ସ୍କୁଲରେ ପୂଜା ନାଁ ରଖି ପଢ଼ୁଥିଲେ ଏହି ଲୋକପ୍ରିୟ ଅଭିନେତ୍ରୀ, ମା’ଙ୍କୁ ନୁହେଁ ବରଂ ବାପାଙ୍କ ପ୍ରେମିକାଙ୍କୁ କରନ୍ତି ପସନ୍ଦ

ବମ୍ବେ: ହିନ୍ଦୀ, ତେଲୁଗୁ ତଥା ତାମିଲ ଭାଷାର ଫିଲ୍ମରେ ନିଜର ଅଭିନୟର ଯାଦୁ ବୁଣିଛନ୍ତି ଅଭିନେତ୍ରୀ ଶ୍ରୁତି ହସନ। ୧୯୮୬ ମସିହା ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ ଏହି ସୁନ୍ଦରୀ। ୧୯୯୯ରେ ମନୋରଞ୍ଜନ ଜଗତ ସହ ସେ ଯୋଡି ହୋଇଥିଲେ। ଏବେ ତାଙ୍କୁ ଦକ୍ଷିଣ ଭାରତୀୟ ସିନେମାର ପ୍ରମୁଖ ଅଭିନେତ୍ରୀ ଭାବେ ଗଣାଯାଏ। କେବଳ ଯେ ଅଭିନୟ ତାହା ନୁହେଁ ଜଣେ ଭଲ ଗାୟିକା ମଧ୍ୟ ସେ। ଆଜି ଶ୍ରୁତି ନିଜର ଜନ୍ମଦିନ ପାଳନ କରୁଛନ୍ତି। ଏହାକୁ ନେଇ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି।

ଶ୍ରୁତିଙ୍କ ବିଷୟରେ ଜଣାଅଜଣା କଥା:
ଶ୍ରୁତି ସ୍କୁଲରେ ପଢ଼ୁଥିବା ସମୟରେ ନକଲି ନାମ ବ୍ୟବହାର କରିଥିଲା। ଏହା ପଛରେ ଅଜବ କାରଣ ଥିଲା। କାରଣ ସେ ଅପରିଚିତ/ବେନାମୀ ରହିବାକୁ ଚାହୁଁଥିଲେ। ନିଜ ଲୋକପ୍ରିୟ ପରିବାର ବିଷୟରେ କାହାରିକୁ ବି ଜଣାଇବାକୁ ସେ ଚାହୁଁ ନ ଥିଲେ। କମଲ ହାସନଙ୍କ ଝିଅ ହୋଇଥିବାରୁ ସେ ନିଜ ପରିଚୟ ଲୁଚାଇବାକୁ ଚାହୁଁ୍‌ଥିଲେ। ନିଜ ନାମ ସେ ପୂଜା ରାମଚନ୍ଦ୍ରନ ରଖିଥିଲେ।

କମଲ ହାସନ-ସାରିକା ଠାକୁରଙ୍କ ବଡ଼ ଝିଅ ହେଉଛନ୍ତି ଶ୍ରୁତି। ଏପରି ଏକ ସମୟ ଥିଲା ଯେତେବେଳେ ଶ୍ରୁତି ମା’ଙ୍କ କଥା ହେବା ବନ୍ଦ କରିଦେଇଥିଲେ। କାରଣ ସେ ବାପା ଲିଭ୍‌ ଇନ୍‌ରେ ଥିବା ପ୍ରେମିକା ଗୌତମୀଙ୍କୁ ପସନ୍ଦ କରୁଥିଲେ। ଗୌତମୀ ଦକ୍ଷିଣ ଭାରତୀୟ ଫିଲ୍ମ ଜଗତର ଜଣେ ଅଭିନେତ୍ରୀ ଥିଲେ। ପ୍ରାରମ୍ଭିକ ସମୟରେ ମାଙ୍କୁ ଶ୍ରୁତି ଭଲ ପାଉ ନ ଥିବା ବେଳେ ଏବେ କିନ୍ତୁ ସବୁକିଛି ଠିକ୍‌ ଥିବା କୁହାଯାଉଛି। ଅନେକ ଥର ମା’ ଏବଂ ସାନ ଭଉଣୀ ଅକ୍ଷରାଙ୍କ ସହ ସେ ନଜର ଆସୁଛନ୍ତି।

ଅଭିନେତ୍ରୀ ହେବା ସାଙ୍ଗକୁ ଶ୍ରୁତି ଭଲ ସଙ୍ଗୀତ ନିର୍ମାତା ମଧ୍ୟ। କାଲିଫର୍ନିଆ ସଙ୍ଗୀତ ଏକାଡେମୀରୁ ସେ ସଂଙ୍ଗୀତରେ ସ୍ନାତକ କରିଛନ୍ତି। ପୂର୍ବରୁ ସେ ମନୋବିଜ୍ଞାନ ପଢ଼ୁଥିଲେ। ହେଲେ ପଢ଼ା ଅଧା ଛାଡ଼ି ଆମେରିକା ଚାଲିଯାଇଥିଲେ। ସେଠାରେ ସଙ୍ଗୀତରେ ଡିଗ୍ରୀ ହାସଲ କରି ଫେରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଦଶାହାଙ୍କ ବୈବାହିକ ଜୀବନରେ ଝଡ଼

ବମ୍ବେ: ବଲିଉଡର ଅନ୍ୟତମ ଲୋକପ୍ରିୟ ଗାୟକ ତଥା ର଼୍ୟାପର ହେଲେ ବାଦଶାହା। ଏବେ ସେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ। ବାଦଶାହା ଏବଂ ସ୍ତ୍ରୀ...

ଛାଡ଼ପତ୍ର ପରେ ବି ନିଜକୁ ସର୍ବଦା ଅବିବାହିତା କୁହନ୍ତି ଏହି ଅଭିନେତ୍ରୀ

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ମଲ୍ଲିକା ଶେରାଓ୍ବତ ୨୦୦୩ ମସିହାରେ ଫିଲ୍ମ ‘ଖ୍ବାହିଶ’ ସହିତ ବଲିଉଡରେ ଡେବ୍ୟୁ କରିଥିଲେ । ପ୍ରଥମ ଚଳଚ୍ଚିତ୍ରରେ ୧୭ଟି ଚୁମ୍ବନ ଦୃଶ୍ୟ...

ଆମୀରଙ୍କ ସହ ଫିଲ୍ମରେ କାମ କରିବାକୁ ଚାହାନ୍ତିନି ଅଭିଷେକ

ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌। ଏବେ ସେ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ଭିଡିଓ ଶେୟାର କରିଛନ୍ତି, ଯାହାକି ଖୁବ୍‌...

ନିଜକୁ ଭାଗ୍ୟଶାଳୀ କହିଲେ କ୍ୟାଟ୍ରିନା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ନିଜକୁ ଭାଗ୍ୟଶାଳୀ କହିଛନ୍ତି। ଏପରି କହିବା ପଛରେ କାରଣ ମଧ୍ୟ ରହିଛି। କାରଣଟି ହେଲା ସଲମାନ୍‌ ଖାଁ, ଅକ୍ଷୟ...

ଦ ଲାୟନ କିଙ୍ଗ୍‌: ପୁଅ ଆର୍ଯ୍ୟନ୍‌ଙ୍କ ପାଇଁ ଶାହରୁଖ୍‌ଙ୍କୁ ୨ ଥର କରିବାକୁ ପଡ଼ିଲା ଡବିଂ

କିଙ୍ଗ୍‌ ଖାନ୍‌ ଶାହରୁଖ୍‌ ଏବଂ ତାଙ୍କ ପୁଅ ଆର୍ଯ୍ୟନ୍‌ ହଲିଉଡ୍‌ ଫିଲ୍ମ ‘ଦ ଲାୟନ କିଙ୍ଗ୍‌’ର ହିନ୍ଦୀ ଡବିଂ ପାଇଁ ସ୍ବର ଦେଇଛନ୍ତି। ଇତିମଧ୍ୟରେ ଫିଲ୍ମର...

ପ୍ରଥମ ଦେଖାରେ ଶଟ୍‌ଲେସ୍‌ ସଲମାନଙ୍କୁ ଦେଖି ହସ ରୋକି ପାରି ନ ଥିଲେ କଟ୍ରିନା, ସ୍ତବ୍ଧ ହୋଇଯାଇଥିଲେ…

ବମ୍ବେ: ବଲିଉଡ୍‌ର ଅନ୍ୟତମ ହିଟ୍‌ଯୋଡିଙ୍କ ମଧ୍ୟରୁ ସଲମାନ ଖାନ-କଟ୍ରିନା ଅନ୍ୟତମ। ଉଭୟ ରିଲ୍‌ ଏବଂ ରିଅଲ୍‌ ଲାଇଫ୍‌ରେ ରୋମାନ୍ସ କରିଥିବା କଥା ସମସ୍ତେ ଜାଣନ୍ତି। ରିଲ୍‌ରେ...

ଭାଇରାଲ ହେଉଛି ପ୍ରିୟଙ୍କାଙ୍କ କାର୍ ସେଲ୍ଫି

ମୁମ୍ବାଇ: ବଲିଉଡ୍ ଦେଶୀ ଗର୍ଲ ପୁଣି ଚର୍ଚ୍ଚାରେ । ନିକଟରେ ସେ ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଯୋର ଧରିଛି...

ସବୁଠୁ କମ୍‌ ପାରିଶ୍ରମିକ ନିଅନ୍ତି ଏହି ଅଭିନେତ୍ରୀ !

ମୁମ୍ବାଇ: ବଲିଉଡ୍‌ର ଅନେକ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ଗୋଟିଏ ଗୋଟିଏ ଫିଲ୍ମ ପାଇଁ କୋଟି କୋଟି ଟଙ୍କା ପାରିଶ୍ରମିକ ଦାବି କରିଥାନ୍ତି। ମାତ୍ର ବଲିଉଡ୍‌ ଇଣ୍ଡଷ୍ଟ୍ରିରେ...

Advertisement
Archives

Model This Week