ଅନ୍ଧାରରେ ଆଭ୍ୟନ୍ତର ଗାଁ

ଯାଜପୁର ଅଫିସ/କୋରେଇ (ଡି.ଏନ.ଏ.),୫।୩ ଆଜାଦୀ କା ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ ୨୫ା୭ା୨୦୨୨ରୁ ୩୦ା୭ା୨୦୨୨ ପର୍ଯ୍ୟନ୍ତ ପ୍ରତ୍ୟେକ ଜିଲାରେ ଉଜ୍ଜ୍ୱଳ ଭାରତ-ଉଜ୍ଜ୍ୱଳ, ଭବିଷ୍ୟତ ପାୱାର-୨୦୪୭ କାର୍ଯ୍ୟକ୍ରମ (ବିଜୁଳି ମହୋତ୍ସବ) ପାଳନ କରାଗଲା। ଏଥିରେ ଭାରତ ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ପକ୍ଷରୁ ନିରନ୍ତର ବିଜୁଳି ସେବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ସ୍ବାଧୀନତାର ୭୫ ବର୍ଷ ଭିତରେ ଦେଶ ଅନେକ ସୋପାନ ଅତିକ୍ରମ କରି ବିଦ୍ୟୁତ୍‌ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିପାରିଛି, ଆଉ ଲୋ ଭୋଲ୍‌ଟେଜ୍‌ ସମସ୍ୟା ନାହିଁ, ପ୍ରତି ଘରେ ବିଜୁଳି ପହଞ୍ଚି ପାରିଛି ବୋଲି ବକ୍ତାମାନେ ଭାଷଣ ଦେଇଥିଲେ। କିନ୍ତୁ ଯାଜପୁର ଜିଲାର କେତେକ ଆଭ୍ୟନ୍ତରୀଣ ଅଞ୍ଚଳରେ ତାହା ନିରର୍ଥକ ହୋଇଛି। ଉଦାହରଣ ଭାବେ ଯାଜପୁର ଓ କେନ୍ଦୁଝର ଜିଲା ସୀମାନ୍ତବର୍ତ୍ତୀ କୋରେଇ ବ୍ଲକ ଅଧୀନ ଅନ୍ଧାରୀ ପଞ୍ଚାୟତର କିଆପଦା (ଚଢ଼େଇପାଟିଆ) ଗ୍ରାମକୁ ନିଆଯାଇପାରେ। ସେଠାରେ ଲୋକେ ଅନ୍ଧାରରେ କାଳାତିପାତ କରୁଛନ୍ତି।
ସହରାଞ୍ଚଳର ବିକାଶ ସହିତ ଗ୍ରାମାଞ୍ଚଳକୁ ସାମିଲ କରିବା ଉଦ୍ଦେଶ୍ୟରେ ଆଲୋକୀକରଣ ବ୍ୟବସ୍ଥାକୁ ଅଗ୍ରାଧିକାର ଦେଇ ପ୍ରତି ପଞ୍ଚାୟତରେ ଏଲ୍‌ଇଡି ଲାଇଟ୍‌ ଲଗାଇବା ବ୍ୟବସ୍ଥା ହୋଇଥିଲା। ଏଥିରେ ଯାଜପୁର ଜିଲାରେ ୨୦୧୫-୧୬ ଓ ୨୦୧୬-୧୭ ଆର୍ଥିକ ବର୍ଷରେ ଚତୁର୍ଥ ଓ ଚତୁର୍ଦ୍ଦଶ ଅର୍ଥ ପାଣ୍ଠିରେ ଖୁଣ୍ଟ ପିଛା ୩୨ ହଜାର ଟଙ୍କା ବିନିଯୋଗ ହୋଇଥିଲା। ଜଣେ ଠିକାସଂସ୍ଥାକୁ ଯାଜପୁର ଓ ଭଦ୍ରକ ଜିଲାର ଦାୟିତ୍ୱ ଦେଇ ପ୍ରଶାସନ ଅଯାଚିତ ଅନୁକମ୍ପା ପ୍ରଦର୍ଶନ କରିଥିଲା। ନିମ୍ନମାନର ଏଲ୍‌ଇଡି ଲାଇଟ୍‌ ଓ ସରଞ୍ଜାମ ଲଗାଯାଇ ବିପୁଳ ଅର୍ଥ ହରିଲୁଟ୍‌ ହୋଇଥିବା ନେଇ ୨୦୧୭ ଶେଷ ବେଳକୁ ଅଭିଯୋଗ ଉଠିଥିଲା। ଏହି କେଳେଙ୍କାରୀକୁ ନେଇ କେତେଜଣ ସାମାଜିକ କର୍ମୀ ଅଦାଲତର ଦ୍ୱାରସ୍ଥ ହୋଇଥିଲେ। ହେଲେ ଏହି ମହାଦୁର୍ନୀତି ଦବିଯାଇଥିବାବେଳେ ଏଯାଏ କୌଣସି ଠୋସ୍‌ ପଦକ୍ଷେପ ନିଆଗଲା ନାହିଁ। ଦାୟିତ୍ୱରେ ଥିବା ଠିକାସଂସ୍ଥା ନିମ୍ନମାନର ଲାଇଟ୍‌ ସରଞ୍ଜାମ ଲଗାଯାଇଥିବାରୁ ସେସବୁ ୩ ରୁ ୪ ମାସ ମଧ୍ୟ ଜଳି ନ ଥିଲା। ବଜାର ଦରଠାରୁ ପ୍ରାୟ ୮ ଗୁଣ ଅଧିକ ଟଙ୍କାର ବିଲ୍‌ କରାଯାଇଥିବା ଅଭିଯୋଗ ହେଉଛି। ଏବେ ଖୁଣ୍ଟ ଅଛି, ହେଲେ ଲାଇଟ ନଥିବାରୁ ସମ୍ପୃକ୍ତ ଗ୍ରାମଗୁଡ଼ିକ ଅନ୍ଧାରରେ ରହିଛି।
କିଆପଦା ଗ୍ରାମ କଥା ଦେଖିଲେ, ଏଠାରେ ପ୍ରାୟ ୬୧ ଦଳିତ ପରିବାର ରହୁଛନ୍ତି। ଆର୍ଥିକ ସ୍ଥିତି ସୁଦୃଢ଼ ନ ଥିବାରୁ ପ୍ରାୟ ୯୦% ଲୋକ ଦିନମଜୁରିଆ ଭାବେ କାମ କରନ୍ତି। ୧ବର୍ଷ ହେବ ଏହି ଗଁାରେ ବିଜୁଳି ନାହିଁ। ଟାଟା ପାୱାର ବିଜୁଳି ଯୋଗାଣ ଦାୟିତ୍ୱ ନିଜ ହାତକୁ ନେବା ଦିନଠାରୁ ଗରିବଙ୍କ ମୁଣ୍ଡରେ ଚଡ଼କ ପଡ଼ିିଥିବା କୁହାଯାଉଛି। ଗ୍ରାମର ୧୩ ପରିବାରକୁ ବିଜୁଳି ସଂଯୋଗ ଦିଆଯାଇଥିଲା। ଗତବର୍ଷ ଜାନୁୟାରୀରେ ପୂର୍ବରୁ ବିଦ୍ୟୁତ୍‌ ବିଲ୍‌ ବାକି ଥିବା ଦର୍ଶାଇ ଗ୍ରାମରୁ ସମ୍ପୂର୍ଣ୍ଣ ଭାବେ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ କରାଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସେମାନେ ଯାଜପୁର ରୋଡ୍‌ ବିଦ୍ୟୁତ୍‌ ବିଭାଗ କାର୍ଯ୍ୟାଳୟ, କୋରେଇ ବ୍ଲକ ଉନ୍ନୟନ ଅଧିକାରୀ ଓ କୋରେଇ ବିଧାୟକଙ୍କ ନିକଟକୁ ଧାଇଁ ଧାଇଁ ନୟାନ୍ତ ହେଲେଣି। ଗ୍ରାମ ନିକଟରେ ଜଙ୍ଗଲ ଥିବାରୁ ସଞ୍ଜ ହେଲେ ଭାଲୁ ଉପଦ୍ରବ ଦେଖିବାକୁ ମିଳୁଛି। ମୁଖ୍ୟତଃ ପିଲାଙ୍କ ପାଠପଢ଼ାରେ ବାଧା ସୃଷ୍ଟି ହେଉଥିବା ବେଳେ ଗର୍ଭବତୀ ମହିଳା ଓ ବୃଦ୍ଧାବୃଦ୍ଧ ଅନେକ ଅସୁବିଧା ଭୋଗୁଛନ୍ତି। ଗ୍ରୀଷ୍ମରେ ତାପମାତ୍ରା ବଢ଼ିବା ସାଙ୍ଗକୁ ଲୋକଙ୍କ ଚିନ୍ତା ବୃଦ୍ଧିପାଉଛି। ସେମାନେ ମୋବାଇଲ ଓ ଲାଇଟ୍‌ ଚାର୍ଜ ପାଇଁ ଅନ୍ୟ ଗ୍ରାମକୁ ଯିବାକୁ ପଡୁଛି। ଅଭାବ ଓ ଅନଟନରେ ଜୀବନ କାଟୁଥିବା ଏହି ଦଳିତ ଗଁାର ଲୋକଙ୍କ ପାଇଁ ବିଦ୍ୟୁତ୍‌ ସମସ୍ୟା ମୁଣ୍ଡବ୍ୟଥାର କାରଣ ପାଲଟିଛି । ଗ୍ରାମର ୧୩ ପରିବାର ନଁାରେ ବିଜୁଳି ବିଲ୍‌ ବାକିଥିବା କାରଣରୁ ପ୍ରାୟ ୪୮ ପରିବାର ଅନ୍ଧାରରେ ଦିନ କାଟୁଥିବା ଦେଖିବାକୁ ମିଳିଛି। ଏନେଇ ଯାଜପୁର ରୋଡ୍‌ ବିଦ୍ୟୁତ୍‌ ଉପଖଣ୍ଡ ଅଧିକାରୀ ପାର୍ଥସାରଥି ଦାସଙ୍କୁ ପଚାରିବାରେ ଓଟିଏସ୍‌ ସ୍କିମ୍‌ରେ ବକେୟା ବିଦ୍ୟୁତ୍‌ ବିଲ୍‌ ପ୍ରଦାନ ପାଇଁ ସେ ପରାମର୍ଶ ଦେଇଥିଲେ। କିନ୍ତୁ ବିଲ୍‌ ନ ଭରାଯିବାରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ପାରୁନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣ୍ଡା ସାହୁ ଅପହରଣ ମାମଲା: ଗିରଫ ୪ ଅଭିଯୁକ୍ତ କୋର୍ଟ ଚାଲାଣ , ଜାମିନ ନାମଞ୍ଜୁର ହେବାରୁ

ବଲାଙ୍ଗୀର, ୧୭।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ମାମଲାରେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ ବଲାଙ୍ଗୀର ପୋଲିସ…

୨ ବର୍ଷର ବନବାସର ଘଟିଲା ଅନ୍ତ: ସ୍ମୃତିଙ୍କୁ ମିଳିଲା…

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଦ୍ୱାରା ଘୋଷଣା କରାଯାଇଥିବା ନୂତନ ଦଳରେ, ପୂର୍ବତନ ଏମ୍‌ପି ଏବଂ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ…

ନୂଆ ଟିମ୍‌ ଘୋଷଣା ପରେ ପ୍ରତିକ୍ରିୟା ରଖିଲେ ନୀତିନ ନବୀନ, କହିଲେ…

ନୂଆଦିଲ୍ଲୀ,୧୭।୮: ନୂଆ ଟିମ୍‌ ଘୋଷଣା କରିବା ପରେ ଭାଜପା ସଭାପତି ନୀତିନ ନବୀନ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସଭାପତି ନବନିଯୁକ୍ତ ଭାଜପା କାର୍ଯ୍ୟକର୍ତ୍ତାଙ୍କୁ…

ପିଉସାଙ୍କୁ ହତ୍ୟା କରି ପୋଡିଦେବା ଘଟଣା: ଜମି ବିବାଦ ନା ଗୁଣି ଗାରେଡି, ୨ ଜଣଙ୍କୁ…

ଦାରିଙ୍ଗବାଡି,୧୭।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗାଁରେ ଏକ ହତ୍ୟା ଘଟଣାର ପୋଲିସ ଖୁଲାସା କରିଛି। ହତ୍ୟାର ଶିକାର ହୋଇଛନ୍ତି ଉକ୍ତ…

ବ୍ରାହ୍ମଣୀରେ ଭୟଙ୍କର ବନ୍ୟା: ବିପଦ ସଙ୍କେତ ଡେଇଁ ୨୦ ଫୁଟରେ ପ୍ରବାହିତ ଜଳ, ଅଳଭା ଠାରେ ଘଳିଆ

ପଟ୍ଟାମୁଣ୍ଡାଇ,୧୭।୮ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ରୂପ ଧାରଣ କରିଛି। ବ୍ରାହ୍ମଣୀ ନଦୀର ବିପଦ…

ନୂଆ ଟିମ୍ ଘୋଷଣା କଲେ ନୀତିନ ନବୀନ; କିଏ ଏହି ଦୀପକ ମହସ୍କେ, ଯାହାଙ୍କୁ ମିଳିଲା ବଡ଼ ଦାୟିତ୍ବ

ନୂଆଦିଲ୍ଲୀ,୧୭।୮: ନୀତିନ ନବୀନ ତାଙ୍କ ନୂଆ ଟିମ୍‌ ଘୋଷଣା କରିଛନ୍ତି । ଏଥିରେ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ହୋଇଛି ଦଳର ଆଇଟି ସେଲ୍‌ ମୁଖ୍ୟ ପଦରେ…

ପବିତ୍ର ଶ୍ରାବଣ ସୋମବାରକୁ ସଂକ୍ରାନ୍ତି ସଂଯୋଗ: ବିଭିନ୍ନ ମନ୍ଦିରରେ କାଉଡ଼ିଆଙ୍କ ପାଇଁ….

କଲ୍ୟାଣସିଂହପୁର, ୧୭।୮ (ଦୀପକ କୁମାର ପରିଡ଼ା): ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର ତଥା ସିଂହ ସଂକ୍ରାନ୍ତି ଅବସରରେ କଲ୍ୟାଣସିଂହପୁର ବ୍ଲକର ବିଭିନ୍ନ ପ୍ରମୁଖ ଶୈବପୀଠ ଓ…

ବନ୍ୟାପାଣିରେ ଭାସିଯାଇଥିଲେ ଯୁବକ, ୪ଦିନ ପରେ ମୃତଦେହ ଉଦ୍ଧାର

ଧାମନଗର,୧୭।୮(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ବ୍ଲକ ଦିହୁଡ଼ି-ଆନନ୍ଦପୁର ପଞ୍ଚାୟତ ପାହଡ଼ପୁର ଯେନାସାହି ଗ୍ରାମର ଗଣେଶ ଜେନା (୫୨)ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିଖୋଜର ୪ଦିନ ପରେ ଜଙ୍ଗଲରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri