ଶିକ୍ଷାରେ ନୂତନତା

ଭାରତରେ ନିଯୁକ୍ତି ହ୍ରାସ ପାଇବାରେ ଲାଗିଛି। ବିଶେଷକରି ପାରମ୍ପରିକ ଚାକିରି ଅସଂଖ୍ୟ ଯୁବପିଢ଼ିଙ୍କ ଚାହିଦା ପୂରଣ କରିପାରୁ ନ ଥିବାରୁ ନୂଆ ଧରଣର ନିଯୁକ୍ତି ଲାଗି ପରିସର ବ୍ୟାପକ ହେଉଛି। ଏଭଳି ସନ୍ଦିକ୍ଷଣରେ ଦେଶର କେତେକ ଘରୋଇ ବିଶ୍ୱବିଦ୍ୟାଳୟ ସମୟ ଉପଯୋଗୀ ପାଠ୍ୟକ୍ରମ ପ୍ରଚଳନ କରିବାକୁ ଆଗେଇ ଆସିଛନ୍ତି। ସେଗୁଡ଼ିକ ମଧ୍ୟରେ ଫିଜିଓଥେରାପି, ଫୋରେନ୍‌ସିକ୍‌ ସାଇନ୍ସ ବା ଅପରାଧ ଅନୁସନ୍ଧାନ ବିଜ୍ଞାନ, ଖାଦ୍ୟ ବିଜ୍ଞାନ ଓ ପ୍ରଯୁକ୍ତି, ବିପର୍ଯ୍ୟୟ ପରିଚାଳନା, କ୍ଲାଉଡ୍‌ ଇଞ୍ଜିନିୟରିଂ ଏବଂ ସ୍ପୋର୍ଟସ ସାଇନ୍ସର ଚାହିଦା ସର୍ବାଗ୍ରେ ରହୁଛି। କୋଭିଡ୍‌-୧୯ ଯୋଗୁ ବହୁଲୋକ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ସେତେବେଳେ ଡାକ୍ତରଖାନାଗୁଡ଼ିକ ଫିଜିକାଲ ଟ୍ରେନିଂ ବା ପିଟିରେ ଅଭିଜ୍ଞତା ଅର୍ଜନ କରିଥିବା ବ୍ୟକ୍ତିଙ୍କୁ ଭଡ଼ାରେ ଆଣି ରୋଗୀଙ୍କୁ ସେବା ଯୋଗାଇଥିଲେ। ଏଥିସହିତ ପୂର୍ବାପେକ୍ଷା ଲୋକେ ଫିଟ୍‌ ରହିବାକୁ ଚାହୁଁଥିବାରୁ ସେମାନଙ୍କୁ ଆବଶ୍ୟକ ବ୍ୟାୟାମ କୌଶଳ ଓ ପରାମର୍ଶ ଦେବା ନିମନ୍ତେ ଫିଜିଓଥେରାପିଷ୍ଟଙ୍କ ଭୂମିକା ଗୁରୁତ୍ୱ ବହନ କରୁଛି। ସେହିପରି ନୂଆ ଧରଣର ଅପରାଧ ବଢ଼ୁଥିବାରୁ ଅପରାଧ ଅନୁସନ୍ଧାନ ବିଜ୍ଞାନର ଚାହିଦା ବଢ଼ିଛି। ପୂର୍ବରୁ ବିଜ୍ଞାନ ପାଠ୍ୟକ୍ରମ ପଢ଼ି ଚାକିରି ପାଉଥିବା ବ୍ୟକ୍ତିଙ୍କୁ ଏହି ଦିଗରେ ପ୍ରଶିକ୍ଷଣ ଦିଆଯାଉଥିଲା। ଏବେ ଯେଉଁମାନେ ସିଧାସଳଖ ସେହି ପାଠ୍ୟକ୍ରମ ବା ବିଷୟ ପଢ଼ିଥିବେ ସେମାନଙ୍କୁ ନିଯୁକ୍ତି ଦେବା ଅଧିକ ଉପଯୋଗୀ ହୋଇପାରିବ। ଅନୁରୂପ ଭାବେ ଦେଖିଲେ ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱତାପନ ଯୋଗୁ ପ୍ରାକୃତିକ ବିପର୍ଯ୍ୟୟ ଏବଂ ମନୁଷ୍ୟକୃତ କାର୍ଯ୍ୟରୁ ସୃଷ୍ଟି ହେଉଥିବା ଅସ୍ବାଭାବିକ ସ୍ଥିତିକୁ ମୁକାବିଲା କରିବା ସକାଶେ ବିପର୍ଯ୍ୟୟ ପରିଚାଳନା ପାଠ ପଢ଼ି ତାଲିମପ୍ରାପ୍ତ ଯୁବତୀଯୁବକ ଅଧିକ ସହାୟକ ହୋଇପାରିବେ। ରାସାୟନିକ ଖାଦ୍ୟ ପରିମାଣ ବୃଦ୍ଧି ଓ ଅତ୍ୟାଧୁନିକ ଜୀବନଚର୍ଚ୍ଚା ଯୋଗୁ ଲାଇଫ୍‌ଷ୍ଟାଇଲ୍‌ ଡିଜିଜ୍‌ ବଢ଼ୁଥିବାରୁ ଖାଦ୍ୟ ବିଜ୍ଞାନ ଓ ପ୍ରଯୁକ୍ତିର ଆବଶ୍ୟକତା ମଧ୍ୟ ବୃଦ୍ଧି ପାଇଛି। ବେଙ୍ଗାଲୁରୁଭିତ୍ତିକ ରେଭା ଘରୋଇ ବିଶ୍ୱବିଦ୍ୟାଳୟ ଚଳିତବର୍ଷ ସ୍ପୋର୍ଟସ ସାଇନ୍ସ ବା କ୍ରୀଡ଼ା ବିଜ୍ଞାନ ପାଠ୍ୟକ୍ରମ ପ୍ରଚଳନ କରିଛି। ଏହି ବିଷୟ ପଢ଼ି ପ୍ରଶିକ୍ଷିତ ହୋଇଥିବା ଆଶାୟୀଙ୍କୁ କ୍ରୀଡ଼ା ସଙ୍ଗଠନ ବା କମ୍ପାନୀଗୁଡ଼ିକ ଫିଟ୍‌ନେସ୍‌ ପରାମର୍ଶଦାତା ଭାବେ ନିଯୁକ୍ତି ଦେବାର ସମ୍ଭାବନା ରହିଛି। ସେହିଭଳି ପ୍ରତ୍ୟେକ ସଂସ୍ଥା ନିଜର ତଥ୍ୟ ଓ୍ବେବ୍‌ରେ ସୁରକ୍ଷିତ ଭାବେ ସାଇତି ରଖିବା ଲାଗି ଆଇଟି ବିଭାଗକୁ ସୁଦୃଢ଼ କରିବାକୁ ଚାହୁଁଛନ୍ତି। ଯେହେତୁ ବିଶ୍ୱବ୍ୟାପୀ ହ୍ୟାକିଂ କରାଯାଇ ତଥ୍ୟ ଚୋରି କିମ୍ବା ବ୍ୟବସ୍ଥାକୁ ନଷ୍ଟ କରିଦିଆଯାଇପାରୁଛି, ସେଥିପାଇଁ କ୍ଲାଉଡ୍‌ ଇଞ୍ଜିନିୟରିଂର ଆବଶ୍ୟକତା ବଢୁଛି। ଆଲୋଚ୍ୟ ପାଠ୍ୟକ୍ରମ ବାହାରେ ଆହୁରି ବିଷୟବସ୍ତୁ ସମୟର ଆବଶ୍ୟକତା ଅନୁଯାୟୀ ଆସିପାରିବ, ଯାହାକୁ ପରବର୍ତ୍ତୀ ସମୟରେ ସନ୍ନିବେଶିତ କରାଯାଇପାରେ।
ନୂତନ ଧରଣର ପାଠ୍ୟକ୍ରମ ପ୍ରତି ଯୁବବର୍ଗଙ୍କ ଚାହିଦା ବଢ଼ୁଥିଲେ ମଧ୍ୟ ପାରମ୍ପରିକ ବିଷୟ ଯଥା-ପଦାର୍ଥ ବିଜ୍ଞାନ, ମେକାନିକାଲ ଇଞ୍ଜିନିୟରିଂ, ଅର୍ଥନୀତି ଆଦିର ଗୁରୁତ୍ୱ ରହିଛି। ଏହି ବିଷୟଗୁଡ଼ିକରେ ନିଯୁକ୍ତି ସୁଯୋଗ ସୀମିତ ଥିବାରୁ ନୂଆ ପାଠ୍ୟକ୍ରମରେ ପ୍ରଶିକ୍ଷିତ ଆଶାୟୀଙ୍କୁ ଅପେକ୍ଷାକୃତ ଶୀଘ୍ର ଚାକିରି ମିଳିବାର ସୁଯୋଗ ଅଧିକ ରହିଛି। ରେଭା ଭଳି ଘରୋଇ ବିଶ୍ୱବିଦ୍ୟାଳୟ ଏବେ ଭିନ୍ନ ଚିନ୍ତାଧାରା ନେଇ ନୂଆ ପାଠ୍ୟକ୍ରମ ଆରମ୍ଭ କରିଛନ୍ତି। ଦୁଃଖର ବିଷୟ ଯେ, ଓଡ଼ିଶାରେ ଅନେକ ବିରାଟକାୟ ସରକାରୀ ଓ ବେସରକାରୀ ବିଶ୍ୱବିଦ୍ୟାଳୟ ଥିବା ସତ୍ତ୍ୱେ ନୂତନ ଚିନ୍ତାଧାରାକୁ କେହି ଆପଣାଉ ନାହାନ୍ତି। ପିଲାଙ୍କ ଭବିଷ୍ୟତ ପ୍ରତି ଧ୍ୟାନ ଦେବା ପରିବର୍ତ୍ତେ ଭିତ୍ତିଭୂମି, ଲ୍ୟାଣ୍ଡ୍‌ବ୍ୟାଙ୍କ ସୃଷ୍ଟି ଏବଂ ବ୍ୟବସାୟିକ ଦିଗକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ସେଥିପାଇଁ ଓଡ଼ିଶା ଏକ ଶୈକ୍ଷିକ କେନ୍ଦ୍ରବିନ୍ଦୁ ହେବାରେ ବିଫଳ ହେଉଛି। ଗତାନୁଗତିକ ଶିକ୍ଷାର ଭବିଷ୍ୟତ କ୍ରମଶଃ ସଙ୍କୁଚିତ ହୋଇଯାଉଛି। ସେଥିପାଇଁ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏବେଠାରୁ ପରିବର୍ତ୍ତନ ଆଣିବା ଅତ୍ୟନ୍ତ ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri