୪ ଘଣ୍ଟାରୁ କମ୍‌ ସମୟ ଅଫିସରେ ରହିଲେ ଛୁଟି ପଡ଼ିବ

ଭୁବନେଶ୍ୱର,୩୧।୭(ଅନିଲ ଦାସ): ଅର୍ଥ ବିଭାଗ କର୍ମଚାରୀ ମନଇଚ୍ଛା ଅଫିସକୁ ଆସିପାରିବେ ନାହିଁ କିମ୍ବା ଡ୍ୟୁଟିରେ ଖିଲାପ କରିପାରିବେ ନାହିଁ। ଏନେଇ ବିଭାଗ ପକ୍ଷରୁ ମଙ୍ଗଳବାର କର୍ମଚାରୀଙ୍କ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି। କର୍ମଚାରୀଙ୍କୁ ଅତି କମ୍‌ରେ ସାଢେ ୭ ଘଣ୍ଟା କାମ କରିବାକୁ ପଡ଼ିବ। ୪ ଘଣ୍ଟାରୁ କମ୍‌ ସମୟ ଅଫିସରେ କାମ କରିଥିଲେ ସେଦିନ ଅନୁପସ୍ଥିତ ବୋଲି ଧରାଯିବ। ସେହିପରି ୪ ଘଣ୍ଟାରୁ ଅଧିକ ସାଢେ ୭ଘଣ୍ଟାରୁ କମ୍‌ ହେଲେ ହାପ୍‌ ଡେ’ ବୋଲି ଧରାଯିବ। କର୍ମଚାରୀମାନେ ଆସିବା ଓ ଯିବା ସମୟ ବାୟୋମେଟ୍ରିକରେ ସୂଚିତ କରିବେ। ଅର୍ଥାତ କେତେବେଳେ ଅଫିସରୁ ବାହାରକୁ ଯିବେ, କେତେବେଳେ ଆସିବେ ସେ ସବୁ ବାୟୋମେଟ୍ରିକରେ ସୂଚିତ କରିବାକୁ ପଡ଼ିବ। ବାହାରିବା ସମୟ ସୂଚିତ ନ ଥିଲେ ଅନୁପସ୍ଥିତ ଧରାଯିବ। ଦିନ ୧୦ଟା ସୁଦ୍ଧା କର୍ମଚାରୀ ଅଫିସରେ ଉପସ୍ଥିତ ରହିବେ। ଅଫିସରେ ପହଞ୍ଚିବାକୁ ଅଧଘଣ୍ଟା କୋହଳ ମିଳିବ। ଏହା ସବୁବେଳେ ଲାଗୁ ହେବନି। କେବଳ ଜରୁରୀ ପରିସ୍ଥିତିରେ ଅଧଘଣ୍ଟା କୋହଳ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

୯ ତାରିଖ ସକାଳ ବଙ୍ଗଳାର ଶପଥ ଗ୍ରହଣ, ସଂଧ୍ୟାରେ ଅଭିଯୁକ୍ତର ଏନ୍‌କାଉଣ୍ଟର…

କୋଲକାତା,୭।୫:  ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲାରେ ଅବସ୍ଥିତ ମଧ୍ୟମଗ୍ରାମରେ, ଭାଜପା ନେତା ଶୁଭେନ୍ଦୁ ଅଧିକାରୀଙ୍କ ପିଏ ଚନ୍ଦ୍ରନାଥ ରଥଙ୍କ ହତ୍ୟା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି…

ଦାରିଙ୍ଗବାଡିରେ ଚାଞ୍ଚଲ୍ୟ: ଦିନ ଦ୍ୱିପ୍ରହରରେ ଭାଇକୁ ହତ୍ୟା କଲେ ଭାଇ

ଦାରିଙ୍ଗବାଡି, ୭।୮ (ଅରୁଣ ସାହୁ):ଜମି ବିବାଦ ନେଲା ଜୀବନ ମାତ୍ର କିଛି ଗୁଣ୍ଠ ଚାଷ ଜମି ପାଇଁ ବଡ଼ ଭାଇ ଜଣଙ୍କ ସାନ ଭାଇକୁ ଜୀବନରେ ମାରିଦେବାକୁ…

ମାତ୍ର ୩୬ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଲେ ଏହି ଭାରତୀୟ କ୍ରିକେଟର୍‌ : ଖେଳିଥିଲେ IPL

ଚଣ୍ଡିଗଡ,୭।୫: ପୂର୍ବତନ ପଞ୍ଜାବ କ୍ରିକେଟର ଅମନପ୍ରୀତ ସିଂହ ଗିଲଙ୍କ ୩୬ ବର୍ଷ ବୟସରେ ଚଣ୍ଡିଗଡ଼ରେ ପରଲୋକ ଘଟିଛି। ତାଙ୍କ ମୃତ୍ୟୁ ଘରୋଇ କ୍ରିକେଟ ଜଗତରେ ଶୋକର ଛାୟା…

ଆଜିଠୁ ଗଞ୍ଜାମରେ ୭ମ ରାଜ୍ୟସ୍ତରୀୟ ଓ୍ବାକୋ ଓଡ଼ିଶା କିକ୍‌ ବକ୍ସିଂ ଚାମ୍ପିୟନଶିପ୍‌

ଗଞ୍ଜାମ,୭ା୫(ଅଖିଳ ତରାଇ): ଗଞ୍ଜାମ ସହରସ୍ଥିତ ବିଜୁ ପଟ୍ଟନାୟକ ବହୁମୁଖୀ ଇନ୍‌ଡୋର୍‌ ଷ୍ଟାଡିୟମରେ ଆସନ୍ତା ମେ’ ୭ରୁ ୭ମ ଓ୍ବାକୋ ଓଡ଼ିଶା ଷ୍ଟେଟ୍‌ କିକ୍‌ ବକ୍ସିଂ ଚାମ୍ପିୟନଶିପ୍‌ ଆରମ୍ଭ…

ଗାଁରେ ପଶି ମହିଳାଙ୍କ ଉପରେ ଆକ୍ରମଣ କଲା ଭାଲୁ, ଆଖି ତାଡି….

ଉଦଳା,୭।୫(ସନ୍ତୋଷ କୁମାର ବାଚ୍ଛିନୀ): ଭାଲୁ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଛନ୍ତି । ଉଦଳା ବନାଞ୍ଚଳ କୁଶଳଦା ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି । ଭାଲୁଟି…

ଦିଦି ହଟିଲେ, ଏବେ ‘ଧାମ’ ହଟିବାକୁ ନେଇ ଚର୍ଚ୍ଚା

ପୁରୀ, ୭ା୫(ମନୋଜ କୁମାର ଦଳାଇ):ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ସରକାରର ପତନ ଘଟିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ରାଜନୀତି କରିବା ତାଙ୍କୁ ମହଙ୍ଗା ପଡ଼ିଛି ବୋଲି ଚର୍ଚ୍ଚା ହେଉଛି।…

ଏ-୧ ଗ୍ରେଡ୍‌ରେ ପାସ୍‌ କରିଥିବା ଛାତ୍ରଙ୍କୁ ଭେଟି ଆଶୀର୍ବାଦ ଦେଲେ ପ୍ରଧାନଶିକ୍ଷକ, କହିଲେ ଜଣେ ଦକ୍ଷ ଛାତ୍ର ଭାବେ…

କେସିଙ୍ଗା,୭ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ଜବାହରଉଚ୍ଚ ବିଦ୍ୟପୀଠ, ବାଲସି (କ)ର ଛାତ୍ର ଚଳିତ ଶିକ୍ଷାବର୍ଷର ବୋର୍ଡ ପରୀକ୍ଷାରେ ଏ-୧ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇ ଥିବାରୁ…

ବଲାଙ୍ଗୀର ପାଟଣାଗଡ଼ ବ୍ଲକ୍ ଅଫିସରେ ଅଭାବନୀୟ ଘଟଣା, ଝାମ୍ପିନେଇ ଫାଇଲ୍ ଚିରିଦେଲେ ଚେୟାରମ୍ୟାନ୍

ବଲାଙ୍ଗୀର,୭।୫(ସୁନିଲ କୁମାର ମହାନ୍ତି): ବ୍ଲକ ଅଫିସ ଭିତରେ ଫାଇଲ ଚିରିଦେଲେ ଚେୟାରମ୍ୟାନ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବୁଧବାର ବଲାଙ୍ଗୀର ଜିଲା ପାଟଣାଗଡ ବ୍ଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri