ତହସିଲ ପ୍ରଶାସନ, ଥାନା ମଧ୍ୟରେ ଛକାପଞ୍ଝା

ନାଉଗଁା,୧୦ା୯(ସ୍ବ.ପ୍ର.):ନାଉଗଁା ତହସିଲ ଓ ଥାନା ମଧ୍ୟରେ ଛକାପଞ୍ଝା ଚାଲିଛି। ଏହାର ଫାଇଦା ବାଲି ମାଫିଆ ଉଠାଉଛନ୍ତି। ଫଳରେ ରାଜ୍ୟ ସରକାର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ହରାଉଥିବା ନେଇ ସାଧାରଣରେ ଅଭିଯୋଗ ହୋଇଛି।
ନାଉଗାଁ ତହସିଲ ଅଧୀନ ଦେବୀ ନଦୀରେ ତହସିଲ ପକ୍ଷରୁ ୬ ବାଲି ସୈରାତକୁ ନିଲାମ ପ୍ରଦାନ କରାଯାଇଛି। ଉକ୍ତ ସୈରାତ ମଧ୍ୟରେ ଶିଖର, ବଛାଳୋ, ପାଳନ୍ଦି, ଅରଖକୁଦ, ଗଳଦାରୀ ଓ ଏରେଡା ଆଦି ଅନ୍ତର୍ଭୁକ୍ତ। ସୈରାତଗୁଡିକ ନିଲାମ ସରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ବାଲି ସୈରାତରୁ ବାଲି ଉତ୍ତୋଳନ ପାଇଁ ତହସିଲ ପକ୍ଷରୁ ମଞ୍ଜୁରି ଦିଆଯାଇନାହିଁ। ନିଲାମଧାରୀମାନେ କେବଳ ନିଲାମ ପାଇଥିବା ବେଳେ ଆବଶ୍ୟକୀୟ କାଗଜପତ୍ର ଦାଖଲ କରିନାହାନ୍ତି। ସେହିପରି ତହସିଲ ପକ୍ଷରୁ ମଧ୍ୟ କୌଣସି ବାଲି ସୈରାତର ସୀମା ନିର୍ଦ୍ଧାରଣ କରାଯାଇ ନାହିଁ। କିନ୍ତୁ ବାଲି ମାଫିଆ ମାନେ ଦିନ ରାତି ଟ୍ରାକ୍ଟର,ହାଇଓ୍ବା ମମରେ ଶହ ଶହ ଟ୍ରିପ ବାଲି ଲୁଟି ଚାଲିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲେ ଚଢ଼ାଉ ବେଳେ ତହସିଲ ଓ ଥାନା ମଧ୍ୟରେ ସମନ୍ବୟ ରହୁନାହିଁ।
ତହସିଲ କାର୍ଯ୍ୟାଳୟରୁ ମିଳିଥିବା ସୂଚନାନୁସାରେ, ତହସିଲ ପ୍ରଶାସନ ପକ୍ଷରୁ ଚୋରା ବାଲି ଗାଡି ଧରିବାକୁ ଯିବା ସମୟରେ ବାଲି ମାଫିଆମାନେ ନାନା ପ୍ରକାର ଭୟଭୀତ କରାଉଛନ୍ତି। ଏପରିକି ତହସିଲ ପ୍ରଶାସନ ପକ୍ଷରୁ ଚଢ଼ାଉ ବେଳେ ବାଲି ଚୋରା ଚାଲାଣକାରୀମାନେ ଦ୍ରୁତ ଗତିରେ ଆଗରେ ଗାଡି ନେଇ ଚାଲିଯାଉଛନ୍ତି। ବହୁ ସମୟରେ ସେମାନେ ତହସିଲ ଗାଡିକୁ ଆଗକୁ ଯିବାକୁ ଦେଉନାହାନ୍ତି। ମାତ୍ର ଏହି ସମୟରେ ଥାନା ପକ୍ଷରୁ କୌଣସି ସହଯୋଗ ମିଳୁନାହିଁ। ଫଳରେ ବାଲି ମାଫିଆଙ୍କୁ ଧରି ହେଉନାହିଁ ବୋଲି ତହସିଲଦାର ଜେ.କଳ୍ପନା କହିଛନ୍ତି। ଥାନା ପକ୍ଷରୁ ସହଯୋଗ କରିବା ପାଇଁ ସେ (ଚିଠି ନଂ.୧୦୧, ୧୧୩୧, ୧୧୩୪)ରେ ନାଉଗଁା ଥାନାଧିକାରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଏହାର ନକଲ ଜିଲା ଆରକ୍ଷୀ ଅଧୀକ୍ଷକ ଓ ଜିଲାପାଳଙ୍କୁ ଦେଇଥିବା କହିଛନ୍ତି। କିନ୍ତୁ ନାଉଗାଁ ଥାନା ଅଧିକାରୀ ଅଭୟ କୁମାର ବେହେରା ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ତହସିଲ ପକ୍ଷରୁ ସେପରି କୌଣସି ଚିଠି ଆସି ନ ଥିବା ସେ କହିଛନ୍ତି। ବାଲି ଗାଡି ଧରିବା ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କ ଦାୟିତ୍ୱ। ଉଭୟ ଗାଡି ଧରିବାକୁ ଯାଉ ନ ଥିବା ବେଳେ ଜଣେ କିରାଣୀଙ୍କୁ ଗାଡି ଧରା କାର୍ଯ୍ୟରେ ନିୟୋଜିତ କରାଯାଇଛି। ତହସିଲ କାର୍ଯ୍ୟାଳୟ ପକ୍ଷରୁ ଯେଉଁ ସମୟରେ ଡକାଯାଉଛି, ସେ ସମୟରେ ଆମର କୋଣସି କାର୍ଯ୍ୟ ଥିଲେ ଆସୁପାରୁନି। ତେବେ ତହସିଲ ପ୍ରଶାସନ ଗାଡି ଆଣି ଆମ ନିକଟରେ ପହଞ୍ଚାଇଲେ ଥାନା ପକ୍ଷରୁ ହେପାଜତରେ ରଖାଯାଇଥାଏ। ଥାନା ଓ ତହସିଲ ପ୍ରଶାସନ ପରସ୍ପର ମଧ୍ୟରେ ସମନ୍ବୟ ରକ୍ଷା କରି ବାଲିି ମାଫିଆମାନଙ୍କୁ ଧରିବା ପାଇଁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri