ବୁଦ୍ଧି ବିସ୍ଫୋଟ

ବିଜ୍ଞାନ ଦୃଷ୍ଟିରେ ୨୦୨୬କୁ ଏକ ଗୁରୁତ୍ୱପୂର୍ଣ୍ଣ ଦୃଷ୍ଟିକୋଣରେ ଦଣ୍ଡାୟମାନ ଥିବାର ଦେଖିବାକୁ ମିଳିଛି। ଏଆଇ ନାମରେ କୃତ୍ରିମ ବୁଦ୍ଧିମତ୍ତା ସମଗ୍ର ବିଶ୍ୱକୁ ବଦଳାଇ ଦେବାର ସାମର୍ଥ୍ୟ ନେଇ ବିଶ୍ୱର ମାନବ ସମ୍ବଳ ଉପରେ କୋପ ଦୃଷ୍ଟି ନିକ୍ଷେପ କରିଛି। ଏଆଇ ଯେତିକି ଦ୍ରୁତ ବେଗରେ ଆମ ଜୀବନ ଶୈଳୀକୁ ପ୍ରଭାବିତ କରୁଛି ଏହା ଦ୍ୱାରା ଏକଥା ସତ୍ୟ ଯେ ଆଗାମୀ ସମୟ ସମ୍ପୂର୍ଣ୍ଣ ରୋବୋ ଦ୍ୱାରା ପରିଚାଳିତ ହେବାକୁ ଯାଉଛି । ବିଶେଷ କରି ହ୍ୟୁମାନୋଏଡ ରୋବୋଗୁଡିକୁ ନେଇ ବିଜ୍ଞାନ ଅଧିକ ଉତ୍ସାହିତ ଅଛି। ଏହି ହ୍ୟୁମାନୋଏଡ ରୋବୋ କଳକାରଖାନାରୁ ବାହାରି ଆମମାନଙ୍କ ଘର ଓଳେଇବା, ରୋଷେଇ କରିବା, ଜଗୁଆଳି ରହିବା, ଲୁଗାସଫା କରିବା ଇତ୍ୟାଦି ନିତ୍ୟ କାମ କରିବାକୁ ଯାଉଛି ଓ ଏଥିପାଇଁ ଅନେକ ବିଶ୍ୱସ୍ତରୀୟ କମ୍ପାନୀ ଆଗେଇ ଆସିଲେଣି। ଯଦି ଏହା ହୁଏ ତା’ହେଲେ ଅଷ୍ଟାଦଶ ଶତବ୍ଦୀର ଶିଳ୍ପ ବିପ୍ଳବ ପରେ ଏହା ବିଜ୍ଞାନର ଏକ ବଡ଼ ବିପ୍ଳବ କହିଲେ ଭୁଲ୍‌ ହେବନାହିଁ । ଏହାକୁ ନେଇ ସବୁଠୁ ବଡ଼ ବିପଦ ମାନବ ସମାଜର ସୁରକ୍ଷା ଉପରେ, ଯାହା ‘ଏଆଇ-୨୦୨୭’ ନାମକ ରିପୋର୍ଟରେ ସମଗ୍ର ବିଜ୍ଞାନ ଜଗତରେ ଏକ କୋକୁଆ ଭୟ ସୃଷ୍ଟି କରିଛି । ଡାନିଏଲ କୋକୁଟାଯିଲୋ ନାମକ ଜଣେ କମ୍ପ୍ୟୁଟର ବୈଜ୍ଞାନିକ ଏଆଇ -୨ ନାମରେ ଏକ ଗବେଷଣା ରିପୋର୍ଟ ପ୍ରକାଶ କରି ଦାବି କରଛନ୍ତି ଯେ ଆସନ୍ତା କିଛି ବର୍ଷ ଭିତରେ ସମଗ୍ର ମାନବ ସଭ୍ୟତା ଏଆଇ ଯୋଗୁଁ ଲୋପ ପାଇଯିବ । ଏହି ଭବିଷ୍ୟବାଣୀ ପରୀ କାହାଣୀ ପରି ଲାଗୁଥିଲେ ମଧ୍ୟ ଯେଉଁ ଦ୍ରୁତ ଗତିରେ ଏଆଇ ମଣିଷର ଗାଣିତିକ କ୍ଷମତାକୁ ପଛରେ ପକାଇ ମାଡି ଚାଲିଛି, ତାହା ସତ ହୋଇପାରେ। ବିଜ୍ଞାନର ଚମତ୍କାର ଯେଉଁ ଏଆଇକୁ ଜନ୍ମ ଦେଇଛି ତାହା ଦିନକୁ ଦିନ ଅତି ବୁଦ୍ଧିମାନ ଓ ଶକ୍ତିଶାଳୀ ହେବାକୁ ଲାଗିଛି ଯେ ଭିବିଷ୍ୟତରେ ମଣିଷ ଏହାର ପ୍ରଥମ ଶିକାର ହୋଇପାରେ । ମଣିଷର ମସ୍ତିଷ୍କ ନିଜର ବିକାଶ ପାଇଁ ଖାଦ୍ୟ ଆବଶ୍ୟକ କରୁଥିବା ବେଳେ ଏହି ଯାନ୍ତ୍ରିକ ବୁଦ୍ଧିମତ୍ତା ନିଜର ବିଚକ୍ଷଣ ବୁଦ୍ଧିକୁ ପ୍ରଖର କରିବା ପାଇଁ ସର୍ବଦା ତଥ୍ୟ ପାଇଁ ଆତୁର ଥାଏ । ତେଣୁ ମଣିଷ ନିଜର ଆତ୍ମ ଚେତନା ବିକାଶ ପାଇଁ ବେଶ୍‌ ଦୀର୍ଘ ସମୟ ନେଉଥିବା ବେଳେ କୃତ୍ରିମ ବୁଦ୍ଧିମତ୍ତା ସମ୍ପନ୍ନ ଏହି ଯାନ୍ତ୍ରିକ ହ୍ୟୁମାନୋଏଡ ରୋବୋଗୁଡିକ ନିମିଷକେ ଚେତନାପ୍ରାପ୍ତ କରିନେବେ । ଏଆଇର ବିବେକ ଶୁନ୍ୟ ପ୍ରଖର ବୁଦ୍ଧି ଜାଣି ପାରେନା ‘ମୁଁ’ କିଏ ଓ ସେ ମାନବର ଚେତନା ଯୁକ୍ତ ବୁଦ୍ଧିକୁ ନକଲ କରି ଘୋର ବିପର୍ଯ୍ୟୟ ସୃଷ୍ଟି କରିପାରେ । ତେଣୁ ବିଜ୍ଞାନ ଏକ ଏପରି ଚମତ୍କାର ପ୍ରସ୍ତୁତ କରି ସାରିଛି ଯିଏ ମଣିଷକୁ ନକଲ କରି ଧୋକା ଦେବା ସଂଗେ ସଂଗେ ପ୍ରତିରୋଧ ମଧ୍ୟ କରିପାରେ ।
ବିଜ୍ଞାନର ଏହି ଜୟଯାତ୍ରା ଯୋଗୁ ୨୦୨୭ ବେଳକୁ ଅନେକ ଦେଶରେ ଏଆଇକୁ ବିରୋଧ କରି ବ୍ୟାପକ ଜନ ଆନ୍ଦୋଳନ ହେବାର କୁହାଯାଉଛି । ବୋଧେ ସେଇଥିପାଇଁ କିଛି ବର୍ଷ ପୂର୍ବରୁ ଏକବିଂଶ ଶତାବ୍ଦୀର ସବୁଠୁ ବିଚକ୍ଷଣ ବୈଜ୍ଞାନିକ ଷ୍ଟିଫେନ ହକିନ୍ସ ଭବିଷ୍ୟବାଣୀ କରିଥିଲେ ଯେ ପୃଥିବୀ ଦିନେ ରୋବୋମାନେ ଅକ୍ତିଆର କରି ମଣିଷକୁ ଦାସ କରିନେବେ। ମାନବ ଅସ୍ତିତ୍ୱର ସମ୍ଭାବ୍ୟ ବିନାଶର କାରଣ ମଧ୍ୟରେ ରୋବୋମାନଙ୍କର ଆଧିପତ୍ୟ ସ୍ଥାପନ କରିବା ମଧ୍ୟ ଏକ ସମ୍ଭାବ୍ୟ କାରଣ ହୋଇପାରେ। ରୋବୋକୁ ବିକଶିତ କରିବାର ପ୍ରଚେଷ୍ଟା ଯଦି ଜାରି ରୁହେ ତା’ହେଲେ ଏହା ଭସ୍ମାସୁର ହୋଇ ମଣିଷକୁ ନାଲିଆଖି ଦେଖେଇ ପାରେ। ତେବେ ଏହି ରୋବୋମାନେ ବରଦାନ ସାବ୍ୟସ୍ତ ହୋଇ ମଣିଷର ଅନେକ କାର୍ଯ୍ୟ କରିପାରୁଛନ୍ତି ଓ ସୂଚନା ବିଜ୍ଞାନ କ୍ଷେତ୍ରରେ ମଣିଷ ପାଇଁ ନୂତନ ନିଯୁକ୍ତି ସୁଯୋଗ ତିଆରି ହୋଇଛି। ଟିକେ ଅଧିକ ବୁଦ୍ଧି ଥିବାରୁ ମଣିଷ ସିମ୍ପାଞ୍ଜିମାନଙ୍କୁ ଛାଡି ଆଜି ଏ ସୋପାନରେ ପହଞ୍ଚତ୍ଛି। ଏପର୍ଯ୍ୟନ୍ତ ମଣିଷ ତା’ର ବୁଦ୍ଧିମତ୍ତାକୁ ଆହୁରି ବଢ଼େଇବାକୁ ପ୍ରୟାସ ଜାରିରଖିଛି। ଯାହା ଫଳରେ ଅତି ବୁଦ୍ଧିମାନ ରୋବୋ ତିଆରି କରି ଅନେକ ଆସାଧ୍ୟ କାମକୁ ନିମିଷକେ କରିପାରୁଛି। ଏହି ପରିପ୍ରେକ୍ଷୀରେ ମହାନ୍‌ ବୈଜ୍ଞାନିକ ଷ୍ଟିଫେନ୍‌ ହକିନସଙ୍କ ଆକଳନ ଅନୁସାରେ ଭବିଷ୍ୟତରେ ମଣିଷ ଓ ମଣିଷ ତିଆରି ରୋବୋ ମଧ୍ୟରେ ସଂଘର୍ଷ ହେବ ଓ ରୋବାମାନେ ପୃଥିବୀ ଉପରେ ଆଧିପତ୍ୟ ଜମେଇବାର ସମ୍ଭାବନା ଅଛି। ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଅସମ୍ଭବ ନୁହେଁ। ଏହି ସମସ୍ୟାକୁ ବୁଦ୍ଧି ବିସ୍ଫୋଟ କୁହାଯାଉଛି, ଯାହାଫଳରେ ନିଜେ ରୋବୋ ଓ କମ୍ପ୍ୟୁଟରଗୁଡିକ ନିଜ ପାଇଁ ଅତି ପ୍ରଖର ପ୍ରୋଗ୍ରାମ ତିଆରି କରିନେବେ ଏବଂ ମଣିଷକୁ ନିଜର ଦାସ କରିନେବେ। ଯଦିଓ ଏହା ଉପରେ ମାନବ ସମାଜ ଏତେ ଗୁରୁତ୍ୱ ଦେଇନି, ଏହା ଦିନେ ମଣିଷ ଅସ୍ତିତ୍ୱକୁ ସଙ୍କଟରେ ପକାଇ ପାରେ।
ମହାଦେବଙ୍କଠାରୁ ବରପ୍ରାପ୍ତ ହେବା ପରେ ଭସ୍ମାସୁର ପରୀକ୍ଷା କରିବା ପାଇଁ ଶିବଙ୍କୁ ଗୋଡ଼ାଇଥିବାର ଉଦାହରଣ ଆମେ ପୌରାଣିକ କଥାରେ ଶୁଣିଛେ । ଦିନେ ଏହି ଯନ୍ତ୍ର ମାନବ ଅଣ୍ଟି ଛୁରି ତଣ୍ଟି କାଟିବା ଆଳରେ ମଣିଷର ବିନାଶର କାରଣ ନ ହେଉ । ବିଜ୍ଞାନ କେତେଦୂର ଓ କେଉଁ ସୀମା ପର୍ଯ୍ୟନ୍ତ ଯିବା ଉଚିତ ତାହାର କିଛି ମାପଦଣ୍ଡ ନାହିଁ । ଜ୍ଞାନ ପିପାସୁ ମଣିଷର ଜିଜ୍ଞାସାକୁ ବିଜ୍ଞାନ ସର୍ବଦା ଜବକାଚରେ ପରୀକ୍ଷା କରିଛି। ବିଜ୍ଞାନର ଚରମ ଖ୍ୟାତି ଓ ଉନ୍ନତି କେବେ ସଂସାରରେ ମଣିଷର ଆଧିପତ୍ୟକୁ ପ୍ରଶ୍ନ ନ କରୁ। ବିଜ୍ଞାନର ଚମତ୍କାର ସୃଷ୍ଟି ଏଆଇ ବହୁ ଜନ କଲ୍ୟାଣକାରୀ କେମିତି ହେବ ଓ ଭବିଷ୍ୟତରେ ବିପର୍ଯ୍ୟୟ ସୃଷ୍ଟି ନ କରିବ ସେଥିପାଇଁ ଗହନ ଗବେଷଣା ଜରୁରୀ ।

ଡ. ନରେନ୍ଦ୍ର ସେଠୀ

ମେ: ୭୦୦୪୦୬୮୧୧୦


Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri