ଅସୁରକ୍ଷିତ ଡାକ୍ତର

କୋଲକତାର ଡ. ରାଧାଗୋବିନ୍ଦ କର ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲର ଜଣେ ପିିଜି ଦ୍ୱିତୀୟ ବର୍ଷ ଡାକ୍ତରୀ ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା ଘଟଣାକୁ ନେଇ ଏବେ ସାରା ଦେଶରେ ଆନ୍ଦୋଳନ ଜୋର୍‌ ଧରିଛି। ଅଗଷ୍ଟ ୯ ଶୁକ୍ରବାର ରାତିରେ ପୀଡ଼ିତା ଡ୍ୟୁଟିରେ ଥିଲେ ଏବଂ ଶନିବାର ସକାଳେ ତାଙ୍କ ମୃତଦେହ ମେଡିକାଲ ସେମିନାର ହଲ୍‌ରୁ ମିଳିଥିଲା। ଏହି ଘଟଣା ଉପରେ ପ୍ରତିକ୍ରିୟା ପ୍ରକାଶ କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, ଦରକାର ପଡ଼ିଲେ ଅପରାଧୀଙ୍କୁ ଫାଶୀ ଦିଆଯିବ। ଆସନ୍ତା ରବିବାର ସୁଦ୍ଧା ପୋଲିସ ତଦନ୍ତର ନିଷ୍କର୍ଷରେ ନ ପହଞ୍ଚିଲେ ତାହାକୁ ସିବିଆଇକୁ ହସ୍ତାନ୍ତର କରାଯିବ ବୋଲି ସେ କହିଛନ୍ତି। ଏହି ଘଟଣା ଭାରତବର୍ଷରେ ମହିଳାଙ୍କ ସୁରକ୍ଷା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସାଧାରଣରେ ଚର୍ଚ୍ଚାକୁ ନ ଆସିଲେ ମଧ୍ୟ ପ୍ରତ୍ୟେକ ଦିନ ଏହିଭଳି ଅନେକ ଘଟଣା ଘଟିଯାଉଛି। ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ୧୯୭୩ରେ ମୁମ୍ବାଇର କେଇଏମ୍‌ ହସ୍ପିଟାଲରେ ଜଣେ ଆଟେଣ୍ଡାଣ୍ଟ ୨୫ ବର୍ଷୀୟା ନର୍ସଙ୍କୁ ବଳାତ୍କାର କରିଥିଲେ। ତାଙ୍କ ମସ୍ତିଷ୍କରେ ଆଘାତ ଲାଗିବା ପରେ ସେ ଦୀର୍ଘ ୪୨ ବର୍ଷ ସେହି ହସ୍‌ପିଟାଲର ନର୍ସଙ୍କ ଚିକିତ୍ସାରେ ରହି ୨୦୧୫ରେ ମୃତ୍ୟୁବରଣ କରିଥିଲେ। ଏହା ବ୍ୟତୀତ କେରଳରେ ସେପ୍ଟେମ୍ବର ୨୦୨୦ରେ କୋଭିଡ୍‌ ମହାମାରୀ ସମୟରେ ଆମ୍ବୁଲାନ୍ସରେ ଜଣେ କୋଭିଡ୍‌ ଆକ୍ରାନ୍ତ ମହିଳା ବଳାତ୍କାରର ଶିକାର ହୋଇଥିଲେ। ଅନେକ ସମୟରେ ଦେଶର ବିଭିନ୍ନ ମେଡିକାଲରେ ମହିିଳାଙ୍କ ପ୍ରତି ଅସଦାଚରଣ ଘଟଣା ସାମ୍ନାକୁ ଆସିଛି। ଏସବୁ ପ୍ରମାଣିତ କରୁଛି ଯେ, ମେଡିକାଲଗୁଡ଼ିକ ମଧ୍ୟ ମହିଳାମାନଙ୍କ ପାଇଁ ଅତ୍ୟନ୍ତ ଅସୁରକ୍ଷିତ ସ୍ଥାନ ପାଲଟିଯାଇଛି। ଭାରତରେ ପ୍ରତି ଘଣ୍ଟାରେ ୮୭ ଜଣ ମହିଳା ଯୌନ ନିର୍ଯାତନାର ଶିକାର ହେଉଥିବା ୨୦୨୨ ଏନ୍‌ସିଆର୍‌ବି ରିପୋର୍ଟରେ କୁହାଯାଇଥିଲା। ଏହି ରିପୋର୍ଟ ଏକ ଭୟଙ୍କର ଚିତ୍ର ଦର୍ଶାଉଛି। ତାହାର ପ୍ରତିଫଳନ ପ୍ରାୟ ପ୍ରତିଦିନ ଦେଖିବାକୁ ମିଳୁଛି। କୋଲକାତାର ଆର୍‌.