ଖଣି ଖନନ ସର୍ଭେକୁ ନେଇ ତୀବ୍ର ଉତ୍ତେଜନା: ସର୍ଭେ କର୍ମଚାରୀ ଦଳ-ଶ୍ରମିକଙ୍କୁ ବିଦା କରିଦେଲେ ଗ୍ରାମବାସୀ

ଦାରିଙ୍ଗବାଡ଼ି,୧୬ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ହାତୀମୁଣ୍ଡା ପଞ୍ଚାୟତ ବିଜାଲି ଗ୍ରାମରେ ଖଣି ଖନନ ପାଇଁ ଦୀର୍ଘ ଦିନ ହେଲା ସର୍ଭେ କାର୍ଯ୍ୟ ଚାଲିଛି ଏହାକୁ ଅଞ୍ଚଳବାସୀ ବିରୋଧ କରିଆସୁଥିବା ବେଳେ ଜିଲାର ପ୍ରଶାସନିକ ଅଧିକାରୀମାନଙ୍କ ନିକଟରେ ଗ୍ରାମସଭାର ନିଷ୍ପତ୍ତି ଦାଖଲ କରିବା ସତ୍ତ୍ୱେ ପ୍ରଶାସନ ଗ୍ରାମବାସୀଙ୍କ ସହ କୌଣସି ଆଲୋଚନା ନ କରିବା ତଥା ପଦକ୍ଷେପ ନ ନେବାରୁ ଗ୍ରାଫାଇଟ ଖଣି ଖନନ ସର୍ଭେକୁ ବିରୋଧ କରି ଆଜି ବିଜାଲି ଗ୍ରାମର ଲୋକମାନେ ଉତ୍ତ୍ୟକ୍ତ ହୋଇ ଖଣି ସର୍ଭେକୁ ବିରୋଧ କରି ସର୍ଭେ କର୍ମଚାରୀ ଓ ଶ୍ରମିକମାନଙ୍କୁ ଗାଁରୁ ବିଦା କରିଦେଇଛନ୍ତି।
ଆମର ଖଣି ଦରକାର ନାହିଁ, ଆମ ପାଇଁ ଜୀବନ ଓ ଜୀବିକା ମୂଲ୍ୟବାନ। ଏଠି ଖଣି ଖନନ ହେଲେ କେବଳ ବିଜାଲି ନୁହେଁ, ସାରା ହାତୀମୁଣ୍ଡା ପଞ୍ଚାୟତ ସମେତ ପଡ଼ୋଶୀ ତାଜୁଙ୍ଗୀ, ଗଦାପୁର ଓ ବହୁ ଅଞ୍ଚଳର ଲୋକେ ବିସ୍ଥାପିତ ହେବେ। ଆଦିବାସୀ ଲୋକମାନେ ସେମାନଙ୍କ ଭିଟାମାଟି ଓ ଜୀବନ- ଜୀବିକାରୁ ବିସ୍ଥାପିତ ହେଲେ, ଯେତେ କ୍ଷତିପୂରଣ ଦେଲେ ମଧ୍ୟ ସେମାନେ ବଞ୍ଚି ପାରିବେ ନାହିଁ। ତେଣୁ କୌଣସି ପରିସ୍ଥିତିରେ ଆମେ ଆମ ଗ୍ରାମରେ ଖଣି ଖନନ କରାଇ ଦେବୁନାହିଁ। ଭିଟାମାଟି ଓ ଜୀବନ-ଜୀବିକା ଧ୍ୱଂସ କରି ଖଣି ଖନନ ଯୋଜନା ଆମକୁ ମଞ୍ଜୁର ନାହିଁ ବୋଲି ଘୋଷଣା କରି ଆଜି ଉତ୍ୟକ୍ତ ଗ୍ରାମବାସୀ ମେଳି ହୋଇ ପ୍ରତିବାଦ କରିଥିଲେ ଓ ସର୍ଭେ ଦଳକୁ ଗାଁରୁ ଫେରିଯିବାକୁ ବାଧ୍ୟ କରିଥିଲେ।

ପ୍ରକାଶ ଯୋଗ୍ୟ, ଗତ କିଛିଦିନ ଧରି ହାତୀମୁଣ୍ଡା ପଞ୍ଚାୟତର ବିଜାଲି ଗ୍ରାମରେ ବ୍ରହ୍ମପୁର ଜିଓଲଜିକାଲ ସର୍ଭେ କାର୍ଯ୍ୟାଳୟ ପକ୍ଷରୁ ସେ ଅଞ୍ଚଳରେ ଗ୍ରାଫାଇଟ୍‌ ଥିବାରୁ ସର୍ଭେ କାମ ଚାଲୁ ରହିଛି। କିନ୍ତୁ ସେ ସମ୍ପର୍କରେ ବିଜାଲି ଗ୍ରାମବାସୀଙ୍କ ସହ କୌଣସି ପରାମର୍ଶ କରାଯାଇନଥିବା ଅଭିଯୋଗ କରି ଗ୍ରାମବାସୀଙ୍କ ମଧ୍ୟରେ ଖଣି ଖନନ ହେଲେ ବିସ୍ଥାପିତ ହେବାର ଆଶଙ୍କା ସୃଷ୍ଟି ହୋଇଛି, ଯାହା ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?