ଏସ୍‌ଏଚ୍‌ଜିକୁ ସୁଧ ଛାଡ଼ ଶ୍ରେୟ କେନ୍ଦ୍ରର: ଭାଜପା

ଭୁବନେଶ୍ବର,୧୧ା୧(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ସମସ୍ତ ଜନକଲ୍ୟାଣ ଯୋଜନାକୁ ରାଜ୍ୟ ସରକାର ନିଜ ଯୋଜନା କହି ସଂଘୀୟ ବ୍ୟବସ୍ଥାର ଅସମ୍ମାନ କରୁଛନ୍ତି। ଏହା ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରୁଛି । କେନ୍ଦ୍ର ସରକାର ରାଜ୍ୟକୁ କୋଟି କୋଟି ଟଙ୍କା ଅର୍ଥ ଯୋଗାଉଛନ୍ତି କିନ୍ତୁ ସବୁ ‘ମୁଁ କରୁଛି’ କହି ରାଜ୍ୟ ସରକାର ମିଛ ବାହାବା ନେଉଛନ୍ତି ବୋଲି ଭାଜପା ମହିଳା ମୋର୍ଚ୍ଚା ଅଭିଯୋଗ କରିଛି। ସେହିପରି ମହିଳା ସଶକ୍ତୀକରଣ ପାଇଁ କେନ୍ଦ୍ର ସରକାରଙ୍କ ‘ଦୀନ୍‌ଦୟାଲ ଅନ୍ତ୍ୟୋଦୟ ଯୋଜନା-ରାଷ୍ଟ୍ରୀୟ ଗ୍ରାମୀଣ ଆଜୀବିକା ମିଶନ’ ଅନ୍ତର୍ଗତ ଆସୁଥିବା ବ୍ୟାପକ ଟଙ୍କାକୁ ଚଞ୍ଚକତା କରି ନିଜ ନାମରେ ବ୍ରାଣ୍ଡିଂ କରିବାକୁ ମଧ୍ୟ ସରକାର ପଛାଉନାହାନ୍ତି। ମହିଳାଙ୍କୁ ସୁଧ ରିହାତି ପଛରେ ଶ୍ରେୟ କେନ୍ଦ୍ରର ବୋଲି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ କହିଛନ୍ତି।
ରାଜ୍ୟ କାର୍ଯ୍ୟାଳୟଠାରେ ମଙ୍ଗଳବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସ୍ମୃତି କହିଛନ୍ତି, ଦୀର୍ଘ ୨୩ ବର୍ଷ ଶାସନ କରିବା ପରେ ମଧ୍ୟ ରାଜ୍ୟ ସରକାରଙ୍କ କୌଣସି ଗୋଟିଏ ହେଲେ ନିଜସ୍ବ ଜନକଲ୍ୟାଣକାରୀ ଯୋଜନା ନାହିଁ । କେନ୍ଦ୍ର ଦେଉଥିବା ଅର୍ଥ, ରାଶି ଓ ଯୋଜନାକୁ ନିଜ ନାମରେ ନାମିତ କରି ସେଥିରେ ମୁଖ୍ୟମନ୍ତ୍ରୀଙ୍କ ଫଟୋଚିତ୍ର ଦେଇ ଲୋକଙ୍କୁ ଭୁଆଁ ବୁଲାଯାଉଛି । ଏସ୍‌ଏଚ୍‌ଜିକୁ ଋଣ ଛାଡ଼ କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ସରକାର କେତେ ଦେଉଛନ୍ତି ଏହା ଜାଣିବାର ଅଧିକାର ସାଧାରଣ ଜନତାଙ୍କର ରହିଛି। କେନ୍ଦ୍ର ସରକାରଙ୍କ ଦୀନ୍‌ଦୟାଲ ଅନ୍ତ୍ୟୋଦୟ ଯୋଜନା-ଜାତୀୟ ଗ୍ରାମୀଣ ଆଜୀବିକା ମିଶନରେ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ନାବାର୍ଡ ମାଧ୍ୟମରେ ଋଣ ଦିଆଯାଉଛି। ବ୍ୟାଙ୍କର ସାଧାରଣ ସୁଧ ହାର ୧୧% ହୋଇଥିବା ବେଳେ କେନ୍ଦ୍ର ସରକାର ୪% ସୁଧ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ନିଜେ ସିଧାସଳଖ ବହନ କରନ୍ତି। ଏହାପରେ ଯେଉଁମାନେ ନିୟମିତ ଋଣ ସୁଝନ୍ତି ସେମାନଙ୍କ ପାଇଁ ଅତିରିକ୍ତ ୩% ସୁଧ ଛାଡ଼ର ବ୍ୟବସ୍ଥା କେନ୍ଦ୍ର ସରକାର କରିଥାନ୍ତି। ଏ ସମସ୍ତ ସୁଧ ରାଶି କେନ୍ଦ୍ର ସରକାର ବ୍ୟାଙ୍କକୁ ସିଧା ପୈଠ କରନ୍ତି। ଅର୍ଥାତ୍‌ ମୋଟ୍‌ ସୁଧ ରାଶିର କେନ୍ଦ୍ରର ୭% ଏବଂ ରାଜ୍ୟ ସରକାରଙ୍କ ୪% ଅଛି। ରାଜ୍ୟ ସରକାର ଯେଉଁ ୧୨୫ କୋଟି ଟଙ୍କା ସୁଧ ଛାଡ଼ କଥା କହିଲେ ଏହା ରାଜ୍ୟ ସରକାର ଦେଉଛନ୍ତି ତାହା ସମ୍ପୂର୍ଣ୍ଣ ମିଛ। ୧୨୫ କୋଟିରୁ କେନ୍ଦ୍ର ୮୮ କୋଟି ଛାଡ଼ କରିଛି, ମାତ୍ର ୩୭ କୋଟି ଟଙ୍କା ଛାଡ଼ କରି ବିଜେଡି ମିଛ ବାହାବା ନେବାକୁ ଚେଷ୍ଟା କରୁଛି ବୋଲି ଭାଜପା ଅଭିଯୋଗ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri