Posted inଜାତୀୟ

ଭାଜପାର ‘ୟୁଜ୍‌ ଆଣ୍ଡ ଥ୍ରୋ’ ନୀତି ଦାୟୀ: ଖାର୍ଗେ

ନୂଆଦିଲ୍ଲୀ,୧୧ା୧(ପି.ଟି.): କଶ୍ମୀରୀ ପଣ୍ଡିତ କର୍ମଚାରୀମାନଙ୍କ ବିକ୍ଷୋଭକୁ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ମଙ୍ଗଳବାର ଭାଜପାକୁ ସମାଲୋଚନା କରିଛନ୍ତି। ଗୈରିକ ଦଳର ‘ବ୍ୟବହାର କରି ଫିଙ୍ଗିଦିଅ ଓ ଧୋକା ଦିଅ’ ନୀତି କଶ୍ମୀରୀ ପଣ୍ଡିତ କର୍ମଚାରୀମାନଙ୍କ ସମସ୍ୟାର କାରଣ ବୋଲି ଖାର୍ଗେ କହିଛନ୍ତି। ବଞ୍ଚତ୍ବାର ଅଧିକାର ଓ ସ୍ଥାନାନ୍ତର ଦାବିରେ କଶ୍ମୀରୀ ପଣ୍ଡିତ କର୍ମଚାରୀମାନେ ୨୪୫ରୁ ଊର୍ଦ୍ଧ୍ୱ ଦିନ ହେଲା ଆନ୍ଦୋଳନ ଚଳାଇଛନ୍ତି। ସେମାନଙ୍କ ବେତନକୁ ମାସ ମାସ ଧରି ସ୍ଥଗିତ ରଖାଯାଇଛି। ଏଥିସହିତ ସେମାନଙ୍କ ସୁରକ୍ଷା ସହ ସାଲିସ୍‌ କରାଯାଉଛି ବୋଲି ଖାର୍ଗେ ଟୁଇଟ୍‌ କରିଛନ୍ତି। ଗତବର୍ଷ ମେ’ରେ ଜମ୍ମୁ-କଶ୍ମୀରର ବଡଗାମ୍‌ ଜିଲା ଅନ୍ତର୍ଗତ ଚାଦୁରାସ୍ଥିତ ତହସିଲ କାର୍ଯ୍ୟାଳୟରେ ରାହୁଲ ଭଟ୍ଟ ନାମକ କଶ୍ମୀରୀ ପଣ୍ଡିତ କର୍ମଚାରୀଙ୍କୁ ଆତଙ୍କବାଦୀମାନେ ଗୁଳିକରି ହତ୍ୟା କରିଥିଲେ। ଏହା ବିରୋଧରେ କଶ୍ମୀରୀ ପଣ୍ଡିତ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇବା ସହ କାର୍ଯ୍ୟରେ ଯୋଗଦେବାକୁ ମନା କରିଦେଇଥିଲେ। ଆନ୍ଦୋଳନକାରୀ କର୍ମଚାରୀମାନଙ୍କ ଗୋଟିଏ ଗୋଷ୍ଠୀ ଉପତ୍ୟକା ଛାଡ଼ି ଜମ୍ମୁରେ ବିକ୍ଷୋଭ କରିଥିଲେ। ସୁରକ୍ଷା ସ୍ଥିତିରେ ଉନ୍ନତି ନ ଆସିବା ପର୍ଯ୍ୟନ୍ତ ସେମାନଙ୍କୁ ଉପତ୍ୟକା ବାହାରେ ରଖାଯିବାକୁ କଶ୍ମୀରୀ ପଣ୍ଡିତ କର୍ମଚାରୀମାନେ ଦାବି କରିଥିଲେ। କାର୍ଯ୍ୟକୁ ଫେରୁ ନ ଥିବା କର୍ମଚାରୀମାନଙ୍କୁ ଦରମା ବନ୍ଦ କରିଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

CM ବିଜୟଙ୍କୁ ଷ୍ଟାଲିନଙ୍କ ଟାର୍ଗେଟ, କହିଲେ ମୋତେ ମୁଖ୍ୟମନ୍ତ୍ରୀ….

ଚେନ୍ନାଇ,୧୬।୧୧: ତାମିଲନାଡୁ ରାଜନୀତିରେ ପୁଣି ଚର୍ଚ୍ଚାରେ ଡିଏମ୍‌କେ ଅଧ୍ୟକ୍ଷ ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ । ତାଙ୍କୁ ଏବେ ବି ଲୋକେ ‘ମୁଖ୍ୟମନ୍ତ୍ରୀ’ ବୋଲି…

ବୈଭବ ସୂର୍ଯ୍ୟବଂଶୀଙ୍କୁ ଚେତାବନୀ ଦେଲେ କପିଳ ଦେବ: ଟଙ୍କା-ଖ୍ୟାତି ପଛରେ…

ନୂଆଦିଲ୍ଲୀ,୧୬।୧୧: ଭାରତୀୟ କ୍ରିକେଟ୍‌ର ଉଦୀୟମାନ ତାରକା ବୈଭବ ସୂର୍ଯ୍ୟବଂଶୀ ଏବେ ନିଜ ବିସ୍ଫୋରକ ବ୍ୟାଟିଂ ପାଇଁ ଚର୍ଚ୍ଚାରେ ଅଛନ୍ତି। ମାତ୍ର ୧୫ ବର୍ଷ ବୟସରେ ତାଙ୍କ ବ୍ୟାଟିଂର…

ଧୋନୀ, ରାହୁଲ-ପନ୍ତଙ୍କୁ ପଛରେ ପକାଇଲେ ଏହି ଖେଳାଳି, ଦକ୍ଷିଣ ଆଫ୍ରିକାରେ ରଚିଲେ ନୂଆ ଇତିହାସ

ନୂଆଦିଲ୍ଲୀ,୧୬।୧୧: ବାଂଲାଦେଶ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜୋହାନ୍ସବର୍ଗରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯାଉଛି। ଆପଣ ଜାଣିଥିବେ, ଦକ୍ଷିଣ ଆଫ୍ରିକାର ପିଚରେ ରନ କରିବା ଆଦୌ ସହଜ…

କୋହଲିଙ୍କ ସହ ବନ୍ଧୁତା ପଡ଼ିଲା ମହଙ୍ଗା: ସବୁ ଗୁମର ଖୋଲି ଦେଲେ ଫାଫ ଡୁ ପ୍ଲେସିସ

ନୂଆଦିଲ୍ଲୀ,୧୬।୧୧: ଭାରତୀୟ କ୍ରିକେଟ ଷ୍ଟାର୍‌ ବିରାଟ କୋହଲିଙ୍କ ସହ ବନ୍ଧୁତା ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଫାଫ ଡୁ ପ୍ଲେସିସଙ୍କୁ ବେଶ ମହଙ୍ଗା ପଡ଼ିଛି। ଏହାର କାରଣ…

ଫ୍ୟାମିଲି ପେନସନକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି, ସ୍ବାମୀଙ୍କ ମୃତ୍ୟୁ ପରେ ପତ୍ନୀଙ୍କୁ ମିଳିବ ପୂରା ଫାଇଦା! ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ,୧୬।୧୧: ଆପଣଙ୍କ ପରିବାରରେ ଯଦି କେହି କେନ୍ଦ୍ର ସରକାରୀ କର୍ମଚାରୀ ଅଛନ୍ତି କିମ୍ବା କେହି ଅବସର ନେଇସାରିଛନ୍ତି, ତେବେ ଫ୍ୟାମିଲି ପେନସନ ବା ପାରିବାରିକ ପେନସନ ସମ୍ପର୍କିତ…

ଆର୍ଯ୍ୟବୀର ସେହ୍ବାଗଙ୍କୁ ନେଇ ଏମିତି କହିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍‌ ଜଗତରେ ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୧୬।୧୧: ଅଣ୍ଡର-୧୯ ଏସିଆ କପ ୨୦୨୬ ଫାଇନାଲରେ ପାକିସ୍ତାନକୁ ଶେଷ ବଲ୍‌ରେ ହରାଇ ଚାମ୍ପିଅନ ହୋଇଛି ଭାରତ। ଭାରତୀୟ ଯୁବ ଦଳର ଏହି ରୋମାଞ୍ଚକର ବିଜୟରେ ଖୁସି…

ଶୁକ୍ରଙ୍କ ମାର୍ଗୀ ଚଳନରେ ଜବରଦସ୍ତ ଫାଇଦା: ୨୨ ନଭେମ୍ବର ପୂର୍ବରୁ ମାଲାମାଲ ହେବେ ଏହି ୩ ରାଶି! ଜାଣନ୍ତୁ ସେହି ଭାଗ୍ୟଶାଳୀ ରାଶି କିଏ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଶୁକ୍ର ଗ୍ରହ ୧୪ ନଭେମ୍ବର ୨୦୨୬ରେ କନ୍ୟା ରାଶିରେ ମାର୍ଗୀ ହୋଇଛନ୍ତି। ଏହାପରେ ୨୨ ନଭେମ୍ବରରେ ଶୁକ୍ର ତୁଳା ରାଶିକୁ ଚଳନ କରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?