳିକ ଘଟଣା । ଏହି ତାରିଖରେ ଦିନ ଓ ରାତିର ସମୟ ପ୍ରାୟ ସମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?