Posted inଜାତୀୟ

ଆଇଏନଏସ ମୋର୍ମୁଗାଓ ନୌସେନାର ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବ…

ମୁମ୍ବାଇ,୧୮।୧୨ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରବିବାର ସ୍ବଦେଶୀ ନିର୍ମିତ ପି-୧୫-ବି ଷ୍ଟିଲ୍‌ଥ ଗାଇଡେଡ କ୍ଷେପଣାସ୍ତ୍ର ବିନାଶକ ଯୁଦ୍ଧ ଜାହାଜ ମୋର୍ମୁଗାଓକୁ ଭାରତୀୟ ନୌସେନାରେ ସାମିଲ କରିଛନ୍ତି। ଏହା ମୁମ୍ବାଇର ନାଭାଲ ଡକୟାର୍ଡରେ ସାମିଲ ହୋଇଛି। ଏହା ଭାରତ ମହାସାଗରରେ ଭାରତୀୟ ନୌସେନାର ଶକ୍ତି ବୃଦ୍ଧି କରିବା ସହିତ ଦେଶର ସାମୁଦ୍ରିକ ସୀମାର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବ। ବିନାଶକାରୀ ଯୁଦ୍ଧ ଜାହାଜକୁ ଭାରତୀୟ ନୌସେନାର ’ୱାରଶିପ ଡିଜାଇନ ବ୍ୟୁରୋ’ ଡିଜାଇନ କରିଛି ଏବଂ ମୁମ୍ବାଇର ମାଜାଗାଓଁ ଡକ ଶିପବିଲ୍ଡର୍ସ ଲିମିଟେଡ ଦ୍ୱାରା ନିର୍ମାଣ କରାଯାଇଛି।

ପଶ୍ଚିମ ଉପକୂଳରେ ଥିବା ଐତିହାସିକ ବନ୍ଦର ସହର ଗୋଆର ନାମରେ ଆଇଏନଏସ ମୋର୍ମୁଗାଓ ନାମିତ ହୋଇଛି। ପର୍ତ୍ତୁଗୀଜ ଶାସନରୁ ଗୋଆର ମୁକ୍ତି ହେବାର ୬୦ ବର୍ଷ ପୂରଣ ଅବସରରେ ଗତ ବର୍ଷ ଡିସେମ୍ବର ୧୯ ରେ ଆଇଏନଏସ ମୋର୍ମୁଗାଓ ପ୍ରଥମ ଥର ପାଇଁ ସମୁଦ୍ରକୁ ଯାଇଥିଲା। ଭାରତରେ ନିର୍ମିତ ଏକ ଶକ୍ତିଶାଳୀ ଯୁଦ୍ଧ ଜାହାଜ ମଧ୍ୟରୁ ଆଇଏନଏସ ମୋର୍ମୁଗାଓ ଅନ୍ୟତମ। ଏହାର ଲମ୍ବ ୧୬୩ ମିଟର ଏବଂ ପ୍ରସ୍ଥ ୧୭ ମିଟର ଏବଂ ଓଜନ ୭,୪୦୦ ଟନ। ଜାହାଜଟି ଚାରୋଟି ଶକ୍ତିଶାଳୀ ଗ୍ୟାସ ଟର୍ବାଇନ ସହିତ ସଜ୍ଜିତ ଏବଂ ୩୦ ରୁ ଅଧିକ ସାମୁଦ୍ରିକ ମାଇଲ ବେଗରେ ଗତି କରିପାରିବ ।

ଆଇଏନଏସ ମୋର୍ମୁଗାଓ ବ୍ରାହ୍ମୋସ ଏବଂ ବରାକ-୮ ପରି କ୍ଷେପଣାସ୍ତ୍ରରେ ସଜ୍ଜିତ। ଏହା ଇସ୍ରାଏଲର ଏମଏଫ ଷ୍ଟାର ରାଡାର ସହିତ ସଜ୍ଜିତ, ଯାହା ବାୟୁରେ ଦୀର୍ଘ ଦୂରଗାମୀ ଲକ୍ଷ୍ୟ ଚିହ୍ନଟ କରିପାରିବ। ୧୨୭ ମିଲିମିଟର ବନ୍ଧୁକ ସହିତ ସଜ୍ଜିତ Iଆଇଏନଏସ ମୋର୍ମୁଗାଓ ୩୦୦ କିଲୋମିଟର ଦୂରରେ ଥିବା ଟାର୍ଗେଟକୁ ଭେଦ କରିବାରେ ସକ୍ଷମ। ଏହା ଏକ ଏକେ-୬୩୦ ଆଣ୍ଟି-ମିଜାଇଲ ବନ୍ଧୁକ ପ୍ରଣାଳୀ ସହିତ ସୁସଜ୍ଜିତ ହୋଇଛି। ଏଥିସହ ଏଥିରେ ଏକ ଆଣ୍ଟି-ସବମେରାଇନ ରକେଟ ଲଞ୍ଚର୍‌ ରହିଛି।

ଏହି କାର୍ଯ୍ୟକ୍ରମରେ ସିଡିଏସ ଜେନେରାଲ ଅନୀଲ ଚୌହ୍ବାନ, ନୌସେନାର ମୁଖ୍ୟ ଆଡମିରାଲ ଆର ହରି କୁମାର, ଗୋଆ ରାଜ୍ୟପାଳ ପିଏସ ଶ୍ରୀଧରନ ପିଲ୍ଲାଇ, ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ ଆଇଏନଏସ ମୋର୍ମୁଗାଓ ଭାରତରେ ନିର୍ମିତ ସବୁଠାରୁ ଶକ୍ତିଶାଳୀ ଯୁଦ୍ଧ ଜାହାଜ ମଧ୍ୟରୁ ଅନ୍ୟତମ। ଏହାଦ୍ୱାରା ଭାରତର ସାମୁଦ୍ରିକ କ୍ଷମତା ବୃଦ୍ଧି ପାଇବ। ଏମଡିଏସଏଲ ଦ୍ୱାରା ନିର୍ମିତ ଏହି ଯୁଦ୍ଧ ଜାହାଜ ଆମର ସ୍ବଦେଶୀ ପ୍ରତିରକ୍ଷା ଉତ୍ପାଦନ କ୍ଷମତାର ଏକ ଉତ୍ତମ ଉଦାହରଣ। ଏଥିରେ କୌଣସି ସନ୍ଦେହ ନାହିଁ ଯେ, ଭବିଷ୍ୟତରେ, ଆମେ କେବଳ ନିଜ ଆବଶ୍ୟକତା ପାଇଁ ନୁହେଁ, ଦୁନିଆର ଆବଶ୍ୟକତା ପାଇଁ ମଧ୍ୟ ଜାହାଜ ନିର୍ମାଣ କରିବୁ।

ଏହି ଅବସରରେ ନୌସେନା ମୁଖ୍ୟ ଆଡମିରାଲ ଆର ହରି କୁମାର କହିଛନ୍ତି ଯେ, ଆଜି ଆମେ ଏକ ବିନାଶକାରୀ ସ୍ବଦେଶୀ ଯୁଦ୍ଧ ଜାହାଜ ନିର୍ମାଣ କରି ଆଉ ଏକ ମାଇଲଖୁଣ୍ଟ ସ୍ଥାପିତ କରିଛୁ। ଏହି ସଫଳତା ଗତ ଦଶନ୍ଧି ମଧ୍ୟରେ ଯୁଦ୍ଧ ଜାହାଜ ଡିଜାଇନ ଏବଂ ନିର୍ମାଣ ସାମର୍ଥ୍ୟରେ ଆମ ଦ୍ୱାରା ନିଆଯାଇଥିବା ବଡ ପଦକ୍ଷେପକୁ ସୂଚାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭରଣପୋଷଣ ଦୟା ନୁହେଁ, ସ୍ତ୍ରୀଙ୍କ ଅଧିକାର: ହାଇକୋର୍ଟଙ୍କ ଐତିହାସିକ ରାୟ

ନୂଆଦିଲ୍ଲୀ,୧୭।୨: ସ୍ତ୍ରୀଙ୍କୁ ଭରଣପୋଷଣ ଦେବା କୌଣସି ଦୟା କିମ୍ବା ଦାନ ନୁହେଁ, ବରଂ ଏହା ସେମାନଙ୍କର ଏକ ଆଇନଗତ ଅଧିକାର। ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି…

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri