ସମାବେଶୀ ବିତ୍ତୀୟ ବ୍ୟବସ୍ଥା ଓ ଡିଜିଟାଲ ମୁଦ୍ରା

ସାରା ବିଶ୍ୱରେ ସେଣ୍ଟ୍ରାଲ ବା କେନ୍ଦ୍ରୀୟ ବ୍ୟାଙ୍ଗଗୁଡ଼ିକ ସେମାନଙ୍କର ନିଜସ୍ବ ଡିଜିଟାଲ ମୁଦ୍ରା ପ୍ରଚଳନ କରିବେ କି ନାହିଁ ସେ ବିଷୟରେ ବିଚାର କରୁଛନ୍ତି। ସମସ୍ତଙ୍କୁ ସବୁ ପ୍ରକାର ବିତ୍ତୀୟ ସେବା ସମାନ ଭାବେ ଉପଲବ୍ଧ କରୁଥିବା ଫାଇନାନ୍‌ସିଆଲ ଇନ୍‌କ୍ଲୁଜନ( ବିତ୍ତୀୟ ସମାବେଶନ)କୁ ବହୁ ସମୟରେ ଏକ ମୁଖ୍ୟ ପ୍ରେରଣା ଭାବେ ଦର୍ଶାଯାଉଥିଲେ ମଧ୍ୟ ଏବେ ସୁଦ୍ଧା ବିଶ୍ୱରେ ବ୍ୟାଙ୍କ ସେବାରୁ ବହୁ ଲୋକ ବଞ୍ଚିତ ହେଉଛନ୍ତି। ଏମାନେ କିଭଳି ଅତ୍ୟାବଶ୍ୟକ ବିତ୍ତୀୟ ସେବା ପାଇପାରିବେ ତାହା ନିଶ୍ଚିତ କରିବାକୁ ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ କରେନ୍ସିଜ୍‌( ସିବିଡିସିଏସ୍‌) ବା କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ ମୁଦ୍ରାଗୁଡ଼ିକ ଉପରେ ବିଚାର କରାଯାଉଛି। ତେବେ ଏଗୁଡ଼ିକୁ କିପରି ରୂପରେଖ ଦିଆଯିବ ଓ ଠିକ୍‌ ଭାବେ ବ୍ୟବହାର କରାଯାଇପାରିବ ,ତାହା ହିଁ ମୁଖ୍ୟ ପ୍ରଶ୍ନ। ବିଶ୍ୱ ବ୍ୟାଙ୍କ ଅନୁଯାୟୀ, ବିଶ୍ୱରେ ଔପଚାରିକ ବିତ୍ତୀୟ ସେକ୍ଟରରୁ ସେବା ପାଉ ନ ଥିତ୍ବା ୧.୭ ବିଲିୟନ ବା ୧୭୦ କୋଟି ବୟସ୍କ ବହୁ ସମୟରେ ବିପଦର ସମ୍ମୁଖୀନ ହୋଇ ବିକଳ୍ପର ସାହାରା ନେବାକୁ ବାଧ୍ୟ ହେଉଛନ୍ତି। ବାସ୍ତବରେ ବିତ୍ତୀୟ ସେବା ଓ ସୁବିଧା ଉପଲବ୍ଧ ନ ହେବା ଯୋଗୁ ଗରିବୀ ବଢେ, ସୁଯୋଗ ସୀମିତ ହୁଏ ଏବଂ କଠିନ ସ୍ଥିତିରେ ଲୋକଙ୍କୁ ସୁରକ୍ଷା ଦେବାରେ ବାଧା ସୃଷ୍ଟି ହୁଏ। ଫାଇନାନ୍‌ସିଆଲ ଇନ୍‌କ୍ଲୁସିଭ ସିଷ୍ଟମ ବା ସମାବେଶୀ ବିତ୍ତୀୟ ବ୍ୟବସ୍ଥାର କାର୍ଯ୍ୟ ଦେଣନେଣରେ ସୀମିତ ରହେ ନାହିଁ। ଏଥିରେ ଲୋକେ ଟଙ୍କା ଟ୍ରାନ୍ସଫର କରିବା ଲାଗି ଏକ ତ୍ୱରିତ, ସୁରକ୍ଷିତ ଏବଂ ଶସ୍ତା ଉପାୟ ଆବଶ୍ୟକ କରନ୍ତି। ତେବେ ଏବେ ସୁଦ୍ଧା ନଗଦ କାରବାରର ସମାବେଶୀ ବ୍ୟବସ୍ଥାରେ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଏଭଳି ଆବଶ୍ୟକତା ପୂରଣ କରିଆସିଛନ୍ତି। କିନ୍ତୁ ଔପଚାରିକ ବିତ୍ତୀୟ ବ୍ୟବସ୍ଥାରୁ ସେବା ପାଉ ନ ଥିବା ଲୋକମାନେ ଉକ୍ତ ବ୍ୟବସ୍ଥାର ବାହାରେ ରହିଯାଉଛନ୍ତି। ଆବଶ୍ୟକ ଡାଟା ଓ ନେଣଦେଣ ଧାରାରୁ ଏମାନେ ବଞ୍ଚିତ ହେଉଛନ୍ତି। ଏମାନଙ୍କୁ ସହଜରେ ବିତ୍ତୀୟ ସେବା ଯୋଗାଇଦେବା ଦରକାର।
ଡିଜିଟାଲ ଏବଂ ମୋବାଇଲ ଟେକ୍‌ନୋଲୋଜିର ବ୍ୟାପକ ଗ୍ରହଣୀୟତା ଯୋଗୁ ନେଣଦେଣର ଦୃଶ୍ୟପଟ ଡିଜିଟାଲ ପେମେଣ୍ଟ ଆଡକୁ ମୁହଁାଉଛି। ମୁଖ୍ୟତଃ, କୋଭିଡ୍‌-୧୯ ମହାମାରୀରେ ଅନ୍‌ଲାଇନ କାରବାର ଗତିଶୀଳ ହେବାରୁ ନଗଦ କାରବାର କମୁଛି। ଏଭଳି ଉନ୍ନତିକୁ ଦେଖିଲେ ଏହା ନିଶ୍ଚିତ ଯେ, ଆମେ ଡିଜିଟାଲକୁ ନେଇ ଦେଖାଯାଇଥିବା ବିରାଟ ମତ ପାର୍ଥକ୍ୟକୁ ଦୂର କରିବାକୁ ଅଣ୍ଟା ଭିଡ଼ିଛୁ। ନୂଆ ସଂସ୍କାରଗୁଡ଼ିକୁ ସନ୍ଧାନ କରିବା ଏବଂ ସମସ୍ତଙ୍କୁ ଡିଜିଟାଲ ମୁଦ୍ରା ଯୋଗାଇଦେବା ପାଇଁ ସବୁ କେନ୍ଦ୍ରୀୟ ବ୍ୟାଙ୍କ ଏବଂ ନୀତିନିର୍ଦ୍ଧାରକମାନଙ୍କ ପାଇଁ ଏବେ ଏକ ସୁଯୋଗ ରହିଛି।
ଔପଚାରିକ ବିତ୍ତୀୟ ସେକ୍ଟରରୁ ସେବା ପାଉ ନ ଥିତ୍ବା ଲୋକମାନେ ସମ୍ମୁଖୀନ ହେଉଥିବା କିଛ ବାଧା ଦୂର କରିବାରେ କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ ମୁଦ୍ରାଗୁଡ଼ିକ ସାହାଯ୍ୟ କରିପାରେ। ପାରମ୍ପରିକ ବିତ୍ତୀୟ ସେବାଗୁଡ଼ିକରେ କାରବାର ଦେୟ, ସର୍ବନିମ୍ନ ଆକାଉଣ୍ଟ ବାଲାନ୍ସ କିମ୍ବା ବୈଧ ପରିଚୟର ପ୍ରମାଣର ଆବଶ୍ୟକତା ରହିଛି। ସିବିଡିସିଏସ୍‌ ଏହି ସବୁ ବାଧା ଦୂର କରିବାରେ ଏକମାତ୍ର ବାଟ ନ ହେଲେ ମଧ୍ୟ ସମାବେଶୀ ପଦ୍ଧତିରେ ସେଗୁଡ଼ିକର ସମାଧାନ ହୋଇପାରିବ। କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ତ୍ୱରିତ ପେମେଣ୍ଟ ସିଷ୍ଟମ ବା ନେଣଦେଣ ବ୍ୟବସ୍ଥା ଆପଣାଇ ଖୁଚୁରା କାରବାରକୁ ଅଧିକ ଉନ୍ନତ କରିବା ଲାଗି ସହଯୋଗ କରୁଛନ୍ତି ଓ ସିବିଡିସିଏସ୍‌ ଏହି ବ୍ୟବସ୍ଥାର ସମ୍ପ୍ରସାରଣରେ ମୁଖ୍ୟ ଭୂମିକା ନେବ। ତ୍ୱରିତ ପେମେଣ୍ଟ ସିଷ୍ଟମ ଏବଂ ସିବିଡିସିଏସ୍‌ କମ୍‌ ମୂଲ୍ୟରେ ନୂଆ ସେବା ଯୋଗାଇ ଦେବାରେ ଯୋଗାଣକାରୀଙ୍କ ମଧ୍ୟରେ ପ୍ରତିଯୋଗିତା ବଢ଼ାଇବ। ଫଳରେ ଲୋକମାନେ ବ୍ୟାପକ ସୁବିଧା ସୁଯୋଗ ପାଇପାରିବେ। ସିବିଡିସିଗୁଡ଼ିକରେ କେନ୍ଦ୍ରୀୟ ବ୍ୟାଙ୍କରେ ଆର୍ଥିକ ସୁରକ୍ଷା , ସମ୍ପୂର୍ଣ୍ଣତା, ବିନିମୟତା ଏବଂ ସତ୍ୟତା ରହିବ। ଦେଶ ଭିତରେ ଏବଂ ବାହାରେ ପେମେଣ୍ଟ ସିଷ୍ଟମଗୁଡ଼ିକୁ ଯୋଡ଼ି ସେଥିରେ ଉନ୍ନତି ଆଣିବାରେ ଏକ ଏହାର ଢେର କ୍ଷମତା ରହିଛି। ଏଣୁ ସୀମିତ ଆଥିର୍ର୍କ ଭିତ୍ତିଭୂମି ଥିବା ଦେଶଗୁଡ଼ିକୁ ସିଧାସଳଖ ସିବିଡିସି ବ୍ୟବସ୍ଥାକୁ ଲମ୍ଫ ପ୍ରଦାନ କରିବେ। ଏକ ସମାବେଶୀ, ସୁରକ୍ଷିତ ଏବଂ ପ୍ରଭାବଶାଳୀ ପେମେଣ୍ଟ ସିଷ୍ଟମ ସହ ଦେଶଗୁଡ଼ିକୁ ଯୋଗ କରିବାରେ ଏହା ମଧ୍ୟ ଏକ ସୁଯୋଗ ସୃଷ୍ଟି କରିବ।
ସାମାଜିକ ନୀତିଗୁଡ଼ିକ ପାଇଁ ମଧ୍ୟ ଲାଭ ରହିଛି। ନିମ୍ନ ଆୟ ବର୍ଗର ପରିବାରଗୁଡ଼ିକୁ ଆର୍ଥିକ ସହଯୋଗ ଯୋଗାଇ ଦେବା ଲାଗି ସରକାର ସିବିଡିସିଏସ୍‌କୁ ଉପଯୋଗ କରିପାରିବେ। ଦୀର୍ଘମିଆଦୀ ବ୍ୟାଙ୍କ ସେବାକୁ ଦୃଢ କରିବା ସହ ଅନ୍ୟ ବିତ୍ତୀୟ ସେବାର ଦ୍ୱାର ଉନ୍ମୁକ୍ତ କରିବାରେ ସିବିଡିସିଏସ୍‌ ଭୂମିକା ନେବ। ଏହି ସବୁ ଲାଭ ପାଇବାକୁ ହେଲେ ନିମ୍ନ ମାନର ବିତ୍ତୀୟ ଏବଂ ଡିଜିଟାଲ ଜ୍ଞାନ, ସଞ୍ଚାଳନଗତ ଆହ୍ବାନ ସହ ସାଇବର ସୁରକ୍ଷାରେ ଥିବା ଜଟିଳ ସମସ୍ୟା ଓ ସଙ୍କଟର ସମାଧାନ କରିବାକୁ ପଡ଼ିବ। ଏଥିଲାଗି ଯେ କୌଣସି ସିବିଡିସି ସେବା ପାଇଁ ନୀତିଗତ ସଂସ୍କାରର ସହଯୋଗ ଓ ସୁରକ୍ଷା ଦରକାର। ସେଣ୍ଟ୍ରାଲ ବ୍ୟାଙ୍କଗୁଡ଼ିକ ସିବିଡିସି ପ୍ରସ୍ତୁତ କରିବା ଉପରେ ବିଚାର କରିବା ଉଚିତ। ଏହାକୁ ଏଭଳି ସ୍ତରରେ ଲାଗୁ କରାଯିବା ଦରକାର ଯେଉଁଥିରେ ବିତ୍ତୀୟ ସେବା ଯୋଗାଣକାରୀଙ୍କ ସହ ତଥ୍ୟ ଦେଣନେଣ ଓ ଶେୟାର ବ୍ୟବସ୍ଥା ଲୋକମାନଙ୍କ ନିୟନ୍ତ୍ରଣରେ ରହୁଥିବ। ଏହା ଦ୍ୱାରା ତଥ୍ୟ ଗୋପନୀୟତାକୁ ନେଇ ବଢୁଥିବା ଚିନ୍ତାକୁ ସିବିଡିସି ବ୍ୟବସ୍ଥାରେ ଦୂର କରାଯାଇପାରିବ। ବ୍ୟକ୍ତିଗତ ତଥ୍ୟ ସୁରକ୍ଷିତ ରଖାଯାଇ ଏଭଳି ଚିନ୍ତାରୁ ଲୋକମାନଙ୍କୁ ମୁକ୍ତ ରଖାଯାଇପାରିବ।
ସେଣ୍ଟ୍ରାଲ ବ୍ୟାଙ୍କଗୁଡ଼ିକର ଡିଜିଟାଲ ମୁଦ୍ରା କାରବାରରେ ବ୍ୟକ୍ତିିଗତ ସୁରକ୍ଷା ଏବଂ ସ୍ବଚ୍ଛତାରେ ସମନ୍ବୟର ରକ୍ଷା କରିବା , ସମାବେଶୀ ବିତ୍ତୀୟ ସୁବିଧା ଓ ସ୍ବଚ୍ଛତା ନିଶ୍ଚିତ କରିବା ଲାଗି ବହୁ ବିକଳ୍ପ ରହିବ। ତେବେ ଉପଭୋକ୍ତାଙ୍କୁ ସିଧାସଳଖ ଏହା ଉପଲବ୍ଧ ହେବାର ଅନୁମତି ଦେବ ନା ବ୍ୟାଙ୍କ କିମ୍ବା ବିତ୍ତୀୟ ସେବା ଯୋଗାଣକାରୀ ଅଣବ୍ୟାଙ୍କଗୁଡ଼ିକ ମାଧ୍ୟମରେ ସିବିଡିସି ଓ୍ବାଲେଟ ଯୋଗାଇ ଦେଉଥିବା ଆନ୍ତଃମଧ୍ୟସ୍ଥତା ମଡେଲର ବ୍ୟବହାର କରିବ, ତାହା ଉପରେ ନିଷ୍ପତ୍ତି ନେବା ଆବଶ୍ୟକ। ସିବିଡିସିଗୁଡ଼ିକ କିଭଳି ସମାବେଶୀ ବିତ୍ତୀୟ ଧାରାକୁ ଅଧିକ ତ୍ୱରାନ୍ବିତ କରିବ ସେଥିପାଇଁ ଅଧିକ ଆଲୋଚନା, ଗବେଷଣା ଏବଂ ଯାଞ୍ଚ ଆବଶ୍ୟକ। ସବୁ ବର୍ଗର ଲୋକମାନଙ୍କ ସ୍ବାର୍ଥ ଓ ଆବଶ୍ୟକତାକୁ ନଜରରେ ରଖି ଏକ ମୁକ୍ତ, ପ୍ରତିଯୋଗିତାମୂଳକ ଓ ଉତ୍ତରଦାୟୀ ସମାବେଶୀ ବିତ୍ତୀୟ ବ୍ୟବସ୍ଥା ନିଶ୍ଚିତ କରିବାରେ ସେଣ୍ଟ୍ରାଲ ବ୍ୟାଙ୍କରମାନଙ୍କ ତଥା ଅନ୍ୟ ସାର୍ବଜନୀନ କ୍ଷେତ୍ରର ପ୍ରତିନିଧିମାନଙ୍କର ଦାୟିତ୍ୱ ରହିଛି। ଯଦି ଠିକ୍‌ ଭାବେ ଏହା ଡିଜାଇନ ହୋଇଯାଏ, ତେବେ ସମସ୍ତଙ୍କ ପାଇଁ କାମ କରିବା ଭଳି ଏକ ଡିଜିଟାଲ ବିତ୍ତୀୟ ବ୍ୟବସ୍ଥାକୁ ସହଯୋଗ କରିବାକୁ ସବୁ ସିବିଡିସି ସଙ୍କଳ୍ପ ନେଇ ଆଗେଇ ଚାଲିବେ।


Enter your email to get our daily news in your inbox.

All Right Reserved By Dharitri.Com

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri