ସମାବେଶୀ ବିତ୍ତୀୟ ବ୍ୟବସ୍ଥା ଓ ଡିଜିଟାଲ ମୁଦ୍ରା

ସାରା ବିଶ୍ୱରେ ସେଣ୍ଟ୍ରାଲ ବା କେନ୍ଦ୍ରୀୟ ବ୍ୟାଙ୍ଗଗୁଡ଼ିକ ସେମାନଙ୍କର ନିଜସ୍ବ ଡିଜିଟାଲ ମୁଦ୍ରା ପ୍ରଚଳନ କରିବେ କି ନାହିଁ ସେ ବିଷୟରେ ବିଚାର କରୁଛନ୍ତି। ସମସ୍ତଙ୍କୁ ସବୁ ପ୍ରକାର ବିତ୍ତୀୟ ସେବା ସମାନ ଭାବେ ଉପଲବ୍ଧ କରୁଥିବା ଫାଇନାନ୍‌ସିଆଲ ଇନ୍‌କ୍ଲୁଜନ( ବିତ୍ତୀୟ ସମାବେଶନ)କୁ ବହୁ ସମୟରେ ଏକ ମୁଖ୍ୟ ପ୍ରେରଣା ଭାବେ ଦର୍ଶାଯାଉଥିଲେ ମଧ୍ୟ ଏବେ ସୁଦ୍ଧା ବିଶ୍ୱରେ ବ୍ୟାଙ୍କ ସେବାରୁ ବହୁ ଲୋକ ବଞ୍ଚିତ ହେଉଛନ୍ତି। ଏମାନେ କିଭଳି ଅତ୍ୟାବଶ୍ୟକ ବିତ୍ତୀୟ ସେବା ପାଇପାରିବେ ତାହା ନିଶ୍ଚିତ କରିବାକୁ ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ କରେନ୍ସିଜ୍‌( ସିବିଡିସିଏସ୍‌) ବା କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ ମୁଦ୍ରାଗୁଡ଼ିକ ଉପରେ ବିଚାର କରାଯାଉଛି। ତେବେ ଏଗୁଡ଼ିକୁ କିପରି ରୂପରେଖ ଦିଆଯିବ ଓ ଠିକ୍‌ ଭାବେ ବ୍ୟବହାର କରାଯାଇପାରିବ ,ତାହା ହିଁ ମୁଖ୍ୟ ପ୍ରଶ୍ନ। ବିଶ୍ୱ ବ୍ୟାଙ୍କ ଅନୁଯାୟୀ, ବିଶ୍ୱରେ ଔପଚାରିକ ବିତ୍ତୀୟ ସେକ୍ଟରରୁ ସେବା ପାଉ ନ ଥିତ୍ବା ୧.୭ ବିଲିୟନ ବା ୧୭୦ କୋଟି ବୟସ୍କ ବହୁ ସମୟରେ ବିପଦର ସମ୍ମୁଖୀନ ହୋଇ ବିକଳ୍ପର ସାହାରା ନେବାକୁ ବାଧ୍ୟ ହେଉଛନ୍ତି। ବାସ୍ତବରେ ବିତ୍ତୀୟ ସେବା ଓ ସୁବିଧା ଉପଲବ୍ଧ ନ ହେବା ଯୋଗୁ ଗରିବୀ ବଢେ, ସୁଯୋଗ ସୀମିତ ହୁଏ ଏବଂ କଠିନ ସ୍ଥିତିରେ ଲୋକଙ୍କୁ ସୁରକ୍ଷା ଦେବାରେ ବାଧା ସୃଷ୍ଟି ହୁଏ। ଫାଇନାନ୍‌ସିଆଲ ଇନ୍‌କ୍ଲୁସିଭ ସିଷ୍ଟମ ବା ସମାବେଶୀ ବିତ୍ତୀୟ ବ୍ୟବସ୍ଥାର କାର୍ଯ୍ୟ ଦେଣନେଣରେ ସୀମିତ ରହେ ନାହିଁ। ଏଥିରେ ଲୋକେ ଟଙ୍କା ଟ୍ରାନ୍ସଫର କରିବା ଲାଗି ଏକ ତ୍ୱରିତ, ସୁରକ୍ଷିତ ଏବଂ ଶସ୍ତା ଉପାୟ ଆବଶ୍ୟକ କରନ୍ତି। ତେବେ ଏବେ ସୁଦ୍ଧା ନଗଦ କାରବାରର ସମାବେଶୀ ବ୍ୟବସ୍ଥାରେ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଏଭଳି ଆବଶ୍ୟକତା ପୂରଣ କରିଆସିଛନ୍ତି। କିନ୍ତୁ ଔପଚାରିକ ବିତ୍ତୀୟ ବ୍ୟବସ୍ଥାରୁ ସେବା ପାଉ ନ ଥିବା ଲୋକମାନେ ଉକ୍ତ ବ୍ୟବସ୍ଥାର ବାହାରେ ରହିଯାଉଛନ୍ତି। ଆବଶ୍ୟକ ଡାଟା ଓ ନେଣଦେଣ ଧାରାରୁ ଏମାନେ ବଞ୍ଚିତ ହେଉଛନ୍ତି। ଏମାନଙ୍କୁ ସହଜରେ ବିତ୍ତୀୟ ସେବା ଯୋଗାଇଦେବା ଦରକାର।
ଡିଜିଟାଲ ଏବଂ ମୋବାଇଲ ଟେକ୍‌ନୋଲୋଜିର ବ୍ୟାପକ ଗ୍ରହଣୀୟତା ଯୋଗୁ ନେଣଦେଣର ଦୃଶ୍ୟପଟ ଡିଜିଟାଲ ପେମେଣ୍ଟ ଆଡକୁ ମୁହଁାଉଛି। ମୁଖ୍ୟତଃ, କୋଭିଡ୍‌-୧୯ ମହାମାରୀରେ ଅନ୍‌ଲାଇନ କାରବାର ଗତିଶୀଳ ହେବାରୁ ନଗଦ କାରବାର କମୁଛି। ଏଭଳି ଉନ୍ନତିକୁ ଦେଖିଲେ ଏହା ନିଶ୍ଚିତ ଯେ, ଆମେ ଡିଜିଟାଲକୁ ନେଇ ଦେଖାଯାଇଥିବା ବିରାଟ ମତ ପାର୍ଥକ୍ୟକୁ ଦୂର କରିବାକୁ ଅଣ୍ଟା ଭିଡ଼ିଛୁ। ନୂଆ ସଂସ୍କାରଗୁଡ଼ିକୁ ସନ୍ଧାନ କରିବା ଏବଂ ସମସ୍ତଙ୍କୁ ଡିଜିଟାଲ ମୁଦ୍ରା ଯୋଗାଇଦେବା ପାଇଁ ସବୁ କେନ୍ଦ୍ରୀୟ ବ୍ୟାଙ୍କ ଏବଂ ନୀତିନିର୍ଦ୍ଧାରକମାନଙ୍କ ପାଇଁ ଏବେ ଏକ ସୁଯୋଗ ରହିଛି।
ଔପଚାରିକ ବିତ୍ତୀୟ ସେକ୍ଟରରୁ ସେବା ପାଉ ନ ଥିତ୍ବା ଲୋକମାନେ ସମ୍ମୁଖୀନ ହେଉଥିବା କିଛ ବାଧା ଦୂର କରିବାରେ କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ ମୁଦ୍ରାଗୁଡ଼ିକ ସାହାଯ୍ୟ କରିପାରେ। ପାରମ୍ପରିକ ବିତ୍ତୀୟ ସେବାଗୁଡ଼ିକରେ କାରବାର ଦେୟ, ସର୍ବନିମ୍ନ ଆକାଉଣ୍ଟ ବାଲାନ୍ସ କିମ୍ବା ବୈଧ ପରିଚୟର ପ୍ରମାଣର ଆବଶ୍ୟକତା ରହିଛି। ସିବିଡିସିଏସ୍‌ ଏହି ସବୁ ବାଧା ଦୂର କରିବାରେ ଏକମାତ୍ର ବାଟ ନ ହେଲେ ମଧ୍ୟ ସମାବେଶୀ ପଦ୍ଧତିରେ ସେଗୁଡ଼ିକର ସମାଧାନ ହୋଇପାରିବ। କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ତ୍ୱରିତ ପେମେଣ୍ଟ ସିଷ୍ଟମ ବା ନେଣଦେଣ ବ୍ୟବସ୍ଥା ଆପଣାଇ ଖୁଚୁରା କାରବାରକୁ ଅଧିକ ଉନ୍ନତ କରିବା ଲାଗି ସହଯୋଗ କରୁଛନ୍ତି ଓ ସିବିଡିସିଏସ୍‌ ଏହି ବ୍ୟବସ୍ଥାର ସମ୍ପ୍ରସାରଣରେ ମୁଖ୍ୟ ଭୂମିକା ନେବ। ତ୍ୱରିତ ପେମେଣ୍ଟ ସିଷ୍ଟମ ଏବଂ ସିବିଡିସିଏସ୍‌ କମ୍‌ ମୂଲ୍ୟରେ ନୂଆ ସେବା ଯୋଗାଇ ଦେବାରେ ଯୋଗାଣକାରୀଙ୍କ ମଧ୍ୟରେ ପ୍ରତିଯୋଗିତା ବଢ଼ାଇବ। ଫଳରେ ଲୋକମାନେ ବ୍ୟାପକ ସୁବିଧା ସୁଯୋଗ ପାଇପାରିବେ। ସିବିଡିସିଗୁଡ଼ିକରେ କେନ୍ଦ୍ରୀୟ ବ୍ୟାଙ୍କରେ ଆର୍ଥିକ ସୁରକ୍ଷା , ସମ୍ପୂର୍ଣ୍ଣତା, ବିନିମୟତା ଏବଂ ସତ୍ୟତା ରହିବ। ଦେଶ ଭିତରେ ଏବଂ ବାହାରେ ପେମେଣ୍ଟ ସିଷ୍ଟମଗୁଡ଼ିକୁ ଯୋଡ଼ି ସେଥିରେ ଉନ୍ନତି ଆଣିବାରେ ଏକ ଏହାର ଢେର କ୍ଷମତା ରହିଛି। ଏଣୁ ସୀମିତ ଆଥିର୍ର୍କ ଭିତ୍ତିଭୂମି ଥିବା ଦେଶଗୁଡ଼ିକୁ ସିଧାସଳଖ ସିବିଡିସି ବ୍ୟବସ୍ଥାକୁ ଲମ୍ଫ ପ୍ରଦାନ କରିବେ। ଏକ ସମାବେଶୀ, ସୁରକ୍ଷିତ ଏବଂ ପ୍ରଭାବଶାଳୀ ପେମେଣ୍ଟ ସିଷ୍ଟମ ସହ ଦେଶଗୁଡ଼ିକୁ ଯୋଗ କରିବାରେ ଏହା ମଧ୍ୟ ଏକ ସୁଯୋଗ ସୃଷ୍ଟି କରିବ।
ସାମାଜିକ ନୀତିଗୁଡ଼ିକ ପାଇଁ ମଧ୍ୟ ଲାଭ ରହିଛି। ନିମ୍ନ ଆୟ ବର୍ଗର ପରିବାରଗୁଡ଼ିକୁ ଆର୍ଥିକ ସହଯୋଗ ଯୋଗାଇ ଦେବା ଲାଗି ସରକାର ସିବିଡିସିଏସ୍‌କୁ ଉପଯୋଗ କରିପାରିବେ। ଦୀର୍ଘମିଆଦୀ ବ୍ୟାଙ୍କ ସେବାକୁ ଦୃଢ କରିବା ସହ ଅନ୍ୟ ବିତ୍ତୀୟ ସେବାର ଦ୍ୱାର ଉନ୍ମୁକ୍ତ କରିବାରେ ସିବିଡିସିଏସ୍‌ ଭୂମିକା ନେବ। ଏହି ସବୁ ଲାଭ ପାଇବାକୁ ହେଲେ ନିମ୍ନ ମାନର ବିତ୍ତୀୟ ଏବଂ ଡିଜିଟାଲ ଜ୍ଞାନ, ସଞ୍ଚାଳନଗତ ଆହ୍ବାନ ସହ ସାଇବର ସୁରକ୍ଷାରେ ଥିବା ଜଟିଳ ସମସ୍ୟା ଓ ସଙ୍କଟର ସମାଧାନ କରିବାକୁ ପଡ଼ିବ। ଏଥିଲାଗି ଯେ କୌଣସି ସିବିଡିସି ସେବା ପାଇଁ ନୀତିଗତ ସଂସ୍କାରର ସହଯୋଗ ଓ ସୁରକ୍ଷା ଦରକାର। ସେଣ୍ଟ୍ରାଲ ବ୍ୟାଙ୍କଗୁଡ଼ିକ ସିବିଡିସି ପ୍ରସ୍ତୁତ କରିବା ଉପରେ ବିଚାର କରିବା ଉଚିତ। ଏହାକୁ ଏଭଳି ସ୍ତରରେ ଲାଗୁ କରାଯିବା ଦରକାର ଯେଉଁଥିରେ ବିତ୍ତୀୟ ସେବା ଯୋଗାଣକାରୀଙ୍କ ସହ ତଥ୍ୟ ଦେଣନେଣ ଓ ଶେୟାର ବ୍ୟବସ୍ଥା ଲୋକମାନଙ୍କ ନିୟନ୍ତ୍ରଣରେ ରହୁଥିବ। ଏହା ଦ୍ୱାରା ତଥ୍ୟ ଗୋପନୀୟତାକୁ ନେଇ ବଢୁଥିବା ଚିନ୍ତାକୁ ସିବିଡିସି ବ୍ୟବସ୍ଥାରେ ଦୂର କରାଯାଇପାରିବ। ବ୍ୟକ୍ତିଗତ ତଥ୍ୟ ସୁରକ୍ଷିତ ରଖାଯାଇ ଏଭଳି ଚିନ୍ତାରୁ ଲୋକମାନଙ୍କୁ ମୁକ୍ତ ରଖାଯାଇପାରିବ।
ସେଣ୍ଟ୍ରାଲ ବ୍ୟାଙ୍କଗୁଡ଼ିକର ଡିଜିଟାଲ ମୁଦ୍ରା କାରବାରରେ ବ୍ୟକ୍ତିିଗତ ସୁରକ୍ଷା ଏବଂ ସ୍ବଚ୍ଛତାରେ ସମନ୍ବୟର ରକ୍ଷା କରିବା , ସମାବେଶୀ ବିତ୍ତୀୟ ସୁବିଧା ଓ ସ୍ବଚ୍ଛତା ନିଶ୍ଚିତ କରିବା ଲାଗି ବହୁ ବିକଳ୍ପ ରହିବ। ତେବେ ଉପଭୋକ୍ତାଙ୍କୁ ସିଧାସଳଖ ଏହା ଉପଲବ୍ଧ ହେବାର ଅନୁମତି ଦେବ ନା ବ୍ୟାଙ୍କ କିମ୍ବା ବିତ୍ତୀୟ ସେବା ଯୋଗାଣକାରୀ ଅଣବ୍ୟାଙ୍କଗୁଡ଼ିକ ମାଧ୍ୟମରେ ସିବିଡିସି ଓ୍ବାଲେଟ ଯୋଗାଇ ଦେଉଥିବା ଆନ୍ତଃମଧ୍ୟସ୍ଥତା ମଡେଲର ବ୍ୟବହାର କରିବ, ତାହା ଉପରେ ନିଷ୍ପତ୍ତି ନେବା ଆବଶ୍ୟକ। ସିବିଡିସିଗୁଡ଼ିକ କିଭଳି ସମାବେଶୀ ବିତ୍ତୀୟ ଧାରାକୁ ଅଧିକ ତ୍ୱରାନ୍ବିତ କରିବ ସେଥିପାଇଁ ଅଧିକ ଆଲୋଚନା, ଗବେଷଣା ଏବଂ ଯାଞ୍ଚ ଆବଶ୍ୟକ। ସବୁ ବର୍ଗର ଲୋକମାନଙ୍କ ସ୍ବାର୍ଥ ଓ ଆବଶ୍ୟକତାକୁ ନଜରରେ ରଖି ଏକ ମୁକ୍ତ, ପ୍ରତିଯୋଗିତାମୂଳକ ଓ ଉତ୍ତରଦାୟୀ ସମାବେଶୀ ବିତ୍ତୀୟ ବ୍ୟବସ୍ଥା ନିଶ୍ଚିତ କରିବାରେ ସେଣ୍ଟ୍ରାଲ ବ୍ୟାଙ୍କରମାନଙ୍କ ତଥା ଅନ୍ୟ ସାର୍ବଜନୀନ କ୍ଷେତ୍ରର ପ୍ରତିନିଧିମାନଙ୍କର ଦାୟିତ୍ୱ ରହିଛି। ଯଦି ଠିକ୍‌ ଭାବେ ଏହା ଡିଜାଇନ ହୋଇଯାଏ, ତେବେ ସମସ୍ତଙ୍କ ପାଇଁ କାମ କରିବା ଭଳି ଏକ ଡିଜିଟାଲ ବିତ୍ତୀୟ ବ୍ୟବସ୍ଥାକୁ ସହଯୋଗ କରିବାକୁ ସବୁ ସିବିଡିସି ସଙ୍କଳ୍ପ ନେଇ ଆଗେଇ ଚାଲିବେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri