Posted inଖେଳ

ଫୁଟବଲର ରୋଚକ ଇତିହାସ:ବଲ୍‌ ବଦଳରେ ବ୍ୟବହାର ହେଉଥିଲା…

କ୍ରୀଡ଼ା ଜଗତର ସବୁଠାରୁ ସୁନ୍ଦରତମ ଓ ଲୋକପ୍ରିୟ କ୍ରୀଡ଼ା ହେଉଛି ଫୁଟବଲ। ଏହା ସବାଦ୍ରୁତ। କେବଳ ଏହାକୁ କ୍ୟାରିୟର କରୁଥିବା ଖେଳାଳିଙ୍କ ପାଇଁ ନୁହେଁ ସାଧାରଣ ଜନଜୀବନ ସହ ମଧ୍ୟ ଫୁଟବଲ ଜଡ଼ତ। କୌଣସି ଖେଳାଳି କିମ୍ବା ଆଥଲେଟ୍‌ ଏକ ନିର୍ଦ୍ଦିଷ୍ଟ କ୍ରୀଡ଼ାରେ ପ୍ରତିଷ୍ଠା ଲାଭ କରିଥାଇ ପାରନ୍ତି, ମାତ୍ର ଶୈଶବ ଅବସ୍ଥାରେ ତାଙ୍କର ଫୁଟବଲ ସହିତ ପତ୍ୟକ୍ଷ ହେଉ କିମ୍ବା ପରୋକ୍ଷ ଭାବେ ସମ୍ପର୍କ ରହିଥାଏ। କାରଣ ଏହା ଏପରି ଏକ ଖେଳ ଯାହାକି ବାଲ୍ୟାବସ୍ଥାରେ ଆମୋଦ ପ୍ରଦାନ କରିଥାଏ ଏବଂ ସୁସ୍ଥ ଶରୀର ଗଠନରେ ସହାୟକ ହୋଇଥାଏ। ଗ୍ରାମାଞ୍ଚଳରେ ମଧ୍ୟ ଏହାର ବେଶ୍‌ ଆଦର ରହଛି। ଅନ୍ୟ ଖେଳର କ୍ରୀଡ଼ାବିତ୍‌ମାନେ ମଧ୍ୟ ଫିଟନେସ୍‌ ପାଇଁ ଫୁଟବଲ ଅଭ୍ୟାସ କରିଥାନ୍ତି। କେବଳ ସେତିକି ନୁହେଁ, ସର୍ବାଧିକ ଦର୍ଶକ ମଧ୍ୟ ଏହି କ୍ରୀଡ଼ାକୁ ଉପଭୋଗ କରଥାନ୍ତି।

ଫୁଟବଲର ଇତିହାସ ସମ୍ପର୍କରେ କୌଣସି ଲିଖିତ ନଥିପତ୍ର ନ ଥିଲେ ମଧ୍ୟ ଏହା ପ୍ରଥମେ ଚାଇନାରେ ଆରମ୍ଭ ହୋଇଥିବା କହାଯାଏ। ପ୍ରାରମ୍ଭିକ ଭାବରେ ଦୁଇଟି ସହର ମଧ୍ୟରେ ଏହା ଖେଳାଯାଉଥଲା। ବଲ୍‌ ବଦଳରେ ଘୁଷୁରିର ମୁତ୍ରାଶୟକୁ ବ୍ୟବହାର କରାଯାଉଥିଲା। ଗୋଟିଏ ସହରର ଖେଳାଳି ଅନ୍ୟ ସହରର ସୀମା ମଧ୍ୟକୁ ବଲ୍‌କୁ ନେଲେ ତାହାକୁ ବିଜେତା ଘୋଷଣା କରାଯାଉଥିଲା। ତେବେ ମଡର୍ନ ଡେ ଫୁଟବଲ୍‌ ସାଧାରଣତଃ ଇଂଲଣ୍ଡରେ ବିକଶିତ ହୋଇଛି।

୧୮୬୩ରେ ଇଂଲଣ୍ଡ ଫୁଟବଲ ଆସୋସିଏଶନ ପକ୍ଷରୁ କ୍ରୀଡା ସମ୍ପର୍କିତ ସ୍ବତନ୍ତ୍ର ନିୟମାବଳୀ ପ୍ରକାଶ ପାଇଥିଲା। ବିଶ୍ୱର ଅନ୍ୟତମ ପୁରାତନ କ୍ରୀଡା ଅଲିମ୍ପିକ୍ସର ପ୍ରଥମ ସଂସ୍କରଣରୁ ଏହା ଉପସ୍ଥିତିି ଜାହିର କରିଥିଲା। କେବଳ ୧୯୩୨କୁ ବାଦ୍‌ ଦେଲେ ଅନ୍ୟ ସମସ୍ତ ଗେମ୍ସରେ ଫୁଟବଲ୍‌ ଖେଳାଯାଇଥିଲା। ପ୍ରଥମଥର ପାଇଁ୧୯୮୪ ଲସଏଞ୍ଜେଲସ ଗେମର୍ସେ ପ୍ରଫେଶନାଲ ଫୁଟବଲରଙ୍କୁ ସାମିଲ ହେବାପାଇଁ ଅନୁମତୁ ପ୍ରଦାନ କରାଯାଇଥିଲା। ୧୯୯୨ବାର୍ସିଲୋନା ଗେମ୍ସଠାରୁ ଏହାକୁ ୨୩ ବର୍ଷରୁ କମ୍‌ ବର୍ଗର ଟୁର୍ନାମେଣ୍ଟ ଭାବେ ଘୋଷଣା କରାଯାଇଥିଲା। ଆଟଲାଣ୍ଟାରେ ଖେଳାଯାଇଥିବା ୧୯୯୬ ଗେମ୍ସରେ ପ୍ରଥମ ଥର ପାଇଁ ୩ ଜଣ ସିନିୟର ଖେଳାଳିଙ୍କ ସାମିଲ ହେବାର ଅନୁମତି ମିଳିଥିଲା। ସମାନ ବର୍ଷରେ ପ୍ରଥମଥର ପାଇଁ ମହଳା ଫୁଟବଲ୍‌ ଦଳକୁ ଅଲିମ୍ପିକ୍ସରେ ସାମିଲ କରାଯାଇଥିଲା।

ଫୁଟବଲ୍‌ରେ ଅନେକ ଗରୁତ୍ୱପୂର୍ଣ୍ଣ ଟୁର୍ନାମେଣ୍ଟ ଅନଷ୍ଠିତ ହୋଇଥାଏ। ଏଫଏ୍‌ କପ୍‌ ହେଉଛି ବିଶ୍ୱର ସର୍ବପୁରାତନ ଫୁଟବଲ ଟୁର୍ନାମେଣ୍ଟ। ୧୮୭୧-୭୨ରେ ପ୍ରଥମଥର ପାଇଁ ଏହା ଆୟୋଜନ ହୋଇଥିଲା। ସେହିପରି ଏସିଆ ତଥା ଭାରତର ସର୍ବପୁରାତନ ଫୁଟବଲ ଟୁର୍ନାମେଣ୍ଟ ହେଉଛି ଡୁରାଣ୍ଡ କପ।

ଓଡ଼ିଶା ଫୁଟବଲରେ ପୁରୁଷ ଦଳ ଅପେକ୍ଷା ମହଳା ଦଳ ଅଧିକ ସଫଳତା ପାଇଥିବା ନଜରକୁ ଆସେ। ନିକଟରେ ଗୋଆରେ ଅନଷ୍ଠିତ ଜାତୀୟ କ୍ରୀଡ଼ାରେ ଓଡ଼ିଶା ଦଳ ଫାଇନାଲରେ ଶକ୍ତିଶାଳୀ ମଣିପୁରକୁ ହରାଇ ଚାମ୍ପିୟନ ହୋଇଥଲା। ଏହାକୁ ମିଶାଇ ଓଡ଼ିଶା ୩ ଥର ଜାତୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ବିଜୟୀ ହୋଇଥଲା। ପୂର୍ବର ୨୦୦୭ ଓ ୨୦୧୧ରେ ଦଳ ଟାଇଟଲ ହାସଲ କରିଥିଲା। ୨୦୧୫ ଓ ୨୦୨୨ରେ ରୌପ୍ୟ ଏବଂ ୨୦୦୨ରେ ବ୍ରୋଞ୍ଜ ପଦକ ଜିତିଥିଲା। ସିନିୟର ମହିଳା ଫଟୁବଲ୍‌ ଚାମ୍ପିୟନଶିପ୍‌ରେ ଓଡ଼ିଶା ୨୦୧୦-୧୧ରେ ଚାମ୍ପିୟନ ହୋଇଥଲା। ଗୀତାଞ୍ଜଳି ସାମନ୍ତରାୟ ହେଉଛନ୍ତି ଓଡ଼ିଶା ମହିଳା ଫୁଟବଲର ପ୍ରଥମ ଅଧନାୟିକା ଏବଂ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଓଡ଼ିଶାର ପ୍ରଥମ ଖେଳାଳ ଭାବେ ଭାରତୀୟ ଦଳର ନେତୃତ୍ୱ ନେଇଥଲେ। ଏହା ବ୍ୟତୀତ ରଞ୍ଜିତା ମହାନ୍ତି, ପିଙ୍କି ବମ୍ପଲ ମଗର, ସସ୍ମିତା ମଲିକ, ଆଲୋଚନା ସେନାପତି, ଗୀତାଞ୍ଜଳି ଖୁଣ୍ଟିଆ, ଗାୟତ୍ରୀ ମଲିକ ପ୍ରମୁଖ ପ୍ରଭାବୀ ପ୍ରଦଶର୍ନ କରିଥିବାବେଳେ ଏବେ ମନିଶା ପାନ୍ନା, ପ୍ୟାରୀ ଖାଖା, ଜବାମଣି ଟୁଡୁ ପ୍ରମୁଖ ଏହାକୁ ଆଗେଇ ନେଉଛନ୍ତି।

ଏବେ ଇଣ୍ଡିଆନ ସୁପର ଲିଗ୍‌ରେ ଭୂବନେଶ୍ୱର ଭିତ୍ତିକ ଦଳ ଓଡ଼ିଶା ଏଫ୍‌ସି ପ୍ରତିନିଧିତ୍ୱ କରୁଛି। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡୟମରେ ଫୁଟବଲ୍‌ ପାଇଁ ବିଶ୍ୱସ୍ତରୀୟ ଭିତ୍ତିଭୂମି ରହିଛି। ଫଳରେ ଏଠାରେ ପ୍ରଥମଥର ପାଇଁ ଫିଫାର ଏକ ଟୁର୍ନାମେଣ୍ଟ (୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ) ସମ୍ଭବ ହୋଇ ପାରିଛି। ଏହା ବ୍ୟତୀତ ରାଜ୍ୟ ସରକାରଙ୍କ ପକ୍ଷରୁ ୫ଟି ବିଶ୍ୱସ୍ତରର ଅଭ୍ୟାସ ପଡ଼ିଆ ପ୍ରସ୍ତୁତି କରାଯାଇଛି। କଟକର ବାରବାଟୀ ଷ୍ଟାଡିୟମରେ ଫୁଟବଲର ବଡ଼ ପ୍ରତିଯୋଗିତାମାନ ଅନୁଷ୍ଠିତ ହେଉଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏସିଆନ ଗେମ୍ସର ଓପନିଂ ମ୍ୟାଚ୍‌ରେ ଭାରତର ବଡ଼ ବିଜୟ

କାକାମିଗାହାରା,୨୦ା୯: ଏସିଆନ ଗେମ୍ସ ପୁରୁଷ ହକି ପୁଲ୍‌ ‘ଏ’ର ଓପନିଂ ମ୍ୟାଚରେ ଭାରତ ୧୩-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ଷ୍ଟ୍ରାଇକର ଦିଲ୍‌ପ୍ରୀତ ସିଂ ଏକାକି ୪ଟି…

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଆନ୍ଦୋଳନର ସମସ୍ତ ମାମଲା ପ୍ରତ୍ୟାହାର….

କୋଲକାତା,୨୦ା୯: ପଶ୍ଚିମବଙ୍ଗରେ କୁର୍ମି ସମୁଦାୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ପୂର୍ବ ସରକାରଙ୍କ ସମୟରେ କୁର୍ମି ଆନ୍ଦୋଳନ ସହ ଜଡ଼ିତ ଯେଉଁ ସବୁ…

ଟି୨୦ କ୍ରିକେଟରେ ଇତିହାସ ରଚିଲେ ମନ୍ଧାନା

ନିଶିନ,୨୦ା୯: ଭାରତୀୟ ଓପନର ସ୍ମୃତି ମନ୍ଧାନା ରବିବାର ନିଜ କ୍ୟାରିୟରରେ ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ବାଂଲାଦେଶ ବିପକ୍ଷ ଏସିଆନ ଗେମ୍ସ ସେମିଫାଇନାଲ ମ୍ୟାଚ୍‌ରେ ୩୭…

‘ଛାତ୍ରୋଁ କୀ ଗୁଞ୍ଜ୍‌’ କାର୍ଯ୍ୟକ୍ରମରେ ହାସ୍ୟାଭିନେତାଙ୍କ ଦ୍ୱାରା ମୋଦିଙ୍କୁ ନକଲ, ଦେଶରେ ହଇଚଇ!

ନୂଆଦିଲ୍ଲୀ,୨୦ା୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ରାଜନୈତିକ ବିବାଦ ଜୋର ଧରିଛି । ମଧ୍ୟପ୍ରଦେଶର ଇନ୍ଦୋରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଛାତ୍ରୋଁ କୀ ଗୁଞ୍ଜ୍‌’…

ଶେଫାଳିଙ୍କ ଦମ୍‌ଦାର ଶତକ: ଫାଇନାଲରେ ଭାରତ

ନିଶିନ,୨୦ା୯: ଶେଫାଳି ବର୍ମାଙ୍କ ଶତକ ବଳରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍‌ରେ ଭାରତ ୧୧୪ ରନ୍‌ରେ ବାଂଲାଦେଶକୁ ହରାଇ ମହିଳା କ୍ରିକେଟ ଟି୨୦ ଇଭେଣ୍ଟ ଫାଇନାଲରେ ପ୍ରବେଶ କରିଛି।…

ଖଣ୍ଡୁଆଳମାଳି ବକ୍ସାଇଟ୍ ଖଣି ଖନନକୁ ବିରୋଧ, ଅମଠାଗୁଡ଼ାରେ ୨୦ ଗାଁର ଶତାଧିକ ଆନ୍ଦୋଳନକାରୀ….

ଥୁଆମୂଳ ରାମପୁର,୨୦।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ କର୍ଲାପାଟ୍ ଅଞ୍ଚଳର ଖଣ୍ଡୁଆଳମାଳିରୁ ବକ୍ସାଇଟ୍ ଖନନକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି…

ବିଦ୍ୟାଳୟରୁ ଚାଉଳ-ଖେଳଣା ଚୋରି, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବୀରପଦ୍ମନାଭପୁର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷ୍ଟୋର ରୁମରୁ ୩୦ ପ୍ୟାକେଟ ଚାଉଳ ଏବଂ…

ବିଦ୍ୟାଳୟରେ ବୁର୍ଖା ଉପରେ ଲାଗୁ ହେବ କଟକଣା! ସୀମିତ ହେବ ବିଦେଶୀ ଛାତ୍ରଙ୍କ ସଂଖ୍ୟା

ରୋମ୍‌,୨୦।୯: ଇଟାଲୀର ସ୍କୁଲଗୁଡ଼ିକରେ ବୁର୍ଖା ଭଳି ମୁହଁ ସମ୍ପୂର୍ଣ୍ଣ ଢାଙ୍କୁଥିବା ପୋଷାକ ଉପରେ ପ୍ରତିବନ୍ଧ ଲଗାଇବା ସହ ପ୍ରତି କ୍ଲାସରେ ବିଦେଶୀ ଛାତ୍ରଙ୍କ ସଂଖ୍ୟା ସୀମିତ କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?