ଜି. ହସ୍ପିଟାଲ ଘଟଣାରେ ସବୁଠାରୁ ଉଦ୍‌ବେଗଜନକ ଦିଗ ହେଲା, ମହିଳା ଜୁନିୟର ଡାକ୍ତର ନିଜ କର୍ମକ୍ଷେତ୍ରରେ ନିୟୋଜିତ ଥିଲାବେଳେ ଆକ୍ରମଣର ଶିକାର ହେଲେ। ସବୁଠାରୁ ବଡ଼ କଥା ହେଲା, ଆର୍‌.ଜି. କର ହସ୍ପିଟାଲରେ ଘଟିଥିବା ମହିଳା ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତ ସଞ୍ଜୟ ରାୟ ହସ୍ପିଟାଲ କର୍ମଚାରୀ ନ ଥାଇ ମଧ୍ୟ କିପରି ବିଳମ୍ବିତ ରାତିରେ ହସ୍ପିଟାଲରେ ରହିପାରୁଥିଲେ। ସୂଚନାଯୋଗ୍ୟ ଯେ, କୋଲକାତା ପୋଲିସର ଜଣେ ସିଭିକ ଭଲ୍ୟୁଣ୍ଟିୟର ଭାବେ ସେ ଅନେକ କ୍ଷେତ୍ରରେ କାର୍ଯ୍ୟ କରିବା ପରେ ତାଙ୍କୁ ଆର୍‌.ଜି. ହସ୍ପିଟାଲରେ ପୋଲିସ ଆଉଟପୋଷ୍ଟରେ ଦାୟିତ୍ୱ ଦିଆଯାଇଥିଲା। ବିଭିନ୍ନ ରିପୋର୍ଟରୁ ଜଣାପଡ଼ିଛି ଯେ, ସେ ଅଧିକାଂଶ ସମୟରେ ନିଜକୁ ପୋଲିସ କର୍ମଚାରୀ ବୋଲି କହି ହସ୍ପିଟାଲରେ ଦଲାଲି କରୁଥିଲେ। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ଏହି ଭଲ୍ୟୁଣ୍ଟିୟରଙ୍କ ଭଳି ଅସ୍ଥାୟୀ ନିଯୁକ୍ତି ପାଇଁ ପୋଲିସ ଦ୍ୱାରା କୌଣସି ବିଧିବଦ୍ଧ ଯାଞ୍ଚ କରାଯାଏ ନାହିଁ। ଏଭଳି ବ୍ୟକ୍ତି ଅନେକ କ୍ଷେତ୍ରରେ ଖାକିିର ମୁଖା ପିନ୍ଧି ସମସ୍ତଙ୍କ ପାଇଁ ବିପଦ ପାଲଟିଯାଆନ୍ତି।
ଅନ୍ୟ ଏକ ଦିଗକୁ ଦେଖିଲେ, ବିଭିନ୍ନ ସମୟରେ ଡାକ୍ତର ଓ ମେଡିକାଲ କର୍ମଚାରୀମାନେ ବି ରୋଗୀଙ୍କ ସମ୍ପର୍କୀୟଙ୍କ ଆକ୍ରୋଶର ଶିକାର ହୋଇଥାନ୍ତି ଏବଂ ଏଭଳି ଘଟଣାରେ କେହି କଠୋର ଦଣ୍ଡରେ ଦଣ୍ଡିତ ହେବା ଦେଖାଯାଏ ନାହିଁ। ଏପରି କ୍ଷେତ୍ରରେ ଡାକ୍ତରଖାନାରେ ସୁରକ୍ଷା ବ୍ୟବସ୍ଥା ଦୃଢ଼ କରାଯିବାର ଆବଶ୍ୟକତା ରହିଛି। କେବଳ ଡାକ୍ତର କିମ୍ବା ନର୍ସ ନୁହନ୍ତି, ମେଡିକାଲରେ ଚିକିତ୍ସିତ ହେଉଥିବା ମହିଳା ରୋଗୀଙ୍କ ସୁରକ୍ଷା ଉପରେ ବି ପ୍ରଶ୍ନ ଉଠୁଛି। କାରଣ ମେଡିକାଲକୁ ବହୁ ଦୂରରୁ ଅନେକ ମହିଳା ଆସି ରୋଗୀଙ୍କ ପାଖରେ ରହୁଛନ୍ତି। ଏହା ବ୍ୟତୀତ ମହିଳା ରୋଗୀ ବି ଚିକିତ୍ସିତ ହେଉଛନ୍ତି। ଅନେକ କ୍ଷେତ୍ରରେ ଦେଖାଯାଏ ରୋଗୀଙ୍କ ପରିବାର ଦୂରରେ ରହୁଥିଲେ ମହିଳା ରୋଗୀ ଜଣକ ପାଖରେ ରାତିରେ ଆଟେଣ୍ଡାଣ୍ଟ ରହିବାକୁ କେହି ନ ଥାନ୍ତି। ଏଭଳି ସ୍ଥିତିରେ ସେମାନଙ୍କ ସୁରକ୍ଷା ସଙ୍କଟରେ ରହୁଛି। ବିଭିନ୍ନ ସଂସ୍ଥା ଦ୍ୱାରା ମେଡିକାଲରେ କରାଯାଉଥିବା ଥାର୍ଡ ପାର୍ଟି ନିଯୁକ୍ତି ଉପରେ ମଧ୍ୟ ଧ୍ୟାନ ଦିଆଯିବା ଦରକାର। ସେମାନଙ୍କ ପରିଚୟ ଓ ଅପରାଧ ପୃଷ୍ଠଭୂମି ଉପରେ ଯାଞ୍ଚ କରାଯିବା ଜରୁରୀ।


Enter your email to get our daily news in your inbox.

All Right Reserved By Dharitri.Com

‘ମୋତେ ଘୋଷାଡି ନେଉଥିବା ପୋଲିସ କହିଲା, ଏ ସରକାରକୁ ହଟାନ୍ତୁ’, ରାହୁଲଙ୍କ ବିସ୍ଫୋରକ ବୟାନ

ନୂଆଦିଲ୍ଲୀ,୨୨।୭: ଲୋକ ସଭାର ବିରୋଧୀ ଦଳ ନେତା , କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ନିଟ୍ (NEET) ପରୀକ୍ଷାରେ ପେପର୍ ଲିକ୍, ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଏବଂ ଶିକ୍ଷା…

CJP ଆନ୍ଦୋଳନରେ ପେଲେଟ୍ ଗନ୍ ଫାୟାରିଂ? ସତ କହିଲା ଦିଲ୍ଲୀ ପୋଲିସ!

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଦିଲ୍ଲୀର ଜନ୍ତର-ମନ୍ତରରୁ ସଂସଦ ମାର୍ଚ୍ଚ ପାଇଁ ଆହ୍ୱାନ ଦିଆଯାଇଥିଲା। ଏହି ସମୟରେ ପୋଲିସ ଏବଂ ପ୍ରଦର୍ଶନକାରୀଙ୍କ…

ହାର୍ଡକୋର ମହିଳା ମାଓବାଦୀ ଅନିତା କିସ୍କୁଙ୍କ ଆତ୍ମସମର୍ପଣ

କୋଇଡ଼ା, ୨୨।୭: ମାଓବାଦୀ ସଂଗଠନ ପାଇଁ ଏକ ବଡ଼ ଝଟକା ସୃଷ୍ଟି କରି ହାର୍ଡକୋର ମହିଳା ମାଓବାଦୀ ଅନିତା କିସ୍କୁ ଝାଡ଼ଖଣ୍ଡରେ ସୁରକ୍ଷା ବାହିନୀ ନିକଟରେ ଆତ୍ମସମର୍ପଣ…

ବିସ୍ଥାପନ ପାଇଁ ଦ୍ୱିତୀୟ ଦିନରେ କୁମିଆପାଲିରେ ପହଞ୍ଚିଲା ପ୍ରଶାସନ: ତାତିଲେ ଆଦିବାସୀ, ଧନୁତୀର ଧରି…

ବଲାଙ୍ଗୀର,୨୨ା୭(ସୁନିଲ କୁମାର ମହାନ୍ତି): ବୁଧବାର ଦ୍ୱିତୀୟ ଦିନରେ ଲୋୟର ସୁକତେଲ ଡ୍ୟାମ ପ୍ରଭାବିତ କୁମିଆପାଲି ଗାଁରେ ବିସ୍ଥାପନ ପ୍ରକ୍ରିୟା ଆରମ୍ଭ କରିବାକୁ ଜିଲା ପ୍ରଶାସନର ଟିମ୍‌ ପହଞ୍ଚିଥିଲା।…

CJP ଆନ୍ଦୋଳନକୁ ନେଇ କଡ଼ା ନିର୍ଦ୍ଦେଶ ଦେଲେ ଦିଲ୍ଲୀ ହାଇକୋର୍ଟ, କେନ୍ଦ୍ରକୁ ମାଗିଲେ…

ନୂଆଦିଲ୍ଲୀ,୨୨।୭: ପ୍ରଦର୍ଶନକାରୀଙ୍କ ବିରୋଧରେ ପୋଲିସର କାର୍ଯ୍ୟାନୁଷ୍ଠାନ ଏବଂ ଲାଠିଚାର୍ଜ ସମ୍ପର୍କିତ ଏକ ଆବେଦନର ଶୁଣାଣି କରିଛନ୍ତି ଦିଲ୍ଲୀ ହାଇକୋର୍ଟ । କେନ୍ଦ୍ର ସରକାର ଏବଂ ଦିଲ୍ଲୀ ପୋଲିସକୁ…

୨୪ ଘଣ୍ଟାରେ ୬ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ: ବନ୍ଧୁକ, ଖଣ୍ଡା ସହ ବାଇକ୍‌ ଜବତ କରି…

ପୁରୁଷୋତ୍ତମପୁର,୨୨ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସକୁ ଏକ ବଡ଼ସଫଳତା ମିଳିଥିବା ବେଳେ ସହ ଅଭିଯୋଗର ୨୪ ଘଣ୍ଟା ମଧ୍ୟରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୬ ଜଣଙ୍କୁ…

ବିକ୍ଷୋଭ ପ୍ରଦର୍ଶନକୁ ନେଇ ବିରୋଧୀଙ୍କ ଉପରେ ବର୍ଷିଲେ ରାଜନାଥ ସିଂ, ଛାତ୍ରଙ୍କୁ କରାଯାଉଛି…

ନୂଆଦିଲ୍ଲୀ,୨୨।୭: ସୋନମ ୱାଙ୍ଗଚୁକଙ୍କ ଅନଶନ, ସିଜେପିର ପ୍ରତିବାଦ ଏବଂ ବିରୋଧୀଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ପରେ ସରକାର ପଛକୁ ହଟିଥିବା ପରି ମନେ ହେଉଛି। ଏହି ସମୟରେ, ପ୍ରତିରକ୍ଷା…

ଭିଜିଲାନ୍ସ ଜାଲରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରିନ୍ସିପାଲ, SHG ମହିଳାଙ୍କଠାରୁ…

ଭବାନୀପାଟଣା,୨୨ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଓଡିଶା ଆଦର୍ଶ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରିନ୍ସିପାଲ ସୀତାକାନ୍ତ ରଣା ବୁଧବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସ୍କୁଲରେ ନିୟୋଜିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri