Posted inଜାତୀୟ

ମାସ୍କ ହଟିବାରୁ ଇନଫ୍ଲୁଏଞ୍ଜା ସଂକ୍ରମଣ ୬ ମାସରେ ବଢ଼ିଛି ୨୦୦ ପ୍ରତିଶତ…

ନୂଆଦିଲ୍ଲୀ,୯।୩ : କରୋନା ମହାମାରୀର ଦୁଇ ବର୍ଷ ପରେ ହଠାତ ଫ୍ଲୁ ସଂକ୍ରମଣ ବଢ଼ିିଚାଲିଛି। ଫ୍ଲୁ ସଂକ୍ରମଣ ଦେଶର ସବୁ ରାଜ୍ୟରେ ରିପୋର୍ଟ କରାଯାଉଛି। ଏହାର ପଛରେ ସବୁଠାରୁ ବଡ କାରଣ ହେଉଛି ମାସ୍କ ହଟିବା ଏବଂ ଇନଫ୍ଲୁଏଞ୍ଜା ଭାଇରସ। ନଭେମ୍ବର୨୦୨୨ ପରଠାରୁ ଫ୍ଲୁ ସଂକ୍ରମଣ ଗତ ୬ମାସ ମଧ୍ୟରେ ୨୦୦ ପ୍ରତିଶତ ବୃଦ୍ଧି ପାଇଛି।

ଅବଶ୍ୟ, ଫେବୃଆରୀ ୨୦୨୩ ମଧ୍ୟଭାଗରୁ ସଂକ୍ରମଣରେ ହ୍ରାସ ଘଟିଛି। ଏହାର ସଂକ୍ରମଣର ବୃଦ୍ଧି ପଛରେ ତିନୋଟି ମୁଖ୍ୟ କାରଣ ଅଛି। ସେସବୁ ହେଉଛି ନଭେମ୍ବରରୁ ଜାନୁୟାରୀ ମଧ୍ୟରେ ଶୀତ ଋତୁ, ପରିବେଶରେ ପ୍ରଦୂଷଣ ବୃଦ୍ଧି ଏବଂ ଭାଇରସ ସଂକ୍ରମଣ ଆଦି।

ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ପକ୍ଷରୁ କୁହାଯାଇଛି ଯେ ଦେଶରେ କରୋନା ପରି ଅନ୍ୟ ଏକ ଭାଇରସ ସଂକ୍ରମଣ ବଢୁଛି। ଫଳରେ ଥଣ୍ଡା କାଶ ଏବଂ ଜ୍ୱର ରୋଗ ଦ୍ରୁତ ବେଗରେ ବୃଦ୍ଧି ପାଉଛି। ଇନଫ୍ଲୁଏଞ୍ଜା ଭାଇରସ ଯୋଗୁ ଏହା ଘଟୁଛି। ଗତ ଦୁଇ-ତିନିମାସ ଧରି ସ୍ବାଇନ ଫ୍ଲୁ ର ଏକ ସବ ଟାଇପ ଏଚ-୩ ଏନ-୨ ସଂକ୍ରମଣ ଯୋଗୁ ଜ୍ୱର ଏବଂ ଥଣ୍ଡା କାଶରେ ବୃଦ୍ଧି ଘଟିଛି। ଏହା ଯୋଗୁଁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି।

ଇଣ୍ଡିଆନ ମେଡିକାଲ ଆସୋସିଏସନ କହିଛି ଯେ ବର୍ତ୍ତମାନ ଋତୁକାଳୀନ ଜ୍ୱର ବ୍ୟାପୁଛି ଯାହା ପାଞ୍ଚରୁ ସାତ ଦିନ ପର୍ଯ୍ୟନ୍ତ ଚାଲିଥାଏ। ତିନି ଦିନ ମଧ୍ୟରେ ଜ୍ୱର ଦୂର ହୋଇଯାଏ, କିନ୍ତୁ ଥଣ୍ଡା ଏବଂ କାଶ ତିନି ସପ୍ତାହ ଧରି ଲାଗିରୁହେ। ପ୍ରଦୂଷଣ ଯୋଗୁ, ୧୫ ବର୍ଷରୁ କମ ଏବଂ ୫୦ବର୍ଷରୁ ଅଧିକ ବୟସ୍କଙ୍କଠାରେ ଶ୍ୱାସକ୍ରିୟା ସଂକ୍ରମଣ ବୃଦ୍ଧି ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିଲେ ଓଡ଼ିଶାର ରାଜ୍ୟପାଳ: ହରିବାବୁ କମ୍ଭମପାଟିଙ୍କ ସ୍ଥାନ ନେଲେ…

ଭୁବନେଶ୍ୱର,୧୨।୧୦: ରାଜ୍ୟପାଳ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା ସମେତ ୬ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଅଦଳବଦଳରେ ବର୍ତ୍ତମାନର…

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ ସୁଲୋଚନା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ

ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

ଇନ୍‌ଷ୍ଟାଗ୍ରାମରୁ ପ୍ରେମ, ପରେ ପ୍ରତାରଣା ଦେଲେ କହ୍ନେଇ: ବିଧବାଙ୍କୁ ବଳାତ୍କାର ପରେ…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ପୋଲିସ କହ୍ନେଇ ମହାନ୍ତି(୨୬) ନାମକ ଜଣେ ଯୁବକଙ୍କୁ ବଳାତ୍କାର ଓ ଠକେଇ ମାମଲାରେ ଗିରଫ କରି…

୧୫୦ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ଦ୍ୱିତୀୟଥର ଘଟିଲା ଏହି ଘଟଣା: ବିରଳ ରେକର୍ଡ କଲେ ଏହି ବ୍ୟାଟ୍ସମ୍ୟାନ୍‌

ଡର୍ବାନ,୧୨।୧୦:ଟେଷ୍ଟ କ୍ରିକେଟ୍‌ରେ ବେଳେବେଳେ ଏପରି କିଛି ବିରଳ ରେକର୍ଡ ଦେଖିବାକୁ ମିଳେ, ଯାହା କ୍ରିକେଟ୍‌ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଦିଏ। ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଡର୍ବାନର କିଙ୍ଗ୍ସମିଡ…

ମାତ୍ର ୩୫ ପଇସାରେ ୧୦ ଲକ୍ଷର ବୀମା କଭର୍‌! କାହାକୁ ମିଳିବ ଏହି ଲାଭ, ଜାଣନ୍ତୁ ରେଳବାଇର ନିୟମ

ନୂଆଦିଲ୍ଲୀ, ୧୨।୧୦: ଯଦି ଆପଣ ନିୟମିତ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଅନଲାଇନରେ ଟିକେଟ ବୁକ କରୁଛନ୍ତି, ତେବେ ଟିକେଟ ବୁକିଂ ସମୟରେ ମିଳୁଥିବା ରେଳ ଯାତ୍ରା…

ମୁହଁତୋଡ ଜବାବ ଦେଲେ କ୍ୟାଟ୍ରିନା: କହୁ କହୁ କହିଦେଲେ…

ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌। ଓଜନ ବୃଦ୍ଧିକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ ହେବାପରେ ଏବେ ସେ ନିଜ ଷ୍ଟାଇଲିସ ଲୁକକୁ ନେଇ ସାଉଁଟିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?