ପ୍ରଥମେ ଭାରତର ଦୋଷ ଦେଉଥିଲା, ଏବେ କାନାଡାର ମତ ବଦଳିଗଲା

ଓଟାଓ୍ବା,୨୧।୨: ଖଲିସ୍ତାନୀ ସମର୍ଥକ ନେତା ହରଦୀପ ସିଂ ନିଜ୍ଜରଙ୍କ ସହଯୋଗୀଙ୍କ ଉପରେ ହୋଇଥିବା ଆକ୍ରମଣରେ କୌଣସି ବିଦେଶୀ ହସ୍ତକ୍ଷେପ ହୋଇନାହିଁ ବୋଲି କାନାଡା ସରକାର କହିଛନ୍ତି। କାନାଡାର ଆଇନ ପ୍ରଣୟନକାରୀଙ୍କ ଦ୍ୱାରା ଏକ ବିଜ୍ଞପ୍ତି ଜାରି କରାଯାଇଥିଲା। ଏହି ପ୍ରସଙ୍ଗରେ କୌଣସି ବିଦେଶୀ ହସ୍ତକ୍ଷେପର କୌଣସି ନିଶ୍ଚିତତା ନ ଥିଲା ବୋଲି କୁହାଯାଇଥିଲା।
ଏହାପୂର୍ବରୁ ଶିଖ ଫର ଜଷ୍ଟିସ (ଏସ୍‌ଏଫ୍‌ଜେ) ଗୋଷ୍ଠୀ ଅଭିଯୋଗ କରିଥିଲେ ଯେ, ଫେବୃଆରୀ ୧ ସକାଳେ ସିମରଞ୍ଜିତ ସିଂଙ୍କ ଘରେ ହୋଇଥିବା ଆକ୍ରମଣରେ ଭାରତର ହାତ ଥିଲା। ଫେବୃଆରୀ ୧୨ରେ ଗ୍ରେଟର ଟରୋଣ୍ଟୋ ଏରିଆର ହୋଇଥିବା ଆକ୍ରମଣ ପାଇଁ ଏସ୍‌ଏଫ୍‌ଜେ ଭାରତକୁ ଦାୟୀ କରିଥିଲା। ଏହି ଆକ୍ରମଣରେ ଇନ୍ଦରଜିତ ସିଂ ଗୋସଲଙ୍କ ନିର୍ମାଣାଧୀନ ଗୃହକୁ ଟାର୍ଗେଟ କରାଯାଇଥିଲା। ଖଲିସ୍ତାନ ଉପନିର୍ବାଚନରେ ସାହାଯ୍ୟ କରିଥିବା ଅଭିଯୋଗ ହୋଇଛି।
ଏହାପୂର୍ବରୁ ଗତ ବର୍ଷ ଜୁନ ୧୮ରେ ହରଦୀପ ସିଂ ନିଜ୍ଜରଙ୍କୁ କାନାଡାର ଏକ ଗୁରୁଦ୍ୱାର ବାହାରେ ଗୁଳି କରି ହତ୍ୟା କରାଯାଇଥିଲା। ହରଦୀପଙ୍କୁ ଜଣେ ଖଲିସ୍ତାନ ନେତା ବୋଲି ଚିହ୍ନଟ କରାଯାଇଥିଲା। ତାଙ୍କ ହତ୍ୟା ପରେ ଭାରତ ସରକାର ଏହା ପଛରେ ଥିଲେ ବୋଲି ଆଶଙ୍କା କରାଯାଉଥିଲା। ତେବେ ଭାରତ ଏହି ଅଭିଯୋଗକୁ ସର୍ବଦା ପ୍ରତ୍ୟାଖ୍ୟାନ କରିଆସୁଛି। ଏହାପରଠାରୁ ଉଭୟ ଦେଶ ମଧ୍ୟ ସମ୍ପର୍କ ଭଲ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବରଠୁ ୩ ରାଶିଙ୍କୁ କଲବଲ କରିବେ କେତୁ! ଦେଖାଯିବ ଆର୍ଥିକ ସଙ୍କଟ, ଯାହା ଇନ୍‌କମ କରିବେ ସବୁ ଚାଲିଯିବ…

ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ମାସରେ କେତୁଙ୍କ ଚଳନରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଜ୍ୟୋତିଷୀୟ ଗଣନା ଅନୁସାରେ, ୩ ଅକ୍ଟୋବର ୨୦୨୬ରେ କେତୁ ମଘା ନକ୍ଷତ୍ରର…

ଡବ୍ଲ୍ୟୁଏଚ୍‌ଓ-ୟୁନିସେଫ୍‌ ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ, ଭାରତର ୫ କୋଟି ସ୍କୁଲ ପିଲାଙ୍କୁ ମିଳୁନି…

ନୂଆଦିଲ୍ଲୀ,୨୯।୯(ପି.ଟି.): ଭାରତର ବିଦ୍ୟାଳୟଗୁଡ଼ିକରେ ପାଖାପାଖି ଏକ-ପଞ୍ଚମାଂଶ ପିଲାଙ୍କୁ ପରିମଳ ସେବା ଉପଲବ୍ଧ ହେଉନାହିଁ, ଯାହାକି ବିଶ୍ୱରେ ସର୍ବାଧିକ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଏବଂ ୟୁନିସେଫ୍‌ର ଯୁଗ୍ମ…

ମହାନଦୀ ସହ ସଂଯୋଗ ହେବ ଗଞ୍ଜାମ ଜିଲାର ୨ ନଦୀ: ଚାଲିଛି ଅନୁଧ୍ୟାନ

ଭଞ୍ଜନଗର, ୨୯।୯ (ବାବୁଲା ପ୍ରଧାନ): ଗ୍ରୀଷ୍ମ ଋତୁରେ ଗଞ୍ଜାମ ଜିଲାର ଅନେକ ନଦୀ ଶୁଖିଯିବା ସହ ବର୍ଷା ଋତୁରେ ମଧ୍ୟ କେତେକ ସମୟରେ ଜଳପ୍ରବାହ ହ୍ରାସ ପାଉଥିବାରୁ…

ଇରାନ ସହ ଡିଲ ପାଇଁ ଟ୍ରମ୍ପ ରାଜି, ହେଲେ ରଖିଦେଲେ ବଡ଼ ସର୍ତ୍ତ

ୱାଶିଂଟନ,୨୯।୯: ଇରାନ ସହ ଏକ ଚୂଡ଼ାନ୍ତ ଚୁକ୍ତିରେ ପହଞ୍ଚିବା ପାଇଁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ଲାଗିଥିବା କିଛି କଟକଣା କୋହଳ କରିବା ସହ…

ଏମଏମଡିଆର୍‌ ଆଇନ ପ୍ରତ୍ୟାହାର ଦାବିରେ ଗର୍ଜିଲା ବିଜେଡି: ୧୦ ହଜାରରୁ ଊର୍ଦ୍ଧ୍ୱ ବିଜେଡି କର୍ମୀ କଲେ ବିଶାଳ ପ୍ରତିବାଦ

କେସିଙ୍ଗା, ୨୯।୯(ତୁମେଶ୍ୱର ସାହୁ):ଏମଏମଡିଆର୍‌ ଆଇନର ପ୍ରତିବାଦ ଓ ଏହାକୁ ପ୍ରତ୍ୟାହାର ଦାବିରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଭୁବନେଶ୍ୱରଠାରେ ଏକ ବିଶାଳ ପ୍ରତିବାଦ ସଭା ଆୟୋଜିତ…

ରୋହିତ,ସେହୱାଗ, ଇଶାନଙ୍କୁ ପଛରେ ପକାଇଲେ କୋହଲି, ନିଜ ନାଁରେ କଲେ ଅନନ୍ୟ ରେକର୍ଡ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୯।୯: ଦିନିକିଆ କ୍ରିକେଟରେ ବିରାଟ କୋହଲିଙ୍କ ନାମ ପୁଣିଥରେ ଏକ ବିଶେଷ ରେକର୍ଡ ସହ ଚର୍ଚ୍ଚାରେ ରହିଛି। ନିଜ ବ୍ୟାଟିଂ ଦ୍ୱାରା ଦୀର୍ଘଦିନ ଧରି ରେକର୍ଡ ପରେ…

ଗୁଳି କରି ବ୍ୟବସାୟୀଙ୍କୁ ହତ୍ୟା; ଟଙ୍କା ବ୍ୟାଗ୍‌ ଲୁଟିନେଲେ ଦୁର୍ବୃତ୍ତ, ଅଞ୍ଚଳରେ ଚାଞ୍ଚଲ୍ୟ

ପାଟଣା,୨୯।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା କେନ୍ଦେଇପୋଷି-ପାଟଣା ରାସ୍ତାର ଭୀମାପଡ଼ା ଜଙ୍ଗଲ ନିକଟରେ ସୋମବାର ବିଳମ୍ବିତ ରାତିରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ରାତି ୧୦ଟା…

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?