ହାତୀ ଘଉଡ଼ାଇବାକୁ ରାତି ଅନିଦ୍ରା

ଖମାର,୫ା୧୧:  ହାତୀ ଖାଇଯାଉଛନ୍ତି ଧାନ ଫସଲ। ବାର୍‌ହା ମଧ୍ୟ ନଷ୍ଟ କରୁଛନ୍ତି ଚାଷ। ବାରମ୍ବାର ଅଭିଯୋଗ ପରେ ବି ବନ୍ୟଜନ୍ତୁ ଉପଦ୍ରବ ରୋକିପାରୁନି ବନ ବିଭାଗ। ତେଣୁ ନିଜ ଫସଲ ବଞ୍ଚାଇବାକୁ ମଞ୍ଚାରେ ରାତି ଅନିଦ୍ରା ହୋଇ ଜଗି ବସୁଛନ୍ତି ଚାଷୀ। ଏଥିପାଇଁ କେତେବେଳେ କିଏ ହାତୀ ହାବୁଡ଼ରେ ପଡ଼ୁଛନ୍ତି ତ ଆଉ କେବେ ବାର୍‌ହା ଆକ୍ରମଣର ଶିକାର ହେଉଛନ୍ତି। ଅନେକଙ୍କ ଜୀବନ ମଧ୍ୟ ନେଲେଣି ଏହି ବନ୍ୟଜନ୍ତୁ। ତଥାପି ବର୍ଷକର ଦାନା ବଞ୍ଚାଇବାକୁ ଜୀବନକୁ ବାଜି ଲଗାଉଥିବା କହିଛନ୍ତି ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ଖମାର ରେଞ୍ଜ ଅଞ୍ଚଳର ଚାଷୀମାନେ।
ସେମାନଙ୍କ କହିବା ଅନୁଯାୟୀ, ଦେବଗଡ଼ ବନଖଣ୍ଡର ଖମାର ରେଞ୍ଜ ଅଞ୍ଚଳରେ ହାତୀ ଓ ବାର୍‌ହା ଉପଦ୍ରବ ଦିନକୁ ଦିନ ବଢି ଚାଲିଛି। ଏଥିଯୋଗୁ ପ୍ରତିବର୍ଷ ଶତାଧିକ ଏକର ଜମିରେ ଫସଲ ନଷ୍ଟ ହେଉଛି। ଅତୀତରେ ହୋଇଥିବା କ୍ଷତି ଏଯାଏ ସମ୍ପୂର୍ଣ୍ଣ ଭରଣା ହୋଇ ନ ଥିବାବେଳେ ଚଳିତବର୍ଷ ବନ୍ୟଜନ୍ତୁ ଚାଷୀମାନଙ୍କୁ ସର୍ବସ୍ବାନ୍ତ କରିଦେଲେଣି। ବିଶେଷକରି ମହାମାରୀ କରୋନା ପାଇଁ ଅନ୍ୟ ରୋଜଗାର ନ ଥିବାବେଳେ ସର୍ବାଧିକ ଲୋକ ଚାଷ ଉପରେ ନିର୍ଭରଶୀଳ ହୋଇପଡ଼ିଛନ୍ତି। ସହରରେ କର୍ମସଂସ୍ଥାନ ହରାଇ ଖମାର ଅଞ୍ଚଳର ଅନେକ ଲୋକ ଗଁାକୁ ଫେରି ଚାଷକୁ ମୁଖ୍ୟ ଆୟ ଭାବେ ଧରିନେଇଛନ୍ତି। କିନ୍ତୁ ସେମାନଙ୍କ ଆଖି ଆଗରେ ଫସଲ ନଷ୍ଟ ହେଉଥିବା ବେଳେ ବନ ବିଭାଗ ପ୍ରତିକାର ବ୍ୟବସ୍ଥା କରିପାରୁ ନ ଥିବାରୁ ଶଙ୍ଖମୁର, ଖମାର, ବଦସଡ଼ା, ଅଲୋରୀ, ଇଞ୍ଜିଡ଼, କୁଞ୍ଜାମ, ମୁଣ୍ଡୁରିବେଡା ଆଦି ପଞ୍ଚାୟତର ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ସମ୍ପୃକ୍ତ ଅଞ୍ଚଳର ଚାଷୀମାନେ ଫସଲ ରକ୍ଷାପାଇଁ ବିଲରେ ମଞ୍ଚା ବାନ୍ଧି ସେଠାରେ ରାତିରେ ଜଗି ରହୁଛନ୍ତି। ଏହି ଚାଷୀମାନଙ୍କ ମଧ୍ୟରୁ କେତେଜଣ ସାପ କାମୁଡା ଓ ବାର୍‌ହା ଆକ୍ରମଣର ଶିକାର ହୋଇଛନ୍ତି। କେହି କେହି ହାତୀ ହାବୁଡ଼ରେ ପଡ଼ି ଗୁରୁତର ହୋଇଛନ୍ତି। କେତେଜଣଙ୍କ ଜୀବନ ମଧ୍ୟ ଯାଇଛି। କେବଳ ଏତିକିରେ ସେମାନଙ୍କ ସମସ୍ୟା ଶେଷ ହୋଇନାହିଁ। ହାତୀପଲ ଗଁାରେ ପଶି ଘର ଭାଙ୍ଗିବା ସହ ଅମଳ ହୋଇ ରହିଥିବା ଧାନ, ଗହମ, ମୁଗ, ବୁଟ, ବିରି ଆଦି ଖାଇ ନଷ୍ଟ କରୁଛନ୍ତି। ହାତୀ ଉପଦ୍ରବ ରୋକିବାକୁ ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠନ ହୋଇଥିଲେ ମଧ୍ୟ ସେମାନେ ଏ କ୍ଷେତ୍ରରେ ବିଫଳ ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
ବନ ବିଭାଗ ଦାୟୀ
ହାତୀ ଉପଦ୍ରବ ଯୋଗୁ ଚାଷୀ ସର୍ବଦା କ୍ଷୟକ୍ଷତି ଚିନ୍ତାରେ ରହୁଛନ୍ତି। ଜଙ୍ଗଲ ନଷ୍ଟ ହେଉଥିବାରୁ ହାତୀପଲ ଗାଁ ମୁହାଁ ହେଉଛନ୍ତି। ଏଥିପାଇଁ ବନ ବିଭାଗ ଦାୟୀ। ସେମାନଙ୍କ ମନମୁଖି କାର୍ଯ୍ୟ ଯୋଗୁ ଜଙ୍ଗଲର ସୁରକ୍ଷା ହୋଇପାରୁନି। ଏହାର ପ୍ରତିକାର ବ୍ୟବସ୍ଥା ତୁରନ୍ତ କରାଯାଉ।
ସରୋଜ କୁମାର ସାହୁ
-ଜିଲା ପରିଷଦ ସଭ୍ୟ, ପାଲଲହଡ଼ା

ସମସ୍ୟା ନ ସୁଧାରିଲେ ଆନ୍ଦୋଳନ
ଚାଷୀ ଓ ଚାଷର ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଦିନରେ ଜମିରେ ପରିଶ୍ରମ କରି ରାତିରେ ଫସଲ ଜଗିବା ଚାଷୀମାନଙ୍କ ପକ୍ଷେ କଷ୍ଟକର ହୋଇପଡୁଛି। ହାତୀପଲ ବହୁ କ୍ଷୟକ୍ଷତି ଘଟାଉଛନ୍ତି। ସମସ୍ୟା ନ ସୁଧୁରିଲେ ଆନ୍ଦୋଳନ କରାଯିବ।
-ମୀନା ପ୍ରଧାନ, ସିପିଏମ୍‌ ନେତ୍ରୀ

ସବୁ ଅଞ୍ଚଳର ସୁରକ୍ଷା ସମ୍ଭବ ହେଉନି
ବନ ବିଭାଗ ନିକଟରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନ ଥିବାରୁ ସବୁ ଅଞ୍ଚଳକୁ ଦେଖିବା ସମ୍ଭବ ହେଉନାହିଁ। ବର୍ଷକର ଖାଦ୍ୟ ବଞ୍ଚାଇବାକୁ ଚାଷୀମାନେ ଉଦ୍ୟମ ଚଳାଇଛନ୍ତି। ସାଧାରଣ ଲୋକଙ୍କୁ ଲାଇଟ, ବାଣ ଆଦି ଯୋଗାଇବାର କୌଣସି ବ୍ୟବସ୍ଥା ନାହିଁ। ଯେତିକି ସମ୍ଭବ ହେଉଛି ତାହା କରାଯାଉଛି।
-ପ୍ରଦୀପ ଶତପଥୀ,
ଫରେଷ୍ଟର, ଖମାର ରେଞ୍ଜ

ନିଶା ଟାଣି ଆଣୁଛି ହାତୀଙ୍କୁ
ଜଙ୍ଗଲ ପାଖ କେତେକ ଗଁାରେ ମହୁଲି ମଦ ପ୍ରଚୁର ପରିମାଣର ତିଆରି ହେଉଛି। ଫଳରେ ମହୁଲ ପୋଚ ଖାଇବାକୁ ହାତୀପଲ ଅନେକ ସମୟରେ ଜଙ୍ଗଲ ଛାଡ଼ି ଗାଁ ମଧ୍ୟକୁ ପଶିଆସିବା ସହ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି। ତେଣୁ ଏପରି ବେଆଇନ ମଦ ପ୍ରସ୍ତୁତି ଉପରେ ରୋକ୍‌ ଲଗାଯିବା ସହ ହାତୀପଲଙ୍କୁ ମଧ୍ୟ ରୋକାଯାଉ।
-ସୁନୀଲ ସାହୁ, ଖମାର


Enter your email to get our daily news in your inbox.

All Right Reserved By Dharitri.Com

୩୯ ଲୋକ ସଭା, ୨୨୬ ବିଧାନସଭା ପ୍ରାର୍ଥୀଙ୍କ ନାମାଙ୍କନ

ଭୁବନେଶ୍ୱର,୨୭ା୪(ଅନିଲ ଦାସ): ରାଜ୍ୟରେ ମେ’ ୧୩ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକ ସଭା...

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri