ଜୈବିକ ପରିବା ଚାଷ ପ୍ରତି ଆଗ୍ରହ ବଢ଼ିଛି

ଯାଜପୁର ଅଫିସ,୨ା୧:ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ସୁକିନ୍ଦା ଓ ଦାନଗଦି ବ୍ଲକର ୨୪ ପଞ୍ଚାୟତର ୮୪ ଗ୍ରାମର ୩୬୧୮ ଜଣ ହିତାଧିକାରୀ ନିଜ ବଗିଚାରେ ଜୈବିକ ପ୍ରଣାଳୀରେ ଦେଶୀ ପରିବା ଚାଷ ପ୍ରତି ଆକୃଷ୍ଟ ହୋଇଛନ୍ତି। ଟାଟା ଷ୍ଟିଲ ଫାଉଣ୍ଡେଶନ୍‌ (ଟିଏସ୍‌ଏଫ୍‌) କଳିଙ୍ଗନଗର ପକ୍ଷରୁ କମ୍ପାନୀର କ୍ଷେତ୍ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ମାଗଣାରେ ବିହନ, ଚାରା ଓ ଜୈବିକ ସାର ଯୋଗାଇ ଦିଆଯାଉଛି।
ଜିଲାରେ ଏକଦା ଦେଶୀ ପନିପରିବା ପ୍ରଚୁର ପରିମାଣରେ ଉତ୍ପାଦିତ ହେଉଥିବାବେଳେ ଦରଦାମ ମଧ୍ୟ କମ୍‌ ଥିଲା। ଏଣୁ ଏଠାରୁ ଅନ୍ୟ ଜିଲାକୁ ପରିବା ବିକ୍ରି ପାଇଁ ଯାଉଥିଲା। ତଟକା ଓ ଦେଶୀ ପରିବା ରାସ୍ତାକଡ଼ରେ, ହାଟବଜାରରେ ଉପଲବ୍ଧ ହେଉଥିଲା। ଶିଳ୍ପର ଅଭିବୃଦ୍ଧି ଯୋଗୁ କୃଷି କ୍ଷତିଗ୍ରସ୍ତ ହେବା ସହ ଗତ କିଛିବର୍ଷ ହେଲା ଜିଲାରେ ପରିବା ଉପତ୍ାଦନ ହ୍ରାସ ପାଇବାରେ ଲାଗିଛି। ଫଳରେ ରାଜ୍ୟ ତଥା ଜିଲା ବାହାରୁ ପରିବା ଅଣାଯାଇ ଆବଶ୍ୟକତା ମେଣ୍ଟାଉଛି। ବେପାରୀମାନେ ପଶ୍ଚିମବଙ୍ଗରୁ ଟ୍ରିପ୍‌ ଟ୍ରିପ୍‌ ଟମାଟୋ, ବାଇଗଣ, ଫୁଲକୋବି, ବନ୍ଧାକୋବି ଆଦି ପରିବା ଆଣି ଏଠାରେ ବିକ୍ରି କରୁଛନ୍ତି। ତେବେ ବର୍ତ୍ତମାନ ସମୟରେ ଯାଜପୁର ବଜାରରେ ଦେଶୀ ପୁଷ୍ଟିକର ପନିପରିବା ପ୍ରାୟତଃ ଆଉ ମିଳୁନାହିଁ। ଫଳରେ ଲୋକମାନେ ହାଇବ୍ରିଡ୍‌ ପନିପରିବା କିଣି ଖାଇବାକୁ ବାଧ୍ୟ ହେଉଛନ୍ତି। ଶିଳ୍ପ ତଥା ଅନ୍ୟ ବ୍ୟବସାୟିକ ସଂସ୍ଥାରେ କାମ କରୁଥିବା କିମ୍ବା ବ୍ୟବସାୟ କରୁଥିବା ସୀମିତ ଧନଶାଳୀ ଲୋକ ଚଢ଼ାଦରରେ ପରିବା କିଣୁପାରୁଥିବାବେଳେ ସାଧାରଣ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକେ ତାହା ପ୍ରାୟତଃ ସମ୍ଭବ ହୋଇପାରୁନାହିଁ। ଏଭଳି ସ୍ଥିତିରେ ଟିଏସ୍‌ଏଫ୍‌ ପକ୍ଷରୁ ଘରର ବାରିପଟ ସହିତ ଅଳ୍ପ ଜମିରେ ସବୁଜ ପନି ପରିବାରେ ଭରପୂର ପୋଷଣ ବଗିଚାରେ ପରିବା ଚାଷ ପାଇଁ ପ୍ରୋତ୍ସାହିତ କରାଯାଉଛି। ଏଥିରେ ଘରର ବର୍ଜ୍ୟ ଜଳର ବ୍ୟବହାର ଏବଂ କୌଣସି ରାସାୟନିକ ସାରର ପ୍ରୟୋଗ ହେଉ ନ ଥିବାରୁ ଏହା ସ୍ଥାନୀୟ ଲୋକମାନଙ୍କୁ ଆବଶ୍ୟକ ପରିମାଣର ପୋଷକତତ୍ତ୍ୱ ବିଶିଷ୍ଟ ଖାଦ୍ୟ ଯୋଗାଇ ଦେବାରେ ସକ୍ଷମ ହୋଇପାରିଛି। ସ୍ଥାନୀୟ ମହିଳାମାନେ ପୋଷଣ ବଗିଚା ମାଧ୍ୟମରେ ଚାଷ କରିବାରେ ସକ୍ରିୟ ଯୋଗଦାନ କରିଛନ୍ତି। ସୁକିନ୍ଦାର ସନ୍‌ସାଇଲୋ ଗ୍ରାମର ଜୟନ୍ତୀ ମହାନ୍ତ କହିଛନ୍ତି, ଏଥିରେ ସାମିଲ ହେବା ପରେ ବର୍ତ୍ତମାନ ନିଜ ବାରି ପଟେ ତଟକା ପରିବା ଚାଷ କରି ୫ ପ୍ରାଣୀ କୁଟୁମ୍ବ ଆବଶ୍ୟକତାକୁ ପୂରଣ କରିବା ସହିତ ବଳକା ପରିବା ବିକ୍ରି କରିପାରୁଛୁ। ଆତ୍ମନିର୍ଭରଶୀଳ ହେବା ସହିତ ବଜାରରୁ ବିଭିନ୍ନ ରାସାୟନିକ ସାରଯୁକ୍ତ ପରିବା କିଣିବାରେ ଖର୍ଚ୍ଚ ହେଉଥିବା ଟଙ୍କା ମଧ୍ୟ ସଞ୍ଚୟ କରିପାରୁଛୁ। ପୁଷ୍ଟିକର ପରିବା ମାଧ୍ୟମରେ ଆମକୁ ଏକ ସୁସ୍ଥଜୀବନ ମିଳିପାରିଛି ବୋଲି କହିଛନ୍ତି। ପୋଷଣ ଖାଦ୍ୟ ଉପରେ ସଚେତନତା ସୃଷ୍ଟି କରିବା ପାଇଁ ନିୟମିତ ଭାବେ ସେମାନଙ୍କ ଘରକୁ ଯିବା ସହିତ ଶସ୍ୟଚାଷ, ଏହାର ଯତ୍ନ ଏବଂ ରକ୍ଷଣାବେକ୍ଷଣ ମାଧ୍ୟମରେ ଟିଏସ୍‌ଏଫ୍‌ ସ୍ଥାନୀୟ ଲୋକମାନଙ୍କ ସହିତ ନିୟମିତ ଭାବେ ସମ୍ପର୍କ ସ୍ଥାପନ କରୁଛି। ଏଥିପାଇଁ ୧୨ କିସମର ବିହନ, ସବୁଜ ନେଟ୍‌ ଏବଂ ଜୈବିକ ଖତ ଯୋଗାଇ ଦେବାକୁ ଯୋଜନା ପ୍ରସ୍ତୁତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

ହାଇୱାକୁ ଧକ୍କା ଦେଲା ବାଇକ୍‌: ଚାଲିଗଲା ଫାର୍ମାସିଷ୍ଟଙ୍କ ଜୀବନ

ତିହିଡି,୨୩।୪(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଫତେପୁର ଛକ ନିକଟରେ ଏକ ହାଇୱାକୁ ବାଇକ ଧକ୍କା ଦେଇଛଇ। ଏଥିରେ ଜଣେ ଫାର୍ମାସିଷ୍ଟଙ୍କର ମୃତ୍ୟୁ ଘଟିଥିବା ବେଳେ...

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri