ଜୈବିକ ପରିବା ଚାଷ ପ୍ରତି ଆଗ୍ରହ ବଢ଼ିଛି

ଯାଜପୁର ଅଫିସ,୨ା୧:ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ସୁକିନ୍ଦା ଓ ଦାନଗଦି ବ୍ଲକର ୨୪ ପଞ୍ଚାୟତର ୮୪ ଗ୍ରାମର ୩୬୧୮ ଜଣ ହିତାଧିକାରୀ ନିଜ ବଗିଚାରେ ଜୈବିକ ପ୍ରଣାଳୀରେ ଦେଶୀ ପରିବା ଚାଷ ପ୍ରତି ଆକୃଷ୍ଟ ହୋଇଛନ୍ତି। ଟାଟା ଷ୍ଟିଲ ଫାଉଣ୍ଡେଶନ୍‌ (ଟିଏସ୍‌ଏଫ୍‌) କଳିଙ୍ଗନଗର ପକ୍ଷରୁ କମ୍ପାନୀର କ୍ଷେତ୍ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ମାଗଣାରେ ବିହନ, ଚାରା ଓ ଜୈବିକ ସାର ଯୋଗାଇ ଦିଆଯାଉଛି।
ଜିଲାରେ ଏକଦା ଦେଶୀ ପନିପରିବା ପ୍ରଚୁର ପରିମାଣରେ ଉତ୍ପାଦିତ ହେଉଥିବାବେଳେ ଦରଦାମ ମଧ୍ୟ କମ୍‌ ଥିଲା। ଏଣୁ ଏଠାରୁ ଅନ୍ୟ ଜିଲାକୁ ପରିବା ବିକ୍ରି ପାଇଁ ଯାଉଥିଲା। ତଟକା ଓ ଦେଶୀ ପରିବା ରାସ୍ତାକଡ଼ରେ, ହାଟବଜାରରେ ଉପଲବ୍ଧ ହେଉଥିଲା। ଶିଳ୍ପର ଅଭିବୃଦ୍ଧି ଯୋଗୁ କୃଷି କ୍ଷତିଗ୍ରସ୍ତ ହେବା ସହ ଗତ କିଛିବର୍ଷ ହେଲା ଜିଲାରେ ପରିବା ଉପତ୍ାଦନ ହ୍ରାସ ପାଇବାରେ ଲାଗିଛି। ଫଳରେ ରାଜ୍ୟ ତଥା ଜିଲା ବାହାରୁ ପରିବା ଅଣାଯାଇ ଆବଶ୍ୟକତା ମେଣ୍ଟାଉଛି। ବେପାରୀମାନେ ପଶ୍ଚିମବଙ୍ଗରୁ ଟ୍ରିପ୍‌ ଟ୍ରିପ୍‌ ଟମାଟୋ, ବାଇଗଣ, ଫୁଲକୋବି, ବନ୍ଧାକୋବି ଆଦି ପରିବା ଆଣି ଏଠାରେ ବିକ୍ରି କରୁଛନ୍ତି। ତେବେ ବର୍ତ୍ତମାନ ସମୟରେ ଯାଜପୁର ବଜାରରେ ଦେଶୀ ପୁଷ୍ଟିକର ପନିପରିବା ପ୍ରାୟତଃ ଆଉ ମିଳୁନାହିଁ। ଫଳରେ ଲୋକମାନେ ହାଇବ୍ରିଡ୍‌ ପନିପରିବା କିଣି ଖାଇବାକୁ ବାଧ୍ୟ ହେଉଛନ୍ତି। ଶିଳ୍ପ ତଥା ଅନ୍ୟ ବ୍ୟବସାୟିକ ସଂସ୍ଥାରେ କାମ କରୁଥିବା କିମ୍ବା ବ୍ୟବସାୟ କରୁଥିବା ସୀମିତ ଧନଶାଳୀ ଲୋକ ଚଢ଼ାଦରରେ ପରିବା କିଣୁପାରୁଥିବାବେଳେ ସାଧାରଣ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକେ ତାହା ପ୍ରାୟତଃ ସମ୍ଭବ ହୋଇପାରୁନାହିଁ। ଏଭଳି ସ୍ଥିତିରେ ଟିଏସ୍‌ଏଫ୍‌ ପକ୍ଷରୁ ଘରର ବାରିପଟ ସହିତ ଅଳ୍ପ ଜମିରେ ସବୁଜ ପନି ପରିବାରେ ଭରପୂର ପୋଷଣ ବଗିଚାରେ ପରିବା ଚାଷ ପାଇଁ ପ୍ରୋତ୍ସାହିତ କରାଯାଉଛି। ଏଥିରେ ଘରର ବର୍ଜ୍ୟ ଜଳର ବ୍ୟବହାର ଏବଂ କୌଣସି ରାସାୟନିକ ସାରର ପ୍ରୟୋଗ ହେଉ ନ ଥିବାରୁ ଏହା ସ୍ଥାନୀୟ ଲୋକମାନଙ୍କୁ ଆବଶ୍ୟକ ପରିମାଣର ପୋଷକତତ୍ତ୍ୱ ବିଶିଷ୍ଟ ଖାଦ୍ୟ ଯୋଗାଇ ଦେବାରେ ସକ୍ଷମ ହୋଇପାରିଛି। ସ୍ଥାନୀୟ ମହିଳାମାନେ ପୋଷଣ ବଗିଚା ମାଧ୍ୟମରେ ଚାଷ କରିବାରେ ସକ୍ରିୟ ଯୋଗଦାନ କରିଛନ୍ତି। ସୁକିନ୍ଦାର ସନ୍‌ସାଇଲୋ ଗ୍ରାମର ଜୟନ୍ତୀ ମହାନ୍ତ କହିଛନ୍ତି, ଏଥିରେ ସାମିଲ ହେବା ପରେ ବର୍ତ୍ତମାନ ନିଜ ବାରି ପଟେ ତଟକା ପରିବା ଚାଷ କରି ୫ ପ୍ରାଣୀ କୁଟୁମ୍ବ ଆବଶ୍ୟକତାକୁ ପୂରଣ କରିବା ସହିତ ବଳକା ପରିବା ବିକ୍ରି କରିପାରୁଛୁ। ଆତ୍ମନିର୍ଭରଶୀଳ ହେବା ସହିତ ବଜାରରୁ ବିଭିନ୍ନ ରାସାୟନିକ ସାରଯୁକ୍ତ ପରିବା କିଣିବାରେ ଖର୍ଚ୍ଚ ହେଉଥିବା ଟଙ୍କା ମଧ୍ୟ ସଞ୍ଚୟ କରିପାରୁଛୁ। ପୁଷ୍ଟିକର ପରିବା ମାଧ୍ୟମରେ ଆମକୁ ଏକ ସୁସ୍ଥଜୀବନ ମିଳିପାରିଛି ବୋଲି କହିଛନ୍ତି। ପୋଷଣ ଖାଦ୍ୟ ଉପରେ ସଚେତନତା ସୃଷ୍ଟି କରିବା ପାଇଁ ନିୟମିତ ଭାବେ ସେମାନଙ୍କ ଘରକୁ ଯିବା ସହିତ ଶସ୍ୟଚାଷ, ଏହାର ଯତ୍ନ ଏବଂ ରକ୍ଷଣାବେକ୍ଷଣ ମାଧ୍ୟମରେ ଟିଏସ୍‌ଏଫ୍‌ ସ୍ଥାନୀୟ ଲୋକମାନଙ୍କ ସହିତ ନିୟମିତ ଭାବେ ସମ୍ପର୍କ ସ୍ଥାପନ କରୁଛି। ଏଥିପାଇଁ ୧୨ କିସମର ବିହନ, ସବୁଜ ନେଟ୍‌ ଏବଂ ଜୈବିକ ଖତ ଯୋଗାଇ ଦେବାକୁ ଯୋଜନା ପ୍ରସ୍ତୁତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…

ସିଆରିନ ଇଲେଭେନକୁ ହରାଇ ଚମ୍ପିୟନ ହେଲେ ମହାଲକ୍ଷ୍ମୀ ଇଲେଭେନ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମାଳି ଜଗନ୍ନାଥପୁର ଖେଳ ପଡିଆରେ ବାବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଦୁଇଦିନିଆ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଛି।…

କ୍ୱାର୍ଟରରେ ଶୋଇଥିଲେ ମହିଳା ANM, ଲାଗିଗଲା ନିଆଁ: ସନ୍ଦେହଜନକ ଭାବେ…

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମଙ୍ଗଳବାର ରାତିରେ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri