ଏଇ ଭାରତରେ

ନ୍ୟାୟିକ ବ୍ୟବସ୍ଥାରେ ଡ୍ରେସ୍‌ କୋଡ୍‌ର ଗୁରୁତ୍ୱ କେତେ ଅଛି ତାହା ସ୍ପଷ୍ଟ ହୋଇଛି ଗୁଆହାଟୀ ହାଇକୋର୍ଟରେ। କୋର୍ଟ ପରିସରରେ ଜଣେ ଆବେଦନକାରୀଙ୍କ ଆଇନଜୀବୀ ଜିନ୍ସ ପିନ୍ଧିଥିବାରୁ ଗୁଆହାଟୀ ହାଇକୋର୍ଟ ଏକ ମାମଲାର ଶୁଣାଣି ସ୍ଥଗିତ ରଖିଛନ୍ତି। କେବଳ ଏତିକି ନୁହେଁ, ତାଙ୍କୁ ହାଇକୋର୍ଟ ପରିସରରୁ ବାହାରକୁ ପଠାଇବାକୁ ବିଚାରପତି ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶରେ ଦର୍ଶାଯାଇଛି ଯେ ଆବେଦନକାରୀଙ୍କ ଆଇନଜୀବୀ ବି.କେ. ମହାଜନ ଜିନ୍ସ ପିନ୍ଧିଥିଲେ। ଉଲ୍ଲେଖଯୋଗ୍ୟ ଯେ ନ୍ୟାୟିକ ବ୍ୟବସ୍ଥା ସହିତ ଜଡ଼ିତ ଲୋକଙ୍କୁ ସେମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ଡ୍ରେସ୍‌ କୋଡ୍‌ ଅନୁସରଣ କରିବାକୁ ପଡ଼ିଥାଏ। ଆଇନଜୀବୀମାନଙ୍କର ଡ୍ରେସ୍‌ କୋଡ୍‌ ଆଡ୍‌ଭୋକେଟ ଆକ୍ଟ ୧୯୬୧ ଅଧୀନରେ ଆସିଥାଏ, ଯାହା ବାର୍‌ କାଉନ୍‌ସିଲ ଅଫ୍‌ ଇଣ୍ଡିଆର ନିୟମ ଦ୍ୱାରା ପରିଚାଳିତ ହୋଇଥାଏ। ଡ୍ରେସ୍‌ କୋଡ୍‌ ଅନୁଯାୟୀ ଆଇନଜୀବୀଙ୍କ ପାଇଁ ଧଳା ଶାର୍ଟ, ଧଳା ନେକ୍‌ଟାଇ ଏବଂ କଳା କୋଟ୍‌ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଏତେବେ ଗୁଆହାଟୀ ହାଇକୋର୍ଟରେ ମହାଜନ ଏହାର ବ୍ୟତିକ୍ରମ କରିଥିବାରୁ ବିଚାରପତିଙ୍କ ଦ୍ୱାରା ଅପଦସ୍ଥ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

ଆସନ୍ତାକାଲି କିଏ ଦେଖିଛି

ଗତ କିଛିବର୍ଷ ହେବ ଶାସକଶ୍ରେଣୀ ତରଫରରୁ ପ୍ରତି ମୁହୂର୍ତ୍ତରେ ପ୍ରଚାର କରାଯାଉଛି ଯେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ଏବଂ ୨୦୩୬ରେ ଓଡ଼ିଶା ବିକଶିତ ରାଜ୍ୟ ହେବ।…

ସମ୍ଭାବ୍ୟ ଶାନ୍ତି

ଶେଷରେ ଇରାନ ସହ ଆମେରିକା-ଇସ୍ରାଏଲର ଯୁଦ୍ଧ ମଧ୍ୟରେ ସବୁଠାରୁ ବଡ଼ ପ୍ରତୀକ୍ଷିତ କୂଟନୈତିକ ସଫଳତା ମିଳିଛି, ଯେଉଁଥିରେ ଆମେରିକା ଏବଂ ଇରାନ ସେମାନଙ୍କ ଅସ୍ତ୍ରବିରତିକୁ ୬୦ ଦିନ…

ଏଇ ଭାରତରେ

ସବୁଜ ଶକ୍ତି ଜୀବନର ଆଧାର ବୋଲି ଉପଲବ୍ଧି କରିଛନ୍ତି ବ୍ୟାଙ୍କର ରାଜଶ୍ରୀ ନାମ୍ବିୟାର। ସେ ଇକୋଫାଇ ଷ୍ଟାର୍ଟଅପ୍‌ର ସହପ୍ରତିଷ୍ଠାତା ଭାବେ ଦୁଇ କିମ୍ବା ତିନି ଚକିଆ ବିଦ୍ୟୁତ୍‌ଚାଳିତ…

ତଥ୍ୟର କୋଳାହଳରେ କାହାଣୀ

ଜିର ସମୟକୁ ଯଦି ‘ଡାଟା’ ବା ‘ତଥ୍ୟ’ର ଯୁଗ ବୋଲି କୁହାଯାଏ, ତାହା ଭୁଲ ହେବ ନାହିଁ। ପ୍ରତି ମୁହୂର୍ତ୍ତରେ ଯେତେ ତଥ୍ୟ ସୃଷ୍ଟି ହେଉଛି, ସବୁକୁ…

ଉତ୍ତରଦାୟିତ୍ୱକୁ ଉପେକ୍ଷା

ସବୁଠି ଆଲୋଚନା ହେଉଛି ମଣିଷ ନିକଟରେ ନୈତିକ ମୂଲ୍ୟବୋଧ ଆଉ ଦେଖିବାକୁ ମିଳୁନାହିଁ। କିନ୍ତୁ ବିଚିତ୍ର କଥା ହେଉଛି ନୈତିକତା ସପକ୍ଷରେ ସଭିଏଁ କହୁଛନ୍ତିି, କେହି ଜଣେ…

ଫାଇଲ ଗାଏବ

ଓଡ଼ିଶାରେ ଗତ ସପ୍ତାହର ଏକ ଖବର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହେବା କଥା। ଦୁଇଟି ଘଟଣା ଖୋଦ୍‌ ସରକାରଙ୍କ ଦ୍ୱାରା ଲୋକଲୋଚନକୁ ଅଣାଗଲା। ରାଜ୍ୟ ସରକାରଙ୍କ ଗୃହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri