ସମସ୍ୟା ଘେରରେ ଧାମନଗର କଲେଜ

ଧାମନଗର,୧୧।୧(ଡି.ଏନ.ଏ.): ଭଦ୍ରକ ଜିଲା ଧାମନଗର ମହାବିଦ୍ୟାଳୟରେ ବିଭିନ୍ନ ସମସ୍ୟା ଲାଗି ରହିଛି। ଅଧ୍ୟାପକ, କର୍ମଚାରୀ ଅଭାବ ସାଙ୍ଗକୁ କଲେଜ ଜମି ଜବରଦଖଲ, ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ଅବସ୍ଥାରେ ରହିବା ଆଦି ନେଇ ଅସନ୍ତୋଷ ପ୍ରକାଶ ପାଉଛି। ମହାବିଦ୍ୟାଳୟରେ ସମସ୍ୟା ଅନେକ ରହିଥିବା ବେଳେ ସମାଧାନ ହେଉନାହିଁ। ୧୯୭୭ ଅଗଷ୍ଟ ୧୫ ଭଳି ଐତିହାସିକ ଦିନରେ ସ୍ବର୍ଗତ ହୃଦାନନ୍ଦ ମଲ୍ଲିକଙ୍କ ଉଦ୍ୟମରେ ଏହି ମହାବିଦ୍ୟାଳୟ ସ୍ଥାପିତ ହୋଇଥିଲା। ସ୍ବର୍ଗତ ମଲ୍ଲିକ ସେ ସମୟରେ ଏହି ଶିକ୍ଷାନୁଷ୍ଠାନକୁ ଏକ ଗ୍ରାମୀଣ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ପାଇଁ ସ୍ବପ୍ନ ଦେଖିଥିଲେ। ସରକାରୀ ଅନୁଦାନପ୍ରାପ୍ତ ଏହି କଲେଜରେ ଯୁକ୍ତ ୨ ଓ ୩ରେ କଳା, ବିଜ୍ଞାନ ଏବଂ ବାଣିଜ୍ୟ ବିଭାଗ ଥିବା ସହ ସମ୍ମାନ ଶ୍ରେଣୀ ରହିଛି। ପ୍ରାୟ ୧୫୦୦ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବା ଏହି ମହାବିଦ୍ୟାଳୟରେ ଅର୍ଥନୀତି ଓ ପ୍ରାଣୀ ବିଜ୍ଞାନ ବିଭାଗରେ କୌଣସି ଅଧ୍ୟାପକ ନାହାନ୍ତି। ସେହିପରି ରାଜନୀତି ବିଜ୍ଞାନ, ଓଡ଼ିଆ, ବାଣିଜ୍ୟ, ରସାୟନ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ, ପଦାର୍ଥ ବିଜ୍ଞାନ ଭଳି ଅନେକ ବିଷୟରେ ଅଧ୍ୟାପକ ପଦବୀ ଖାଲି ପଡ଼ିଛି। ବର୍ତ୍ତମାନ ୧୦ଜଣ ଅତିଥି ଅଧ୍ୟାପିକା ଅଧ୍ୟାପକଙ୍କ ସହାୟତାରେ ଶିକ୍ଷାଦାନ ଚାଲିଛି। ତିନିଜଣ ଅଫିସ ସହାୟକଙ୍କୁ ନେଇ ଅଫିସ କାର୍ଯ୍ୟ ଚାଲିଥିବା ବେଳେ ଲାଇବ୍ରେରୀ କାର୍ଯ୍ୟ ତୁଲାଇବା ପାଇଁ କର୍ମଚାରୀ ନାହାନ୍ତି। ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଅବସର ପରେ ପଦବୀ ଫାଙ୍କା ପଡ଼ିଛି। କଲେଜରେ ୨୧ଜଣ ଅଧ୍ୟାପିକା ଅଧ୍ୟାପକ ଆବଶ୍ୟକ ଥିବାବେଳେ ଖାଲିପଡ଼ିଛି ୧୦ ପଦବୀ। ମହାବିଦ୍ୟାଳୟ ନାମରେ ପ୍ରାୟ ୪୦ ଏକର ସମ୍ପତ୍ତି ଥିଲେ ମଧ୍ୟ ବାସ୍ତବରେ ୧୫ ଏକର ଜମି କଲେଜ ଦଖଲରେ ରହିଛି। ଅବଶିଷ୍ଟ ଜମି ଜବରଦଖଲକାରୀଙ୍କ କବ୍‌ଜାରେ ରହିଥିବା ଜଣାପଡ଼ିଛି।
ମହାବିଦ୍ୟାଳୟ ପରିସରରେ ପ୍ରଥମ ପର୍ଯ୍ୟାୟରେ ୧ କୋଟି ୩୬ ଲକ୍ଷ ଓ ଦ୍ୱିତୀୟ ପର୍ଯ୍ୟାୟରେ ୨୦ ଲକ୍ଷ ବ୍ୟୟରେ ଏସ୍‌ସି, ଏସ୍‌ଟି ହଷ୍ଟେଲ ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ଅବସ୍ଥାରେ ରହିଛି। ତୃତୀୟ ପର୍ଯ୍ୟାୟରେ ବିଦ୍ୟୁତ୍‌କରଣ ଓ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ପାଇଁ ୭୫ ଲକ୍ଷ ଟଙ୍କା ଆସିଥିଲେ ମଧ୍ୟ କାମ ଆରମ୍ଭ ନ ହୋଇ ଦୀର୍ଘଦିନ ହେଲା ଉକ୍ତ ଘର ପଡ଼ି ରହିଛି। କ୍ୟାମ୍ପସ ପରିସରରେ ବଟନିକାଲ ଗ୍ରାମୀଣ ଉଦ୍ୟାନ ନିର୍ମାଣ ହେଉଥିଲେ ମଧ୍ୟ ପାଚେରୀ ଓ ମାଟି ପକାରେ ସୀମିତ ରହିଛି। କଲେଜ ମୁଖ୍ୟ ଫାଟକ ଦେଇ ଏକ ରାସ୍ତା ନୂଆପଡ଼ା ଗ୍ରାମକୁ ଯାଇଛି। ଜନସାଧାରଣଙ୍କଠାରୁ ଆରମ୍ଭ କରି ଗାଡ଼ି ମୋଟର ଉକ୍ତ ରାସ୍ତା ଦେଇ ଯାତାୟାତ କରୁଛନ୍ତି। ଫଳରେ ଛାତ୍ରୀଛାତ୍ର ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏସ୍‌ଟି ଛାତ୍ରୀ ନିବାସ ପଛ ପାଖରେ ନିର୍ମାଣ ଚାଲିଥିବା ନୂତନ ରାସ୍ତାକୁ ସମ୍ପୂର୍ଣ୍ଣ କରାଯାଉ ନାହିଁ। ତୁରନ୍ତ ଉକ୍ତ ରାସ୍ତା କାର୍ଯ୍ୟ ସାରି ଯାତାୟାତ ଉପଯୋଗୀ କରାଯିବା ସହ ଉଚ୍ଚଶିକ୍ଷା ବିଭାଗ, ୫-ଟି ଓ ଜିଲାପାଳ ମହାବିଦ୍ୟାଳୟର ବହୁବିଧ ସମସ୍ୟା ପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ଛାତ୍ରୀଛାତ୍ର ଦାବି କରିଛନ୍ତି।
ମହାବିଦ୍ୟାଳୟ ଅବ୍ୟବସ୍ଥା ସମ୍ପର୍କରେ ଅଧ୍ୟକ୍ଷ ପବିତ୍ର ପାଣିଗ୍ରାହୀ କହିଛନ୍ତି, ଖାଲି ପଡ଼ିଥିବା ଅଧ୍ୟାପିକା, ଅଧ୍ୟାପକ ପଦବୀ ପୂରଣ ପାଇଁ ସରକାରଙ୍କୁ ଅବଗତ କରାଯାଇଛି। ତେବେ କର୍ମଚାରୀମାନଙ୍କ ଇପିଏଫ୍‌ର ବକେୟା ଦେୟ ପ୍ରଦାନ ସହ ମରାମତି, ରଙ୍ଗ ଦେବା, ଗେଟ ନବୀକରଣ ଭଳି କିଛି କାର୍ଯ୍ୟ ହୋଇଛି। ବଦାନ୍ୟ ବ୍ୟକ୍ତି ଓ ଅନୁଷ୍ଠାନ ସହଯୋଗରେ କଲେଜ କ୍ୟାମ୍ପସରେ ପାନୀୟ ଜଳ ବ୍ୟବସ୍ଥା, କର୍ମଚାରୀଙ୍କ ସହଯୋଗରେ କଲେଜ କ୍ୟାମ୍ପସ ସୌନ୍ଦର୍ଯ୍ୟକରଣ ହୋଇଛି। ସରକାରୀ ସହାୟତାରେ କଲେଜ କ୍ୟାମ୍ପସ ଆଲୋକୀକରଣ, ସ୍ମାର୍ଟ କ୍ଲାସରୁମ୍‌, ଛାତ୍ରୀନିବାସ ନବୀକରଣ, କଲେଜ ରାସ୍ତା ନିର୍ମାଣ, କଲେଜ ଅର୍ଥରେ ଲାଇବ୍ରେରୀ ପ୍ରାଚୀର ନିର୍ମାଣ ଓ ଛାତ୍ରୀ କମନରୁମ୍‌ ନିର୍ମାଣ ଆଦି କରାଯାଇଛି। କଲେଜ କ୍ୟାମ୍ପସ ଚତୁଃପାର୍ଶ୍ୱରେ ପାଚେରି ନ ଥିବାରୁ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଏ ସମ୍ପର୍କରେ ଏମ୍‌ପି, ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ବେଳେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ

ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

ଡିଫେନ୍ସ ମିନିଷ୍ଟ୍ରିରେ କରୁଥିଲେ ଚାକିରି, ହଠାତ୍‌ ୩ ମାସର ଗର୍ଭବତୀବସ୍ଥାରେ କଲେ ଆତ୍ମହତ୍ୟା; ରାଜଧାନୀରେ ଚାଞ୍ଚଲ୍ୟ…

ନୂଆଦିଲ୍ଲୀ,୨୩।୮: ଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରଣାଳୟ (ଡିଫେନ୍ସ ମିନିଷ୍ଟ୍ରି) ରେ କାର୍ଯ୍ୟରତ ଜଣେ ୩ ମାସର ଗର୍ଭବତୀ ମହିଳା ଆତ୍ମହତ୍ୟା କରିଛନ୍ତି। ଅଭିଯୋଗ ହୋଇଛି ଯେ ଶାଶୂଘର ଲୋକେ…

କାନ୍ଥରୁ ଲିଭିନି ‘ଶୁଭ ବିବାହ: ଭାଇ ହାତରେ ରାଖୀ ବାନ୍ଧିବାକୁ ଚାହିଁ ରହିଥିଲା ଭଉଣୀ , ହେଲେ ବିଧିର ବିଧାନ କିଛି ଅଲଗା ଫେରୁଛି ଶବ

ଖଲ୍ଲିକୋଟ, ୨୩/୮ (ପ୍ରଶାନ୍ତ କୁମାର ମିଶ୍ର/ବିଦ୍ୟାଧର ସାହୁ): ଗଞ୍ଜାମରେ ସରୁନି ଦାଦନ ଦୁଃଖ। ଭଉଣୀ ହାତରେ ରହିଗଲା ରାଖୀ, ଦୁବାଇରୁ ଆସିଲା ଭାଇଙ୍କ ମୃତଦେହ। ସରକାର ବଦଳୁଛି,…

ସୂର୍ଯ୍ୟ-ଚନ୍ଦ୍ରଙ୍କ ଅଶୁଭ ଯୋଗ; ଅଗଷ୍ଟ ମାସ ଶେଷବେଳକୁ ୪ ରାଶିଙ୍କ ବଢିପାରେ ଅଡୁଆ, ଧନହାନୀକୁ ଶରୀର ପୀଡା…

ଏହି ଯୋଗ ମାଙ୍ଗଳିକ କାର୍ଯ୍ୟ ପାଇଁ ଅଶୁଭ କିମ୍ୱା ବିନାଶକାରୀ ବୋଲି ଧରାଯାଏ। ଏବେ ୩୧ ଅଗଷ୍ଟରେ ଏହି ଯୋଗ ସୃଷ୍ଟି ହେବାକୁ ଯାଉଛି। ଏହି ଯୋଗ…

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

‘ମାଆଙ୍କ ସହ ଚା ପିଇଲେ, ତାଙ୍କ ପାଦ ଧୋଇଲେ…’, ଭାବ ବିହ୍ବଳ କରୁଛି ପାହାଡ଼ରୁ ଡେଇଁ ଜୀବନ ହାରିଥିବା କୁନାଲଙ୍କ ପୁରୁଣା ଭିଡିଓ

ମୁମ୍ବାଇ,୨୩।୮: ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରେ, ଆଇଫୋନ ଇଏମଆଇକୁ ନେଇ ବିବାଦ ପରେ ୧୮ ବର୍ଷୀୟ କୁନାଲ ନାମକ ଜଣେ ନାବାଳକ ଏବଂ ତାଙ୍କ ବାପାମାଆ ଯେଉଁମାନେ ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri