ଅନ୍ଧାରରେ ଆଭ୍ୟନ୍ତର ଗାଁ

ଯାଜପୁର ଅଫିସ/କୋରେଇ (ଡି.ଏନ.ଏ.),୫।୩ ଆଜାଦୀ କା ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ ୨୫ା୭ା୨୦୨୨ରୁ ୩୦ା୭ା୨୦୨୨ ପର୍ଯ୍ୟନ୍ତ ପ୍ରତ୍ୟେକ ଜିଲାରେ ଉଜ୍ଜ୍ୱଳ ଭାରତ-ଉଜ୍ଜ୍ୱଳ, ଭବିଷ୍ୟତ ପାୱାର-୨୦୪୭ କାର୍ଯ୍ୟକ୍ରମ (ବିଜୁଳି ମହୋତ୍ସବ) ପାଳନ କରାଗଲା। ଏଥିରେ ଭାରତ ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ପକ୍ଷରୁ ନିରନ୍ତର ବିଜୁଳି ସେବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ସ୍ବାଧୀନତାର ୭୫ ବର୍ଷ ଭିତରେ ଦେଶ ଅନେକ ସୋପାନ ଅତିକ୍ରମ କରି ବିଦ୍ୟୁତ୍‌ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିପାରିଛି, ଆଉ ଲୋ ଭୋଲ୍‌ଟେଜ୍‌ ସମସ୍ୟା ନାହିଁ, ପ୍ରତି ଘରେ ବିଜୁଳି ପହଞ୍ଚି ପାରିଛି ବୋଲି ବକ୍ତାମାନେ ଭାଷଣ ଦେଇଥିଲେ। କିନ୍ତୁ ଯାଜପୁର ଜିଲାର କେତେକ ଆଭ୍ୟନ୍ତରୀଣ ଅଞ୍ଚଳରେ ତାହା ନିରର୍ଥକ ହୋଇଛି। ଉଦାହରଣ ଭାବେ ଯାଜପୁର ଓ କେନ୍ଦୁଝର ଜିଲା ସୀମାନ୍ତବର୍ତ୍ତୀ କୋରେଇ ବ୍ଲକ ଅଧୀନ ଅନ୍ଧାରୀ ପଞ୍ଚାୟତର କିଆପଦା (ଚଢ଼େଇପାଟିଆ) ଗ୍ରାମକୁ ନିଆଯାଇପାରେ। ସେଠାରେ ଲୋକେ ଅନ୍ଧାରରେ କାଳାତିପାତ କରୁଛନ୍ତି।
ସହରାଞ୍ଚଳର ବିକାଶ ସହିତ ଗ୍ରାମାଞ୍ଚଳକୁ ସାମିଲ କରିବା ଉଦ୍ଦେଶ୍ୟରେ ଆଲୋକୀକରଣ ବ୍ୟବସ୍ଥାକୁ ଅଗ୍ରାଧିକାର ଦେଇ ପ୍ରତି ପଞ୍ଚାୟତରେ ଏଲ୍‌ଇଡି ଲାଇଟ୍‌ ଲଗାଇବା ବ୍ୟବସ୍ଥା ହୋଇଥିଲା। ଏଥିରେ ଯାଜପୁର ଜିଲାରେ ୨୦୧୫-୧୬ ଓ ୨୦୧୬-୧୭ ଆର୍ଥିକ ବର୍ଷରେ ଚତୁର୍ଥ ଓ ଚତୁର୍ଦ୍ଦଶ ଅର୍ଥ ପାଣ୍ଠିରେ ଖୁଣ୍ଟ ପିଛା ୩୨ ହଜାର ଟଙ୍କା ବିନିଯୋଗ ହୋଇଥିଲା। ଜଣେ ଠିକାସଂସ୍ଥାକୁ ଯାଜପୁର ଓ ଭଦ୍ରକ ଜିଲାର ଦାୟିତ୍ୱ ଦେଇ ପ୍ରଶାସନ ଅଯାଚିତ ଅନୁକମ୍ପା ପ୍ରଦର୍ଶନ କରିଥିଲା। ନିମ୍ନମାନର ଏଲ୍‌ଇଡି ଲାଇଟ୍‌ ଓ ସରଞ୍ଜାମ ଲଗାଯାଇ ବିପୁଳ ଅର୍ଥ ହରିଲୁଟ୍‌ ହୋଇଥିବା ନେଇ ୨୦୧୭ ଶେଷ ବେଳକୁ ଅଭିଯୋଗ ଉଠିଥିଲା। ଏହି କେଳେଙ୍କାରୀକୁ ନେଇ କେତେଜଣ ସାମାଜିକ କର୍ମୀ ଅଦାଲତର ଦ୍ୱାରସ୍ଥ ହୋଇଥିଲେ। ହେଲେ ଏହି ମହାଦୁର୍ନୀତି ଦବିଯାଇଥିବାବେଳେ ଏଯାଏ କୌଣସି ଠୋସ୍‌ ପଦକ୍ଷେପ ନିଆଗଲା ନାହିଁ। ଦାୟିତ୍ୱରେ ଥିବା ଠିକାସଂସ୍ଥା ନିମ୍ନମାନର ଲାଇଟ୍‌ ସରଞ୍ଜାମ ଲଗାଯାଇଥିବାରୁ ସେସବୁ ୩ ରୁ ୪ ମାସ ମଧ୍ୟ ଜଳି ନ ଥିଲା। ବଜାର ଦରଠାରୁ ପ୍ରାୟ ୮ ଗୁଣ ଅଧିକ ଟଙ୍କାର ବିଲ୍‌ କରାଯାଇଥିବା ଅଭିଯୋଗ ହେଉଛି। ଏବେ ଖୁଣ୍ଟ ଅଛି, ହେଲେ ଲାଇଟ ନଥିବାରୁ ସମ୍ପୃକ୍ତ ଗ୍ରାମଗୁଡ଼ିକ ଅନ୍ଧାରରେ ରହିଛି।
କିଆପଦା ଗ୍ରାମ କଥା ଦେଖିଲେ, ଏଠାରେ ପ୍ରାୟ ୬୧ ଦଳିତ ପରିବାର ରହୁଛନ୍ତି। ଆର୍ଥିକ ସ୍ଥିତି ସୁଦୃଢ଼ ନ ଥିବାରୁ ପ୍ରାୟ ୯୦% ଲୋକ ଦିନମଜୁରିଆ ଭାବେ କାମ କରନ୍ତି। ୧ବର୍ଷ ହେବ ଏହି ଗଁାରେ ବିଜୁଳି ନାହିଁ। ଟାଟା ପାୱାର ବିଜୁଳି ଯୋଗାଣ ଦାୟିତ୍ୱ ନିଜ ହାତକୁ ନେବା ଦିନଠାରୁ ଗରିବଙ୍କ ମୁଣ୍ଡରେ ଚଡ଼କ ପଡ଼ିିଥିବା କୁହାଯାଉଛି। ଗ୍ରାମର ୧୩ ପରିବାରକୁ ବିଜୁଳି ସଂଯୋଗ ଦିଆଯାଇଥିଲା। ଗତବର୍ଷ ଜାନୁୟାରୀରେ ପୂର୍ବରୁ ବିଦ୍ୟୁତ୍‌ ବିଲ୍‌ ବାକି ଥିବା ଦର୍ଶାଇ ଗ୍ରାମରୁ ସମ୍ପୂର୍ଣ୍ଣ ଭାବେ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ କରାଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସେମାନେ ଯାଜପୁର ରୋଡ୍‌ ବିଦ୍ୟୁତ୍‌ ବିଭାଗ କାର୍ଯ୍ୟାଳୟ, କୋରେଇ ବ୍ଲକ ଉନ୍ନୟନ ଅଧିକାରୀ ଓ କୋରେଇ ବିଧାୟକଙ୍କ ନିକଟକୁ ଧାଇଁ ଧାଇଁ ନୟାନ୍ତ ହେଲେଣି। ଗ୍ରାମ ନିକଟରେ ଜଙ୍ଗଲ ଥିବାରୁ ସଞ୍ଜ ହେଲେ ଭାଲୁ ଉପଦ୍ରବ ଦେଖିବାକୁ ମିଳୁଛି। ମୁଖ୍ୟତଃ ପିଲାଙ୍କ ପାଠପଢ଼ାରେ ବାଧା ସୃଷ୍ଟି ହେଉଥିବା ବେଳେ ଗର୍ଭବତୀ ମହିଳା ଓ ବୃଦ୍ଧାବୃଦ୍ଧ ଅନେକ ଅସୁବିଧା ଭୋଗୁଛନ୍ତି। ଗ୍ରୀଷ୍ମରେ ତାପମାତ୍ରା ବଢ଼ିବା ସାଙ୍ଗକୁ ଲୋକଙ୍କ ଚିନ୍ତା ବୃଦ୍ଧିପାଉଛି। ସେମାନେ ମୋବାଇଲ ଓ ଲାଇଟ୍‌ ଚାର୍ଜ ପାଇଁ ଅନ୍ୟ ଗ୍ରାମକୁ ଯିବାକୁ ପଡୁଛି। ଅଭାବ ଓ ଅନଟନରେ ଜୀବନ କାଟୁଥିବା ଏହି ଦଳିତ ଗଁାର ଲୋକଙ୍କ ପାଇଁ ବିଦ୍ୟୁତ୍‌ ସମସ୍ୟା ମୁଣ୍ଡବ୍ୟଥାର କାରଣ ପାଲଟିଛି । ଗ୍ରାମର ୧୩ ପରିବାର ନଁାରେ ବିଜୁଳି ବିଲ୍‌ ବାକିଥିବା କାରଣରୁ ପ୍ରାୟ ୪୮ ପରିବାର ଅନ୍ଧାରରେ ଦିନ କାଟୁଥିବା ଦେଖିବାକୁ ମିଳିଛି। ଏନେଇ ଯାଜପୁର ରୋଡ୍‌ ବିଦ୍ୟୁତ୍‌ ଉପଖଣ୍ଡ ଅଧିକାରୀ ପାର୍ଥସାରଥି ଦାସଙ୍କୁ ପଚାରିବାରେ ଓଟିଏସ୍‌ ସ୍କିମ୍‌ରେ ବକେୟା ବିଦ୍ୟୁତ୍‌ ବିଲ୍‌ ପ୍ରଦାନ ପାଇଁ ସେ ପରାମର୍ଶ ଦେଇଥିଲେ। କିନ୍ତୁ ବିଲ୍‌ ନ ଭରାଯିବାରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ପାରୁନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କନିଷ୍ଠ ଯନ୍ତ୍ରୀ ଆକ୍ରମଣ ମାମଲା: ଛତିଶଗଡ଼ରୁ ଗିରଫ ହେଲେ ମୁଖ୍ୟ ଅଭିଯୁକ୍ତ

ନବରଙ୍ଗପୁର/ତେନ୍ତୁଳିଖୁଣ୍ଟି,୫ା୬(ବି.ପ୍ର./ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକରେ କନିଷ୍ଠ ଯନ୍ତ୍ରୀ ରଜନୀକାନ୍ତ ଭକ୍ତଙ୍କୁ ମାଉଜରରେ ମରଣାନ୍ତକ ଆକ୍ରମଣ ମାମଲାରେ ନବରଙ୍ଗପୁର ପୋଲିସ ଆଉ ୨ ଅଭିଯୁକ୍ତଙ୍କୁ ଗିରଫ...

ବିଚ୍ଛିନ୍ନ ହେଲା ଜଟଣୀ-ପୁରୀ ରାସ୍ତା

ଖୋର୍ଦ୍ଧା ଅଫିସ/ ଜଟଣୀ(ଡି.ଏନ.ଏ)୩୧ା୮: ମହାନଦୀ ବନ୍ୟାଜଳ ଦୟା ନଦୀରେ ପ୍ରବେଶ କରିବା ପରେ ସ୍ଥିତି ସଙ୍ଗିନ ହୋଇଛି। ଖୋର୍ଦ୍ଧା ଜିଲା ଜଟଣୀ ବ୍ଲକର ରାଜୁଆ ଓ...

ପରିଚଏ, ଜୀବ୍‌କା ଦେଇଛେ ଜହ୍ନି ଚାଷ୍‌

ସୋହେଲା,୨୯ା୮(ଡି.ଏନ୍‌.ଏ.):  ଓଡ଼ିଶା ଗୁଟେ କୃଷି ପରଧାନ ରାଏଜ୍‌। ଇ ରାଏଜ୍‌ର ବଡ଼ଭାଗି ଲୋକ୍‌ ଚାଷ୍‌ବାସ ଉପରେ ନିରଭର କରି ନିଜର ଜୀବନ୍‌ ଜୀବ୍‌କା ଚଲଉଛନ୍‌। ସେନ୍‌ତା...

ସ୍ବାୟତ୍ତ ଶାସନ ସଂସ୍ଥାରେ ଏବେ ଅମଲାତନ୍ତ୍ର ଶାସନ

ବ୍ରହ୍ମପୁର ଅଫିସ,୩୧ା୮-ଗଞ୍ଜାମ ଜିଲାର ବ୍ରହ୍ମପୁର ମହାନଗର ନିଗମ (ବିଏମସି) ଏବଂ ହିଞ୍ଜିଳିକାଟୁ ମ୍ୟୁନିସିପାଲିଟି ସମେତ ୧୮ ସହରାଞ୍ଚଳର ନିର୍ବାଚିତ ପୌର ପରିଷଦର କାର୍ଯ୍ୟକାଳ ୨୦୧୮ ସେପ୍ଟେମ୍ବର...

ଜିଲାପାଳଙ୍କ ବାସଭବନରେ ପୁଣି ପଶିଲା ଭାଲୁ

ନୂଆପଡ଼ା ଅଫିସ,୧୬।୭: ନୂଆପଡ଼ା ଜିଲାରେ ଭାଲୁ ଆତଙ୍କ ଥମିବାର ନାଁ ନେଉନାହିଁ। ଦିନକୁ ଦିନ ଭାଲୁ ସହର ମୁହାଁ ହେଉଥିବାରୁ ସହରବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ସନ୍ଧ୍ୟା...

ଅଧାପନ୍ତରିଆ ରାସ୍ତା ମରାମତି ଦାବି

ଯାଜପୁର ଅଫିସ/ରଗଡି (ଡି.ଏନ.ଏ.),୩।୫: ଯାଜପୁର ଜିଲାର ଗ୍ରାମ୍ୟ ଉନ୍ନୟନ ବିଭାଗରେ ଠିକାଦାରଙ୍କ ମନମୁଖି କାର୍ଯ୍ୟ ବଢ଼ିବାରେ ଲାଗିଛି। କେଉଁଠି ନିମ୍ନମାନର କାମ କରି ଠିକାଦାର ଆବଣ୍ଟିତ...

ସୁରଟରୁ ବସ୍‌ରେ ଭଦ୍ରକ ଆସୁଥିଲେ ମହିଳା: ରାସ୍ତାରେ ସନ୍ତାନ ପ୍ରସବ

ଭଦ୍ରକ ଅଫିସ,୪ା୫: ସୁରଟରୁ ଭଦ୍ରକ ଜିଲା ତିହିଡ଼ି ଅଞ୍ଚଳକୁ ବସ୍‌ରେ ଫେରିବାବେଳେ ନାଗପୁରଠାରେ ପ୍ରସବ ଯନ୍ତ୍ରଣା ହେବାରୁ ଜଣେ ମହିଳାଙ୍କ ପାଇଁ ବସ୍‌ ଅଟକି ଥିଲା।...

ସିନେ କଳାକାରଙ୍କ କାର ଧକ୍କାରେ ଯୁବକ ଗୁରୁତର

ପାତ୍ରପଡ଼ା,୧୦।୯(ଡି.ଏନ୍‌.ଏ.): ଖଣ୍ଡଗିରି ଥାନା ଅନ୍ତର୍ଗତ ଶ୍ୟାମପୁର ନିକଟରେ ସୋମବାର ରାତିରେ ଜଣେ ଓଡ଼ିଆ ସିନେ କଳାକାରଙ୍କ କାର ଧକ୍କାରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ସେ...

Advertisement
Archives

Model This Week