ବିବାହ ପରଦିନଠାରୁ ସ୍ତ୍ରୀଙ୍କୁ ମାର୍‌ପିଟ୍‌ ସହ ନିର୍ଯାତନା; ମୋଟିଭେସନାଲ ସ୍ପିକର୍‌ ବିବେକ ବିନ୍ଦ୍ରାଙ୍କ ନାମରେ ଘରୋଇ ହିଂସା ଅଭିଯୋଗ

ନୂଆଦିଲ୍ଲୀ,୨୩।୧୨: ମୋଟିଭେସନାଲ ସ୍ପିକର୍‌, ୟୁଟ୍ୟୁବ୍‌ କଣ୍ଟେଣ୍ଟ କ୍ରିଏଟର ତଥା ସୋସିଆଲ ମିଡିଆରେ ବ୍ୟବସାୟ କୋଚ୍‌ ଭାବେ ପରିଚିତ ବିବେକ ବିନ୍ଦ୍ରାଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆସିଛି। ବିବାହର ମାସେ ନ ପୁରୁଣୁ ସେ ସ୍ତ୍ରୀ ୟାନିକାଙ୍କୁ ମାର୍‌ପିଟ ସହ ନିର୍ଯାତନା ଦେଉଥିବା ନେଇ ନୋଏଡାର ସେକ୍ଟର ୧୨୬ ଥାନାରେ ଅଭିଯୋଗ ହୋଇଛି। ବିବେକଙ୍କ ଶଳା ଏହି ଅଭିଯୋଗ କରିଛନ୍ତି। ନୋଏଡା ପୋଲିସ ତାଙ୍କ ନାମରେ ଘରୋଇ ହିଂସା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଡିସେମ୍ବର ୬ରେ ବିବେକ ଗାଜିଆବାଦ(ୟୁପି)ର ୟାନିକାଙ୍କୁ ଦିଲ୍ଲୀର ଲଳିତ ହୋଟେଲରେ ବିବାହ କରିଥିଲେ। ବିବାହ ପରେ ନବବିବାହିତ ଯୋଡ଼ି ନୋଏଡାର ସେକ୍ଟର ୯୪ରେ ଥିବା ସୁପରନୋଭା ୱେଷ୍ଟ ରେସିଡେନ୍ସିରେ ରହିବାକୁ ଆସିଥିଲେ। ବିବାହ ପରଦିନ ଅର୍ଥାତ ଡିସେମ୍ବର ୭ ତାରିଖ ସକାଳେ ବିନ୍ଦ୍ରା ଏବଂ ତାଙ୍କ ମା’ ପ୍ରଭାଙ୍କ ମଧ୍ୟରେ କୌଣସି କାରଣରୁ ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ ୟାନିକା ବୁଝାସୁଝା କରିବାକୁ ଯାଇଥିଲେ। କିନ୍ତୁ ବିନ୍ଦ୍ରା ରାଗିଯାଇ ତାଙ୍କୁ ଏକ
କୋଠରୀରେ ବନ୍ଦ କରି ଗାଳି ଦେବା ସହ ମାର୍‌ପିଟ୍‌ କରିଥିଲେ। ଏଥିରେ ତାଙ୍କୁ ଏତେ ଜୋରରେ ଆଘାତ ଲାଗିଛି ଯେ, ସେ ଠିକଭାବେ ଶୁଣିପାରୁ ନାହାନ୍ତି। ୟାନିକାଙ୍କ ମୋବାଇଲ ଫୋନ ମଧ୍ୟ ବିନ୍ଦ୍ରା ଭାଙ୍ଗି ଦେଇଥିବା ଏତଲାରେ ଉଲ୍ଲେଖ ରହିଛି। ତେବେ ବିନ୍ଦ୍ରା ତାଙ୍କ ପତ୍ନୀଙ୍କୁ ବାଡାଉଥିବାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ପୋଲିସର କହିବା ମୁତାବକ, ବିବେକଙ୍କ ସ୍ତ୍ରୀ ୟାନିକାଙ୍କ ଭାଇ ବୈଭବ କ୍ୱାତ୍ରା ଥାନାରେ ଏତଲା ଦେଇଛନ୍ତି। ବିବେକ ତାଙ୍କ ଭଉଣୀଙ୍କୁ ନିର୍ଯାତନା ଦେଉଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ପ୍ରମାଣସ୍ବରୂପ ସେ କିଛି ଫଟୋ ଏବଂ ଭିଡିଓ ମଧ୍ୟ ପୋଲିସକୁ ଦେଇଛନ୍ତି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
କହିରଖୁଛୁ, କିଛିଦିନ ପୂର୍ବେ ବିନ୍ଦ୍ରାଙ୍କ ଜାଲିଆତି କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଅନ୍ୟ ଜଣେ ଲୋକପ୍ରିୟ ମୋଟିଭେସନାଲ ସ୍ପିକର୍‌ ତଥା ୟୁଟ୍ୟୁବର୍‌ ସନ୍ଦିପ ମାହେଶ୍ୱରୀ ତାଙ୍କ ବିରୋଧରେ ଜାଲିଆତି ଅଭିଯୋଗ ଆଣିଥିଲେ। କିନ୍ତୁ ବିନ୍ଦ୍ରା ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ଆଉ ୧୫ ଦିନ ପରେ ବଢ଼ିପାରେ ତେଲ ଦର! ପେଟ୍ରୋଲିୟମ ଡିଲର୍ସ ସଂଘ କହିଲା….

ନୂଆଦିଲ୍ଲୀ,୨୨।୪: ତୈଳ ଦରକୁ ନେଇ ପେଟ୍ରୋଲିୟମ ଡିଲର୍ସ ସଂଘର ଆକଳନ । ଆଉ ୧୫ ଦିନ ଯୁଦ୍ଧ ସ୍ଥିତି ଲାଗିଲ ରହିଲେ, ବଢ଼ିପାରେ ତେଲ ଦର। ଅଶୋଧିତ…

ଭାରତରୁ ପାକିସ୍ତାନ ଯିବାକୁ ଖର୍ଚ୍ଚ ହୁଏ କେତେ ଟଙ୍କା? ଜାଣିଲେ ଉଡିବ ହୋସ୍‌

ଭାରତ ଏବଂ ପାକିସ୍ତାନ ପଡ଼ୋଶୀ ରାଷ୍ଟ୍ର ହୋଇଥିଲେ ମଧ୍ୟ, ଦୁଇ ଦେଶ ମଧ୍ୟରେ ଯାତ୍ରା କରିବା ଲୋକମାନେ ପ୍ରାୟତଃ ଭାବୁଥିବା ପରି ସରଳ ନୁହେଁ। ଯଦି ଆପଣ…

ଇଣ୍ଡକ୍ସନ କୁକଟପ୍‌କୁ ନେଇ ବଡ଼ ଘୋଷଣା କରିବେ ସରକାର, ସିଲିଣ୍ଡର ବ୍ୟବହାରକାରୀ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୨।୪: ପଶ୍ଚିମ ଏସିଆର ସଙ୍କଟ ମଧ୍ୟରେ ଘରୋଇ ଉତ୍ପାଦନକୁ ବୃଦ୍ଧି କରିବା ଏବଂ ମୂଲ୍ୟ ବୃଦ୍ଧିର ମୁକାବିଲା କରିବା ପାଇଁ ସରକାର ଇଣ୍ଡକ୍ସନ କୁକଟପ ପାଇଁ ଗୁରୁତ୍ୱପୂର୍ଣ୍ଣ…

୨୫ରୁ ଝଡ଼ବର୍ଷା ଆଲର୍ଟ, IMD କହିଲା ବଢିପାରେ ପବନର ବେଗ!

ନୂଆଦିଲ୍ଲୀ,୨୨।୪: ଉତ୍ତର-ପଶ୍ଚିମ ଭାରତରେ ପ୍ରବଳ ଗରମ ଆରମ୍ଭ ହୋଇଥିବାବେଳେ, ଉତ୍ତର-ପୂର୍ୱ ଭାରତରେ ପ୍ରବଳ ବର୍ଷାର ପ୍ରକୋପ ଜାରି ରହିଛି। ପାଣିପାଗ ବିଭାଗ ଏପର୍ଯ୍ୟନ୍ତ ୧୩ଟି ରାଜ୍ୟ ପାଇଁ…

ବାଇକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ, ଗାଁରୁ ଦାରିଙ୍ଗବାଡି ଆସି ଫେରୁଥିବା ବେଳେ…

ଦାରିଙ୍ଗବାଡି,୨୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ପାଙ୍ଗାଲି ଗ୍ରାମ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ବାଇକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ…

ଗୋହିରା ଜଳ ଭଣ୍ଡାରରେ ବୁଡି ଯୁବକ ମୃତ, ବିବାହ ଉତ୍ସବରେ ସାମିଲ ହେବାକୁ ଆସି…

ରିଆମାଳ,୨୨ା୪(ବଦ୍ରୀ ନାରାୟଣ ଅଗ୍ରୱଲା):ରିଆମାଳ ଥାନା କଂସର ଫାଣ୍ଡି ଅନ୍ତର୍ଗତ ଗୋହିରା ଜଳ ଭଣ୍ଡାରରେ ବୁଡି ବୁଧବାର ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ…

ବଚସା ହେଲା କାଳ…ସାନ ଭାଇର ଟାଙ୍ଗିଆ ଚୋଟରେ ବଡ଼ ଭାଇର ମୃତ୍ୟୁ

ମୁନିଗୁଡା,୨୨।୪( ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ଜିଲା ମୁନିଗୁଡା ଥାନା ମୁନିଖୋଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡ଼ଙ୍ଗରିଆ ଗାଁ ଗୋରଠା ଗ୍ରାମରେ ଅଭାବନୀୟ ଘଟଣା । ସାନ…

ଟିଉସନ୍‌ ଦେବା ବାହାନାରେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ, ଶିକ୍ଷକ ଗିରଫ

ପାଟକୁରା,୨୨।୪(ରବୀନ୍ଦ୍ର ନାଥ ବାରିକ ): କେନ୍ଦ୍ରାପଡ଼ା ଜିଲା କୁଦାନଗରୀ ଥାନା ତଥା ଗରଦପୁର ବ୍ଳକ ଅଞ୍ଚଳରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ସ୍ଥାନୀୟ କେରୁଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri