ଆଦର୍ଶ ବିଦ୍ୟାଳୟରେ ଖାଦ୍ୟ ମାନ ଯାଞ୍ଚ

କୋଟଗଡ,୧୭ା୯(ଡି.ଏନ.ଏ.): କନ୍ଧମାଳ ଜିଲାପାଳ ଆଶିଷ ଈଶ୍ୱର ପାଟିଲ ଗୁରୁବାର କୋଟଗଡ଼ ଗସ୍ତ କରି ବ୍ଲକରେ ପହଞ୍ଚି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। କୋଟଗଡ଼ ବ୍ଲକର ସମସ୍ତ ବିଭାଗ କାର୍ଯ୍ୟକ୍ରମ ସମୀକ୍ଷା ସହ ବିଭିନ୍ନ ନଥିପତ୍ର ଯାଞ୍ଚ କରିବା ଦେଖିବାକୁ ମିଳିଛି। ଯାଞ୍ଚ ପରେ ସେ କୋଟଗଡ଼ ଓଡ଼ିଶା ଆଦର୍ଶ ବିଦ୍ୟାଳୟକୁ ଯାଇ ମଧ୍ୟାହ୍ନ ଭୋଜନର ମାନ ଦେଖିଥିଲେ ଓ ଛାତ୍ର ଛାତ୍ରୀଙ୍କ ପାଠପଢା ଉପରେ ପଚାରି ବୁଝିଥିଲେ। ପରେ ହଷ୍ଟେଲ କୋଠା ନିରୀକ୍ଷଣ କରିଥିଲେ। ପରେ ସରକାରୀ ସେବାଶ୍ରମ ନୂଆଗଁା ଯାଇ ସେଠାରେ ବି ମଧ୍ୟାହ୍ନ ଭୋଜନର ମାନ ନିରୀକ୍ଷଣ କରିଥିଲେ। ସେଠାକାର ଛାତ୍ରୀମାନଙ୍କୁ ସଫାସୁତରା ରହିବା, ପରିବେଶ ସଫା ରଖିବା ଓ ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ। କୋଟଗଡ଼କୁ ଜିଲାପାଳଙ୍କ ଏହା ଦ୍ୱିତୀୟ ଗସ୍ତ। ଏହି ଖବର ପାଇ ଦୂରଦୂରାନ୍ତରୁ ସମସ୍ୟା ନେଇ ଆସିଥିବା ଅଞ୍ଚଳବାସୀ ଜିଲାପାଳଙ୍କୁ ଭେଟି ନ ପାରି ନିରାଶରେ ଫେରିଯିବା ଦେଖିବାକୁ ମିଳିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଦାନଗଦୀ ବ୍ଲକରେ ନବମ ପଞ୍ଚାୟତ ସମିତି ବୈଠକ

କଳିଙ୍ଗନଗର,୫ା୧୦(ଡି.ଏନ୍‌.ଏ.): ଦାନଗଦୀ ବ୍ଲକ ସଭାଗୃହଠାରେ ଶୁକ୍ରବାର ନବମ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା ଲୋପାମୁଦ୍ରା ନାୟକଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ ହୋଇଥିଲା।...

ଦେଶ ପାଇଁ ଆଣିଲେ ଗୌରବ

ବାଲେଶ୍ୱର ଅଫିସ, ୬।୩: ବାଲେଶ୍ୱର ରେମୁଣା ଥାନା ମନ୍ଦାରପୁର ପଞ୍ଚାୟତ ଜଗନ୍ନାଥପୁର ଗ୍ରାମର ୨୨ବର୍ଷୀୟା ପଦ୍ମାବତୀ ସିଂ ଭାରତୀୟ ଟେନିସ୍‌ କ୍ରିକେଟ ଟିମ୍‌ରେ ସାମିଲ ହୋଇ ଦେଶ,...

ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଅଚଳ

ବଇଣ୍ଡା,୪।୬(ଡି.ଏନ.ଏ.)ଅନୁଗୋଳ ଜିଲା କିଶୋରନଗର ବ୍ଲକ ହଣ୍ଡପା ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ରୋଗୀ ତଥା ବାଟୋଇଙ୍କୁ ଥଣ୍ଡା ପାନୀୟ ଜଳ ଯୋଗାଇ ଦେବା ପାଇଁ ସରକାର ଏକ ଥଣ୍ଡା...

ବରଗଡ଼ କ୍ୟାନସର ହସ୍ପିିଟାଲ ନିର୍ମାଣ ପାଇଁ ମିଳିଲା ଅନୁମୋଦନ

ବରଗଡ଼ ଅଫିସ,୧୬।୪: ବରଗଡ଼ କ୍ୟାନସର ହସ୍ପିଟାଲ ନିର୍ମାଣ ପାଇଁ ଶୁକ୍ରବାର ପ୍ରଶାସନିକ ଅନୁମୋଦନ ମିଳିଛି। ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପତ୍ରସଂଖ୍ୟା-...

ଲୋକାଭିମୁଖୀ ହେବ ଶ୍ରୀଜଗନ୍ନାଥ ସଂସ୍କୃତି

ପୁରୀ ଅଫିସ, ୭ା୯: ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଅଭିଯାନ ଆରମ୍ଭ ହୋଇଛି। ଏଥିଲାଗି ଶୁକ୍ରବାର ଶ୍ରୀନଅରରେ ଶ୍ରୀଜଗନ୍ନାଥ ତତ୍ତ୍ବ ଗବେଷଣା ପ୍ରକାଶନ ଓ...

ବାରବାଟୀରେ ଖେଳାଯିବ ଟି-ଟ୍ବେଣ୍ଟି!

କଟକ ଅଫିସ,୪।୨: ଆସନ୍ତା ଜୁନ୍‌ରେ ବାରବାଟୀରେ ଦକ୍ଷିଣ ଆଫ୍ରିକା-ଭାରତ ଟି-ଟ୍ବେଣ୍ଟି ମ୍ୟାଚ୍‌ ଖେଳାଯିବ। ତେବେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ସହ ବାରବାଟୀରେ ମ୍ୟାଚ କରାଇବା...

ଯୁକ୍ତ ୨ ପରୀକ୍ଷାଫଳ ପ୍ରକାଶିତ: ବାଣିଜ୍ୟରେ ବିଶ୍ୱଜିତ୍‌ ମୁଖୀ ଜିଲା ଟପ୍ପର

ବାଲିଗୁଡ଼ା,୨୨ା୬ (ଡି.ଏନ୍‌.ଏ.): ଚଳିତବର୍ଷ ଯୁକ୍ତ ୨ ବାଣିଜ୍ୟ ବିଭାଗ ପରୀକ୍ଷାଫଳ ଶୁକ୍ରବାର ପ୍ରକାଶ ପାଇଛି। ଏଥିରେ କନ୍ଧମାଳ ଜିଲା ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟ ଛାତ୍ର ବିଶ୍ୱଜିତ୍‌...

୨ ହଜାର ଲାଞ୍ଚ ନେଇ ଧରାପଡ଼ିଲେ ଜିଆର୍‌ଏସ୍‌

ପାଟଣା,୩୦ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ବୁଢ଼ିକାପୁଡ଼ି ପଞ୍ଚାୟତର ଜିଆର୍‌ଏସ୍‌(ଗ୍ରାମ ରୋଜଗାର ସେବକ) ନିରାକର ମହାନ୍ତ ଗୁରୁବାର ରାତିରେ ୨ ହଜାର ଟଙ୍କା ଲାଞ୍ଚ ନେଉଥିବା...

Advertisement
Archives

Model This Week