ଧୂମକେତୁ ଓ ଲଞ୍ଜାତାରା

”ପ୍ରଚଣ୍ଡ ସୂର୍ଯ୍ୟତାପଜନିତ ପ୍ରକ୍ରିୟାସବୁ ବହୁଗୁଣିତ ହୋଇଯାଏ। ଏ ପର୍ଯ୍ୟନ୍ତ ଶାନ୍ତ ଓ ସୁପ୍ତ ଥିବା ପିଣ୍ଡଟି ଅକସ୍ମାତ ଅଥୟ ଓ ଅସ୍ଥିର ହୋଇଉଠେ । ଏହାର ସମସ୍ତ ଦିଗରୁ ନିରବଚ୍ଛିନ ଶକ୍ତିଶାଳୀ ଉଦ୍‌ଗୀରଣମାନ ନିର୍ଗତ ହୋଇ ଚତୁଃପାର୍ଶ୍ୱରେ ଧୂଳି ଓ ଗ୍ୟାସର ପ୍ରକାଣ୍ଡକାୟ ବାଦଲ ସୃଷ୍ଟି କରେ। ଧୂମକେତୁଟିର ନିର୍ମଳ ଓ ନିର୍ମେଘ ଆକାଶ ଏବେ ବିକୃତ ଓ ବିବର୍ଣ୍ଣ ଧାରଣ କରେ।“

ସୂର୍ଯ୍ୟଠାରୁ ପୃଥିବୀ ଦୂରତାର ପ୍ରାୟ ଦେଢ଼ ଲକ୍ଷ ଗୁଣ ବ୍ୟବଧାନରେ ଏବଂ ସୌରଜଗତର ଦୂରତମ ଗ୍ରହ ନେପଚୁନ୍‌ର କକ୍ଷପଥ ବାହାରେ ବିଦ୍ୟମାନ ମହାକାଶର ଏକ ବିରାଟ ଶୂନ୍ୟସ୍ଥାନ। ଏହା ଆମଠାରୁ ନିକଟତମ ନକ୍ଷତ୍ରର ପ୍ରାୟ ଏକ ତୃତୀୟାଂଶ ଦୂରତ୍ୱ। ଚତୁଃପାର୍ଶ୍ୱରେ ପୁଞ୍ଜିଭୂତ ବହଳ ଅନ୍ଧକାର ଓ ତାପମାତ୍ରା ଶୂନ୍ୟ ଡିଗ୍ରୀରୁ ବହୁତ ତଳେ। ଆକାଶର ଅନେକ ତାରକାଙ୍କ ମଧ୍ୟରୁ ସ୍ପଷ୍ଟ ବାରି ହୋଇପଡେ ଦୂରସ୍ଥ ଏକ ତେଜୀୟାନ ପୀତ ବର୍ଣ୍ଣର ନକ୍ଷତ୍ର-ସୂର୍ଯ୍ୟ। ଏଠାରୁ ଚାହିଁଲେ ସୂର୍ଯ୍ୟ କଦାପି ଆକାଶର ଉଜ୍ଜ୍ୱଳତମ ତାରା ବୋଲି ଜଣାପଡେ ନାହିଁ। ବରଂ ଲୁବ୍ଧକ ଓ ଅଗସ୍ତ୍ୟ ତାରକା ଅଧିକ ଉଜ୍ଜ୍ୱଳ ଦେଖାଯାଆନ୍ତି। ମହାକାଶର ଏଭଳି ଏକ ବିଚିତ୍ର ଅଞ୍ଚଳରେ ସୂର୍ଯ୍ୟର କ୍ଷୀଣ ମାଧ୍ୟାକର୍ଷଣ ବନ୍ଧନରେ ଲାଖି ରହି ଧୀର ମନ୍ଥର ବେଗରେ ଘୂର୍ଣ୍ଣାୟମାନ ଲକ୍ଷ ଲକ୍ଷ ବରଫଖଣ୍ଡ। ଏଗୁଡିକ ସୌରଜଗତର ସୃଷ୍ଟି ଆରମ୍ଭରୁ ତିଷ୍ଠି ରହିଛନ୍ତି ଓ ସମୟ ପରିବର୍ତ୍ତନ କରିପାରିନି ଏଗୁଡିକରେ ଥିବା ଆଦିମ ଓ ମୌଳିକ ରୂପକୁ।
ସୌରଜଗତର ଏହି ଉପାନ୍ତ ଅଞ୍ଚଳ ଅପେକ୍ଷାକୃତ ଶାନ୍ତ ଏବଂ ଘଟଣାବିହୀନ। ମାତ୍ର କୋଟି କୋଟି ବର୍ଷରେ ଥରେ କେବେ କୌଣସି ତାରକା ଏହି ଅଞ୍ଚଳର ପାଖାପାଖି ହୋଇଗଲେ ନିଜର ମାଧ୍ୟାକର୍ଷଣ ବଳ ଦ୍ୱାରା ଉକ୍ତ ବରଫଖଣ୍ଡଗୁଡ଼ିକୁ ଠେଲି ଦିଏ। ତନ୍ମଧ୍ୟରୁ କେତେକ ସୂର୍ଯ୍ୟର କ୍ଷୀଣ ମାଧ୍ୟାକର୍ଷଣ ବନ୍ଧନରୁ ବିଚ୍ଛିନ ହୋଇ ଗଭୀର ବିଶ୍ୱକୁ ଧାବିତ ହୁଅନ୍ତି ଓ ଆଉ କେତେକ ଫେରି ନ ଥାନ୍ତି। ଅନ୍ୟ କେତେକ ଖଣ୍ଡର ଗତି କିନ୍ତୁ ଭିନ୍ନ ପ୍ରକାରର। ସେମାନେ ଆମ ସୌରଜଗତର ଅଭ୍ୟନ୍ତର ଆଡକୁ ମୁହାନ୍ତି-ପ୍ରଥମେ ମନ୍ଥର ଗତିରେ ଓ ପରେ ଦ୍ରୁତରୁ ଦ୍ରୁତ ବେଗରେ। ଏଇମାନେ ହିଁ ହେଲେ ଧୂମକେତୁ। ଏହି ଅବସ୍ଥାରେ ଧୂମକେତୁଟିର ପରିଚୟ କେବଳ ସାଧାରଣ ମୁଣ୍ଡାଟିଏ ମାତ୍ର, ଯାହା ପରବର୍ତ୍ତୀ ସମୟରେ ଏହାର ଏକ କ୍ଷୁଦ୍ର ଅଙ୍ଗ ‘ନାଭି କେନ୍ଦ୍ର’ରେ ପରିଣତ ହୁଏ। ଏହା ସାଧାରଣ କ୍ଷେତ୍ରରେ ୧ରୁ ୧୦ କିଲୋମିଟର ପରିମିତ ହୋଇପାରେ।
କ୍ରମେ ଦୂରସ୍ଥ ସେହି ପୀତବର୍ଣ୍ଣର ନକ୍ଷତ୍ର ଅଧିକରୁ ଅଧିକ ଉଜ୍ଜ୍ୱଳ ହୋଇଉଠେ। ଧୂମକେତୁଟିର ନିରନ୍ଧ୍ର ଅନ୍ଧକାର ପୃଷ୍ଠଦେଶ ଏବେ ଉଜ୍ଜ୍ୱଳ ସୂର୍ଯ୍ୟାଲୋକରେ ଉଦଭାସିତ ହୁଏ। ସୂର୍ଯ୍ୟର ନିକଟବର୍ତ୍ତୀ ହେବା ସଙ୍ଗେ ସଙ୍ଗେ ପ୍ରଚଣ୍ଡ ତାପମାତ୍ରାରେ ପୃଷ୍ଠଭାଗର ବରଫଖଣ୍ଡସବୁ ବିଗଳିତ ଓ ବାଷ୍ପାୟିତ ହୁଏ। ଧୂମକେତୁର ଅଭ୍ୟନ୍ତରରୁ ହଠାତ୍‌ ଏକ ଶକ୍ତିଶାଳୀ ଉଦ୍‌ଗୀରଣ ନିର୍ଗତ ହୁଏ, ଯାହା ଅସଂଖ୍ୟ ଧୂଳିକଣା ଓ ବରଫ ସ୍ପଟିକକୁ ଆକାଶର ବହୁଦୂର ପର୍ଯ୍ୟନ୍ତ କ୍ଷେପଣ କରେ। କହିବା ବାହୁଲ୍ୟ ଯେ, ଧୂମକେତୁରୁ କ୍ଷୀଣ ମାଧ୍ୟାକର୍ଷଣ କ୍ଷେତ୍ର ମଧ୍ୟରେ ଏକ ଶିଥିଳ ଫୁତ୍କାର ମଧ୍ୟ ପଦାର୍ଥକୁ ଯଥେଷ୍ଟ ଊର୍ଦ୍ଧ୍ୱକୁ କ୍ଷେପଣ କରିପାରେ।
ପ୍ରଚଣ୍ଡ ସୂର୍ଯ୍ୟତାପଜନିତ ପ୍ରକ୍ରିୟାସବୁ ବହୁଗୁଣିତ ହୋଇଯାଏ। ଏ ପର୍ଯ୍ୟନ୍ତ ଶାନ୍ତ ଓ ସୁପ୍ତ ଥିବା ପିଣ୍ଡଟି ଅକସ୍ମାତ ଅଥୟ ଓ ଅସ୍ଥିର ହୋଇଉଠେ। ଏହାର ସମସ୍ତ ଦିଗରୁ ନିରବଚ୍ଛିନ ଶକ୍ତିଶାଳୀ ଉଦଗୀରଣମାନ ନିର୍ଗତ ହୋଇ ଚତୁଃପାର୍ଶ୍ୱରେ ଧୂଳି ଓ ଗ୍ୟାସର ପ୍ରକାଣ୍ଡକାୟ ବାଦଲ ସୃଷ୍ଟି କରେ। ଧୂମକେତୁଟିର ନିର୍ମଳ ଓ ନିର୍ମେଘ ଆକାଶ ଏବେ ବିକୃତ ଓ ବିବର୍ଣ୍ଣ ଧାରଣ କରେ। ଏହି ବାଦଲରେ ଥିବା ଅସଂଖ୍ୟ ଧୂଳିକଣା ଓ ବରଫ ସ୍ପଟିକସବୁ ସୂର୍ଯ୍ୟାଲୋକକୁ ପ୍ରତିଫଳିତ କରିବା ଦ୍ୱାରା ଏହା ଏବେ ଖାଲି ଆଖିକୁ ଏକ ଆଲୋକମେଞ୍ଚା ରୂପେ ଦୃଶ୍ୟ ହୁଏ। ଏହାକୁ ‘କମା’ କୁହନ୍ତି, ଯାହା ଧୂମକେତୁଟିର ଅନ୍ୟତମ ଅବୟବ। ‘କମା’ର ବ୍ୟାସ ସାଧାରଣତଃ ଏକ ଲକ୍ଷ କି.ମି. ପର୍ଯ୍ୟନ୍ତ ବିସ୍ତୃତ ହୋଇପାରେ।
ପରେ ଜଣାପଡ଼େ ଯେ ଉଦଗୀରଣ ଯେଉଁ ଦିଗରୁ ନିର୍ଗତ ହେଲେ ସୁଦ୍ଧା ଯେପରି କୌଣସି ଅଦୃଶ୍ୟ ବଳ ଦ୍ୱାରା ଠେଲି ହୋଇ ଏକ ନିର୍ଦ୍ଦିଷ୍ଟ ଦିଗରେ ବଙ୍କେଇ ଯାଉଛି। ଏହା ପ୍ରକୃତରେ ସୂର୍ଯ୍ୟାଲୋକର ଚାପଜନିତ ବଳ। ଆଧୁନିକ ବିଜ୍ଞାନର ତତ୍ତ୍ୱ ଅନୁସାରେ ଆଲୋକ ଅନେକ କ୍ଷୁଦ୍ର ଓ ଶକ୍ତିମନ୍ତ କଣିକା ‘ଫୋଟନ୍‌’ ଦ୍ୱାରା ଗଠିତ। ଏହି ଫୋଟନ୍‌ କୌଣସି କଣିକାକୁ ପେଣ୍ଡୁ ସଦୃଶ ଆଘାତ କରିପାରେ ଓ କଣିକାଟି ଅତିଶୟ ହାଲୁକା ଥିଲେ ଉକ୍ତ ବଳ ଦ୍ୱାରା ବିସ୍ଥାପିତ ହୁଏ। ସୂର୍ଯ୍ୟ ରଶ୍ମୀର ଶକ୍ତିଶାଳୀ ଫୋଟନ୍‌ସବୁ ‘କମା’ର ଧୂଳିକଣାଗୁଡିକୁ ସୂର୍ଯ୍ୟର ବିପରୀତ ପାର୍ଶ୍ୱରେ ବହୁ ଦୂର ଠେଲି ନିଅନ୍ତି, ଯାହା ସୂର୍ଯ୍ୟ ରଶ୍ମିକୁ ପ୍ରତିଫଳନ କରି ଏକ ଆଲୋକ ଗୁଚ୍ଛ ଆକାରରେ ଦୃଷ୍ଟ ହୁଏ। ଏହା ଧୂମକେତୁର ତୃତୀୟ ଓ ସବୁଠାରୁ ଦର୍ଶନୀୟ ଅବୟବ-ଲାଞ୍ଜ। ଏକ ଲାଞ୍ଜର ଆକାର ସାଧାରଣତଃ ୧୦ କୋଟି କି.ମି. ଦୂରତା ପର୍ଯ୍ୟନ୍ତ ବିସ୍ତୃତ ହୋଇପାରେ।
ଧୂମକେତୁଟି ଏବେ ଖାଲି ଆଖିକୁ ବିଚିତ୍ର ଆକୃତିଟିଏ ରୂପେ ପ୍ରକଟିତ ହୁଏ। ଏକ ପ୍ରଜ୍ୱଳିତ ଆଲୋକ ମେଞ୍ଚା ଓ ସେଥିରୁ ନିର୍ଗତ ହୋଇ ଆକାଶ ବକ୍ଷରେ ଲମ୍ବି ଯାଇଥିବା ଧୂମାୟିତ ଆଲୋକର ପଥ ଜନମନରେ ଭୟ ଓ ବିସ୍ମୟ ସୃଷ୍ଟି କରେ। ଲାଞ୍ଜ ଥିବାରୁ ଧୂମକେତୁଟି ଏବେ ‘ଲଞ୍ଜାତାରା’ ନାମରେ ପରିଚିତ ହୁଏ।
ଏକ ଲଞ୍ଜାତାରାର ସାଧାରଣତଃ ଦୁଇ ପ୍ରକାର ଲାଞ୍ଜ ପରିଲକ୍ଷିତ ହୁଏ। ପୂର୍ବୋକ୍ତ ଧୂଳିର ଲାଞ୍ଜଟି ସୂର୍ଯ୍ୟାଲୋକଜନିତ ବଳ ଦ୍ୱାରା ବିକ୍ଷୋପିତ ହୋଇ ବକ୍ରାକୃତ ଧାରଣ କରିଥାଏ, ଯାହା ଖାଲି ଆଖିକୁ ଏକ ପ୍ରବହମାନ ଓ ଅବିଚ୍ଛିନ ଆଲୁଅ ରୂପେ ଜଣାପଡେ। ଧୂଳିକଣା ବ୍ୟତୀତ ଧୂମକେତୁରେ ମଧ୍ୟ ଅସଂଖ୍ୟ ଗ୍ୟାସୀୟ କଣିକା ଅଛି, ଯାହା ଉଚ୍ଚ ତାପମାତ୍ରାରେ ଇଲେକ୍ଟ୍ରନ୍‌ ରହିତ ହୋଇ ଆୟନ ଅବସ୍ଥାରେ ଥାଆନ୍ତି। ଏଗୁଡିକ ପ୍ରଚଣ୍ଡ ସୌର ଝଡ଼ରେ ଉଡିଯାଇ ଏକ ଦ୍ୱିତୀୟ ଲାଞ୍ଜ ସୃଷ୍ଟି କରେ। ଏହା କିନ୍ତୁ ସଳଖ ଓ ସିଗାରେଟ୍‌ ଧୂଅଁା ଝୁଲ ସଦୃଶ ବିକ୍ଷିପ୍ତ ହୋଇପଡେ।
ସୂର୍ଯ୍ୟକୁ ପରିକ୍ରମା କରିବା ପରେ ଲଞ୍ଜାତାରାଟି ନିଜ କକ୍ଷପଥରେ କ୍ରମଶଃ ଦୂରକୁ ଚାଲିଯାଏ ଏବଂ ଅନ୍ତର୍ଗହୀୟ ଶୀତଳତାରେ ପୂର୍ବୋକ୍ତ ପ୍ରକ୍ରିୟାସବୁ ଶାନ୍ତ ଓ ସୀମିତ ହୋଇଯାଏ। (କ୍ରମଶଃ..)

ନିକୁଞ୍ଜ ବିହାରୀ ସାହୁ
-ଏଜୁକେଶନ ଅଫିସର, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୋପାଳ, ମଧ୍ୟପ୍ରଦେଶ
ମୋ: ୮୯୧୭୬୩୭୯୭୪


Enter your email to get our daily news in your inbox.

All Right Reserved By Dharitri.Com

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

ଗଠନ ହେଲା ୩ ବଡ଼ ରାଜଯୋଗ: କେବଳ ଏହି ୩ ରାଶିଙ୍କର ଫାଇଦା ହିଁ ଫାଇଦା, ଭାଗ୍ୟରେ ଲାଗିଲା ଲଟେରୀ

ଅକ୍ଟୋବର ମାସ ଆରମ୍ଭ ହେବା ସହିତ ଗ୍ରହ-ନକ୍ଷତ୍ରଙ୍କ ଚଳନରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସମସ୍ତ ଗ୍ରହ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ରାଶି…

ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ: ୩ ରାଶି ପାଇଁ ଶୁଭ ସଙ୍କେତ, ପ୍ରବଳ ଧନ ଯୋଗ ସହ ବ୍ୟବସାୟରେ ହେବେ ମାଲାମାଲ

ଭୁବନେଶ୍ୱର: ଶାରଦୀୟ ନବରାତ୍ରି ଚାଲିଥିବା ସମୟରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ହେବାକୁ ଯାଉଛି। ଜ୍ୟୋତିଷ ଦୃଷ୍ଟିରୁ ଏହି ଗୋଚରକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ୧୭…

Baba Venga Prediction: ଆଗାମୀ ୧୫ ଦିନରେ ୫ ରାଶି ହେବେ ମାଲାମାଲ, ଘରକୁ ଆସିବ ଖୁସି ଖବର

ଜ୍ୟୋତିଷ ଏବଂ ଭବିଷ୍ୟବାଣୀରେ ରୁଚି ରଖୁଥିବା ଲୋକଙ୍କ ପାଇଁ ଆଗାମୀ ୧୫ ଦିନ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଲୋକପ୍ରିୟ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଅନୁସାରେ, ଏହି…

ବୁଧ-ଶନିଙ୍କ ଷଡାଷ୍ଟକ ଯୋଗରେ ୪ ରାଶିଙ୍କ ଉପରେ ଭାଙ୍ଗିପଡିବ ଦୁଃଖର ପାହାଡ଼, ଘଟିପାରେ ବଡ଼ ଦୁର୍ଘଟଣା, ରୁହନ୍ତୁ ସାବଧାନ!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୯ ଅକ୍ଟୋବର ୨୦୨୬ରେ ବୁଧ ଓ ଶନି ପରସ୍ପରଠାରୁ ୧୫୦ ଡିଗ୍ରୀ କୋଣରେ ଅବସ୍ଥିତ ରହିବେ। ଏହା ଫଳରେ ଷଡାଷ୍ଟକ ଯୋଗ…

ଏହି ୩ ବଡ଼ ଗୁଣ ଥିବା ସ୍ତ୍ରୀ ମିଳିଗଲେ ଘର ହୋଇଯାଏ ସ୍ବର୍ଗ, ଚାଣକ୍ୟ କୁହନ୍ତି…

ପ୍ରାଚୀନ ଭାରତର ଆଚାର୍ଯ୍ୟ ଚାଣକ୍ୟ କେବଳ ଜଣେ କୂଟନୀତିଜ୍ଞ ନ ଥିଲେ, ବରଂ ମାନବ ସମାଜ ଓ ସଂସାରର ନିୟମ ସମ୍ପର୍କରେ ଗଭୀର ଜ୍ଞାନ ରଖୁଥିଲେ। ତାଙ୍କ…

ଶନିଙ୍କ ରାଶିରେ ରାହୁ ଗୋଚର, ୩ ରାଶିଙ୍କୁ ଲାଭ ହିଁ ଲାଭ; ହୁ ହୁ ହୋଇ ବଢିବ ଧନ!

ଜ୍ୟୋତିଷ ଶାସ୍ତ୍ରରେ, ରାହୁକୁ ଏକ ରହସ୍ୟମୟ ଏବଂ ଛାୟାମୟ ଗ୍ରହ ଭାବରେ ବିବେଚନା କରାଯାଏ । ଏହାଛଡା ରାହୁଙ୍କ ଗତି ପ୍ରାୟତଃ ହଠାତ୍ ପରିବର୍ତ୍ତନ, ମହତ୍ତ୍ୱାକାଂକ୍ଷା, ନୂତନ…

ଶୁକ୍ରଙ୍କ ବକ୍ରୀ ଚଳନ: ଫାଇଦାରେ ରହିବେ ୫ ରାଶି, ମାସେ ଭିତରେ ହେବେ ଧନୀ!

ଶରତ ପୂର୍ଣ୍ଣିମା ଅବସରରେ ଅକ୍ଟୋବର ୨୫ ତାରିଖରେ ଶୁକ୍ର ଗ୍ରହଙ୍କ ସ୍ଥିତିରେ ପରିବର୍ତ୍ତନ ଘଟିବ। ବକ୍ରୀ ଶୁକ୍ର ଚିତ୍ରା ନକ୍ଷତ୍ରରେ ପ୍ରବେଶ କରିବେ। ଶୁକ୍ର ଏକ ମାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?