ପୋକା ପନିପରିବା ଓ କୀଟନାଶକ

ପାଠକ ବନ୍ଧୁ ! ବର୍ତ୍ତମାନ ପନିପରିବାରେ ମାତ୍ରାଧିକ କୀଟନାଶକ ପ୍ରୟୋଗ ଆମ ସମସ୍ତଙ୍କ ସାସ୍ଥ୍ୟକୁ ନଷ୍ଟ କରିବାରେ ଲାଗିଛି। କୀଟନାଶକ ପ୍ରୟୋଗ ହୋଇ ନ ଥିବା ଅବା କୀଟନାଶକଶୂନ୍ୟ ପନିପରିବା ବଜାରରୁ ଚିହ୍ନି କିଣିବା ଖାଉଟିଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରୁଛି। ପନିପରିବା ଭିତରେ ବାଇଗଣରେ ସର୍ବାଧିକ କୀଟନାଶକ ପ୍ରୟୋଗ ହେଉଥିବାରୁ, ଏହି ସମସ୍ୟାକୁ ବାଇଗଣ ମାଧ୍ୟମରେ ବୁଝିବାକୁ ଚେଷ୍ଟା କରିବା ଆସନ୍ତୁ। ଓଡ଼ିଶାର ପ୍ରାୟ ସବୁ ଜିଲାରେ ବାଇଗଣ ଚାଷ ହୁଏ। ମାତ୍ର ଏହି ଫସଲରେ ଏକ ମୁଖ୍ୟ ସମସ୍ୟା ହେଲା ବାଇଗଣ ଫଳ ଓ କାଣ୍ଡବିନ୍ଧା ପୋକ। ଗଛରେ ଏହି ପୋକ ଲାଗିଲେ ବାଇଗଣକୁ ପୋକା କରିଦିଅନ୍ତି। ଏହାର ବଜାର ଦର କମିଯାଏ ଏବଂ ଚାଷୀଙ୍କର ବିପୁଳ କ୍ଷତି ହୁଏ। ସେହିପରି କାଣ୍ଡବିନ୍ଧା ପୋକ ଗଛର ଅଗ୍ରଭାଗକୁ ଭିତରୁ ଖାଇଦେବା ଦ୍ୱାରା ଡାଳଟି ସମ୍ପୂର୍ଣ୍ଣ ଶୁଖି ଯାଏ। ଫଳରେ ଗଛରେ ନୂଆ ଫୁଲ ଧରେନି। ସେଥିପାଇଁ ଚାଷୀଭାଇମାନେ କୀଟନାଶକ ପ୍ରୟୋଗ କରନ୍ତି। ଏହି କୀଟନାଶକ ମୁଖ୍ୟତଃ ଦୁଇ ପ୍ରକାର। ପ୍ରଥମଟି ସର୍ବାଙ୍ଗଭେଦୀ କୀଟନାଶକ ଓ ଦ୍ୱିତୀୟଟି ସ୍ପର୍ଶଭେଦୀ କୀଟନାଶକ। ସର୍ବାଙ୍ଗଭେଦୀ କୀଟନାଶକ ଗଛରେ କେଉଁ ଏକ ଅଙ୍ଗରେ (ପତ୍ର, ଡାଳ, ଫୁଲ ଓ ଫଳ ଇତ୍ୟାଦି) ପଡିଲେ ବି ସମଗ୍ର ଗଛକୁ ପ୍ରବେଶ କରେ ଓ ଫଳ ମଧ୍ୟରେ ଘୂରିବୁଲେ। ପୋକ ଗଛର ଯେଉଁ ଅଂଶ ଖାଇଲେ ବି ମରିଯାଏ। ଏହା ସବୁଠୁ ମାରାତ୍ମକ। ଅନ୍ୟ ପକ୍ଷରେ ସ୍ପର୍ଶଭେଦୀ କୀଟନାଶକ ଗଛର ଯେଉଁ ଅଂଶରେ ପଡେ ସେଠି ରହେ ଓ ତାକୁ ବିଷାକ୍ତ କରାଏ। ଗଛର ଅନ୍ୟ ଅଂଶ ବିଷମୁକ୍ତ ଥାଏ। ଏହା ପ୍ରଥମ ତୁଳନାରେ ଅନେକ ଭଲ। ପ୍ରଥମଟିରେ ପୋକ ସମ୍ପୂର୍ଣ୍ଣ ମରିଯାଏ କିନ୍ତୁ ସେଥୁରୁ ମିଳୁଥିବା ପନିପରିବାରେ କୀଟନାଶକର ମାତ୍ରା ରହୁ ଥିବାରୁ ସେସବୁ ଖାଇବା ଦ୍ୱାରା ଶରୀରରେ ନାନାବିଧ ରୋଗ ଯଥା କ୍ୟାନ୍‌ସର ପ୍ରଭୃତି ହେବା ସମ୍ଭାବନା ଅଧିକ ଥାଏ।
ପରିସଂଖ୍ୟାନରୁ ଜଣାଯାଏ ଓଡ଼ିଶାରେ ବର୍ଷକୁ ପ୍ରାୟ ୧୨୪୦୦ କୁଇଣ୍ଟାଲ ଆକ୍ଟିଭ ଇନଗ୍ରେଡିଏଣ୍ଟ କୀଟନାଶକ ବ୍ୟବହାର ହୁଏ। ବଜାରରେ ଉପଲବ୍ଧ ବ୍ୟବସାୟିକ ଉତ୍ପାଦ ହିସାବକୁ ନେଲେ ଏହି ପରିମାଣ ୨/୩ ଗୁଣରୁ ଅଧିକ ହେବ। ଆମ ଦେଶରେ ବାଇଗଣ ଫସଲରେ ଉତ୍ପାଦନ ଋତୁରେ ହେକ୍ଟର ପିଛା ୪.୬ କିଲୋ କୀଟନାଶକ ଦ୍ରବ୍ୟଗୁଣ (ଆକ୍ଟିଭ ଇନଗ୍ରେଡିଏଣ୍ଟ ଅର୍ଥାତ ୯.୨ରୁ ୧୩.୮ କିଲୋ ବଜାର ଉପଲବ୍ଧ କୀଟନାଶକ ବ୍ୟବହାର କରାଯାଉଛି। ଏହା ସ୍ବାସ୍ଥ୍ୟ ଓ ପରିବେଶ ପ୍ରତି ହାନିକାରକ। ଏହି ରାସାୟନିକ କୀଟନାଶକ ପରିବେଶରେ ଥିବା ଲାଭଦାୟକ କୀଟ ଯଥା ମହୁମାଛି, ଭଅଁର, ପ୍ରଜାପତି ଆଦିକୁ ମାରିଦିଅନ୍ତି। ସେମାନଙ୍କ ସଂଖ୍ୟା କମିଗଲେ ଯେଉଁ ଫସଲ ବା ଫଳ ଗଛରେ ପୃଥକ ପୃଥକ ମାଈ ଓ ଅଣ୍ଡିରା ଫୁଲ ଫୁଟେ (ଯଥା ବୋଇତାଳୁ, ଜହ୍ନି, କାକୁଡି, କଲରା ପ୍ରଭୃତି) ସେଠାରେ ପରାଗ ସଂଗମ ଠିକ୍‌ ଭାବେ ହୋଇ ନ ପାରିବାରୁ ଅମଳ କମିଯାଏ। କାରଣ ଏହି ଉପକାରୀ କୀଟ ମୁଖ୍ୟତଃ ପରାଗ ସଙ୍ଗମ କରିଥାନ୍ତି।
ପୋକା ବାଇଗଣର ଅର୍ଥ ହେଉଛି ସେଥିରେ ରାସାୟନିକ କୀଟନାଶକ ପ୍ରୟୋଗ ହୋଇ ନାହିଁ। ବାଇଗଣ ପୋକ ହୋଇଛି ଅର୍ଥ ସେଥିରେ କୀଟନାଶକ ସିଞ୍ଚନ କରାଯାଇନାହିଁ। ପୋକା ବାଇଗଣରେ ପୋକ କୌଣସି ପ୍ରକାର କ୍ଷତିକାରକ ରାସାୟନିକ ପଦାର୍ଥ ଛାଡ଼ି ନଥାଏ। ପୋକା ବାଇଗଣ କିଣି ଘରେ କାଟି ପୋକା ଅଂଶ ଓ ପୋକ ବାହାର କରି ଫିଙ୍ଗିଦିଅନ୍ତୁ। ଭଲ ଅଂଶକୁ ତରକାରି କରି ଖାଆନ୍ତୁ। ଏହା ଜୈବିକ ଉତ୍ପାଦ ଭଳି ସ୍ବାସ୍ଥ୍ୟପ୍ରଦ। ଅଜାଣତରେ ଯଦି ପୋକର ଅଂଶ କିମ୍ବା ପୋକ ତରକାରିରେ ରହିଯାଏ, ତା ହେଲେି ଏହା ଶରୀର ପାଇଁ କ୍ଷତିକାରକ ନୁହେଁ। ଆମେ ସାଧାରଣତଃ ପୋକା ବାଇଗଣ କିଣନ୍ତିନି। ମାତ୍ର ଥରେ ଭାବିକି ଦେଖନ୍ତୁ ତ ଦେଶୀ କୁକୁଡ଼ା ପୋକ, ଯୋକ, ଖରାପ ଜିନିଷ କେତେ କ’ଣ ନ ଖାଉଛି ? ମାତ୍ର ତା’ ମାଂସକୁ ତ ଆମେ ଆଗ୍ରହରେ ଖାଉଛନ୍ତି। ସେହିପରି ଘୁଷୁରି କେତେ ପଚା, ଶଢ଼ା ଖରାପ ଖାଦ୍ୟ ସବୁ ଖାଉଛି। ମାତ୍ର ଆମେ ତା’ର ମାଂସକୁ ତ ଆରାମରେ ଖାଉଛନ୍ତି, କିନ୍ତୁ ଯେଉଁ ପୋକ ଫୁଲ, ଫଳ, ପନିପରିବା, ମକରନ୍ଦ ଇତ୍ୟାଦି ଖାଉଛି, ତାକୁ ବହୁତ ଘୃଣା କରୁଛନ୍ତି। ଏହା ଆମ ମାନସିକତାର ସମସ୍ୟା। ପୋକା ବାଇଗଣ କିଣି ଖାଇବାରେ ଅସୁବିଧା ନାହିଁ। ଆପଣମାନେ ରୋଗରେ ପଡ଼ିବେ ନାହିଁ। ପୋକା ବାଇଗଣକୁ ବଜାରରୁ ଉଚିତ ମୂଲ୍ୟ ଦେଇ କିଣନ୍ତୁ। ବଜାରରେ ପୋକା ବାଇଗଣ ଅଧିକ ଦରରେ ବିକ୍ରି ହେଲେ ଚାଷୀ ଭାଇ ଆଉ ବାଇଗଣ କିଆରିରେ ଅଧିକ କୀଟନାଶକ ପ୍ରୟୋଗ କରିବେ ନାହିଁ। ଜମିରେ କୀଟନାଶକ ପ୍ରୟୋଗ ନ ହେଲେ ଉପକାରୀ ଜୀବଙ୍କ ସଂଖ୍ୟା ବଢିବ ଓ ଭଲ ପରାଗ ସଂଗମ ହେବା ଦ୍ୱାରା ଫସଲ ଉତ୍ପାଦନ ଅଧିକ ହେବ। ଆମ ପରିବେଶ ସୁସ୍ଥ ରହିବ। ଆମ ମାଟି ପାଣି ପବନ ଇତ୍ୟାଦି ପ୍ରଦୂଷଣ ମୁକ୍ତ ରହିବ। ମାଟିରେ କୀଟନାଶକ ମାତ୍ରା କମିଲେ ଜିଆ ଓ ଜୈବ ପଦାର୍ଥ ବିବନ୍ଧକ କୀଟଙ୍କ ସଂଖ୍ୟା ବୃଦ୍ଧି ହେବ, ଯାହାକି ପରିବେଶ ସୁରକ୍ଷାରେ ବିଶେଷ ଭାବେ ସହାୟକ ହେବ। ଆମକୁ ଏ ବିଷୟରେ ବ୍ୟାପକ ଜନ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି।
କିଛି ଦିନ ପୂର୍ବେ ଓଡ଼ିଶାର ଏକ ପ୍ରମୁଖ ବାଇଗଣ ଚାଷ ହେଉଥିବା ଅଞ୍ଚଳରେ ମୁଁ ଚାଷୀଙ୍କ ସହିତ ଭାବ ବିନିମୟ ସମୟରେ ଜାଣିବାକୁ ପାଇଲି ଯେ ଏବେକାର ଚାଷୀମାନେ ବାଇଗଣରେ ପୋକ ଲାଗିବା ଆଗରୁ ସତର୍କତାମୂଳକ କୀଟନାଶକ ସିଞ୍ଚନ କରୁଛନ୍ତି। ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ମନୁଷ୍ୟ କ୍ଷେତ୍ରରେ ମଧ୍ୟ ସତର୍କତାମୂଳକ ଔଷଧ ଖାଇବାର ବ୍ୟବସ୍ଥା ନାହିଁ କେବଳ ଟିକା ନେବାର ବ୍ୟବସ୍ଥା ଅଛି। ବାଇଗଣ କ୍ଷେତ୍ରରେ ଏହା ସମ୍ପୂର୍ଣ୍ଣ ଭୁଲ୍‌। ଦ୍ୱିତୀୟରେ ବାଇଗଣ କିଆରିରେ ବାଇଗଣରେ ପୋକ ଲାଗିଲେ କୀଟନାଶକ ସିଞ୍ଚନ କରିବା କଥା ନୁହେଁ। ଯେତେବେଳେ ଏହା ଅର୍ଥନୈତିକ କ୍ଷତି ସୀମା ଟପିବ ତା’ ପରେ ଯାଇ କୀଟନାଶକ ସିଞ୍ଚନ କରିବା ଦରକାର। ବାଇଗଣ ପାଇଁ ଅର୍ଥନୈତିକ କ୍ଷତି ସୀମା ହେଉଛି ସମଗ୍ର କିଆରିରେ ଶତକତା ୫ ଭାଗ ପୋକା ବାଇଗଣ ଦୃଶ୍ୟମାନ ହେବା କିମ୍ବା ଶତକଡା ୦.୫ରୁ ୧ ଭାଗ ଗଛ ଅଗ ନଷ୍ଟ ହେବା। ତେଣୁ ଚାଷୀଭାଇ ସେହି ଅନୁସାରେ କୀଟନାଶକ ପ୍ରୟୋଗ କରିବା ଦରକାର। ଏ ତ ଗଲା ବାଇଗଣ କଥା। ଭେଣ୍ଡି, ଫୁଲକୋବି, ବନ୍ଧାକୋବି ଭଳି ସବୁ ପନିପରିବାର କାହାଣୀ ବାଇଗଣ ପରି। ଆମେ ଅଣରାସାୟନିକ ପଦ୍ଧତିରେ କୀଟ ଦମନ କରିପାରିଲେ ସର୍ବୋତ୍ତମ। ମାତ୍ର ପୋକା ଫଳ ଓ ପନିପରିବାକୁ ନିକୃଷ୍ଟ ଭାବିବା ଠିକ୍‌ ନୁହେଁ। ପୋକା ଫଳ ଓ ପନିପରିବାକୁ ଘୃଣା କରିବା ମାନବ ସମାଜର ଏକ ବଡ଼ ଅଜ୍ଞତା। ତାକୁ ଆମର ମିଳିତ ପ୍ରୟାସରେ ଦୂର କରିବାକୁ ହେବ। ଗଣମାଧ୍ୟମ, ପ୍ରଶାସକ ଏବଂ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏ ଦିଗରେ ସଚେତନତା ସୃଷ୍ଟି କରିପାରିଲେ ଟନ୍‌ ଟନ୍‌ ରାସାୟନିକ ବିଷ ଖାଦ୍ୟରେ ପ୍ରୟୋଗ କରିବାକୁ ପଡିବନି ଏବଂ ଚାଷୀର ଚାଷ ଖର୍ଚ୍ଚ ମଧ୍ୟ ବଢ଼ିବ ନାହିଁ।

ଡ. ପ୍ରମୋଦ କୁମାର ପଣ୍ଡା

ପ୍ରଧାନ ବୈଜ୍ଞାନିକ, ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ , ଭୁବନେଶ୍ୱର
ମୋ: ୮୯୧୭୪୨୬୪୪୦


Enter your email to get our daily news in your inbox.

All Right Reserved By Dharitri.Com

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

‘ଆମେରିକା-ଭାରତ ମଧ୍ୟରେ ଥିବା ଦୃଢ଼ ସମ୍ପର୍କକୁ ନେଇ ବିଶ୍ୱ ଈର୍ଷା କରୁଛି,’ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରି ଆମେରିକୀୟ ରାଷ୍ଟ୍ରଦୂତ କହିଲେ..

ନୂଆଦିଲ୍ଲୀ,୫।୯: ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍‌ ଭାରତ ଏବଂ ଆମେରିକା ମଧ୍ୟରେ ସହଭାଗୀତାର ଶକ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ନୂଆଦିଲ୍ଲୀ ଏବଂ ୱାଶିଂଟନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri