ଆବର୍ଜନାରେ ଅଣନିଃଶ୍ୱାସୀ

କେନ୍ଦୁଝର, ୬।୮(ସ୍ବ.ପ୍ର.)-କେନ୍ଦୁଝର ଜିଲା ମୁଖ୍ୟାଳୟର ସାୈନ୍ଦର୍ଯ୍ୟକରଣ ନାମରେ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। କିନ୍ତୁ ସହରର ଡ୍ରେନେଜ, ରାସ୍ତାଘାଟକୁ ସଫେଇ କରାଯାଉ ନ ଥିବାରୁ ସ୍ଥାନୀୟ ବାସିନ୍ଦା ନର୍କଯନ୍ତ୍ରଣା ଭୋଗୁଛନ୍ତି। ଅନ୍ୟପକ୍ଷରେ ମଶାମାଛିଙ୍କ ପ୍ରଦୁର୍ଭାବରେ ସହରବାସୀ ଅତିଷ୍ଠ ହୋଇପଡିଲେଣି। ଏବେ ରାଜ୍ୟରେ ଡେଙ୍ଗୁ ବ୍ୟାପୁଥିବାରୁ ଲୋକେ ଭୟଭୀତ ହୋଇପଡୁଛନ୍ତି। ଗତ ୩ ବର୍ଷ ହେଲା ମଶା ତେଲ କିଣାଯାଇ ନ ଥିବାରୁ ମଶା ନିରାକରଣ ଯୋଜନା ଫେଲ୍‌ ମାରିଛି ା କେବଳ ବଡବଡିଆ ବାବୁଙ୍କ ଘରେ ମଶା ଧୂଆଁ ସ୍ପ୍ରେ କରି ଦାୟିତ୍ୱ ଶେଷ କରିଦିଆଯାଉଛି ବୋଲି ପୂର୍ବତନ ପାୈରାଧ୍ୟକ୍ଷ ପ୍ରଭଞ୍ଜନ ପଟ୍ଟନାୟକ କହିଛନ୍ତି ା
ମ୍ୟାଲେରିଆପ୍ରବଣ କେନ୍ଦୁଝର ସହରର ବିଭିନ୍ନ ସାହି, ବସ୍ତିରେ ମାସ ମାସ ଧରି ବିଭିନ୍ନ ନାଳନର୍ଦ୍ଦମାରେ ପାଣି ଜମା ହୋଇରହୁଛି। ପୋଖରୀଗୁଡିକର ପାଣି ବିଶୋଧନ କିମ୍ବା ସଫେଇ ହେଉ ନ ଥିବାରୁ ସେସବୁ ମଧ୍ୟ ମଶାମାଛିଙ୍କ ଉପତ୍ତ୍ତିସ୍ଥଳ ପାଲଟିଛି। ଦିନରାତି ମଶାଙ୍କ ଦାଉରୁ ଲୋକମାନେ ଘର ଭିତରେ ବସିପାରୁନାହାନ୍ତି ବୋଲି ଆଇନଜୀବୀ ଅଶୋକ ଦାସ କହିଛନ୍ତି ା ଏନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ ମଶା ତେଲ ପକାଯାଉନାହିଁ କିମ୍ବା ମଶା ଧୂଆଁ ଛଡା ଯାଉ ନ ଥିବାରୁ ସାହିବାସୀ ପ୍ରତିବାଦ କରିବାକୁ ଏକଜୁଟ ହେଉଛନ୍ତି ା ମଶା ପରିଚାଳନାରେ ପାୈରପ୍ରଶାସନ ଫେଲ୍‌ ମାରୁଥିବାରୁ ଏନେଇ ପ୍ରତିବାଦ କରାଯିବ ବୋଲି ଜିଲା ସମ୍ପାଦକ ଶିବ କୁମାର ରାଠୋର କହିଛନ୍ତି ା
ଦୁଇଟି ଗାଡି ସହିତ ମଶା ସ୍ପ୍ରେ ଓ ଦୁଇଟି ହାତରେ ପରିଚାଳିତ ସ୍ପ୍ରେ ଭଳି ମେଶିନ ପାୈରପାଳିକା ଅଫିସରେ ଖତ ଖାଇବାକୁ ବସିଥିଲେ ହେଁ ବ୍ୟବହାର ହୋଇପାରୁନାହିଁ। ସେସବୁ ମରାମତି ଅଭାବରୁ ଖରାପ ହୋଇପଡିଥିବା ବିଭାଗୀୟ କର୍ମଚାରୀମାନେ ସଫେଇ ଦେଉଛନ୍ତି ା କିନ୍ତୁ ଡିଏମଏଫରୁ କୋଟି କୋଟି ଟଙ୍କା ସାୈନ୍ଦର୍ଯ୍ୟକରଣ, ନୂଆ ମେଶିନ କିଣାରେ ଖର୍ଚ୍ଚ କରାଯାଉଛି ଅଥଚ ସେସବୁ ମେଶିନର ମରାମତି କରାଯାଉ ନ ଥିବାରୁ ପାୈରପ୍ରଶାସନର ପାରିବାପଣିଆ ଉପରେ ସହରବାସୀ ପ୍ରଶ୍ନ ଉଠାଇଛନ୍ତି। ଜିଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଘାସିନାଥ ମୁର୍ମୁ କହିଛନ୍ତି, ମ୍ୟାଲେରିଆ ଓ ଡେଙ୍ଗୁ ନିରାକରଣ ପାଇଁ ପାୈର ପ୍ରଶାସନ ପଦକ୍ଷେପ ନେବା ଜରୁରୀ ା ତେବେ କାହିଁକି ମଶା ତେଲ କିଣାଯାଉନାହିଁ ଓ ସ୍ପ୍ରେ ହେଉନାହିଁ ସେନେଇ ଆଶ୍ଚର୍ଯ୍ୟ ବ୍ୟକ୍ତ କରିବା ସହ ପଦକ୍ଷେପ ନେବେ ବୋଲି କହିଛନ୍ତି ା

 


Enter your email to get our daily news in your inbox.

All Right Reserved By Dharitri.Com

କମିଶନଙ୍କଠାରେ ହାଜର ହେବେ କେନ୍ଦୁଝର ଜିଲାପାଳ

କେନ୍ଦୁଝର,୧୮।୪(ସ୍ବ.ପ୍ର.), ୧୮।୪: ଜାତୀୟ ଜନଜାତି କମିଶନଙ୍କଠାରେ କେନ୍ଦୁଝର ଜିଲାପାଳ ଆଶିଷ ଠାକରେ ମଙ୍ଗଳବାର ମଧ୍ୟାହ୍ନ ୧୨ଟାରେ ହାଜର ହେବେ। ତେବେ ଜିଲାପାଳଙ୍କୁ ହାଜର କରାଇବାକୁ ପୋଲିସ...

୧୦୭ ଛୁଇଁଲା କେନ୍ଦୁଝରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

କେନ୍ଦୁଝର,୨୬।୬(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଶୁକ୍ରବାର ୨ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୭ରେ ପହଞ୍ଚିଛି। ଚିହ୍ନଟ ୨...

ପଞ୍ଚାମୃତ ଖାଇ ୬୦ରୁ ଊର୍ଦ୍ଧ୍ୱ ଅସୁସ୍ଥ

କେନ୍ଦୁଝର/ରାଇସୁଆଁ,୩।୯(ଡି.ଏନ.ଏ.):ଗଣେଶ ପୂଜା ପଞ୍ଚାମୃତ ଭୋଗ ଖାଇ ପଦ୍ମପୁର ଅଞ୍ଚଳରେ ୬୦ରୁ ଊର୍ଦ୍ଧ୍ୱ ଲୋକ ଅସୁସ୍ଥ ହୋଇପଡିଛନ୍ତି। ଅସୁସ୍ଥ ଲୋକଙ୍କୁ ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।...

୫-ଟି ରୂପାନ୍ତରିତ ବିଦ୍ୟାଳୟ କମ୍ପ୍ୟୁଟର ଲାବ୍‌ରେ ନିଆଁ

ଚମ୍ପୁଆ,୭ା୫(ଡି.ଏନ.ଏ.) କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକର ୫-ଟି ରୂପାନ୍ତରିତ କୋଦଗାଡ଼ିଆ ଉଚ୍ଚ ବିଦ୍ୟାଳୟର କମ୍ପ୍ୟୁଟର ଲାବ୍‌ରେ ଶୁକ୍ରବାର ମଧ୍ୟାହ୍ନରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ପ୍ରାୟ...

ସ୍ବତନ୍ତ୍ର ବସ୍‌ ଯୋଗେ ଝାଡଖଣ୍ଡ ଗଲେ ୨୮ ଶ୍ରମିକ

ବଡ଼ବିଲ, ୭।୫(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡ଼ବିଲରୁ ବୁଧବାର ୨୮ଜଣ ଶ୍ରମିକଙ୍କୁ ଏକ ସ୍ବତନ୍ତ୍ର ବସ୍‌ ଯୋଗେ ଝାଡ଼ଖଣ୍ଡ ରାଜ୍ୟକୁ ପଠାଯାଇଥିବା ଜଣାପଡିଛି। ରାଜ୍ୟର କେନ୍ଦୁଝର ଜିଲା ବାମେବାରୀ,...

ଏଥର ତ୍ରିମୁଖୀ ଲଢ଼େଇ

କେନ୍ଦୁଝର, ୮ା୩ (ସ୍ବ.ପ୍ର.) ପାୈରନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲର ସୋମବାର ଥିଲା ଶେଷ ଦିନ। ଚଳିତ ନିର୍ବାଚନରେ ପାୈରାଧ୍ୟକ୍ଷ ନିର୍ବାଚନ ବହୁ ବର୍ଷ ପରେ ସିଧାସଳଖ...

ପାଟଣା ରେଞ୍ଜରେ ୨୩ ବଣୁଆ ହାତୀ: ଉଜାଡିଲେ ଧାନ ଫସଲ, କ୍ଷତିପୂରଣ ଦାବି

ପାଟଣା,୧୦।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ସାହାରପଡ଼ା ଓ ଗରାଣ୍ଡିଯୋଡି ସେକ୍ସନରେ ସୋମବାର ରାତିରେ ମୟୂରଭଞ୍ଜ ଜିଲା କରଞ୍ଜିଆ ରେଞ୍ଜରୁ ୨୩ଟି ଝାଡ଼ଖଣ୍ଡି ହାତୀ...

୨୩ରେ ବିଞ୍ଜବାହାଳ ପଞ୍ଚାୟତ ୧ନମ୍ବର ବୁଥ୍‌ରେ ସାନି ମତଦାନ

କେନ୍ଦୁଝର,୨୧।୨(ସ୍ବ.ପ୍ର./ଡି.ଏନ.ଏ.): କେନ୍ଦୁଝର ଜିଲାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହିତ ଶେଷ ହୋଇଛି। ଝୁମ୍ପୁରା ବ୍ଲକରେ ୭୫ ପ୍ରତିଶତ, ଆନନ୍ଦପୁରରେ ୭୫ ପ୍ରତିଶତ ଓ ହାଟଡିହି...

Advertisement
Archives

Model This Week