ଶ୍ରୀମନ୍ଦିରରେ ଯାଞ୍ଚ ସରିଲା: ଗର୍ଭଗୃହ କାନ୍ଥରେ ଧଳା ଆସ୍ତରଣ

ପୁରୀ ଅଫିସ,୨୬।୬: ଗର୍ଭଗୃହରେ ମଇଶ୍ଚର ହୋଇଛି। କାନ୍ଥରେ ଫିମ୍ପି ଭଳି ଧଳାର ଆସ୍ତରଣ ଜମିଯାଇଛି। ଏହାକୁ ସଫା କରାଯାଇ ରାସାୟନିକ ପ୍ରଲେପ ଦିଆଯିବ। ରୋଷଘର, ଭୋଗମଣ୍ଡପର ଚଟାଣ କାମ ହେବ। ନାଟମଣ୍ଡପ ଚଟାଣର କେତେକ ପଥର ନଷ୍ଟ ହୋଇଯାଇଛି। ତାହାକୁ ପରିବର୍ତ୍ତନ କରାଯିବ। ଏତଦ୍‌ବ୍ୟତୀତ ନାଟମଣ୍ଡପର ଉପର ଓ ତଳ ଛାତ ମଧ୍ୟ ମରାମତି ହେବ। ୮ ଦିନ ମଧ୍ୟରେ ଏସବୁ ମରାମତି କାର୍ଯ୍ୟ ସରିବ ବୋଲି କହିଛନ୍ତି ଏଏସ୍‌ଆଇ କୋର କମିଟି ସଦସ୍ୟ ଡ. ଏନ୍‌.ସି. ପାଲ୍‌। ଗୁରୁବାର ଶ୍ରୀମନ୍ଦିର ଗର୍ଭଗୃହ, ନାଟମଣ୍ଡପ, ଜଗମୋହନ, ରୋଷଘର ଏବଂ ଭୋଗମଣ୍ଡପ ଯାଞ୍ଚ ପରେ ଏହି ନିଷ୍ପତ୍ତି ହୋଇଛି।
ଗୁରୁବାର ଯାଞ୍ଚ ହୋଇଛି ଶ୍ରୀମନ୍ଦିର ଗର୍ଭଗୃହ। ଏଥିସହ ନାଟମଣ୍ଡପ, ଜଗମୋହନ, ଭୋଗମଣ୍ଡପ ଏବଂ ରୋଷଶାଳାର ସ୍ଥିତି ମଧ୍ୟ ଅନୁଧ୍ୟାନ କରାଯାଇଛି। ଶ୍ରୀଜଗନ୍ନାଥ ମନ୍ଦିର ବୈଷୟିକ କୋର କମିଟି, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ, ପୂର୍ତ୍ତ ବିଭାଗ ଏବଂ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇର) ବରିଷ୍ଠ ଅଧିକାରୀ ଏବଂ ଇଞ୍ଜିନିୟର ପ୍ରଥମେ ଗର୍ଭଗୃହ ଯାଞ୍ଚ କରିଥିଲେ। କାନ୍ଥରେ ଫିମ୍ଫି ଭଳି ଧଳା ଆସ୍ତରଣ ଜମିଥିବା ବେଳେ ତେଲିଆ ବି ରହିଥିବା ଦେଖିଥିଲେ। ଏହାପରେ ବନ୍ଧା ଯାଇଥିବା ଭାରା ଉପରେ ଚଢି ପ୍ରଥମ ମହଲାକୁ ଯାଇ ସ୍ଥିତି ପରଖିଥିଲେ। ନାଟମଣ୍ଡପ ଗରୁଡ଼ସ୍ତମ୍ବ ସମ୍ମୁଖ ମୁଖ୍ୟ ବିମ୍‌ରେ ଫାଟ ହୋଇଛି। ଏହି ଫାଟର ସ୍ଥିତି ଜାଣିବା ପାଇଁ ସେଠାରେ କ୍ରାକ୍‌ ମିଟର ଲଗାଯାଇଛି। ଫାଟ ମେଲୁଛି ନା ନାହିଁ ତାହାକୁ ଯାଞ୍ଚ କରିଥିଲେ ବିଶେଷଜ୍ଞ। ଏହାର ରିଡିଂକୁ ଦେଖିଥିଲେ। ଜଗମୋହନ ଏବଂ ଭୋଗମଣ୍ଡପ ଚାଳିରେ ଦିଆଯାଇଥିବା ଲୁହା ଫ୍ରେମ୍‌କୁ ବି ଅନୁଧ୍ୟାନ କରିଥିଲେ। ଏହାପରେ ନାଟମଣ୍ଡପ ଚଟାଣର କେତେକ ପଥର ନଷ୍ଟ ହୋଇଥିବା ଦେଖି ଏହାକୁ ପରିବର୍ତ୍ତନ ପାଇଁ କହିଥିଲେ। ସେହିପରି ଭୋଗ ମଣ୍ଡପ ଏବଂ ରୋଷଘର ଚଟାଣ ବୁଲି ଦେଖିଥିଲେ। ଏହି ଯାଞ୍ଚ ପରେ ମନ୍ଦିର ପରିସର ସେବାୟତଙ୍କ ବିଶ୍ରାମ ଗୃହରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କ’ଣ କ’ଣ ମରାମତି କରାଯିବ ସେ ନେଇ ଆଲୋଚନା କରାଯାଇଥିଲା। ବୈଠକରେ ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍‌କ୍ୟୁରି ଏନ୍‌.କେ. ମହାନ୍ତି, ଶ୍ରୀଜଗନ୍ନାଥ ମନ୍ଦିର ବୈଷୟିକ ପରାମର୍ଶଦାତା କମିଟି ସଦସ୍ୟ ଡ. ଏନ୍‌.ସି. ପାଲ, ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ ବି.କେ. ତ୍ରିପାଠୀ, ଆସିଷ୍ଟାଣ୍ଡ ଇଞ୍ଜିନିୟର ଅର୍ଣ୍ଣବ ଦାସ, ବରିଷ୍ଠ ସଂରକ୍ଷଣ ଅଧିକାରୀ ପି. ଶ୍ରୀନିବାସ ରାଓ, କନିଷ୍ଠ ସଂରକ୍ଷଣ ସହାୟକ ଜ୍ୟୋତିରଞ୍ଜନ ପ୍ରଧାନ ପ୍ରମୁଖ ଯାଞ୍ଚ ସମୟରେ ଉପସ୍ଥିତ ଥିଲେ। କରୋନା ଯୋଗୁ ଧାନବାଦର ସିଏମ୍‌ଏଫ୍‌ଆରଆଇରୁ କୌଣସି ବିଶେଷଜ୍ଞ ଆସି ନାହାନ୍ତି। ଫଳରେ ଗର୍ଭଗୃହରେ ବାୟୁ ସଞ୍ଚାଳନ ଅନୁଧ୍ୟାନ ସମ୍ପୂର୍ଣ୍ଣ ହୋଇପାରି ନ ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri