Posted inଜାତୀୟ

ମାସ୍କ ହଟିବାରୁ ଇନଫ୍ଲୁଏଞ୍ଜା ସଂକ୍ରମଣ ୬ ମାସରେ ବଢ଼ିଛି ୨୦୦ ପ୍ରତିଶତ…

ନୂଆଦିଲ୍ଲୀ,୯।୩ : କରୋନା ମହାମାରୀର ଦୁଇ ବର୍ଷ ପରେ ହଠାତ ଫ୍ଲୁ ସଂକ୍ରମଣ ବଢ଼ିିଚାଲିଛି। ଫ୍ଲୁ ସଂକ୍ରମଣ ଦେଶର ସବୁ ରାଜ୍ୟରେ ରିପୋର୍ଟ କରାଯାଉଛି। ଏହାର ପଛରେ ସବୁଠାରୁ ବଡ କାରଣ ହେଉଛି ମାସ୍କ ହଟିବା ଏବଂ ଇନଫ୍ଲୁଏଞ୍ଜା ଭାଇରସ। ନଭେମ୍ବର୨୦୨୨ ପରଠାରୁ ଫ୍ଲୁ ସଂକ୍ରମଣ ଗତ ୬ମାସ ମଧ୍ୟରେ ୨୦୦ ପ୍ରତିଶତ ବୃଦ୍ଧି ପାଇଛି।

ଅବଶ୍ୟ, ଫେବୃଆରୀ ୨୦୨୩ ମଧ୍ୟଭାଗରୁ ସଂକ୍ରମଣରେ ହ୍ରାସ ଘଟିଛି। ଏହାର ସଂକ୍ରମଣର ବୃଦ୍ଧି ପଛରେ ତିନୋଟି ମୁଖ୍ୟ କାରଣ ଅଛି। ସେସବୁ ହେଉଛି ନଭେମ୍ବରରୁ ଜାନୁୟାରୀ ମଧ୍ୟରେ ଶୀତ ଋତୁ, ପରିବେଶରେ ପ୍ରଦୂଷଣ ବୃଦ୍ଧି ଏବଂ ଭାଇରସ ସଂକ୍ରମଣ ଆଦି।

ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ପକ୍ଷରୁ କୁହାଯାଇଛି ଯେ ଦେଶରେ କରୋନା ପରି ଅନ୍ୟ ଏକ ଭାଇରସ ସଂକ୍ରମଣ ବଢୁଛି। ଫଳରେ ଥଣ୍ଡା କାଶ ଏବଂ ଜ୍ୱର ରୋଗ ଦ୍ରୁତ ବେଗରେ ବୃଦ୍ଧି ପାଉଛି। ଇନଫ୍ଲୁଏଞ୍ଜା ଭାଇରସ ଯୋଗୁ ଏହା ଘଟୁଛି। ଗତ ଦୁଇ-ତିନିମାସ ଧରି ସ୍ବାଇନ ଫ୍ଲୁ ର ଏକ ସବ ଟାଇପ ଏଚ-୩ ଏନ-୨ ସଂକ୍ରମଣ ଯୋଗୁ ଜ୍ୱର ଏବଂ ଥଣ୍ଡା କାଶରେ ବୃଦ୍ଧି ଘଟିଛି। ଏହା ଯୋଗୁଁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି।

ଇଣ୍ଡିଆନ ମେଡିକାଲ ଆସୋସିଏସନ କହିଛି ଯେ ବର୍ତ୍ତମାନ ଋତୁକାଳୀନ ଜ୍ୱର ବ୍ୟାପୁଛି ଯାହା ପାଞ୍ଚରୁ ସାତ ଦିନ ପର୍ଯ୍ୟନ୍ତ ଚାଲିଥାଏ। ତିନି ଦିନ ମଧ୍ୟରେ ଜ୍ୱର ଦୂର ହୋଇଯାଏ, କିନ୍ତୁ ଥଣ୍ଡା ଏବଂ କାଶ ତିନି ସପ୍ତାହ ଧରି ଲାଗିରୁହେ। ପ୍ରଦୂଷଣ ଯୋଗୁ, ୧୫ ବର୍ଷରୁ କମ ଏବଂ ୫୦ବର୍ଷରୁ ଅଧିକ ବୟସ୍କଙ୍କଠାରେ ଶ୍ୱାସକ୍ରିୟା ସଂକ୍ରମଣ ବୃଦ୍ଧି ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ମନ୍ତବ୍ୟକୁ ସମାଲୋଚନା କରି ଗିରଫ ହେଲେ ଭାଜପା ନେତା

ବିକାନେର,୨୮ା୪: ରାଜସ୍ଥାନରେ ଲୋକ ସଭା ନିର୍ବାଚନ ଶେଷ ହେବା ପରେ ବିକାନେରର ଭାଜପା ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଉସ୍‌ମାନ ଘନିଙ୍କୁ ଶନ୍ତି ଭଙ୍ଗ କରିବା ଅଭିଯୋଗରେ...

ଆମେ କୌଣସି ପରିସ୍ଥିତିରେ ବି ମୁଣ୍ଡ ନୁଆଁଇବୁ ନାହିଁ: କାହିଁକି ଏମିତି କହିଲେ ପ୍ରତିରକ୍ଷା ମନ୍ତ୍ରୀ

ଅହମ୍ମଦାବାଦ,୨୮।୪: ଭାରତ ଏକ ସାମରିକ ଶକ୍ତିଶାଳୀ ଦେଶରେ ପରିଣତ ହୋଇଛି। ଆମେ ଆମର ପଡ଼ୋଶୀମାନଙ୍କ ସହିତ ଭଲ ସମ୍ପର୍କ ବଜାୟ ରଖିବାକୁ ଚାହୁଁଛୁ। ଦେଶର ପ୍ରତିରକ୍ଷା...

ପାକିସ୍ତାନୀ ଡଙ୍ଗାରୁ ୮୬ କିଲୋ ଡ୍ରଗ୍ସ ଜବତ କଲା ଭାରତ

ନୂଆଦିଲ୍ଲୀ,୨୮।୪: ଭାରତୀୟ ତଟରକ୍ଷୀ ବାହିନୀ ପାକିସ୍ତାନୀ ଡଙ୍ଗାରୁ ୮୬ କିଲୋଗ୍ରାମ ଡ୍ରଗ୍ସ ଜବତ କରିଛି। ଏହା ସହିତ ଜାହାଜରେ ଥିବା ୧୪ ଜଣଙ୍କୁ ମଧ୍ୟ ଫୋର୍ସ...

ଭାଜପାରେ ଚାଲେ ଆରଏସ୍‌ଏସ୍‌ ମୁଖ୍ୟଙ୍କ ସମ୍ଭିଧାନ:ସଞ୍ଜୟ ସିଂ

ନୂଆଦିଲ୍ଲୀ,୨୮।୪: ଦିଲ୍ଲୀ ଏକ୍ସାଇଜ ପଲିସି ଦୁର୍ନୀତି ମାମଲାରେ ଦୀର୍ଘ ଦିନ ଧରି ତିହାର ଜେଲରେ ବନ୍ଦୀ ହେବା ପରେ ମୁକ୍ତ ହୋଇଥିବା ଆମ ଆଦମୀ ପାର୍ଟି...

ରାଜଧାନୀରେ ବଦଳିବେ ନାହିଁ ପ୍ରାର୍ଥୀ, ଲଭଲିଙ୍କ ଇସ୍ତଫା ପରେ କଂଗ୍ରେସ ଦୁଇଭାଗ

ନୂଆଦିଲ୍ଲୀ,୨୮।୪: ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଅରବିନ୍ଦର ସିଂ ଲଭଲିଙ୍କ ଇସ୍ତଫା ପରେ ଦଳରେ ଆତଙ୍କ ଖେଳିଯାଇଛି। କୁହାଯାଉଛି ଯେ ଦିଲ୍ଲୀର ଆମ ଆଦମୀ ପାର୍ଟି...

ସ୍ବାଧୀନତା ପରଦିନ ରାମ ମନ୍ଦିର ନିର୍ମାଣ ନିଷ୍ପତ୍ତି ନିଆଯିବାର ଥିଲା: ମୋଦି

ବେଙ୍ଗାଲୁରୁ,୨୮।୪: ଉତ୍ତର କର୍ନାଟକରେ ଏକ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କଂଗ୍ରେସ ଏବଂ ଇଣ୍ଡିଆ ଆଲାଇନ୍ସକୁ କଡ଼ା...

ଆମେ ୨ ପ୍ରଧାନମନ୍ତ୍ରୀ କରୁ କି ୪ ଆମର ଇଚ୍ଛା, ହେଲେ ତାନାଶାହାଙ୍କୁ ଆସିବାକୁ ଦେବୁ ନାହିଁ: ସଞ୍ଜୟ ରାଉତ

ପୁଣେ,୨୮।୪: ଦେଶରେ ଲୋକ ସଭା ନିର୍ବାଚନକୁ ନେଇ ରାଜନୈତିକ ବୟାନବାଜୀ ଆରମ୍ଭ ହୋଇଛି। ୭ଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ନିର୍ବାଚନର ୨ ପର୍ଯ୍ୟାୟ ଶେଷ...

ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବିଙ୍କ ସହ ଚକି ପେଷୁଛନ୍ତି ରାଜଶ୍ରୀ

ପାଟନା,୨୮।୪: ବିହାରରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଦଳ ଏବଂ ବିରୋଧୀ ଦଳର ନେତାମାନେ ନିର୍ବାଚନ ବୈଠକ କରି ସେମାନଙ୍କ ସପକ୍ଷରେ ସର୍ବସାଧାରଣ ଭୋଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri